ହୋମ / କୃଷି / କୃଷି ଉଦ୍ୟୋଗ / ଜୁନ ମାସ(୨୦୧୭)ର କୃଷି ସୂଚନା
ସେଆର କରନ୍ତୁ

ଜୁନ ମାସ(୨୦୧୭)ର କୃଷି ସୂଚନା

ଜୁନ ମାସ(୨୦୧୭)ର କୃଷି ସୂଚନା ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଧାନ

ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ । ଶେଷ ଓଡ଼ ଚାଷ ବେଳେ ହେକ୍ଟର ପ୍ରତି ୧୦ ଗାଡ଼ି ଶଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ ।

  • ଛଟାବୁଣା ନ କରି ବିହନ ବୁଣାଯନ୍ତ୍ର ସାହାଯ୍ୟରେ ଅଥିବା ଲଙ୍ଗଳ ସିଆର ରେ ୨-୩ ସେ.ମି.) ଗଭୀର ଓ ଧାଡ଼ିରେ ବିହନ ବୁଣନ୍ତୁ । ବୁଣିସାରି ଥରେ ମଇ ଦେଇ ଦିଅନ୍ତୁ ।
  • ସଅଳ କିସମରେ ଧାଡ଼ିକୁ ଧାଡ଼ି ୧୫ ସେ.ମି. ଓ ବିଳମ୍ବା କିସମରେ ୨୦ ସେ.ମି. ବ୍ୟବଧାନ ରଖନ୍ତୁ।
  • ହେକ୍ଟର ପ୍ରତି ୮୦ କି.ଗ୍ରା. ବିହନ ବିଶୋଧନ କରି ବୁଣନ୍ତୁ।
  • ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘରା ପ୍ରସ୍ତୁତ କରନ୍ତୁ ।
  • ୧ ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ ଆବଶ୍ୟକ ୨୫ ଡେସିମିଲି ତଳି ଘରାରେ ୧ ମିଟର ଚଉଡ଼ାର ପଟି କରି ମଝିରେ ମଝିରେ ନାଳି ଛାଡ଼ନ୍ତୁ । ତଳି ପଟିଗୁଡ଼ିକରେ ଆବଶ୍ୟକ ହେଉଥିବା ୫୦ କି. ଗ୍ରା.। ଅଧିକ ଅମଳକ୍ଷମ ନଚେତ ୧୫ କି.ଗ୍ରା. ସଙ୍କର କିସମ ବିହନ ବା ଗଜା ଫିଟିଥିବା ବିହନ ବୁଣନ୍ତୁ।
  • ଦୋରସା ମାଟି ଥିବା ବର୍ଷାଧାରିତ ଜମିରେ ଶୁଖିଲା ତଳି ପଟି ମଧ୍ୟ କରାଯାଇ ପାରିବ । ଏଣୁ ଶୁଖିଲା ତଳି ପଟିରେ
  • ଧାଡ଼ିରେ ୧୦ ସେ.ମି. ବ୍ୟବଧାନରେ ତଳି ପଟିରେ ବିହନ ବୁଣନ୍ତୁ ଓ ମାଟିରେ ଘୋଡ଼ାଇ ଦିଅନ୍ତୁ।
  • ତଳି ଗଜା ହୋଇଗଲେ ତଳି ପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ ।
  • ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବ୍ରତର ଥାଇ ବୁଣିବା ଆବଶ୍ୟକ । ସାଧାରଣତଃ ଫସଲ ଋତୁରେ ମୋଟ ୬୦ ମି.ମି. ବର୍ଷା ହେବାପରେ ହିଁ ବୁଣାବୁଣି କାର୍ଯ୍ୟ କରନ୍ତୁ।
  • ଯେଉଁ ଜମିଗୁଡ଼ିକରେ ଘାସ ଉପଦ୍ରବ ଦେଖାଦେଇଛି ବିଶେଷ କରି ଢିପ ଜମିରେ ଘାସମରା ଔଷଧ ବ୍ୟବହାର କରି ଘାସ ଦମନ କରନ୍ତୁ । ଏଥିପାଇଁ ଢିପଜମିରେ ହେକ୍ଟର ପ୍ରତି ୨.୫ ଲିଟର ବୁଟାକ୍ଲୋର ୧୦୦୦ ଲିଟର ପାଣିରେ ମିଶାଇ ସ୍ପ୍ରେୟର ରେ ବୁଣିବାର ୨-୩ ଦିନ ପରେ ମାଟିରେ ବ୍ରତର ଥିବା ଅବସ୍ଥାରେ ସିଞ୍ଚନ କରନ୍ତୁ।
  • ରୋଇବା ପାଇଁ ଉଦ୍ଦିଷ୍ଟ ଜମିରେ ହେକ୍ଟର ପ୍ରତି । ୨୫ କି.ଗ୍ରା. ଧନିଚା ବୁଣନ୍ତୁ । ଜଳସେଚିତ ଜମିଗୁଡ଼ିକରେ ଜଳର ସୁବିଧା ଥିଲେ ସବୁଜ ସାର ନିମିତ୍ତ ଆଜୋଲା ବଢ଼ାନ୍ତୁ।
  • ସାଧାରଣ ଉର୍ବର ଜମିରେ ବୁଣାବେଳେ ହେକ୍ଟର ପ୍ରତି ୧୫ କି.ଗ୍ରା, ଯବକ୍ଷାରଜାନ, ୩୦ କି.ଗ୍ରା. ଫସଫରସ ଓ ୩୦ କି.ଗ୍ରା. ପଟାସ୍ ଖାଦ୍ୟସାର ପ୍ରୟୋଗ କରନ୍ତୁ ।
  • ଫସଲକୁ ବିହନଜନିତ ରୋଗରୁ ରକ୍ଷା କରିବା ସକାଶେ ବୁଣିବା ପୂର୍ବରୁ ବିହନକୁ କେ.ଜି. ପ୍ରତି ୩ ଗ୍ରାମ୍, ଥୋରାମ୍ ବା ୨ ଗ୍ରାମ୍ ବା ଭିଷ୍ଟିନ୍ ଗୋଳାଇ ବିଶୋଧନ କରନ୍ତୁ ।
  • ଉପଦ୍ରୁତ ଅଞ୍ଚଳରେ ରୋଗପୋକ ସହଣୀ ଶକ୍ତି ଥିବା କିସମର ଧାନଚାଷ କରନ୍ତୁ ।

ମକା

ଜମି ପ୍ରସ୍ତୁତ କରି ହେକ୍ଟର ପ୍ରତି ୨୦ କି. ଗ୍ରା. ବିହନ ବିଶୋଧନ କରି ଧାଡ଼ିରେ ବୁଣନ୍ତୁ । ଧାଡ଼ିକୁ ଧାଡ଼ି ୫୦ ସେ.ମି. ଓ ମଞ୍ଜିକୁ ମଞ୍ଜି ୩୦ ସେ.ମି. ବ୍ୟବଧାନ ରଖନ୍ତୁ ।

  • ବୁଣିଲାବେଳେ ୨୦ କି.ଗ୍ରା, ଯବକ୍ଷାରଜାନ, ୪୦ କି.ଗ୍ରା.. ଫସଫରସ ଓ ୪୦ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ ।
  • ପାଣି ଜମି ରହିଲେ ମକା ଗଛ ଭଲ ବଢ଼େ ନାହିଁ ।  ତେଣୁ ଜଳ ନିଷ୍କାସନର ସୁବିଧା କରନ୍ତୁ ।

ଡାଲି ଜାତୀୟ ଫସଲ

ଜମି ପ୍ରସ୍ତୁତ କରି ନିଗିଡ଼ା ଢିପ ଜମିରେ ହେକ୍ଟର ପ୍ରତି । ୨୦-୨୫ କି.ଗ୍ରା. ହରଡ଼, ମୁଗ, ବିରି ଅଥିବା ବରଗୁଡ଼ି ବିହନ ଧାଡ଼ିରେ ବୁଣନ୍ତୁ ।

  • ହରଡ଼ରେ ଧାଡ଼ିକୁ ଧାଡ଼ି ୪୫୬୦ ସେ.ମି. ଓ ମଞ୍ଜିକୁ ମଞ୍ଜି ୨୦, ସେ.ମି.। ମୁଗ ଓ ବିରି ଫସଲରେ ଧାଡ଼ିକୁ ଧାଡ଼ି ୩୦ ସେ.ମି. ଓ ଗଛକୁ ଗଛ ୧୦ରୁ ୧୫ ସେ.ମି. ଏବଂ ବର ଗୁଡ଼ିରେ ଧାଡ଼ିକୁ ଧାଡ଼ି ୪୫ ସେ.ମି. ଓ ଗଛକୁ ଗଛ ୧୫ ସେ.ମି. ବ୍ୟବଧାନରେ ରଖିବା ଆବଶ୍ୟକ ।
  • ବୁଣିବା ପୂର୍ବରୁ ବିହନ ବିଶୋଧନ କରନ୍ତୁ ଓ ବିଶୋଧନର ୭ ଦିନ (ସପ୍ତାହେ) ପରେ ନିର୍ଦ୍ଦିଷ୍ଟ ଜୀବାଣୁ କଲ୍‌ଚର ଗୋଳାଇ ଛାଇରେ ଶୁଖାଇ ବିହନ ବୁଣନ୍ତୁ ।
  • ହେକ୍ଟର ପ୍ରତି  ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୪୦ କି.ଗ୍ରା, ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • ଅନୁମୋଦିତ କିସମର ବିହନ ବ୍ୟବହାର କରନ୍ତୁ ।

ନଳିତା

'ନଳିତା ଫସଲର ଘାସବଛା କାର୍ଯ୍ୟ ଶୀଘ୍ର ଶେଷ । କରନ୍ତୁ ।

  • ଫସଲ ଗଜା ହେବାର ୨୧ଦିନ ମଧ୍ୟରେ ପ୍ରଥମ ଓଡ଼ ଓ ଏହାର  ଠିକ୍ ୭ ଦିନ ପରେ ଆଉଥରେ କୋଡ଼ାଖୁସା ଓ ଘାସ ବଛା କରି ଗଛ ପତଳା କରି ଦିଅନ୍ତୁ ଯେପରି ଗଛକୁ ଗଛ ୫ରୁ ୭ ସେ.ମି. ମଧ୍ୟରେ ବ୍ଯବଧାନ ରହିବ ।
  • ଏହି ସମୟରେ ହେକ୍ଟର ପ୍ରତି । ୨୦-୩୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।
  • ଜମିରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ । ଏ ମାସରେ ଘୋଡ଼ାପୋକ ଓ ପତ୍ରକଟା ପୋକ ଦ୍ଵାରା ଆକ୍ରାନ୍ତ ହୋଇଥାଏ ।
  • ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ହେକ୍ଟର ପ୍ରତି ୧ ଲିଟର ପ୍ରୋଫେନୋଫସ୍, ୫୦୦ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
  • ମଧୁର ନଳିତା କିସମଗୁଡ଼ିକ ହେଲା- ରେବତୀ, ମହାଦେବ, ବୈଶାଖୀ, ତୋଷା, ଚୈତାଳି ତୋଷା, ନବୀନ ଏବଂ ପିତା ନଳିତା କିସମଗୁଡ଼ିକ ହେଲାବଳଦେବ, ଜୟଦେବ, ଶ୍ରେଷ୍ଠା, ସବୁଜ ସୁନା, ଶ୍ୟାମଳି ।

କପା

କପା ଚାଷ ପାଇଁ ଜମିକୁ ୮-୧୦ ଓଡ଼ ଗଭୀର ଚାଷ କରି ମଇ ଦେଇ ମାଟିକୁ ଭଲରେ ଗୁଣ୍ଡ କରିଦିଅନ୍ତୁ ।

  • ହେକ୍ଟର ପ୍ରତି ଉନ୍ନତ କିସମ (ଏମ୍. ସି.ୟୁ-୫) ବିହନ ୧୦ କି.ଗ୍ରା. ବା ସଙ୍କର ଜାତୀୟ (ସବିତା, ସୂର୍ଯ୍ୟ, ଢେଙ୍କୋ, ହାଇବ୍ରିଡ୍-୧) ବିହନ ୨କି.ଗ୍ରା. ଧାଡ଼ିକୁ ଧାଡ଼ି ଯଥାକ୍ରମେ ୯୦ ସେ.ମି. ଓ ୧୨୦ ସେ.ମି. ଏବଂ ମଞ୍ଜିକୁ ମଞ୍ଜି ଯଥାକ୍ରମେ ୪୫ ସେ.ମି. ଓ ୬୦ ସେ.ମି. ବ୍ୟବଧାନ ରଖି ଓ ୪-୫ ସେ.ମି.) ଗଭୀରରେ ଦୁଇଟି ଲେଖାଏଁ ମଞ୍ଜି ପୋତନ୍ତୁ ।

ତୈଳବୀଜ ଜାତୀୟ ଫସଲ

ଚିନାବାଦାମ

ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ ।

  • ହେକ୍ଟର ପ୍ରତି ୧୨୦ କି.ଗ୍ରା. ମଞ୍ଜି ବ୍ୟବହାର କରନ୍ତୁ (୧୭୫ କି.ଗ୍ରା, ଚୋପାଲଗା ଚିନାବାଦାମୀ) ।
  • ଧାଡ଼ିକୁ ଧାଡ଼ି ୩୦ ସେ.ମି. ଓ ମଞ୍ଜିକୁ ମଞ୍ଜି ୧୦ ସେ.ମି. ବ୍ୟବଧାନ ରଖନ୍ତୁ । କିନ୍ତୁ ଲୋଟଣା ଜାତୀୟ ଚିନାବାଦାମ ଚାଷ କରୁଥିଲେ ମଞ୍ଜିକୁ ମଞ୍ଜି ୧୫ ସେ.ମି. ବ୍ୟବଧାନ ରଖିବା ଆବଶ୍ୟକ ।
  • ହେକ୍ଟର ପ୍ରତି ୨୫ ଗାଡ଼ି ଶବ୍ଦା ଗୋବର ଖତ ବା କମ୍ପୋଷ୍ଟ ସହ ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି. ଗ୍ରା, ପଟାସ ଶେଷଓଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ ।
  • ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ସକାଶେ ଫସଫରସ୍ ସାରକୁ ସିଙ୍ଗଲ୍ ସୁପର ଫସଫେଟ୍ ଆକାରରେ ପ୍ରୟୋଗ କରନ୍ତୁ । ନଚେତ ହେକ୍ଟର ପ୍ରତି ୨୫୦ କି.ଗ୍ରା, ଜିପ୍‌ସମ୍, ପ୍ରୟୋଗ କରନ୍ତୁ ।
  • ଉଇ ଉପଦ୍ରୁତ ଅଞ୍ଚଳରେ ଶେଷଓଡ଼ ଚାଷବେଳେ ହେକ୍ଟର ପ୍ରତି । ୨୫ କି. ଗ୍ରା. କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ ।

ରାଶି

ଜମି ପ୍ରସ୍ତୁତ କରି ହେକ୍ଟର ପ୍ରତି ୭.୫ କି.ଗ୍ରା. ବିହନ ଧାଡ଼ିକୁ ଧାଡ଼ି ୩୦ ସେ.ମି. ବ୍ୟବଧାନରେ ବୁଣନ୍ତୁ ।

  • ବୁଣିବା ବେଳକୁ ହେକ୍ଟର ପ୍ରତି ୩୦ କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସଫରସ ଓ ୨୦, କି.ଗ୍ରା, ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • ଅନୁମୋଦିତ କିସମଗୁଡିକ ହେଲା – କନକ, କ୍ରିଷ୍ଠା, ଉମା, ଅମ୍ବିତ୍, ପ୍ରାଚୀ ଇତ୍ୟାଦି ।

ବର୍ଷାଦିନିଆ ପନିପରିବା

ବର୍ଷାଦିନେ ସାଧାରଣତଃ ବାଇଗଣ, ବର୍ଷାଦିନିଆ ବିଲାତି ବାଇଗଣ, ଲଙ୍କା, ଭେଣ୍ଡି, କଖାରୁ, ଛଚିନ୍ଦ୍ରା, ଜହ୍ନି, କଲରା, କାକୁଡ଼ି, କୁନ୍ଦୁରି, କାଙ୍କଡ଼, ଝୁଡଙ୍ଗ ଆଦି ପନିପରିବା ଚାଷ କରାଯାଇଥାଏ । ସେଗୁଡ଼ିକ ମଧ୍ୟରୁ ବାଇଗଣ, ବିଲାତି ବାଇଗଣ, ଲଙ୍କା ଇତ୍ଯାଦି ଫସଲର ଚାରା ଉତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲ ଗୁଡ଼ିକ ସିଧାସଳଖ ମୂଳ ଜମିରେ ଲଗାଯାଇଥାଏ।

  • ତଳିଘରା ପ୍ରସ୍ତୁତ କରିବା ସକାଶେ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସ ଲଟା ଆଦି ବାଛି ୧ ମି., ଓସାର, ୩ ମି. ଲମ୍ବା ଓ ୧୨-୧୫ ସେ.ମି. ଉଚ୍ଚତା ବିଶିଷ୍ଟ ତଳିଘରା ପ୍ରସ୍ତୁତ କରନ୍ତୁ । ପ୍ରତି  ତଳି ଘରାରେ ୫ ଝୁଡ଼ି ଶଢ଼ା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ । ଏଥିସହିତ ୧୫୦ ଗ୍ରାମ୍ ସୁପର୍ ଫସଫେଟ୍ ମଧ୍ୟ ପ୍ରୟୋଗ କରନ୍ତୁ । ତଳି ପଟାଳିକୁ  କାର୍ବେଣ୍ଡାଜିମ୍ ୨ଗ୍ରାମକୁ ୧ ଲିଟର ଦ୍ରବଣରେ ବିଶୋଧନ କରି ଦେବା ଭଲ କିମ୍ବା ୩-୫ ପ୍ରତିଶତ ଫର୍ମାଲିନ୍ ଦ୍ରବଣ ଦ୍ଵାରା ବିଶୋଧନ କରି ଏହାର ୪-୫ ଦିନ ପରେ ବିହନ ବୁଣନ୍ତୁ । ଏହା ପରିବର୍ତ୍ତେ ତଳି ପଟାଳି ଉପରେ ଶୁଖିଲା ଘାସ ରଖି ଯୋଡ଼ିଦେଲେ ମଧ୍ୟ ମାଟି ବିଶୋଧନ ହୋଇଥାଏ । ତଳି ଘରାରୁ ପାଣି ନିଗିଡ଼ି ଯିବା ପାଇଁ ପଟାଳି ମଝିରେ । ନାଳିର ବ୍ୟବସ୍ଥା କରନ୍ତୁ। ତଳିଘରା ପ୍ରସ୍ତୁତ ହୋଇଗଲା ପରେ ମାଟିରେ ୨ ଇଞ୍ଚ ବ୍ୟବଧାନରେ ଗାର ଟାଣି ମଞ୍ଜିକୁ ଗୋଟି ଗୋଟି କରି ଧାଡ଼ିରେ ବୁଣନ୍ତୁ । ତା' ଉପରେ ଶୁଖିଲା ଗୁଣ୍ଡମାଟି ଘୋଡ଼ାଇ ଦିଅନ୍ତୁ ଓ ନଡ଼ା କିମ୍ବା ଶୁଖିଲା ପାଳ ଘୋଡ଼ାଇ ଦେଲେ ଚଞ୍ଚଳ ଗଜା ହୋଇଥାଏ । ମଞ୍ଜି ଗୁଡ଼ିକ ଲଗାଇବା ପୂର୍ବରୁ କିଲୋ ପ୍ରତି ୨ ଗ୍ରାମ୍ ବା ଭିଷ୍ଟିନ୍ ବା ୩ ଗ୍ରାମ୍ ଥିରାମ୍ ମିଶାଇ ବିଶୋଧନ କରି ଲଗାନ୍ତୁ । ଝରାରେ ପାଣି ଦିଅନ୍ତୁ । ଟାଣ ଖରା ଓ ବର୍ଷାଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘର ମଧ୍ୟରେ କରନ୍ତୁ ।

ମତ୍ସ୍ୟ ପାଳନ

ଚଳିତ ବର୍ଷ ମାଛ ଚାଷ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଯେଉଁ  ଚାଷୀଭାଇ ମାନେ ପୋଖରୀକୁ । ମଇ ମାସ ଶେଷ ସୁଦ୍ଧା । ଶୁଖାଇ ପାରି ନାହାନ୍ତି ସେମାନେ ଯଥାଶୀଘ୍ର ପୋଖରୀରୁ ପାଣି ବାହାର କରି ଶୁଖାଇ ଦିଅନ୍ତୁ । ଶୁଖିଯାଇଥିବା ପୋଖରୀକୁ ଭଲଭାବେ ହଳ କରିଦିଅନ୍ତୁ । ମାଟିର ଅମ୍ଳତାର ମାତ୍ରା ଅନୁସାରେ ଚୂନ ପ୍ରୟୋଗ କରନ୍ତୁ ।

ଜୁନ୍ ମାସ ୧୫ ତାରିଖ ପରେ ବର୍ଷା ହେଲେ ପୋଖରୀରେ ପାଣି ରହିବ । ଏହି ସମୟରେ ଏକର ପ୍ରତି ଏକ ଟନ୍ ହିସାବର କଞ୍ଚା ଗୋବର ପାଣିରେ ମିଶାଇ ଦିଅନ୍ତୁ । ଏହା ମାଛର ପ୍ରାକୃତିକ ଖାଦ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, ଭୁବନେଶ୍ଵର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top