ହୋମ / କୃଷି / କୃଷି ଉଦ୍ୟୋଗ / ଡାଲି ଓ ଚିନାବାଦାମ ଜାତୀୟ ଚାଷ
ସେଆର କରନ୍ତୁ

ଡାଲି ଓ ଚିନାବାଦାମ ଜାତୀୟ ଚାଷ

ଡାଲି ଓ ଚିନାବାଦାମ ଜାତୀୟ ଚାଷ କିପରି କରିବେ ସେ ସମ୍ବନ୍ଧୀୟ ସୂଚନା ।

ଫସଲ

ମାଟିର ବତର ଦେଖୁ, ମୁଗ, ବିରି ଫସଲ ପାଇଁ ଜମି ଚାଷ କରନ୍ତୁ ।

  • ଧାନ କାଟିବାର ୭ ଦିନ ପୂର୍ବରୁ ମଧ୍ୟମ ଓ ଖାଲ ଜମିରେ ବତ ରଥବା ଅବସ୍ଥାରେ ଏକର ପ୍ରତି ଅନୁମୋଦିତ ବିହନ ପରିମାଣର ଶତକଡ଼ା ୨୫ ଭାଗ ଅଧିକ। ମୁଗ/ବିରି / ମଟର/ବୁଟ ଆଦି ବିହନ ଛଟା ବୁଣା କରନ୍ତୁ । ମୁଗ, କିସମ – ଚାର୍ମ-୧, ଟାର୍ମ-୨, ଜ୍ୟୋତି, କାମଦେବ, ଧଉଳି, ଦୁର୍ଗା, ସୁଜାତା, ଆଇପିଏମ୍ ୨-୧୪। ବିରି କିସମ - ପିୟୁ ୩୦, ଟିପ୍ତ ୯୪-୨), ସାରଳା, ପ୍ରସାଦ, ପି.ୟୁ- ୧୯, ଉଜାଲା, ମହୁରି, ଶଶି । ଚୁଟ - ଶ୍ରେଥ୍ୟ, ଭରତା, ବିହାର, ଜେବି-୬9, ସି-୨୩୫, ଆଇସିସି-୪, ରାଧେ, ଅନେଗିରି । ମଟର କିସମ – ରଚନା, ଏଚ୍. ୟୁ.ଡି.ପି. -୧୫, ଜେ.ପି.-୮୮୫, ଉତ୍ତର 1, ଡି.ଡି.ଆର୍-୨୭, ଅପର୍ଣ୍ଣ, ଆଦର୍ଶ ।
  • ବିହୀନ ବିଶୋଧନ କରିବାର ୭ ଦିନ ପରେ ନିର୍ଦ୍ଦିଷ୍ଟ ଜୀବାଣୁ କଲ୍‌ଚର ଓ ଫସଫୋବବ୍ୟାକ୍ଟ୍ରିନ୍ ଗୋଳାଇ ଛାଇରେ ଶୁଖାଇ ବୁଣନ୍ତୁ।
  • ବିହନ ବୁଣିବା ପୂର୍ବରୁ ହେକ୍ଟର ପ୍ରତ ୨୦:୪୦:୨୦, କ.ଗ୍ରା. ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ଜମିରେ ପ୍ରୟୋଗ କରନ୍ତୁ ।

ରୋଗ ଓ ପୋକ ରାସାୟନିକ ନିୟନ୍ତ୍ରଣ ବ୍ୟବସ୍ଥା । ପାଉଁଶିଆ ରୋଗ ସଲ୍‌ଫେକୁ ୪ ଗ୍ରାମ୍ ପ୍ରତି ଲିଟର ପାଣିରେ ଗୋଳାଇ ସଞ୍ଚନ କରନ୍ତୁ । ୧୫-୨୦ ଦିନ ପରେ ଦରକାର ଅନୁଯାୟୀ ସିଞ୍ଚନ କରନ୍ତୁ ।

  • ଜଉପୋକ ୧୫ ଲିଟର ପାଣିରେ ୫ ମି.ଲି. (୧୨୫) ରୁ ୧୫୦ ମି.ଲି. ହେକ୍ଟର ପ୍ରତି) ଇମିଡ଼ାକ୍ଲୋପ୍ରିଡ଼୍ ସିଞ୍ଚନ କରନ୍ତୁ ।
  • ଛୁଇଁବିନ୍ଧା ପୋକ ହେକ୍ଟର ପ୍ରତି ଟ୍ରାଇକୋଫସ୍ କିମ୍ବା ପ୍ରେପ୍ଟେଫୋନୋଫସ୍ ୧ ଲିଟର ସିଞ୍ଚନ କଲେ ସୁଫଳ ମିଳେ । ଦରକାର ହେଲେ। ୧୫-୨୦ ଦିନ ପରେ ପୁଣି ସଞ୍ଚନ କରନ୍ତୁ ।

ଚିନାବାଦାମ ଚାଷ

ସଅଳ ବୁଣାଯାଇଥିବା ଚିନାବାଦାମ ୩ ସପ୍ତାହର ହୋଇଯାଇଥଲେ କୋଡାଖୁସା କରି ଘାସ ବାଛିଦିଅନ୍ତୁ ଏବଂ ତା’ପରେ ଏକର ପ୍ରତି ୧୦୦କେଜି, ଜିପ୍‌ସମ୍। ଛାଟନ୍ତୁ । ଯଦି ଗଛ ଧାଡିର ପାର୍ଶ୍ବରେ ଲାଇନ୍ କରି ପକାଯାଏ,ଏକର ପ୍ରତି କେବଳ ୫୦କେଜି, ଜିପ୍‌ସମ୍ ଆବଶ୍ୟକ ହୋଇଥାଏ । ଫସଫରସ ସାରକୁ ଆମୋନିୟମ୍ ସଲଫେଟ୍ କିମ୍ବା ସିଙ୍ଗିଲ୍ ସୁପର ଫସଫେଟ୍ ଆକାରରେ ପ୍ରୟୋଗ କରିଥଲେ ଜିପ୍‌ସମର ଆବଶ୍ୟକତା ପଡେନାହିଁ । ଜମିର ବ୍ରତର ଦେଖ । ଜଳସେଚନ ର ବ୍ୟବସ୍ଥା କରନ୍ତୁ । ଶୀଘ୍ର ଶୀଘ୍ର ଚିନାବାଦାମ ଲଗା କାମ ଶେଷ କରନ୍ତୁ । ଉନ୍ନତ କିସମ ଯଥା-ଏକେ-୧୨-୨୪.ସ୍କୃତି କିମ୍ବା ଜେ. ଏଲ୍-୨୪ ଆଦି ବ୍ୟବହାର କରନ୍ତୁ । ଏକର ପ୍ରତି ୬୦କେଜି ଅଛଡା ବାଦାମ ବ୍ୟବହାର କରନ୍ତୁ । ବୁଣିବାର ୭ଦିନ ପୂର୍ବରୁ ପ୍ରତି ଏକ କିଲୋଗ୍ରାମ୍ ବିହନକୁ ୧.୫ ଗ୍ରା କାର୍ବେଣ୍ଡାଜିମ୍ ଦ୍ଵାରା ବିଶୋଧନ କରନ୍ତୁ । ବୁଣିବା ପୂର୍ବରୁ ବୀଜାଣୁ କଲଚର୍ ଓ ପି.ଏସ୍.ବି.ରେ ଗୋଳାଇ ଉପରବେଳା ଉପଚାର କରନ୍ତୁ । ଏକର ପ୍ରତି ୮ କେଜି, ଯବକ୍ଷାରଜାନ ୧୬କେଜି, ଫସଫରସ ଓ ୧୬ପଟାସ ସାର ମୂଳସାର ହିସାବରେ ପ୍ରୟୋଗ କରନ୍ତୁ । ଧାଡିକୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାନ୍ତୁ ।

ଆଧାର - "ଦୈନିକ ଧରିତ୍ରୀ"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top