ହୋମ / କୃଷି / କୃଷି ଉଦ୍ୟୋଗ / ଡାଳୁଆ ଧାନ ପାଇଁ ତଳିଘେରା
ସେଆର କରନ୍ତୁ

ଡାଳୁଆ ଧାନ ପାଇଁ ତଳିଘେରା

ତଳିଘେରାରେ ଉପଯୁକ୍ତ ଯତ୍ନ ନିଆଗଲେ ରୁଆ ଯାଇଥିବା ଧାନରୁ ଅଧିକ ଅମଳ ଆଶା କରାଯାଇପାରେ ।

ଉପକ୍ରମ

ବର୍ତ୍ତମାନ ଡାଳୁଆ ଧାନ ପାଇଁ ବା ତଳିଘେରା ପ୍ରସ୍ତୁତ କରିବାର ଉତ୍କୃଷ୍ଣ ସମୟ । ଏନେଇ ସହଳ ଓ ମଝିଆଳି କିସମଗୁଡିକୁ ବ୍ୟବହାର କରନ୍ତୁ । ସହଳ କିସମଗୁଡିକ ମଧ୍ୟରେ ଜ୍ୟୋତିର୍ମୟୀ, ଖଣ୍ଡଗିରି ଓ ବନ୍ଦନା ଆଦି ଅନ୍ୟତମ । ମଝିଆଳି କିସମ ମଧ୍ୟରେ ନବୀନ, ଲଲାଟ, କୋଣାର୍କ, ଖାରବେଳ ଇତ୍ୟାଦି ଡାଳୁଆ ଧାନ ଚାଷ ପାଇଁ ଉପଯୁକ୍ତ ।

ତଳିଘେରା ପ୍ରସ୍ତୁତି

ଜାନୁୟାରୀ ମାସ ଶେଷ ସୁଦ୍ଧା ତଳି ରୁଆ ସାରିବା ପାଇଁ ଡିସେମ୍ବର ୧୦-୨୫ ମଧ୍ୟରେ ତଳି ଘେରା ପ୍ରସ୍ତୁତ କରାଯାଏ । ତଳିଗୁଡିକୁ ସଅଳ ରୋଇଲେ କାଣ୍ଡବିନ୍ଧା ପୋକ ଉପଦ୍ରବରୁ ରକ୍ଷା ମିଳିଥାଏ । ସହଳ ଗୁଆ ଯାଇଥିବା ଧାନ ସଅଳ ଅମଳ ହେବା ସହ ଆଗାମୀ ଖରିଫ୍ ଫସଲର ଜମି ପ୍ରସ୍ତୁତି ପାଇଁ ପ୍ରଚୁର ସମୟ ମିଳିଥାଏ ।

  • ତଳିଘେରାରେ ଧାନ ବୁଣିବା ପୂର୍ବରୁ ବିହନ ବିଶୋଧନ କରାଯିବା ନିହାତି ଆବଶ୍ୟକ । ବିହନ ବିଶୋଧନ ଦ୍ଵାରା ତଳି ଘେରାରେ ଦେଖାଯାଉଥିବା ମହିଶା, ପତ୍ରପୋଡା, ପତ୍ରଦାଗ, ପତ୍ରଛଦା ରୋଗ ଦଉରୁ ମୁକ୍ତି ମିଳିଥାଏ । ବଜାରରେ ଉପଲବ୍ଧ ଥିବା ଔଷଧ ‘ଭିଟା ବାକ୍ ପାୱାର' (କାର୍ବୋଜିନ୍ +ଥିରାମ) ଦ୍ଵାରା ଧାନ ବିହନକୁ କେଜି ପ୍ରତି ୨ ଗ୍ରାମ୍ ଔଷଧ ଭାବରେ ବିହନ ବିଶୋଧନ କରିବା ଉପଯୁକ୍ତ ।
  • ଏକହେକ୍ଟର ପ୍ରତି୫୦-୭୦ କିଗ୍ରାଧାନ ବିହନ ଆବଶ୍ୟକ ପଡେ । ଧାନ ବୁଣିବା ପୂର୍ବରୁ ଜମିକୁ ଭଲ ଭାବେ କାଦୁଆ କରାଯିବା ଆବଶ୍ୟକ । ବୁଣିବା ସମୟରେ ମାଟିରେ ଉପଯୁକ୍ତ ପରିମାଣର ଜଳୀୟ ଅଂଶ ରହିବା ଦରକାର । ଧାନ ବୁଣିବା ପୂର୍ବରୁ ଧାନକୁ ଗୋଟିଏ ଦିନ ପାଇଁ ପାଣିରେ ଭିଜାଇ ରଖାଯିବା ଏବଂ ତାପରେ ବିହନକୁ ଭଲ ଭାବରେ ଛାଣି ଗଜା ହେବା ପାଇଁ ଏକ ଅନ୍ଧର ଜାଗାରେ ରଖାଯିବ । ଗଜା ହୋଇଥିବା ଧାନ ଉତ୍ତମ ଭାବେ କାଦୁଆ ହୋଇଥିବା ଜମିଉପରେ ବୁଣାଯିବା ଦରାକର । ପକ୍ଷୀ ଉପଦ୍ରବରୁ ରକ୍ଷା ପାଇଁ ଗୋବରଖତର ଏକ ସୃଷ୍ଣ ଆବରଣ ବିହନ ବୁଣିବା ପରେ ଜମି ଉପରେ ଦିଆଯିବା ଜରୁରି । ଯେତେବେଳ ଜମି ଶୁଖୁପିବ ଏବଂ ତଳିଗୁଡିକ ହଳଦିଆ ଦେଖାଯିବ ସେତେବେଳେ ଜଳସେଚନ କରିବା ନିହାତି ଜରୁରି ।
  • ୪୦ ବର୍ଗମିଟର ପ୍ରତି ୨ଝୁଡି ଗୋବର ଖତ ସହିତ ୧୦-୧୫-୨୦ ଗ୍ରାମ୍ ଯବକ୍ଷାରଯାନ, ଫସଫରସ୍ ଓ ପଟାସ୍ ପ୍ରତି ଏକ ବର୍ଗମିଟର ଜମିରେ ପ୍ରୟୋଗ କରିବା ଆବଶ୍ୟକ । ଖାତ ଓ ସାର ଭଲ ଭାବରେ ମିଶାଇ ମୁଳ ସାର ହିସାବରେ ଦିଆଯିବା ଆବଶ୍ୟକ । ତଳି ଘେରାରେ ଧାନ ତଳି ୨୫ରୁ ୩୦ ଦିନ ହୋଇଗଲା ପରେ ଏହା ରୁଆ ହେବ ପାଇଁ ଉପଯୁକ୍ତ । ତଳିଘେରାରେ ଉପଯୁକ୍ତ ଯତ୍ନ ନିଆଗଲେ ରୁଆ ଯାଇଥିବା ଧାନରୁ ଅଧିକ ଅମଳ  ଆଶା କରାଯାଇପାରେ ।

ଲାଭ

ଉପରେ ଦିଆଯାଇଥିବା ତଳିଘେରା ପ୍ରସ୍ତୁତି  କରି ଧାନ ଚାଷ କରିଲେ ବହୁତ ଲାଭ ମିଳେ । ଅଧିକ ଧାନ ଅମଳ ହେବା ସହିତ ଧାନ ଚାଷ ଉତ୍କୃଷ୍ଟ ହୁଏ ।

ଆଧାର - ତାପସ ରଞ୍ଜନ ସାହୁ, ରିସର୍ଜ ସ୍କଲାର, କ୍ଷେତ୍ରବିଜ୍ଞାନ ବିଭାଗ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top