ହୋମ / କୃଷି / କୃଷି ଉଦ୍ୟୋଗ / ଉନ୍ନତ ପ୍ରଣାଳୀରେ ଶଙ୍କର ଜାତୀୟ (ମକା- ଚାଷ)
ସେଆର କରନ୍ତୁ

ଉନ୍ନତ ପ୍ରଣାଳୀରେ ଶଙ୍କର ଜାତୀୟ (ମକା- ଚାଷ)

ମକା- ଚାଷ ସମ୍ବନ୍ଧରେ କୃଷକ ମାନଙ୍କ ପାଇଁ ସୂଚନା ।

ମକା ଚାଷ

ମକା ଏକ ଅର୍ଥକାରୀ ଫସଲ  । ଏହା ଭାରତର ସବୁ ପ୍ରଦେଶରେ ଚାଷ କରାଯାଇଥାଏ   । ଆମ ପ୍ରଦେଶରେ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ବହୁଳ ପରିମାଣରେ ଚାଷ କରାଯାଏ   ।  ଏହାକୁ ମଣିଷର ଖାଦ୍ୟ ୨୩%, ଗୋଖାଦ୍ୟ ୧୨%ଏବଂ କୁକୁଡାମାନଙ୍କର ଖାଦ୍ୟ ୫୧% ଭାବରେ ବ୍ୟବହାର କରାଯାଏ   ।  ଏହା ଛଡା ମକାକୁ କର୍ଣ୍ଣଫେକ୍ଳ , ଆରାରୁଟ ,ଷ୍ଟାର୍ଚ ଏବଂ ବହୁମୂଲ୍ୟ ତେଲ ବାହାର କରାଯାଇ ଶିଳ୍ପ ଏବଂ ଘରୋଇ ଭାବରେ ବ୍ୟବହାର କରାଯାଇଥାଏ   । ଆମପ୍ରଦେଶରେ ମକାରୁ ହେକ୍ଟର ପିଛା ୨୩-୨୨ କ୍ଵିଇଣ୍ଟାଲ ଅମଳ ମିଳିଥାଏ  ।  ଅମଳର ପରିମାନ ଯାହା ହେଉନା କାହିଁକି , ଆମେ ଉନ୍ନତ କିସମର ବିହନର ବ୍ୟବହାର ସହିତ ଉନ୍ନତ କୃଷି କୌଶଳ ଅବଲମ୍ବନ କାଲେ ଏହାର ଅମଳ ନିଶ୍ଚିତ ଭାବରେ ବଢାଇପାରିବ   ।  ସାଧାରଣତଃ ମକା ଆମଦାନର ୮୫ ଭାଗ ମଣିଷମାନଙ୍କର ଓ ପଶୁମାନଙ୍କର ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ  ।  ଓପେକ -୧ ଏବଂ ଫ୍ଲୋରି -୨ ଜିନର ଉଦଭାବନ ପରେ କ୍ଵାଲିଟ ପ୍ରୋଟିନ ମକା (QPM) ଜାତୀୟ ମକା ବାହାରିଛି   ।  ଏହି ଜାତୀୟ ମକା ସାଧାରଣତଃ ମକା ଅପେକ୍ଷା ପୃଷ୍ଟିସାର  ର ପରିମାଣ ଓ କିସମରେ ପରିବର୍ତ୍ତନ ଆସିଛି  ଜାତୀୟ ମକାରେ ଆମୀନୋଏସିଡର ଭାରସାମ୍ୟ ଥାଏ   ।  ଏଥିରେ ଲାଇସିଁ ଏବଂ ଟ୍ରପଟୋଫାନ ର ପରିମାଣ ଅଧିକ ଓ ଲୁଇସାଇନ ଏବଂ ଆଇସୋ-ଲୁଇସାଇନ ମାତ୍ର କମ ଅଟେ  । ସୁତରାଂ ଏହି ଜାତୀୟ ମକାର ଜୈବିକ ମୂଲ୍ୟ ଅନ୍ୟ ମକା ଅପେକ୍ଷା ଦୁଇଗୁଣ ଅଟେ   ।  ଏହି ଜାତୀୟ ମକାରେ ଥିବା ପ୍ରୋଟିନ , ଦୁଧରେ ଥିବା ପ୍ରୋଟିନ ସହିତ ପ୍ରାୟତଃ ସମାନ , ଅତଏବ , ଏହା ଗରିବ ଚାଷୀର ଖାଦ୍ୟରେ Nutritional Value ବଢାଇ ଥାଏ   ।

ମାଟି

ମକା ବିଭିନ୍ନ କିସମର ମାଟିରେ ଚାଷ କରାଯାଇ ପାରିବ , କିନ୍ତୁ ଯେଉଁ ମାଟି ଅନ୍ତର୍ନିହିତ ଉର୍ବରତା ଏବଂ ଜଳଧାରଣ ଶକ୍ତି ଅଧିକ, ସେହି ମାଟି ମକା ଚାଷ ପାଇଁ ଉପଯୁକ୍ତ କ୍ଷାରିଆ ଓ ପାଣି କମୁଥିବା ମାଟି ମକା ଚାଷ ପାଇଁ ଉପଯୁକ୍ତ ନୁହେଁ  । ମକାଚାଷ ପାଇଁ ମାଟିର କ୍ଷାରଟିଡ଼ବଲଇଉ ୫.୫-୭.୫ ରହିଲେ ଭଲ  । ଏହି ଜମିରୁ ପ୍ରଥମେ ୨-୩ ଥର ଚାଷ କରିବା ଆବଶ୍ୟକ   । ଜମିରେ ପାଣି ନିଷ୍କାସନର ସୁବିଧା ଥିବା ଦରକାର   ।

ଲଗାଇବା ସମୟ  : - ମକା ସବୁ ଋତୁରେ ଚାଷ କରାଯାଇ ପାରିବ   । ବର୍ଷାଦିନେ ଜୁନମାସ ଶେଷ ସୁଧା କିମ୍ବା ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ରବି ଋତୁରେ ଅକ୍ଟୋବର ୨ୟ ସପ୍ତାହରୁ ନଭେମ୍ବର ୨ ୟ ସପ୍ତାହ ମଧ୍ୟରେ ଖରାଦିନ ପାଇଁ ଜାନୁଆରୀ ଶେଷ ସୁଦ୍ଧା ମକା ମଞ୍ଜି ଲଗାଇବା ଉଚିତ HQPM -୧ ଓ HQPM-୫  କିସମ ୯୦-୯୫ ଦିନ ଖରିଫ ଋତୁରେ  ଓ ୧୦୦-୧୦୫ ଦିନ ରବି ଋତୁରେ ଅମଳ ମିଳିଥାଏ  ।

ବିହନ ଲଗାଇବା ପ୍ରଣାଳୀ

ବିହନ ଲଗାଇବା ପୂର୍ବରୁ ପ୍ରତିକିଲୋଗ୍ରାମ ବିହନରୁ  ୨-୩ ଗ୍ରାମ ଥିରାମରେ ଗୋଳାଇ ବିଶୋଧନ କରାଯାଇଥାଏ   । ହେକ୍ଟର ପିଛା  ୨୦ କେଜି ବିହନ ଦରକାର ହୋଇଥାଏ   ।  ଉପଯୁକ୍ତ ପରିମାଣରେ ଗଛ ରଖିବା ପାଇଁ, ଭଲକରି ଚାଷ ହୋଇଥିବା ଜମିରେ ଧାଡିକୁ ୫୦-୬୦ ସେମି ଓ ଗଛକୁ ଗଛ  ୨୦ ସେମି ବ୍ୟବଧାନରେ  ୫ ସେମି ଗଭୀରରେ ମଞ୍ଜି ଲଗାଇବା ଉଚିତ   । ହେକ୍ଟର ପିଛା  ପ୍ରାୟ ୮୦୦୦୦ ଗଛ ରହିଲେ ଭଲ ଅମଳ ମିଳିଥାଏ   ।

ସାର ପ୍ରୟୋଗ

ରାସାୟନିକ ସାରର ବ୍ୟବହାର ମକାଚାଷ ପାଇଁ ଜରୁରୀ ଓ ଏହାର ପରିମାଣ ମାଟି ପରୀକ୍ଷା କରି ବ୍ୟବହାର କରାଯାଇଥାଏ   । କାରଣ ଜମିରେ ଥିବା ଅନ୍ତର୍ନିହିତ ଉର୍ବରତା ଫସଲ ଖସଡା ଉପରେ ସାରର ପରିମାଣ ଆବଶ୍ୟକ ହୋଇଥାଏ  । ହେକ୍ଟର ପିଛା ୧୨୦ କିଗ୍ରା,  ଯବକ୍ଷାରଜାନ ,୬୦ କେଜି ଫସଫରସ,୬୦ କେଜି ପଟାସ ଏବଂ ୫୨ କେଜି , ସଲଫଟ ଦରକାର ହୋଇଥାଏ   । ଯବକ୍ଷାରଜାନ  ୨୦ ଭାଗ ସହିତ , ସମସ୍ତ ଫସଫରସ , ପଟାସ ଓ ଜିଙ୍କ ସଲେଫେଟକୁ ମୂଳସାର ଭାବରେ ବ୍ୟବହାର କରାଯାଇଥାଏ  । ଅବଶିଷ୍ଟ ସାରକୁ ଦୁଇଭାଗରେ ବିଭକ୍ତ କରି ବିହନ ଲଗାଇବାର  ୩୦ ଦିନ ପରେ (ଆଣ୍ଠୁ ଉଚ୍ଚତା ଗଛରେ) ଏବଂ  ୨ ୟ ଭାଗଟି ୫୦-୬୦ ଦିନ ପରେ (ଚୂଳ ବାହାରିବା ପୂର୍ବରୁ) ଶୀର୍ଷସାର ଭାବରେ ବ୍ୟବହାର କରାଯାଏ  । ଶୀର୍ଷ ସାରକୁ ଗଛକୁ ୧୦-୧୨ ସେମି ଦୂରରେ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ  ।

ରାସାୟନିକ ସାର ସହ ହେକ୍ଟର ପିଛା ୫ ଟନ ଖତସାର ଦରକାର ହୁଏ   । ବୁଣିବା ପୂର୍ବରୁ ହେକ୍ଟର ପିଛା ଦରକାର ବିହନକୁ ୧ କିଗ୍ରା ଏଜୋଟୋବାକ୍ଟର ଏବଂ  ୧ କିଗ୍ରା ଫସଫୋବ୍ୟାକ୍ଟର ଜୀବାଣୁ କଲଚରରେ ଉପକାହାର କାଲେ ଭଲ ଅମଳ ମିଳେ ଏବଂ ୧/୪ ଅଂଶ ରାସାୟନିକ ସାର ପରିମାଣ କମ ହୋଇଥାଏ   ।

ଜଳ ପରିଚାଳନା

ବର୍ଷା ଏବଂ ମାଟିର ଜଳ ଧାରଣ ଶକ୍ତି ଉପରେ ଫସଲ ପାଣିରେ ଆବଶ୍ୟକତା କରିଥାଏ  । ଅଧିକ ଜଳ ଜମିଲେ କିମ୍ବା ମାଟିର ଆର୍ଦ୍ରତା ହ୍ରାସ ପାଇଲେ ଗଛର କ୍ଷତି ହୋଇଥାଏ  ।  ବର୍ଷାଯୋଗୁଁ ଜମିରେ ଜମିଥିବା ଜଳର ନିଷ୍କାସନ ନିହାତି ଜରୁରୀ   । ଗଛ ଛୋଟ ଥିବା ସମୟରେ,ଆଣ୍ଠୁଏ ଉଚ୍ଚା ସମୟରେ , ଚୂଳ ଆସିବା ସମୟରେ ଏବଂ ଦାନାପୂରଣ ସମୟରେ ଜଳ ସେଚନର ଆବଶ୍ୟକତା ନିହାତି ଜରୁରୀ   ।

ଘାସ ନିୟନ୍ତ୍ରଣ

ବର୍ଷାଦିନିଆ ମକା ଚାଷରେ , ଅନାବନା ଘାସ ଫସଲର ବହୁତ କ୍ଷତି କରିଥାଏ   । ସୁତରାଂ ମକା ଫସଲର ଏମଞ୍ଜି ଲଗାଇବାର  ୧୫ ଦିନ ପରେ ଏବଂ  ୪୦ ଦିନ ପରେ କୋଡା ଖୁସା ଦରକାର ହୁଏ  । ଏହାଦ୍ଵାରା ଘାସ ନିୟନ୍ତ୍ରଣ ସହିତ ମାଟିରେ ବାୟୁ ଚଳଚଳ ଭଲ ହୋଇଥାଏ   ।

ରାସାୟନିକ ପ୍ରଣାଳୀରେ ଘାସ ନିୟନ୍ତ୍ରଣ ପାଇଁ , ଘାସ ଆଙ୍କୁରିତ ହେବା ପୂର୍ବରୁ କିମ୍ବା ବିହନ ବୁଣିବାର  ୨-୪ ଦିନ ମଧ୍ୟରେ  ୨ କିଗ୍ରା ଅଟ୍ରାଜିନ ୫୦% ଡବ୍ଲୁ .ପି  କିମ୍ବା  ୨ କେଜି . ଆଲ୍ଲାକ୍ଲୋର ୫୦% ଇସି ,୫୦୦ ଲିଟର ପାଣି ରେ ମିଶାଇ ଜମିର ଛିଞ୍ଚନ କରନ୍ତୁ  । ଏହି ଔଷଧକୁ ପକାଇବା ସମୟରେ ପକାଉଥିବା ବ୍ୟକ୍ତି ପଛକୁ ପଛକୁ ଆସି ପକାଇବା ଉଚିତ  । ଯଦ୍ଵାରା ଜମିରେ ପଡୁଥିବା ଔଷଧର ଆବରଣ ନଷ୍ଟ ହୁଏ ନାହିଁ  ।

ସମନ୍ଵିତ ରୋଗ ପୋକ ପରିଚାଳନା

  • ଖରାଟିଆ ଚାଷ ଦ୍ଵାରା ଜମିରେ ଥିବା ସୂତ୍ରଜୀବ , ଅନିଷ୍ଟକାରୀ ପୋକ ମରିଯାଆନ୍ତି   ।
  • ଫସଲ ଖସଡାରେ ଏପରି ଫସଲ ବାଛନ୍ତୁ  , ଯେପରି ମକାର ପୋକ ସେଇ ଫସଲରେ ନଥିବ   ।
  • ଫଉଳ ହେବ ଅସମୟରେ ନିୟନ୍ତ୍ରିତ ଓ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା କରି ଝାଉଁଳା ରୋଗର ପ୍ରାଦୁର୍ଭାବରୁ ରକ୍ଷା କରନ୍ତୁ   ।
  • ଆଲୋକ ଯନ୍ତା ଓ ଫେରୋମୋନ ଯନ୍ତା ବ୍ୟବହାର କରି କାଣ୍ଡବିନ୍ଧା ଓ ଭଣ୍ଡାଖିଆ ପୋକର ପର୍ଯ୍ୟବେକ୍ଷଣ କରନ୍ତୁ   ।
  • ହେକ୍ଟର ପିଛା  ୫୦୦ ଗ୍ରାମ କାର୍ବାଫୁରାନ କିମ୍ବା  ୬୨୫ ମିଲି , ଏଣ୍ଡୋସଲଫାନ ବ୍ୟବହାର ଗଛ ଲଗାଇବାର  ୧୦ ଦିନ ପରେ ଥରେ ଏବଂ  ୭୫୦ ଗ୍ରାମ କାର୍ବୋଫୁରାନ କିମ୍ବା  ୯୦୦ ମିଲି , ଏଣ୍ଡୋସଲଫାନ (୩୫ ଇ.ସି)୭୦୦ ଲିଟର ପାଣିରେ  ୨୦ ଦିନ ପରେ ଛିଞ୍ଚନ କାଲେ କାଣ୍ଡବିନ୍ଧା ପୋକକୁ ଦମନ କରାଯାଇଥାଏ  ।
  • ମକା ଫସଲରେ ପତ୍ରପୋଡା ରୋଗ , ମୂଳପଚାରୋଗ ଇତ୍ୟାଦିରୁ ରକ୍ଷା ପାଇବା ପାଇଁ ଦରକାର ମୁତାବକ ପୁଞ୍ଜିସାଇଡର ବ୍ୟବହାର କରନ୍ତୁ  ।

ଆଧାର- ଚୌଧୁରୀ ଚରଣ ସିଂହ ହରିୟାନା ଏଗ୍ରିକଲଚର ୟୁନିଭରସିଟି

2.93333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top