ହୋମ / କୃଷି / କୃଷି ଉଦ୍ୟୋଗ / ଦାନ ନେଟୱର୍କ- ଜୈବିକ କୃଷି କ୍ଷେତ୍ରରେ ଆଉ ଏକ ପାଦ ଆଗକୁ
ସେଆର କରନ୍ତୁ

ଦାନ ନେଟୱର୍କ- ଜୈବିକ କୃଷି କ୍ଷେତ୍ରରେ ଆଉ ଏକ ପାଦ ଆଗକୁ

ଦାନ ନେଟୱର୍କ କୃଷକଙ୍କ ଠାରୁ ଆରମ୍ଭ କରି ସମବାୟ ସଂସ୍ଥା, ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ସହ ସମସ୍ତଙ୍କ ସହ ସଂଯୁକ୍ତ ବୋଲି କୁହନ୍ତି।

ଦାନ ନେଟୱର୍କ

ଦୁଇ ସମାନ୍ତରାଳ ବାସ୍ତବତା ମଧ୍ୟରେ ଜୈବିକ କୃଷି ଯେ ଏକ ସେତୁର କାମ କରିବ ତାକୁ ପରୀକ୍ଷଣ କରିବାର ଦାୟିତ୍ବ ନେଇଛି ଦାନ ନେଟୱର୍କ। ସହରାଞ୍ଚଳରେ ଆମର ଦ୍ରବ୍ୟର ବ୍ୟବହାର ଉପରେ କୌଣସି ନିୟନ୍ତ୍ରଣ ନଥାଏ। ଯାହାକୁ ଆମକୁ ବଦଳାଇବାକୁ ପଡ଼ିବ। ଉତ୍ପାଦକ ଏବଂ ଖାଉଟି – ଏହି ଦୁଇ ସମାନ୍ତରାଳ ରେଖା ମଧ୍ୟରେ ଥିବା ପ୍ରତିବନ୍ଧକକୁ ବାସ୍ତବରେ ଦୂର କରିବା ପାଇଁ ପଡ଼ିବ କାରଣ ପରସ୍ପର କେହି କାହାକୁ ଜାଣିନଥାନ୍ତି ବୋଲି ବୋଲି ଏହାର ସହସଂସ୍ଥାପକ ସୁଜାତାରମନୀ ମତ ଦିଅନ୍ତି।

ଦୈତ ସହଭାଗିତାରେ ହାଇଦ୍ରାବାଦରେ ଗଢ଼ା ଯାଇଥିବା ଦାନ ନେଟୱର୍କ ଏକ ସଫ୍ଟୱୟର ପ୍ରସ୍ତୁତ କରିଛନ୍ତି ଯାହା ଜୈବିକ କୃଷି ପରିବେଶ ସହ ସଂପୃକ୍ତ ସବୁ ସଦସ୍ୟଙ୍କୁ ଯୋଗାଯୋଗରେ ରହିପାରିବେ । ଦାନ ନେଟୱର୍କ କୃଷକଙ୍କ ଠାରୁ ଆରମ୍ଭ କରି ସମବାୟ ସଂସ୍ଥା, ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ସହ ସମସ୍ତଙ୍କ ସହ ସଂଯୁକ୍ତ ବୋଲି ସୁଜାତା କୁହନ୍ତି। ଏକ ସାମାଜିକ ବ୍ୟବସ୍ଥା ଅପେକ୍ଷା ମୁଖ୍ୟତଃ ଏହା ଏକ ଈ- କମର୍ସ ପ୍ଲାଟଫର୍ମ। ଏହା ଏକ ବ୍ୟାବସାୟିକ ବ୍ୟବସ୍ଥା ଏବଂ ଏହାର ସଦସ୍ୟମାନେ ଏଠି କେବଳ ସୂଚନାର ଆଦାନପ୍ରଦାନ କରନ୍ତିନି ବରଂ ଉତ୍ପାଦ ସଂପର୍କରେ ବି ମତ ବିନିମୟ କରନ୍ତି। କୃଷକମାନେ ସେମାନଙ୍କ ଶସ୍ୟ ବିକ୍ରି କରିପାରିବେ, କେଉଁ କୃଷକ କେଉଁ ଶସ୍ୟ ଉତ୍ପାଦନ କରୁଛନ୍ତି ବ୍ୟବସାୟୀମାନେ ତାର ସୂଚନା ପାଇପାରିବେ ଏବଂ ସେମାନଙ୍କ ଅଂଶଧନକୁ ତାଲିକାଭୁକ୍ତ କରିବାର ବ୍ୟବସ୍ଥା ରହିଛି।

ଦୁଇଟି ମୁଖ୍ୟ ଆବଶ୍ୟକତା ପୁରଣ କରିବା ପାଇଁ ଏହି ସଫ୍ଟୱୟର ଗଠନ କରାଯାଇଥିଲା। ପ୍ରଥମେ ଉଦାସୀନ ଭାଷା ଏବଂ ନିରକ୍ଷରତା ପାଇଁ ଯୋଗାଯୋଗର ସୁବିଧା ଏବଂ ଦ୍ବିତୀୟରେ ଅଳ୍ପ ଓଜନର ଉପକରଣ ବ୍ୟବହାର ଯେଉଁଥିରେ 3ଜି କନେକ୍ସନ ବ୍ୟବହାର କରାଯାଇପାରୁଥିବ । ଏଥିରେ ଇଂରାଜୀ ଭାଷା ବ୍ୟବହାର ହେବ କିନ୍ତୁ ସବୁକିଛି ଦୃଶ୍ୟ ଏବଂ ଫଟୋ ମାଧ୍ୟମରେ ଦର୍ଶାଯାଇପାରୁଥିବା ଆବଶ୍ୟକ ଯେପରିକି ଏହାକୁ ବୁଝିବା ପାଇଁ ପଢ଼ିବା ଏବଂ ଲେଖିବା ଆବଶ୍ୟକ ଦରକାର ହେବନାହିଁ। ଏହା ସାଂଖିକଭିତ୍ତିକ ଉପକରଣ ଯେଉଁଥିରେ ଏହାର ଅଧିକାଂଶ ଡାଟା ନମ୍ବର, ଆକାର, ମୂଲ୍ୟ, ଅଂଶଧନ ଇତ୍ୟାଦି ବୋଲି ସେ କୁହନ୍ତି। ଆଗାମୀ କିଛିମାସ ମଧ୍ୟରେ ଅନ୍ୟ 6ଟି ଦକ୍ଷିଣ ଭାରତୀୟ ଭାଷାରେ ଏହାକୁ ଅନୁବାଦ କରିବାର ଯୋଜନା ଦାନ କରିଛି ବୋଲି ସୁଜାତା ମତବ୍ୟକ୍ତ କରିଛନ୍ତି ।

ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାର

ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରର ଅସୁବିଧା ସଂପର୍କର ପ୍ରଶ୍ନରେ ସୁଜାତା କୁହନ୍ତି ଯେ ଅନ୍ୟ ବିକଶିତ ଦେଶମାନଙ୍କ ଅପେକ୍ଷା ଭାରତରେ ଭାରତରେ ଇଣ୍ଟରନେଟ ଶସ୍ତା ଏବଂ 3ଜି କନେକ୍ସନ ଏଠାରେ ସହଜରେ ଉପଲବଧ। ମାତ୍ର ପାଞ୍ଚରୁ ସାତ ହଜାରଟଙ୍କା ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସ୍ମାର୍ଟଫୋନ୍ କିଣାଯାଇପାରିବ। ବହୁ ମଧ୍ୟ ବୟସ୍କ ଚାଷୀ ଏବଂ ସେମାନଙ୍କ ପିଲା ବା କର୍ମଚାରୀଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ସେ କହିଛନ୍ତି।

ଦାନ ନେଟୱର୍କ ଆରମ୍ଭ କରିବା ପୂର୍ବରୁ ସୁଜାତା ଜଣେ ସଫ୍ଟୱୟର ଇଞ୍ଜିନିଅର ଭାବରେ କାର୍ଯ୍ୟ କରିଛନ୍ତି। ତେବେ ସେ ନିଜର ଜ୍ଞାନକୁ ବୈଷୟିକ ଦୁନିଆ ମଧ୍ୟରେ ସିମୀତ କରି ରଖିବାକୁ ଚାହିଁନଥିଲେ। କିଛି ବର୍ଷ ପୁର୍ବରୁ ସେ ଗୁଡ୍ ସି଼ଡ୍ସ ଆରମ୍ଭ କରିଥିଲେ ଯାହା ହାଇଦ୍ରାବାଦରେ ଜୈବିକ ସାମଗ୍ରୀର ଏକ ଖୁଚୁରା ବିକ୍ରୟ କେନ୍ଦ୍ର ଥିଲା। 2012 ମସିହାରେ ସୁଜାତା ତାଙ୍କ ସହଯୋଗୀ ଅସର୍ ଫରହାନଙ୍କ ସହ ଦାନ ନେଟୱର୍କ ଆରମ୍ଭ କରିବା ପରେ ନିଜର ଲକ୍ଷ୍ୟପୁରଣ କ୍ଷେତ୍ରରେ ସଫଳ ହେଇପାରିଲେ କିନ୍ତୁ ନିଜର ସବୁ ନଜର ଥିଲା ଜୈବିକ କୃଷି ଉପରେ ଯାହା ସହିତ ତାଙ୍କର ଆହବେଗ ଜଡ଼ିତ ଥିଲା।

ଏପର୍ଯ୍ୟନ୍ତ ଦାନ ନେଟୱର୍କ ଦକ୍ଷିଣ ଭାରତର 35ଟି ସମବାୟ ସଂସ୍ଥା ସହ ଅନୁବନ୍ଧିତ ହୋଇଛି। ସହଜରେ କ୍ଷୟ ହେଇପାରୁଥିବା ଦ୍ରବ୍ୟ ହାଇଦ୍ରାବାଦର ନିକଟସ୍ଥ ଅଂଚଳରୁ ଏବଂ ଅଥିକ ଦିନ ଧରି ରହିପାରୁଥିବା ଦ୍ରବ୍ୟ ଦୂର ଅଞ୍ଚଳରୁ ଆସିଥାଏ । ଆଗାମୀ କିଛି ମାସ ମଧ୍ୟରେ ବ୍ୟକ୍ତିଗତ ଭାବରେ କୃଷକ ଏବଂ କୃଷକ ଦଳମାନଙ୍କ ସହ ଜଡ଼ିତ ହୋଇ ଏହି ନେଟୱର୍କକୁ 150 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରକିଛନ୍ତି ବୋଲି ସୁଜାତା କହିଛନ୍ତି ।

ଜୈବିକ କୃଷିରେ ମୁଲ୍ୟ ଏବଂ ଉତ୍ପାଦନ ଏକ ବଡ଼ ଆହ୍ବାନ ବୋଲି ଦାନର ସଦସ୍ୟ କୁହନ୍ତି । ଜୈବିକ ଖାଦ୍ୟର ମାନ ଉନ୍ନତ ବୋଲି ସମସ୍ତେ ଜାଣନ୍ତି କିନ୍ତୁ ଏହାର ଚଢ଼ା ଦର ପାଇଁ ମଧ୍ୟବିତ୍ତ ପରିବାରଗୁଡ଼କ ମଧ୍ୟ ଏହାକୁ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ଏପର୍ଯ୍ୟନ୍ତ ନିଜ ଅର୍ଥକୁ ଦାନ ନେଟୱର୍କରେ ବିନିଯୋଗ କରିଆସିଛୁ । ଏବେ ଆମେ ଚାହୁଁଛୁ ଯେ ଲୋକମାନେ ଏହାକୁ ଆପଣାନ୍ତୁ ଏବଂ ଏହାର ମାନ ପରଖନ୍ତୁ। ଯଦି ଏହାର ମାନ ଉନ୍ନତ ଏବଂ ଗ୍ରହଣୀୟ, ତେବେ ଏହାକୁ କିଣିବା ପାଇଁ କାହାର ଅସୁବିଧା ହେବନାହିଁ ବୋଲି ସୁଜାତା କହିଛନ୍ତି। ତେବେ ଏଥିପାଇଁ ଏକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ଏହାକୁ ଏକ ଅଭ୍ୟାସରେ ଗ୍ରହଣ କରିବାକୁ ପଡ଼ିବ। ତାହେଲେ ଏହାର ଏକ ମାର୍କେଟ ପ୍ରସ୍ତୁତ ହୋଇପାରିବ।

ବିଭିନ୍ନ କାରଣ ପାଇଁ ଜୈବିକ କୃଷି ନିଜର ଆଦୃତି ପାଇବା ପାଇଁ କୃଷକମାନଙ୍କ ଠାରେ ସଂଘର୍ଷ କରିବାକୁ ପଡୁଛି। ଉତ୍ପାଦନର ଅସ୍ଥିରତା ଏବଂ ବଜାରରେ ଏହାର ଅନିୟମିତତା ମଧ୍ୟ ଏହାର ମୁଖ୍ୟ କାରଣ। ଯେଉଁମାନେ ପୂର୍ବରୁ ଜୈବିକ ଉତ୍ପାଦ ଉତ୍ପାଦନ କରିଛନ୍ତି ସେମାନଙ୍କ ସହ ଏବେ କାମ ଚାଲିଛି ବୋଲି ସୁଜାତା କୁହନ୍ତି। ବେଳେବେଳେ ଜୈବିକ ପଦ୍ଧତିରେ କୃଷି ପାଇଁ ଶିକ୍ଷାଦାନ ଦେଉଥିବା ଏନଜିଓମାନଙ୍କ ସହ ଆମେ ସହଭାଗିତା କରିଥାଉ। ମାସିକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ପାଇଁ ଆମର ଲକ୍ଷ୍ୟ ରହିଥାଏ ଯାହା ଫଳରେ କୃଷକମାନେ ଜୈବିକ କୃଷିର ଉପଯୋଗିତାକୁ ସ୍ବୀକୃତି ଦେବେ କହିଛନ୍ତି ସୁଜାତା।

ପାରମ୍ପରିକ କୃଷି ଠାରୁ ଜୈବିକ କୃଷିକୁ କିପରି କମ୍ ଖର୍ଚ୍ଚରେ ଲୋକଙ୍କ ପାଖରେ ଠିକ ପରିମାଣରେ ପହଞ୍ଚାଯାଇପାରିବ ଭଳି କିଛି ବାଧା ରହିଛି। ବିନିଯୋଗ ହେଉଥିବା ଅର୍ଥ ବି କିଭଳି ଲାଭଦାୟକ ହେବ ତାହା ବି ଦାନର ସଦସ୍ୟମାନଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ। ଅନଲାଇନ୍ ମାଧ୍ୟମରେ ପରିଚାଳିତ ହେଉଥିବାରୁ ଏହା ଦଲାଲମାନଙ୍କ ଦୌରାତ୍ମରୁ ମୁକ୍ତରହିପାରିଛି। ତେବେ ପରିବହନ ବ୍ୟବସ୍ଥା ଏବେ ବି ଏକ ମୁଖ୍ୟ ସମସ୍ୟା ଭାବରେ ରହିଛି।

ପରିବର୍ତ୍ତିତ ପ୍ରକ୍ରିୟାରେ ଜୈବିକ କୃଷିର ବହୁ ଉପାଦେୟତା ରହିଥି ବୋଲି ସୁଜାତା ମତ ରଖନ୍ତି। ଏହାକୁ କିପରି ଆଗକୁ ନିଆଯାଇପାରିବ, ଏହାର ଭବିଷ୍ୟତ କିପରି ହେବ ଭାବି ଯେତେବେଳେ ଲୋକମାନେ ଭାବନ୍ତି, ତାକୁ ଦେଖି ସୁଜାତା ଖୁସି ଅନୁଭବ କରିଥାନ୍ତି। ଦାନର ବିକାଶ ଏବଂ ଭବିଷ୍ୟତରେ ଏହାକୁ ଲୋକାଭିମୁଖୀ କରିବା ଉପରେ ତୀକ୍ଷ୍ଣ ନଜର ରଖିବୁ ବୋଲି ସୁଜାତା କହିଛନ୍ତି।

ଆଧାର

Teamodia

Yourstory

2.71428571429
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
Gadadhar Panda Oct 29, 2016 07:07 PM

ଏହି ବିଷୟରେ ନୂଆ ତଥ୍ୟ ଜାଣି ବାକୁ ମିଳିଲା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top