ହୋମ / କୃଷି / କୃଷି ଉଦ୍ୟୋଗ / ଧିଙ୍ଗରି ଛତୁ ଚାଷ
ସେଆର କରନ୍ତୁ

ଧିଙ୍ଗରି ଛତୁ ଚାଷ

ଧିଙ୍ଗରି ଛତୁ ଚାଷ ସମ୍ବନ୍ଧରେ ସୂଚନା ।

ଧିଙ୍ଗରି ଛତୁଚାଷ ବିଭିନ୍ନ ଫସଲ ଓ ଖାଦ୍ୟ

ଧିଙ୍ଗରି ଛତୁର ଆକୃତି ସମୁଦ୍ରର ଶାମୁକା ସଦୃଶ ହୋଇଥିବାରୁ ଏହାକୁ ଶାମୁକା ଛତୁ ମଧ୍ୟ କୁହାଯାଏ । ସାଧାରଣତଃ ନଭେମ୍ବର ଠାରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଛତୁଚାଷ କରାଯାଇଥାଏ । ଧିଙ୍ଗରି ଛତୁଚାଷ ବିଭିନ୍ନ ଫସଲ ଯଥା ଧାନ, ମାଣ୍ଡିଆ, ମକା, ଅଳସି, ସୋରିଷ ଓ ଚିନାବାଦାମର ବର୍ଜ୍ୟବସ୍ତୁରେ ସଫଳ ଭାବେ କରାଯାଇଥାଏ । ଏହି ଛତୁରୁ ବିଭିନ୍ନ ସଂରକ୍ଷତ ଖାଦ୍ୟ ଯେପରିକି ଆଚାର ବଡ଼, ପାମ୍ପଡ଼, ସୁପ୍ ପାଉଡର, ସ୍କାସ ଓ ସସ୍ ଇତ୍ୟାଦି ପ୍ରସ୍ତୁତ କରାଯାଇଥାଏ ।

ଚାଷ ପ୍ରଣାଳୀ

ଧିଙ୍ଗରି ଛତୁଚାଷ ପାଇଁ ବ୍ୟାଗ ପ୍ରତ, ୨ କଲୋଗ୍ରାମ ଉନ୍ନତମାନର ଶୁଖିଲା। ଧାନ ନଡ଼ା ଆବଶ୍ୟକ । ପ୍ରଥମେ ନଡ଼ାକୁ ୨ ଇଞ୍ଚ ଆକାରରେ କାଟି ଦିଅନ୍ତୁ ଏବଂ ସେହି କଟା ନଡ଼ାକୁ ପରିଷ୍କାର ପାଣିରେ ୬ ଘଣ୍ଟା ଭିଜାନ୍ତୁ । ଭିଜା ନଡ଼ାକୁ ପାଣିରୁ ଛାଣି ପରିଷ୍କାର ଜାଗାରେ ରଖ୍ ଗରମ ପାଣି କିମ୍ବା ବାଷ୍ପରେ ବିଶୋଧନ କରନ୍ତୁ । ସେହି ବିଶୋଧୂତ ନଡ଼ାକୁ ଛାଇରେ ଶୁଖାଇ ଦିଅନ୍ତୁ ଯେପରିକି ନଡ଼ାର ଜଳୀୟ ଅଂଶ ୫୫-୬୦ ପ୍ରତିଶତ ରହିବ । ଏକ ପରିଷ୍କାର ତାର ଦ୍ଵାରା ଛତୁମଞ୍ଜି ବୋତଲରୁ ୨୦୦ ଗ୍ରାମର ମଞ୍ଜିକୁ ବାହାର କରି ତାକୁ ଚାରି ଭାଗ କରିଦିଅନ୍ତୁ। ବ୍ୟାଗ୍ ପ୍ରସ୍ତୁତ ପାଇଁ ୮୦ ସେ.ମି. ଲମ୍ବ ଏବଂ ୪୦ ସେ.ମି. ଓସାର ପଲିଥିନର ଗୋଟିଏ ପାର୍ଶ୍ଵକୁ ସୁତୁଲି ଦ୍ଵାରା ବାନ୍ଧି ଦିଅନ୍ତୁ । ସେହି ମୁଣା ମଧ୍ୟରେ ଏକ ଚତୁର୍ଥାଂଶ ବିଶୋଧୂତ ନଡ଼ା ଭର୍ତ୍ତି କରନ୍ତୁ ଏବଂ ଏକ ଚତୁର୍ଥୀଙଶ ମଞ୍ଜି ନଡ଼ାର ଚାରିପାଖରେ ବିଛାଇ ଦିଅନ୍ତୁ । ଏହି ସମୟରେ ୨୦୦ ଗ୍ରାମର ସିଝା ଗହମକୁ ଚାରିଭାଗ କରି ପ୍ରତି ଭାଗକୁ ମଞ୍ଜି ସହ ଜୈବିକ ଖାଦ୍ୟ ଆକାରରେ ଦିଆଯାଇପାରିବ । ଏହିପରି ଚାରି ସ୍ତର ନଡ଼ା ଏବଂ ମଞ୍ଜି ଭର୍ତ୍ତି କରିସାରିଲା ପରେ ୨ ଇଞ୍ଚ ବହଳର ନଡ଼ା ଦେଇ ମୁଣାର ଉପରି ଭାଗକୁ ସୁତୁଲିରେ ବାନ୍ଧି ଦିଅନ୍ତୁ ।

ବ୍ୟାଗ  ପ୍ରସ୍ତୁତି ପରେ ବାୟୁ ଚଳାଚଳ ପାଇଁ ପଲିଥିନ ମୁଣାରେ ୧୦-୧୫ଟି କଣା କରି କମ ଆଲୋକ ବା ଅନ୍ଧାର ଘରେ ରଖିଦିଅନ୍ତୁ । ବ୍ୟାଗ ପ୍ରସ୍ତୁତିର ୧୫ ଦିନ ପରେ ନଡ଼ାରେ ଫିମ୍ପି ସମ୍ପୂର୍ଣ୍ଣ ରୂପେ ମାଡ଼ିଯାଏ । ଏହାପରେ ବ୍ୟାଗର ଉପରି ଭାଗ ଏବଂ ତଳଭାଗରେ ବନ୍ଧା ଯାଇଥିବା ସୁତୁଲି ଖୋଲି ପଲିଥିନକୁ ବାହାର କରିଦିଅନ୍ତୁ । ପ୍ଲାଷ୍ଟିକ ସୁତା ସାହାଯ୍ୟରେ ଏକ ଶିକା ପ୍ରସ୍ତୁତ କରି ସେଥିରେ ଫିମ୍ପି ମାଡ଼ିଥିବା ନଡ଼ା ପିଣ୍ଡୁଳାକୁ ବାନ୍ଧି କମ ଆଲୋକ ଏବଂ ବାୟୁ ଚଳାଚଳ କରୁଥିବା ସ୍ଥାନରେ ବାଉଁଶ ଥାକରେ ଝୁଲାଇ ଦିଅନ୍ତୁ । ନଡ଼ା ପିଣ୍ଡୁଳାରୁ ପଲିଥିନ ବାହାର କରିବା ପରଠାରୁ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ସିଞ୍ଚନ୍ତୁ । ପଲିଥିନ ଖୋଲିବାର ୩-୪ ଦିନ ପରେ କଢ଼ ଦେଖାଯାଏ ଏବଂ ଏହାର ୩-୪ ଦିନ ପରେ ଛତୁ ଅମଳ ଯୋଗ୍ୟ ହୋଇଥାଏ ।

ଅମଳ

ଏହି ଛତୁ ୪୫ ରୁ ୬୦ ଦିନର ଫସଲ ଚକ୍ର ମଧ୍ୟରେ ଏକ ବ୍ୟାଗରୁ ହାରାହାରି ୧.୫-୨ କିଲୋଗ୍ରାମ ପର୍ଯ୍ୟନ୍ତ ଅମଳ ହୋଇଥାଏ । ଏହିଭଳି ଏକ ବ୍ୟାଗ ପ୍ରସ୍ତୁତ କରିବା ପାଇଁ ୪୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଜଣେ ବ୍ୟକ୍ତି ୧୦୦୦ ବଗ ଫୁଟ ସ୍ଥାନରୁ ପାଖାପାଖି ୨୦,୦୦୦ - ୪୦,୦୦୦ ଟଙ୍କା ଆୟ କରିପାରିବେ । ଧିଙ୍ଗରି ଛତୁର ବିଭିନ୍ନ ଚାଷୋପଯୋଗୀ କିସମ ଏବଂ ଚାଷ ପ୍ରଣାଳୀ ପାଇଁ ଭୁବନେଶ୍ଵରରେ ଥିବା ଛତୁ ଗବେଷଣା କେନ୍ଦ୍ରର ମୁଖ୍ୟଙ୍କ ସହ ଯୋଗାଯୋଗ କରିପାରିବେ ।

ସଂଗୃହିତ - ନିରଞ୍ଜନ ଚିନରା ସହକାରୀ ଅଧ୍ୟାପକ, ସର୍ବଭାରତୀୟ ସମନ୍ୱିତ ଛତୁ ଗବେଷଣା ପ୍ରକଳ୍ପ, ଭୁବନେଶ୍ଵର,

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top