অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଙ୍କର ଧାନ ଉତ୍ପାଦନ ଓ ଚାଷ ପଦ୍ଧତି

ତଳିଘେରା ପ୍ରସ୍ତୁତି :

ମାଟି ଶୁଷ୍କ ସମୟରେ ଦୁଇଥର ହଲ ଚଳାଇ ୪-୫ ଦିନ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ   ।  ଅତିରିକ୍ତ ପାଣି ନିଷ୍କାସିତ କରନ୍ତୁ   । ମାଟିକୁ ଦୁଇ ତିନିଘର କାଦୁଅ କରି ପତା ଚଳାଇ ସମତୁଲ କରନ୍ତୁ   ।  ତଳିଘେରା ପ୍ରସ୍ତୁତି ପାଇଁ ଶେଷଥର କାଦୁଅ କରିବା ପୂର୍ବରୁ ପ୍ରତି ଏକ ଶହ ବର୍ଗମିଟର  ପାଇଁ ୫୦୦ ଗ୍ରାମ, ଯବକ୍ଷାରଯାନ ,୫୦୦ ଗ୍ରାମ ଫସଫରସ,୫୦୦ ଗ୍ରାମ ପଟାସ ସାର ଓ ୧୦୦ କିଗ୍ରା ,  କମ୍ପୋଷ୍ଟ ପ୍ରୟୋଗ କରି ମାଟି ଏ ଭଲକରି ମିଶାନ୍ତୁ   । ପ୍ରତି ବର୍ଗମିଟର ପିଛା  ୨୦-୨୫ ଗ୍ରାମ ବିହନ ଆବଶ୍ୟକ  ।  ଏକ ହେକ୍ଟର ଚାଷ ଜମି ପାଇଁ  ୬୦୦ ବର୍ଗମିଟର ତଳିଘେରା ପ୍ରସ୍ତୁତି ଆବଶ୍ୟକ   ।

ବିହନ ବାଛିବା

  • ବିଶ୍ଵସନୀୟ ବିହନ ବିକ୍ରୟ କେନ୍ଦ୍ରରୁ ଉପଯୁକ୍ତ ଲେବଲ ଥିବା ବିହନ କିଣନ୍ତୁ  ।
  • ସଙ୍କର ଧାନ ବହୁତ ହାଲୁକା ଅଟେ   ।  ଧାନରୁ ଆଗାଡିକୁ ଅଲଗା କରିବା ପାଇଁ ଲୁଣ ପାଣିର ବ୍ୟବହାର କରନ୍ତୁ ନାହିଁ ଏହି ହାଲୁକା ବିହନରୁ ମଧ୍ୟ ଭଲ ଅଙ୍କୁରୋଦଗମ ହୁଏ   ।

ବିହନ ପରିମାଣ

  • ଏକ ହେକ୍ଟର ଜମିର ଚାଷ ପାଇଁ  ୧୨-୧୫ କିଗ୍ରା, ସଙ୍କର ଧାନର ଆବଶ୍ୟକ ହୁଏ  ।

ବିହନ ବିଶୋଧନ

  • ବିହନକୁ  ୧୨ ଘଣ୍ଟା ପାଣିରେ ବତୁରାଇବା ପରେ ତାକୁ କାରବାନଡିଜିମ ବା ବାଭିଷ୍ଟନ ୨ ଗ୍ରାମ ପ୍ରତି କିଗ୍ରା ମଞ୍ଜି ସହିତ ମିଶାନ୍ତୁ   ।
  • ବିଶୋଧିତ ମଞ୍ଜିକୁ ଛାଇରେ ଭଲକରି ଶୁଖାନ୍ତୁ   ।  ଅଖା ବା ପାଳରେ ତାକୁ ଭଲ ଭାବରେ ଘୋଡାଇ ଦିନକୁ ଦୁଇ ତିନିଥର ଜଳ ଛିଞ୍ଚନ୍ତୁ   । ଏକରୁ ଦୁଇ ଦିନ ମଧ୍ୟରେ ମଞ୍ଜିକୁ ଗଜା ଉଠିବ   ।

ବିହନ ବୁଣିବାର ସମୟ ଓ ପଦ୍ଧତି

  • ବିହନ ବର୍ଷାଦିନେ ଜୁନ ମାସ ମଝିରେ ଏବଂ ଖରାଦିନେ ନଭେମ୍ବର ଡିସେମ୍ବର ମାସରେ ବୁଣାଯାଏ   ।
  • ଅଙ୍କୁରୋଦଗମ ହୋଇଥିବା ବିହନକୁ ଭଲଭାବେ ସମତୁଲ ତଥା ଠିଆପାଣି ନଥିବା ତଳିଘେରାରେ ଭଲଭାବେ ବୁଣନ୍ତୁ   ।

ତଳିଘେରାର ଯତ୍ନ

  • ବୁଣିବାର ପ୍ରାୟ ଦୁଇ ତିନି ଦିନ ଯାଏ ତଳିଘେରାକୁ  ଓଦାରାଖୀ ପରେ ପତଳା କରି ପାଣି ମଡାଯାଇ ପାରେ   ।
  • ବୁଣିବାର ୧୫ ଦିନ ପରେ ପୋକ ଆକ୍ରମଣକୁ ରକ୍ଷା କରିବା ପାଇଁ ପ୍ରତି ଶହ ବର୍ଗମିଟର ତଳିଘେରା ପାଇଁ  ୨୫୦ ଗ୍ରାମ ଫ୍ୟୁରାଡନ – ୩  ପ୍ରୟୋଗ କରନ୍ତୁ  ।
  • ତଳିଘେରାକୁ ଘାଷରୁ ସଫା ରଖନ୍ତୁ

ରୋଇବା ପାଇଁ ଜମି ପ୍ରସ୍ତୁତି :- ନିଶ୍ଚିତ ଭାବେ ଜଳସେଚନ ଓ ନିଷ୍କାସନର ସୁବିହା ଥିବା ମଝିଆଳି ଜମି ସଙ୍କର ଧାନ ଚାଷ ପାଇଁ ଉପଯୁକ୍ତ   । ରୋଇବାର ୧୫ ଦିନ ପୂର୍ବରୁ ହେକ୍ଟର ପ୍ରତି  ୫ ଟନ କମ୍ପୋଷ୍ଟ ଦେଇ ଜମିକୁ ବ ମାଟିକୁ ଭଲଭାବେ ମିଶାଜାଏ   । ତାଳି ରୋଇବାର ୩ ରୁ ୧୦ ଦିନ ପୂର୍ବରୁ ମାଟିକୁ ଭଲଭାବେ କାଦୁଅ କରି ସେଥିରେ ଘାସ ଦମନ କରାଯାଏ ଏବଂ ଜମିକୁ ଶେଷଥର ପାଇଁ ପତା ଚଳାଇ ସମତୁଲ କରାଯାଏ   ।

ସାର ପ୍ରୟୋଗ

ସଙ୍କର ଧାନ ଫସଲ ଖରିଫ ଋତୁରେ ହେକ୍ଟର ପିଛା ୧୦୦ କିଗ୍ରା,ଯବକ୍ଷାରଯାନ ,୫୦, କିଗ୍ରା,ଫସଫରସ ଓ ୫୦ କିଗ୍ରା ପଟାସ ଏବଂ ରବି ଋତୁରେ ୧୨୦ କିଗ୍ରା , ଯବକ୍ଷାରଜାନ,୪୫ କିଗ୍ରା , ଫସଫରସ ଓ ୯୦ କିଗ୍ରା ପଟାସ ଦରକାର କରିଥାଏ  । ମୋଟ ଯବକ୍ଷାରଜାନ ବା ଚାରିଭାଗା, ସମୁଦାୟ,ଫସଫରସ ଓ ଚାରିଭାଗରୁ ତିନିଭାଗ ପଟାସ କୁ ମୂଳସାର ଭାବେ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରାଯାଏ   । ପରେ ଅବଶିଷ୍ଟ ତିନି ଚତୁର୍ଥାଂଶ ଯବକ୍ଷାରଜାନ ସାରକୁ ସମାନ ତିନିଭାଗକରି ଯଥାକ୍ରମେ ରୋଇବାର  ୩ ସପ୍ତାହ ପରେ ଏବଂ କେଣ୍ଡା ବାହାରିବା ସମୟରେ ପ୍ରୟୋଗ କରାଯାଇଥାଏ   ।  ସେହିପରି ଅବଶିଷ୍ଟ ରୋଇବାର  ୬ ସପ୍ତାହରେ ପ୍ରୟୋଗ କରାଯାଏ   ।

ଜଳସେଚନ ଓ କୃଷି ପଦ୍ଧତି :

ରୋପଣର ଦୁଇଦିନ ପରେ ଜଳସେଚନ କରନ୍ତୁ   । ରୁଆ ହେବାର  ୫ ଦିନ ଠାରୁ ହାରାହାରି ୫ ସେମି ପାଣି କିଆରିରେ ବାନ୍ଧି ରଖନ୍ତୁ   ।   ୭ ରୁ ୧୦ ଭୀତରେ ମଲାଗଛ ଉପୁଡାଇ ନୂଆ ତଳି ରୋଇଦେବା ଆବଶ୍ୟକ   ।  ଅତିକମ ରେ ଦୁଇଥର ଘାସ ବାଛି ସଫା କରନ୍ତୁ   । ପ୍ରଥମଥର ଧାନ ରୋଇବାର  ୨୧ ଦିନ ପରେ ଏବଂ ଦ୍ଵିତୀୟ ଥର ଧାନ ରୋଇବାର ୪୨ ଦିନ ପରେ   ।

ଗଛ ସୁରକ୍ଷା

  • ଜମିକୁ କୀଟ ଏବଂ ରୋଗ ପୋକ ନ ଲାଗିଲା ପାଇଁ ସବୁବେଳେ ଗଛ ଉପରେ ନଜର ରଖିବା ଆବଶ୍ୟକ   ।  ଦରକାର ହେଲେ ରାସାୟନିକ ଔଷଧ ପ୍ରୟୋଗ କରନ୍ତୁ  ।
  • ଜମିର ହୁଡାରୁ ଘାଷ ସଫା କରନ୍ତୁ

କୀଟ ନିୟନ୍ତ୍ରଣ

  • ଫସଲକୁ କ୍ଷତିକାରୀ କୀଟ ଦାଉରୁ ମୁକ୍ତ ରଖିବା ପାଇଁ ଧାନ ରୋପଣର ତିନି ସପ୍ତାହ ପରେ ହେକ୍ଟର ପିଛା ଫ୍ୟୁରାଡନ ୩ କିଗ୍ରା ଦରରେ ଏବଂ ମନୋକ୍ରୋଟପସ ୩୬ ଇସି ୧.୫ ଲିଟର ଦରରେ ଜମିରେ ସିଞ୍ଚନ କରନ୍ତୁ   ।
  • ହେକ୍ଟର ପିଛା କ୍ଳୋରୋପାରିଫସ ୨୦ ଇସି ୨.୫ ଲିଟର ଦରରେ  ୧୫ ଦିନ ଅନ୍ତରାଳେରେ ସିଞ୍ଚନ କାଲେ ଜମି ଖ୍ୟାତିକାର କୀଟରୁ ମୁକ୍ତି ରହିବ  ।
  • ଗନ୍ଧି ପୋକ ନିୟନ୍ତ୍ରଣ ପାଇଁ ୧୫ କିଗ୍ରା କ୍ଳୋରୋଫାଇରିଫସକୁ ହେକ୍ଟର ପିଛା ଏବଂ ମନୋକ୍ରୋଟଫସକୁ  ୧.୫ ଲିଟର ହେକ୍ଟର ପିଛା ପ୍ରୟୋଗ କରନ୍ତୁ   ।
  • ପତ୍ରପୋଡା ପୋକ ଦମନ ପାଇଁ ହେକ୍ଟର ପିଛା ୨୫ ଇସି ଦୁଇଲିଟର କ୍ୟୁଇନାଇଫସ ସିଞ୍ଚନ କରନ୍ତୁ   ।

ରୋଗ ନିୟନ୍ତ୍ରଣ

  • ମହିଷା ଏବଂ ପତ୍ରଚିତା ରୋଗ ପାଇଁ ହେକ୍ଟର ପିଛା ୦.୧ ଶତକଡା ହିନୋସାନ ଏବଂ  ୦.୧% ବାଭିଷ୍ଟନ ସିଞ୍ଚନ କରନ୍ତୁ   ।
  • ଆଛାଦପୋଡା ରୋଗ ପାଇଁ ସିଥମାର  ୨ ମିଲି ଏକ ଲିଟର ପାଣି ଏ ମିଶାଇ ସିଞ୍ଚନ କରନ୍ତୁ  ।
  • କବକ ଜନିତ ରୋଗ ତଥା ପତ୍ରପୋଡା ରୋଗପାଇଁ ପଟାସ ସାର  ୨୦ କିଗ୍ରା ଏକ ହେକ୍ଟର ଜମିରେ ଫସଲ ଉପରେ ପକାନ୍ତୁ   । ଜମିରୁ ଜଳ ନିଷ୍କାସନ କରନ୍ତୁ   । ଯବକ୍ଷାରଜାନ ଟିକେ ଡେରିରେ ପକାନ୍ତୁ   ।
  • ଭୂତାଣୁ ଜନିତ ରୋଗ ପାଇଁ ଆକ୍ରାନ୍ତ ବୁଡା ଗୁଡିକ ଉପାଡି ନଷ୍ଟ କରିଦିଅନ୍ତୁ   । ରୋଗ ବାହକ ହଳଦୀଗୁଣ୍ଡି କୀଟ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି  ୩୦ କିଲୋଗ୍ରାମ ଫ୍ୟୁରାଡନ ପ୍ରୟୋଗ କରନ୍ତୁ   ।

ଧାନ କଟା ଓ ଅମଳ

କ୍ଷୀର ଢୋକିବାକୁ ପ୍ରାୟ ୧୫ ଦିନ ପରେ ଜମିରୁ ଜଳ ନିଷ୍କାସନ କରିବା ଉଚିତ   ।  ଏହା ଦ୍ଵାରା ଧାନ ଠିକ ଭାବେ ପାଚିଯାଏ   । ଧାନକେଣ୍ଡାର ଶତକଡା  ୮୦ ଭାଗ ଧାନ ପାଚିଗଲେ ଦାନ କାଟି ଦେବା ଦରକାର   । କଟା ଧାନକୁ ଦଫା ଜାଗାରେ ରାଖୀ ଅମଳ କରି , ପାଛୋଟି ଏବଂ ପରେ ସଫା ଧାନକୁ ଭଲଭାବରେ ଖରାରେ ଶୁଖାଇ ସାଇତି ରଖିବେ   । ଧାନ ଭଲଭାବେ ନ ଶୁଖିଲେ ସାଇତି ରଖିବା ସମୟରେ ରୋଗ ପୋକ ଆକ୍ରମଣ କରନ୍ତି   ।

ବିଶେଷ ସୂଚନା

  • ଅମଳ ହୋଇଥିବା ସଙ୍କର ଧାନକୁ ଆଉଠାରେ ବିହନ ଭାବେ ବ୍ୟବହାର କରାଇବା ଅନୁଚିତ । /
  • ଯବକ୍ଷାରଜାନକୁ ଚାରି ଥର ସମାନ ଭାଗରେ ପ୍ରୟୋଗ କରନ୍ତୁ (ଧାନ ରୋଇବା ପୂର୍ବରୁ  ,୨୧ ଦିନ ରୋପଣ ପରେ , ଥୋଡ ବାହାରିବା ସମୟରେ ଏବଂ କେଣ୍ଡା ବାହାରିବା ସମୟରେ)
  • ପଟାସ ସାରକୁ ଦୁଇଭାଗରେ ପ୍ରୟୋଗ କରନ୍ତୁ (୪ ଭାଗରୁ ୩ ଭାଗ ମୂଳ ସାର ଆକାରରେ ଏବଂ ଅବଶିଷ୍ଟାନ୍ସ  ଥୋଡ ବାହାରିବା ସମୟରେ  )
  • ଗଜା ବିହନକୁ ପ୍ରତି ଏକ ବର୍ଗମିଟର ଜଳି ଘେରରେ ପ୍ରାୟ  ୨୦ ଗ୍ରାମ ହିସାବରେ ସମ ବ୍ୟବଧାନରେ ପତଳା କରି ବୁଣାଯିବା ଉଚିତ   ।  ଏହା ତଳି ହୃଷ୍ଟପୃଷ୍ଟ ହୋଇ ବଢିବାର ସାହାଯ୍ୟ କରେ   ।
  • ରୋପଣ ସମୟରେ ବୁଦାପ୍ରତି ଗୋଟିଏ ବା ଦୁଇଟି ଗଛରୁ ଗଛ ୧୫ ସେମି ରେ  ୧୫ ସେମି କିମ୍ବା ୧୫ ରେ  ୨୦ ସେମି ବ୍ୟବଧାନରେ ରୋଇବା ଉଚିତ   ।

ଆଧାର – ସଂସାର ଆଗ୍ରୋପୋଲ ପ୍ରାଇଭେଟ ଲିମିଟେଡ ।

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate