ହୋମ / କୃଷି / କୃଷି ଉଦ୍ୟୋଗ / ନୂଆ ଲଙ୍କା କିସମ
ସେଆର କରନ୍ତୁ

ନୂଆ ଲଙ୍କା କିସମ

ନୂଆ ଦାଣ୍ଡିକଟ୍’ ଲଙ୍କା କିସମ କିପରି କୃଷି ଉଦ୍ୟୋଗ କରିବେ । ସେ ସମ୍ବନ୍ଧରେ ସୂଚନା ।

‘ଦାଣ୍ଡିକଟ୍’ ଲଙ୍କା

ଦେଶରେ ଲୋକଙ୍କ ଦ୍ଵାରା କେତେ ପରିମାଣରେ ଲଙ୍କା ଖିଆଯାଉଛି ତାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ  ହେବେ । କେବଳ  ଲଙ୍କାରୁ ଡେମ୍ଫ ଛିଣ୍ଡାଇ ତାହା ଗଚ୍ଛିତ କରି ରଖିବାକୁ ବର୍ଷକୁ ପ୍ରାୟ ୩୨୦ କୋଟି ଟଙ୍କା  ଖର୍ଚ୍ଚ ହେଉଛି । ଏଥିରେ ବହୁ ସଂଖ୍ୟାରେ ଶ୍ରମିକ ନିୟୋଜିତ ହେଉଛନ୍ତି । ତେବେ ଧାରାୱାଡସ୍ଥିତ ଏକ ଘରୋଇ ଗବେଷଣା ସଂସ୍ଥା ଏଭଳି ଏକ ଲଙ୍କା କିସମର ବିକାଶ କରିଛି ଯାହାକୁ ମୂଳ ଗଛରୁ  ବିନା ଡେମ୍ଫରେ ତୋଳିହେବ । ଫଳ ପାଚିବାପରେ ତାହାକୁ ଯେତେବେଳେ ତୋଳାଯିବ ସେତେବେଳେ ଡେମ୍ଫ ଗଛ ସହିତ ଲାଗି ରହିବ । ଏହି ନୂଆ କିସମ ଲଙ୍କାର ନାମ ‘ଦାଣ୍ଡିକଟ୍’  ରଖାଯାଇଛି ।

ଗବେଷଣା ସଂସ୍ଥା ମତ

କିନ୍ତୁ ସାଧାରଣ କିସମରେ ଲଙ୍କା ତୋଳିବା ସମୟରେ ତାହାସହିତ ଡେମ୍ଫ ମଧ୍ୟ ଛିଣ୍ଡି ଲାଗିରହେ । ଏହି ନୂଆ କିସମରେ ଅର୍ଦ୍ଧ-ପତ୍ରଝଡା ଦେଉଥିବା ଜିନ୍ କୁ ସ୍ଥାନ  ଦିଆଯାଇଛି । ଏହାଦ୍ଵାରା ତୋଳିବା  ସମୟରେ ଡେମ୍ଫ ଗଛ ସହିତ ଲାଗି ରହିବ ଏବଂ ଫଳ ଖାଲି ତୋଳାଯାଇପାରିବ  ବୋଲି ଗବେଷଣା ସଂସ୍ଥାର ମୁଖ୍ୟ ଏନ ବି ଗଦ୍ଦାଗିମଥ୍  କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଏହିଭଳି କିସମ ଦେଶରେ ପ୍ରଥମ ଥର  ପାଇଁ ବିକଶିତ କରାଯାଇଛି । ଲଙ୍କାରେ ଡେମ୍ଫ ଲାଗି ରହିଲେ ତାହା ଫିମ୍ପି ମାରିବାର ମୁଖ୍ୟ କାରଣ ହୋଇଥାଏ    ଏବଂ ଲଙ୍କାର  ଗୁଣବତ୍ତା ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଲଙ୍କାରୁ ଡେମ୍ଫ ଛଡାଇବାକୁ ପ୍ରତିବର୍ଷ ଦେଶରେ ୧୦୬ ଲକ୍ଷ ଶ୍ରମ ଦିବସ ବିତାଇବାକୁ      ହେଉଛି । କାରଣ ଦେଶରେ ପ୍ରାୟ ୧୬ ଲକ୍ଷ ଟନ ଲଙ୍କା ଉତ୍ପାଦିତ ହେଉଛି । ସେଥିରୁ ଡେମ୍ଫ ଛଡାଇଲେ ତାହା ପ୍ରାୟ ୫୦୦୦ ଟ୍ରକ୍ ହେବ ।

ଆଧାର – ଦୈନିକ ପ୍ରମେୟ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top