ସେଆର କରନ୍ତୁ

ପଣସ ଚାଷ

ପଣସ ଚାଷ ସମ୍ବନ୍ଧରେ ସୂଚନା ।

ଫଳ ଭିତରେ ପଣସ ସବୁଠୁଁ ବଡ଼ ଆକାରର। କଞ୍ଚା ପଣସ ବା ପଣସ କଠ ତରକାରି ଘରେ ଘରେ ପରିଚିତ ଓ ଏକ ପ୍ରିୟ ଖାଦ୍ୟ । ଏଥିରେ ଭିଟାମିନ୍ ବି' କମ୍ରେକ୍ଟ ପ୍ରଚୁର ପରିମାଣରେ ରହିଥାଏ ।

ପଣସ ଭଲ ଭାବେ ହଜମ ହେବା ସହ ମଣିଷର କ୍ଷୁଧା ବଢ଼ାଇଥାଏ । ରକ୍ତଚାପ ରୋଗୀ, ଶ୍ୱାସ ରୋଗୀ ଓ ଦୃଷ୍ଟିଶକ୍ତିରେ ଦୁର୍ବଳ ଥିବା ଲୋକମାନଙ୍କ ପାଇଁ ଏହା ଏକ ଉତ୍ତମ ଫଳ ।

ପାଚିଲା ପଣସ, ସ୍ଵାଦିଷ୍ଠା ପଣସ ମଞ୍ଜିକୁ ତରକାରି କରାଯାଏ । ପଣସରେ ୧.୯% ପୁଷ୍ଟିସାର ଓ ୦.୮% ଖଣିଜ ଲବଣ ରହିଥାଏ । ଗଞ୍ଜାମ, କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ଢେଙ୍କାନାଳ ଓ କେନ୍ଦୁଝର ଜିଲାର ପାହାଡ଼ିଆ ଅଞ୍ଚଳର ଲୋକେ ବର୍ଷର ୪-୫ ମାସ ଏହି ଗଛର ଫଳ ଓ ମଞ୍ଜି ଉପରେ ନିର୍ଭର କରି ଚଳିଥାନ୍ତି ।

ମୃତ୍ତିକା, ଜଳବାୟୁ ଓ କିସମ

ଆମ ରାଜ୍ୟର ସବୁ ମାଟିରେ ପଣସ ଚାଷ ହୋଇପାରିବ । ଉର୍ବର, ଦୋରସା ମାଟି ହେଲେ ଭଲ । ଉନ୍ନତ, ଅଧିକ ଅମଳକ୍ଷମ କିସମ ମଧ୍ୟରେ ଖଜରା, କାଦୁଆ, କର୍ପୂର, ଗୁଲାବି, ଚମ୍ପା, ହଜାର, ରୂଦ୍ରାକ୍ଷୀ, ସିଲୋନ୍, ଜର୍ଜା, ଭଦୋହୀ, ମୁତ ମଭରିକା, ସିଙ୍ଗାପୁର, ଦିୱାରିଆ ଅନ୍ୟତମ ।

ବଂଶବିସ୍ତାର, ଲଗାଇବା ଓ ଖତ ସାର

ମଞ୍ଜିରୁ ଚରା ପ୍ରସ୍ତୁତ କରି ବା ସିଧାସଳଖ ମଞ୍ଜି ଲଗାଯାଇଥାଏ । ଜୁଲାଇ-ଅଗଷ୍ଟ ମାସରେ ପଣସ ଲଗାଯାଏ । ଧାଡ଼ିକୁ ଧାଡ଼ି ଓ ଗଛରୁ ଗଛ ଦୂରତା ୧୦ ବା ୧୨ ମିଟର ରଖାଯାଏ । ଏତତ୍ପର ଏକର ପ୍ରତି । ୨୮ ବା ୪୦ଟି ଗଛ ଲାଗିଥାଏ । ୩ ଫୁଟ୍ ଲମ୍ବା, ପ୍ରସ୍ଥ ଓ ଉଚ୍ଚତାର ଗାତ କରି ୩-୪ ଝୁଡ଼ ଖତ, ୨ କି.ଗ୍ରା.। ପିଡ଼ିଆ, ମୂଳ ସାର ଭାବେ ୬୦୮୦-୯୦) ହିସାବରେ ସାର (ଅର୍ଥାତ୍ ୧୮୦ ଗ୍ରାମ୍ ଡି.ଏ.ପି.୬୦ ଗ୍ରାମ ୟୁରିଆ ଓ ୯୦ ଗ୍ରାମ୍ ପଟାସ୍) ମାଟି ସହ ଗୋଳାଇ ଗଛକୁ ସିଧା କରି ପୋତାଯାଏ । ବଢୁଥିବା ଗଛ ଓ ବର୍ଷ ପ୍ରତି ୧୭୫ ଗ୍ରାମ୍ ଡି.ଏ.ପି. + ୨୦୫ ଗ୍ରାମ୍ ୟୁରିଆ + ୪୮୦ ଗ୍ରାମ ପଟାସ୍ ସାର ଦୁଇଭାଗରେ ଜୁଲାଇ ଓ ଅକ୍ଟୋବର ମାସରେ ପ୍ରୟୋଗ କରାଯାଏ । ଖରାଦିନେ ୨-୩ ସପ୍ତାହ ଅନ୍ତରରେ ଜଳସେଚନ ଦେବା ଆବଶ୍ୟକ ।

ରୋଗ, ପୋକ, ପରିଚାଳନା

ପତ୍ର ଦାଗ ହେଲେ କ୍ଲୋରୋଥାଲୋନିଲ୍ ୭୫% ବା କାର୍ବେଣ୍ଡାଜିମ୍ ଔଷଧର ୨ ଗ୍ରାମ୍ ଲିଟର ପ୍ରତି, ଫଳ କଳାପଡ଼ି ପଚି ଝଡ଼ିଲେ, କପର୍ ଅକ୍ସିକ୍ଲୋରାଇଡ୍ ବା ମାନ୍‌କୋଭେ ବ୍ ବା ବୋର୍ଡକୁ ଦ୍ରବଣର ୩ ଗ୍ରାମ ଲିଟର ପ୍ରତି ୧୫ ଦିନ ଅନ୍ତରରେ ୨-୩ ଥର: କାଣ୍ଡ ଓ ଫଳ ବିନ୍ଧା ବା ପତ୍ର ଓ କଢ଼ଖୁଆ ପୋକ ହେଲେ କ୍ଲାନାଲ୍‌ଫସ୍ ୨ ମି.ଲି. ଲିଟର ପ୍ରତି ଗଛକୁ ସିଞ୍ଚନ କରାଯାଏ ।

ପଣସ ବିହନ ଉତ୍ପାଦନ ଓ ପ୍ରମାଣନ

କଲମି କରିବା ପୂର୍ବରୁ କଲମି ମୂଳକୁ ଅତି କମ୍ରେ ଥରେ ନିରୀକ୍ଷଣ କରାଯିବା ଆବଶ୍ୟକ । କୋଙ୍କାନ୍ ପ୍ରେଲିଫିକ୍ ଏକ ଲୋକପ୍ରିୟ ବିଜ୍ଞାପିତ କିସମ । ସେହିପରି ମା’ ଗଛର ଫଳ ପାକଳ ଅବସ୍ଥାରେ ଅତିକମରେ ଥରେ ମା’ ଗଛର ସ୍ଵାସ୍ଥ୍ୟ ଓ ଫଳର ଗୁଣାବଳୀ ଅନୁଧାନ କରାଯାଏ । କଲମି କାଣ୍ଡ  ବିକ୍ରି ପୂର୍ବରୁ ତାହାର ଗୁଣାବଳୀ ବିଷୟରେ ନିଶ୍ଚିତ ହେବା ଲାଗି ସର୍ବନିମ୍ନ ଥରେ ପରିଦର୍ଶନ କରାଯାଏ । ସେ ସବୁ ହେଲା- (୧) ବିଲଗ୍ନ ଦୂରତା ସର୍ବନିମ୍ନ ୩ ମିଟର ରଖାଯାଏ । (୨) ଅନ୍ୟ ମିଶା କିସମ ଗଛ। ସଂଖ୍ୟା ୧୦୦୦ରେ ସର୍ବାଧକ ୧ଟି ରହିପାରିବ । କଲମି କାଣ୍ଡ (କ୍ରେନ୍)ର ବିଶେଷ ଗୁଣାବଳୀ ହେଲା – କଲମି ମୂଳର ବ୍ୟାସ ୧-୧.୨୫ ସେ. ମି.; କଲମି ମୂଳର ଉଚ୍ଚତା ୧୫-୨୦ ସେ.ମି.: ଯୋଡ଼ ସ୍ଥାନଠାରୁ ୧୦ ସେ.ମି. ଉଚ୍ଚରେ ଥାଇ କଲମି କାଣ୍ଡର ବ୍ୟାସ ୧.୨୫ -୧.୫୦ ସେ.ମି. ଏବଂ କଲମିର ଉଚ୍ଚତା ୩୦-୩୫ ସେ.ମି.; କଲମି କାଣ୍ଡ ପୁଆମୁକ୍ତ ରହିବା ତଥା କଲମି ଥାକରେ ଅଯୋଗ୍ୟ କାଣ୍ଡର ସଂଖ୍ୟା ୫%ରୁ ଅଧିକ ନ ରହିବା ଉଚିତ ।

ଅମଳ ଓ ଆୟବ୍ୟୟ

ଗଛ ଲଗାଇବାର ୭-୮ ବର୍ଷ ବେଳକୁ ଫଳ ଆସିଥାଏ । ଗୋଟିଏ ପଣସ ଗଛରୁ ୧୦୦ରୁ ଅଧିକ ବା ୫୦୦ କି. ଗ୍ରା. ଯାଏଁ ଫଳ ଅମଳ ହୋଇଥାଏ । ମାର୍ଜଏପ୍ରିଲ୍ ବେଳକୁ ଗଛରେ ଫଳ ଆସେ । ମେ ଓ ଜୁନ୍ ବେଳକୁ କଞ୍ଚା ଓ ପରେ ପାଚିଲା ପଣସ ତୋଳାଯାଏ । ଏପରିକି ବର୍ଷାଦିନ ପର୍ଯ୍ୟନ୍ତ ମଧ୍ୟ ପଣସ ବଜାରରେ ମିଳିଥାଏ । ଏକର ପ୍ରତି ବାର୍ଷିକ ଅନ୍ୟୁନ ୩୦ ହଜାର ଟଙ୍କା ଲାଭ ମିଳିଥାଏ ।

ଆଧାର – ଡ଼. ପରେଶ କୁମାର ପଣ୍ଡା, ସହକାରୀ ବିହନ ପ୍ରମାଣନ ଅଧକାରୀ,ଓସୋପ୍କା, ମୋ : ୭୨୦୫୦୯୬୦୮୦

4.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top