ସେଆର କରନ୍ତୁ

ଦଶମ ପରିଚ୍ଛେଦ

ପନିପରିବା ମଧ୍ୟରେ ଶାଗ ଜାତୀୟ ପାରିବା ବହୁ ପ୍ରାଧାନ୍ୟ ଲାଭ କରିଛି ।

ଶାଗ ଜାତୀୟ ପନିପରିବା

ପନିପରିବା ମଧ୍ୟରେ ଶାଗ ଜାତୀୟ ପାରିବା ବହୁ ପ୍ରାଧାନ୍ୟ ଲାଭ କରିଛି । ମଣିଷ ପ୍ରାଚୀନ କାଳରୁ ବଣ ଜଙ୍ଗଲରୁ ନାନା ପ୍ରକାରର ପତ୍ର ସଂଗ୍ରହ କରି ଉଦର ଭକ୍ଷଣ କରିବା ଶିଖିଥିଲା । ସହରବାସୀଙ୍କ ତୁଳନାରେ ପଲ୍ଲୀବାସୀ ଶାଗ ବହୁ ପରିମାଣରେ ବ୍ୟବହାର କରିଥାନ୍ତି । ନାନା ପ୍ରକାର ଶାଗ ଫସଲ କରି ବ୍ୟବହାର କରିବା ଅଦ୍ୟାବିଧି ଦେଖାଯାଏ । ପତ୍ର ଉଦ୍ଭିଦ ଭିତରେ ବନ୍ଧାକୋବି ଲେଟ୍ୟୁସ, ଫୁଲକୋବିର କୋମଳ ପତ୍ର, ଗାଜର, ମୂଳା, ଶାଗ ଜାତୀୟ ପନିପରିବା ଗୁଡିକରୁ ଆମେ ନିମ୍ନଲିଖିତ ଖାଦ୍ୟ ପାଇଥାଉ ।

ଆମ ସ୍ୱାସ୍ଥ୍ୟ ଲାଗି ଦରକାର ହେଉଥିବା ନାନା ପ୍ରକାରର ଖାଦ୍ୟସାର ପତ୍ରଗୁଡ଼ିକରେ ଜମି ରହିଥାଏ । ପ୍ରୋଟିନ, ଶର୍କରା, ଚର୍ବି, ଲବଣ ଓ ଖାଦ୍ୟପ୍ରାଣ ଗୁଡିକ ପତ୍ର ଭିତରେ ରହିଥାଏ ।

ପତ୍ରଗୁଡିକରେ ଥିବା କୋଷ ଗୁଡିକରେ ଚୂର୍ଣ୍ଣ, ଲୌହ, ପ୍ରସଫୁରକ ଓ ପଟାସ ଭରପୁର ହୋଇଥାଏ । ଶାଗ ଜାତୀୟ କେତୋଟି ଫସଲର ଖାଦ୍ୟ ମୂଲ୍ୟର ତାଲିକା (୩୬) ରେ ଦିଆଯାଇଛି ।

ଶାଗରେ ସେଲିଲୋକ ଯେପରି ତନ୍ତୁଯୁକ୍ତ ପଦାର୍ଥ ଓ ଜାତୀୟ ଅଂଶ ଯୋଗାଇବା ଫଳରେ ଖାଦ୍ୟରେ ତନ୍ତୁ ବଢେ ଓ ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ ।

ସବୁଜ ଶାଗ ବା ପାକ ଜାତୀୟ ପରିବା ଭକ୍ଷଣ କରିବା ପରେ ସେଥିରେ ଥିବା ଗର୍ଜରେଣ୍ୟ ଆମ ଦେହରେ ଭିଟାମିନ (ଏ) ରେ ପରିଣତ ହୋଇଥାଏ ଓ ଯକୃତ ରେ ଏହା ସଗୃହିତ ହୋଇ ରହେ । ସ୍ଵାସ୍ଥ୍ୟର ଦରକାର ମୁତାବକ ଏହାର ବ୍ୟବହାର ହୋଇଥାଏ । ଶାଗର ପ୍ରକାର ଭେଦରେ ଓ ଚାଷ ହେଉଥିବା ଋତୁ ଅନୁଯାୟୀ ସେଗୁଡିକରେ ଏହି ଭିଟାମିନ (ଏ) ଆମେ ପାଇଥାଉ, ଯାହାକି ପ୍ରତି ମଣିଷ ଲାଗି ଦିନକୁ ଏହା ଯଥେଷ୍ଟ ହୋଇଥାଏ । ଏହାଛଡା ଶାଗରେ ଭିଟାମିନ (ସି, ବି-୨ ଓ କେ) ଇତ୍ୟାଦି ବହୁ ପରିମାଣରେ ଥାଏ ।

ଶାଗ ଜାତୀୟ ପରିବା ଗୁଡିକର ଚାଷ ପ୍ରଣାଳୀ ସହଜ ଓ କମ ସମୟରେ ଅମଳ ହୋଇଥାଏ । ଏହା ଯେପରି ପୃଷ୍ଟିକାରକ ସେହିପରି ଏଗୁଡିକ ଶୀଘ୍ର ରନ୍ଧନ କରି ବ୍ୟବହାର କରିବା ସୁବିଧାଜନକ ହୋଇଥାଏ । ଶାକାହାରୀ ଓ ମାଂସାହାରୀ ମାନଙ୍କ ପକ୍ଷରେ ଶାକ ଜାତୀୟ ପରିବା ଉପାଦେୟ ।

ଶାକଜାତୀୟ ପରିବା ଶ୍ରେଣୀକରଣ

ଶାକଜାତୀୟ ଫସଲ ଗୁଡିକୁ ବିଭିନ୍ନ ଭାବେ ଶ୍ରେଣୀକରଣ କରାଯାଇ ପାରେ

ଉଦ୍ଭିଦ ବିଜ୍ଞାନ ପ୍ରଣାଳୀ

ଏମରନଥସେ ପରିବାର- କୋଶଳା, ଖଡା, ଲେଉଟିଆ, ମଦରଙ୍ଗା ଇତ୍ୟାଦି ।

ଚିନ ପୋଡେସିଏ ପରିବାର- ମିଠା ପାଳଙ୍ଗ, ବଥୁଆ, ପୋଇ, ବିଟ ଇତ୍ୟାଦି ।

କୃଷିଫେରେ ପରିବାର- ସୋରିଷ, ମୂଳା, ବନ୍ଧାକୋବି, ସାଲଗମ ଇତ୍ୟାଦି ।

କୁକରବିଟେସିଏ ପରିବାର- କଖାରୁ ପତ୍ର, ଲାଉ ପତ୍ର, କଲରା ପତ୍ର ।

ଟିଲେସିଏଓ ମଲେଭେସିଏ ପରିବାର- ନଳିତାଆରେସିଏ ପରିବାର- ସାରୁ ପତ୍ର ।

କନଭୁଲଭିଲେସିଏ ପରିବାର- କଳମ, କନ୍ଦମୂଳ ।

ପୋଲିଗନସିଏ ପରିବାର- ମୁଠିଶାଗ, ଖଟାପାଳଙ୍ଗ ଇତ୍ୟାଦି ।

କମ୍ପୋଜିଟେ ପରିବାର- କଶନି କୁସୁମ ଏହିପରି ଅନ୍ୟାନ୍ୟ ଶାକ ଓ ସବୁଜପତ୍ର ପରିବାକୁ ନାନା ପ୍ରକାରର ଶ୍ରେଣୀଭୂକ୍ତ କରାଯାଇପାରେ ।

ଚାଷ ସମାୟାନୁସାରେ ଶ୍ରେଣୀକରଣ

ଚାଷ ସମୟକୁ ଧରି ଓ ଅମଳହେବା ସମୟକୁ ଧରି ଶାକ ଜାତୀୟ ଫସଲଗୁଡିକୁ ଶ୍ରେଣୀକରଣ କରାଯାଏ ।

ଖରାଟିଆ- ଖଡା, ଲେଉଟିଆ, ପୋଇ, କଳମ, ଶୁନୁଶୁନିଆ, କୁଳଫା, ଝୁମ୍ପୁରି, ସାରୁ ପତ୍ର, ଲାଉ ପତ୍ର, କଖାରୁ ପତ୍ର, ସିଂହଳ ପାଳଙ୍ଗ, କଲରା ପତ୍ର ।

ବର୍ଷାଦିନିଆ- ଖଡା, କଖାରୁ, କାନଶିରୀ, ନଳିତା, ପୋଇ, ବଥୁଆ, ମୂଳା, ମେଥି, ସୋରିଷ, ବୁଟ, କସ୍ତୁରୀ ମେଥି, ବିଲାତି, ପାଳଙ୍ଗ, ସାଲଗମ ପତ୍ର, ନ୍ୟୁଜିଲେଣ୍ଡ ପାଳଙ୍ଗ, କୁସୁମ, ପିଆଜ ଶଣ୍ଢା ।

ବୃକ୍ଷ, ଗୁଳ୍ମ, ଲତା ଇତ୍ୟାଦିରୁ ବ୍ୟବହୃତ ହେଉଥିବା ପତ୍ର

ସଜନା ଶାଗ, ନିମ୍ବ ଶାଗ, ଅଗସ୍ତି ଶାଗ, ତେନ୍ତୁଳି ଶାଗ, ବରଡା ଶାଗ, ପସାରୁଣୀ, ବ୍ରାହ୍ମୀ ଶାଗ, ହିଡିମିଚି ଶାଗ, ପୁରୁଣୀ ଝୁମ୍ପୁରି, ଗନ୍ଧଣା, କାନଶିରୀ, ବରିପୋଲୁଅ ଇତ୍ୟାଦି ।

ଖଡାଜାତୀୟ ପରିବା

ଶାକ ଜାତୀୟ ପନିପରିବା ମଧ୍ୟରେ ଖଡା ଜାତୀୟ ଅନେକ ପ୍ରକାରରଖଡା ଶାଗ ବ୍ୟବହାର କରାଯାଇଥାଏ । ଏଥିରେ ସାଗୁଆ ଓ ଇଶତ ନାଲି ଜାତୀୟ ଲେଉଟିଆ ଓ ନାଲିଆ ଓ ସାଗୁଆ ଜାତୀୟ କୋଶଳା ଆଦି ନାନା ପ୍ରକାରର ଖଡା ଜାତୀୟ ଶାକ ରୂପେ ବ୍ୟବହାର ହୋଇଥାଏ । ନିମ୍ନଲିଖିତ କେତୋଟି ଖଡା ଜାତୀୟ ପରିବା ବିଶେଷ ଭାବେ ବ୍ୟବହୃତ ହୋଇଥାଏ ।

ଖଡା

ଏହା ସାଧାରଣତଃ ଗରିବ ଲୋକଙ୍କର ପ୍ରଧାନ ପରିବା ପତ୍ର ଓ ଗଣ୍ଡି ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ଖଡା ସାଧାରଣତଃ ବଢିବା ଲାଗି ଲମ୍ବାଦିନ ଓ ଅଧିକ ଉତ୍ତାପ ଦରକାର କରିଥାଏ ଓ ମଞ୍ଜି ଧରିବା ଲାଗି ଛୋଟଦିନ ଓ କମ ଉତ୍ତାପ ଚାହେଁ । ତେଣୁ ଧଳା ବା ସାଗୁଆ ଜାତୀୟ ଖଡା ଖରା ବା ଗ୍ରୀଷ୍ମ ଋତୁରେ ଓ ଖରିଫ ବା ବର୍ଷା ଋତୁରେ ଚାଷ କରାଯାଇଥାଏ କିନ୍ତୁ ଲାଲ ଖଡା ଜାତୀୟ ଫସଲରେ ଆନ୍ଥୋ ସାୟାନିନ ପଦାର୍ଥ କମୁଥିବା ହେତୁ ରବି ବା ଶୀତଋତୁରେ ଚାଷ କରାଯାଏ । ଖଡା ରକ୍ତ ପରିଷ୍କାରକ । ଏଥିରେ ବହୁ ପରିମାଣରେ ଲୌହ ପଦାର୍ଥ ଆମେ ପାଇଥାଉ । ଭିଟାମିନ ଏ,ବି,ସି, ବହୁ ପରିମାଣରେ ମଧ୍ୟ ଏହା ସ୍ୱାସ୍ଥ୍ୟକୁ ଯୋଗାଇଥାଏ । ଗଛ ଗୁଡିକ ସାଧାରଣତଃ ଲମ୍ବାହୋଇ ବଢି ଗଣ୍ଡି ଓ ଚେର ମୋଟା ଓ ରସାଳ ହୋଇଥାଏ । ପତ୍ର ଗୁଡିକ କୋମଳ ଅବସ୍ଥାରେ ଶାକ ରୂପେ ବ୍ୟବହାର କରାଯାଇଥାଏ ।

ପ୍ରକାର- ଖଡା ଗଛଗୁଡିକ ଉଚ୍ଚହୋଇ ବଢିବା, ଆକାର, କାଣ୍ଡ ମେଲିବା ପ୍ରଣାଳୀ, ପତ୍ର ରଙ୍ଗ ଓ ଶାଗକାଟିବା ଆଦି କେତୋଟି ଗୁଣକୁ ଧରି ବିଭିନ୍ନ ପ୍ରକାରର ହୋଇଥାଏ । ଅମରେନ୍ଥସ ଟ୍ରାଇକଲର, ଅମରେନ୍ଥସ ଡୁବିଏସ, ଅମରେନ୍ଥସ ଗେଙ୍ଗେଟିକସ ଆଦି କେତୋଟି ଜାତିବର୍ଗ ସାଧାରଣ ଅଧିକ ମାତ୍ରାରେ ଚାଷ କରାଯାଉଛି । ଓଡିଶାରେ ଖଡାଗୁଡିକୁ ପତ୍ରର ରଙ୍ଗ ଅନୁଯାୟୀ ଧଳା ବା ସାଗୁଆ ଓ ନାଲି ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି । ଧଳା ଜାତୀୟ ଖଡାରେ ପର୍ବତିଆ, ଗୋବରିଆ ଓ ଝୁମ୍ପୁରୀ ବିଭିନ୍ନ ପ୍ରକାରର ଖଡା ଚାଷ କରାଯାଏ । ଭଞ୍ଜନଗର ଅଞ୍ଚଳରେ ଡୁବୁଡୁବା ଖଡା ନାମରେ ସାଗୁଆ ଶ୍ରେଣୀର ଖଡା ଚାଷ କରାଯାଇଥାଏ । ଖଡା ଗଛଗୁଡିକରେ ମିଠା ଅଂଶ ବେଶୀ ଯମୁଥିବା ହେତୁ ଏହା ଖାଇବାକୁ ଭଲଲାଗେ । ଗଛଗୁଡିକ ତିନି ଫୁଟଯାଏ ଝଙ୍କାଳିଆ ହୋଇ ବଢେ । ପର୍ବତିଆ ଖଡାଗୁଡିକ ଚାରିଫୁଟ ବା ଅଧିକ ବଢେ  ଓ ସେଥିରେ ଶାଖା ପ୍ରଶାଖା ମେଲି ଝଙ୍କାଳିଆ ଦେଖାଯାଏ, କିନ୍ତୁ ଗୋବରିଆ ଖଡା ଅଧିକ ଶାଗୁଆ ଦେଖାଯାଏ । ଏହା ଟିକିଏ ଖାରିଆ ଲାଗେ କାରଣ ଏଥିରେ ମିଠା ଅଂଶ କମଜମେ । ଝୁମ୍ପୁରୀ ପ୍ରକାର ଖଡା ଦୁଇ ଫୁଟଯାଏ ଝଙ୍କାଳିଆ ହୋଇ ବଢେ । ବଉଳା ଶ୍ରେଣୀୟ ଖଡାଗଛ ଓ ପତ୍ରଗୁଡ଼ିକ ଲାଲହୋଇଥାଏ କିନ୍ତୁ ଚିତାକୁଟେଇ ଗଛ ହୋଇଥିଲେ ମଧ୍ୟ ପତ୍ର ଗୁଡିକ ଶାଗୁଆ ଓ ଲାଲମିଶା ହୋଇଥାଏ ।

କୋଶଳା ଶାଗ

ଏହା  ରବିଋତୁରେ  ଅମଳ  କରାଯାଏ  । ଉବ୍ଦ୍ଦିଦଗୁଡିକ କୋମଳ ଓ ସତେଜ  ଥିବା  ଅବସ୍ଥାରେ  ଉପାଡି ପାରିବା ରୂପେ  ବ୍ୟବହାର  କରାଯାଏ  ।  ଏହା ଶୀତ  ଆରମ୍ଭରୁ  ଗ୍ରୀଷ୍ମ ଆରମ୍ଭ  ଯାଏ ବୁଣା ଯାଇପାରେ  । କାର୍ତ୍ତିକ ମାସରେ  ବୁଣା  ଆରମ୍ଭ  କରି  ଚୈତ୍ର ମାସ ଯାଏ  ବୁଣା ଶେଷ କରି  ଅନେକ ଫସଲ ଉଠାଯାଇପାରେ  ।

ପ୍ରକାର – ଏଥିରେ  ମଧ୍ୟ  ଧଳା ଓ ନାଲି ଶ୍ରେଣୀର  କୋଶଳା ଚାଷ କରାଯାଏ  ।

ଡେଙ୍ଗା  କୋଶଳା  ଗୁଡିକ  ଉପାଡି ବ୍ୟବହାର  କରାଯାଏ  କିନ୍ତୁ ଭଙ୍ଗା ଶ୍ରେଣୀର କୋଶଳା  ୨ରୁ ୩ ଥର  କଟାଯାଇ  ପାରେ ମଞ୍ଜି  ଧରିବା ଲାଗି  ଛାଡି ଦିଆଯାଏ  । ମଞ୍ଜି ବୁଣିବା ୨୦ ଦିନ ପରେ ପ୍ରଥମ କାଟିବା  ଲାଗି  ଠିକ  ହୋଇଥାଏ  ।

ଚାଷ ପ୍ରଣାଳୀ  -  ଖଡା ପରି  କୋଶଳା ମଞ୍ଜି ପଟାଳୀରେ  ବୁଣି ଓ ତତ୍ଵ  ନେଇ  ଫସଲ  ଅମଳ  କରାଯାଏ  । ହେକ୍ଟର ପ୍ରତି  ୧୨୫ ରୁ ୨୦୦ ମହଣ ବା ୫୦ ରୁ ୭୫ କ୍ଵିଣ୍ଟାଲ ଅମଳ ହୋଇଥାଏ  ।

ଲେଉଟିଆ ସାଧାରଣତଃ ଖରାଦିନିଆ  ଫସଲ  । ଶୀତଋତୁ ଶେଷରେ  ଏହା  ପଟାଳିରେ  ବୁଣା ଯାଏ ଓ ଥରକୁ ଥର କାଟି ବ୍ୟବହାର କରାଯାଏ  । ଫ୍ରେବୃୟାରୀ  ଓ ମାର୍ଚ୍ଚ ମାସରେ ମଞ୍ଜି ବୁଣା  ଯାଏ  ।

ପ୍ରକାର – ଶାଗୁଆ ଲେଉଟିଆ ବା ଚମ୍ପା  ଲେଉଟିଆ  ଚାଷ  କରାଯାଏ  । ଚମ୍ପା ଲେଉଟିଆ  ଟିକିଏ  ଲାଲ ଦେଖାଯାଏ  । ଏହା ଛଡା  କଣ୍ଟା ଲେଉଟିଆ  ଓ କାଣୀ ଲେଉଟିଆ ମଧ୍ୟ  ଶାଗ ରୂପେ ବ୍ୟବହାର  କରାଯାଏ  ।

ଚାଷ ପ୍ରଣାଳୀ  - ଏହାର  ଚାଷ ପ୍ରଣାଳୀ  ଖଡା ଓ କୋଶଳା ପରି ହୋଇଥାଏ  । ମଞ୍ଜି ପତଳା  କରି  ପ୍ରସ୍ତୁତ ହୋଇଥିବା ପାଟାଳି ଗୁଡିକରେ  ବୁଣାଯାଏ  । ହେକ୍ଟର  ପ୍ରତି  ୧୫ରୁ୨.୪ କେଜି ମଞ୍ଜି ବ୍ୟବହାର କରାଯାଏ  । ମଞ୍ଜି ବୁଣା ଯିବା ପରେ  ଘାସ ବଛା , ପାଣି ମଡା   ଇତ୍ୟାଦିର  ତତ୍ଵ  ନିଆଯାଏ  ।  ମାସକ ପରେ ପଟାଳି ଗୁଡିକରେ  ପ୍ରଥମ କଟା  ଆରମ୍ଭ  ହୁଏ  ଓ  ପ୍ରତି ୧୫ ଦିନରେ  ଠାରେ ଶାଗ  କାଟି  ବ୍ୟବହାର  କରାଯାଏ  । ଏହିପରି  ପ୍ରତି ପଟାଳିରେ ୫ରୁ ୬ ଥର ଯାଏ  ଶାଗ କାଟି ଶାଗ ଅମଳ କରାଯାଏ    ।

ଖଡା , କୋଶଳା ଓ ଲେଉଟିଆ  କ୍ଷେତରେ  ହେକ୍ଟର ପ୍ରତି  ୨୦ ଗାଡି ଗୋବର  ଖାତ  ମିଶାଇ ଜମି ପ୍ରସ୍ତୁତ କରି  ଫସଲ  ବୁଣା ଯିବା ପରେ   ହେକ୍ଟର ପ୍ରତି ୨୫ କେ.ଜି ଯବକ୍ଷାର , ୨୫ କେ.ଜି ପ୍ରସ୍ଫୁରକ ଓ ୫୦କେ.ଜି ପଟାସ ସାର  ମଧ୍ୟ  କେହି କେହି  ବ୍ୟବହାର  କରିଥାନ୍ତି  । ଅଧିକ ଶାଗ ଅମଳ କରିବାରେ  ଏହା ସହାୟକ ହୋଇଥାଏ  ; କିନ୍ତୁ ରାସାୟନିକ ସାର ପ୍ରୟୋଗ  କରିବା  ଦ୍ଵାରା  ଶାଗ ଗୁଡିକରେ  ରୁଚିରେ  ଫରକ  ପଡିବା ସ୍ଵାଭାବିକ   ।

କୁଲଫା  ଶାଗ

କୁଲଫା ସାଧାରଣତଃ  ଗ୍ରୀଷ୍ମ ଋତୁରେ  ଚାଷ  କରାଯାଏ  । ଗଛ ଗୁଡିକ  ଲାମ୍ବା ଓ  ଶାଖା ମେଳି  ବଢେ  । ପ୍ରତି ୧୫ ଦିନରେ  ଥରେ କାଟି  ବ୍ୟବହାର  କରାଯାଏ  । ଲଗାଯିବା ପରେ  ତିନିଥର  ଯାଏଁ  ଶାଗ କାଟି ବ୍ୟବହାର  କରାଯାଇ  ଥାଏ   । ଡାଳ ଗୁଡିକ ମୂଳରୁ ୧୫ ସେଣ୍ଟିମିଟର  ଯାଏ  ବଢିବା  ପରେ  ପ୍ରତିଥର  ମୂଳରୁ କାଟି  ନିଆଯାଏ   ।

ଚାଷ ପ୍ରଣାଳୀ  -- ହେକ୍ଟର  ପ୍ରତି ୧.୦ ରୁ ୧.୫ କେଜି ମଞ୍ଜି  ଜାନୁଆରୀ ମାସରେ  ବୁଣାଯାଇ ପାରେ  । ଏହା ମାର୍ଚ୍ଚ  ମାସ  ଯାଏଁ ମଧ୍ୟ ବୁଣି ଫସଲ ଅମଳ କରାଯାଇ ପାରେ  । କ୍ଷେତରେ  ୨ରୁ ୩ଟି ହଳ ଓ ମଇ ଦେଇ ମାଟିକୁ  ହାଲୁକା  ଓ ଗୁଣ୍ଡକରି ମଞ୍ଜି ବୁଣା ଯାଏ  । ଏହା ମଧ୍ୟ  ଧାଡି ଧାଡି କରି  କ୍ଷେତରେ  ପଟାଳି ତିଆରି କରି ବୁଣା ଯାଏ  । ଧାଡି ମଧ୍ୟରେ  ୧୫ରୁ୨୦ ସେଣ୍ଟିମିଟର  ବ୍ୟବଧାନ ରଖାଯାଇ  ପାରେ  । କ୍ଷେତ ପ୍ରସ୍ତୁତ  କଳାବେଳେ  ଖତ ପ୍ରୟୋଗ  କରିବା ଉଚିତ  ।  ପ୍ରତିଥର  ଶାଗକାଟି ନେବାପରେ  ଜଳସେଚନ  ଦରକାର ହୋଇଥାଏ  । ମୋଟ  ୩ରୁ୪ଟି ଜଳ ସେଚନ ଏହି ଫସଲ ଦରକାର  କରେ  । ମଞ୍ଜି ବୁଣିବା  ମାସକ ପରେ  ପ୍ରଥମେ ଶାଗ କିଆରୀରୁ କଟାଯାଏ  । ଏହି ସମୟରେ ଗଛ ଗୁଡିକ  ୧୨-୧୫ସେଣ୍ଟିମିଟର  ଲାମ୍ବା ହୋଇଥାଏ  । ହେକ୍ଟର ପ୍ରତି  ୧୪୦ କ୍ଵିଣ୍ଟାଲ  ଅମଳ ହାଇଥାଏ  ।

ପୋଈ

ଏହା ଏକ ଶାଗ ଜାତୀୟ  ପରିବା ମାନଙ୍କ ମଧ୍ୟରେ  ଅନ୍ୟତମ  । ଏହା ଏକ ବହୁ  ବର୍ଷିଆ ମାଂସାଳ ଲଟା  । ଏହା ଶାଖା ପ୍ରଶାଖା ମେଳି  ଲଟାଉଥାଏ  । ପତ୍ର ଓ ନାଡଗୁଡିକ ମୋଟା ହୋଇ  ବଢି ସେଥିରେ  ନାଳୁଆ ପଦାର୍ଥ  ଭରି  ରହିଥାଏ  । ପତ୍ରଗୁଡିକ ଅଣ୍ଡାକୃତି  , ଧଳା ଶାଗୁଆ ବା ନାଲିଆ  ରଙ୍ଗର , ମାଂସାଳ ଓ ବଡ ଆକାରର  ହୋଇଥାଏ । ଏହା ଜୁନ – ଜୁଲାଇ  , ଅକ୍ଟୋବର ନଭେମ୍ବର  ବା  ଫ୍ରେବୃୟାରି  - ମାର୍ଚ୍ଚରେ    ।

ଆଧାର: ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

3.0243902439
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top