ଜୀବନଯାପନର ପ୍ରଣାଳୀ
ଗ୍ରାମ ବା ସହର ଗୁଡିକରେ ରହୁଥିବା ଜନସାଧାରଣଙ୍କ ଜୀବନଯାପନ ପ୍ରଣାଳୀକୁ ସରସ କରିବା ଦରକାର ହୋଇଥାଏ । ସେମାନଙ୍କର ମନୋରଞ୍ଜନ, ଶିକ୍ଷା, ବନ୍ଧୁମିଳନ, ବ୍ୟବସାୟ, ଦେଖଣାହାରୀ ଏପରି ନାନା କାରଣରୁ ମଧ୍ୟେ ମଧ୍ୟେ ମନୋରଞ୍ଜନ ବ୍ୟବସ୍ଥା କରାଯାଏ । ସେଥି ମଧ୍ୟରୁ ଗୋଟିଏ ହେଲା ପ୍ରଦର୍ଶନୀ । ପ୍ରଦର୍ଶନୀ ନାନା ପ୍ରକାରର ହୋଇଥାଏ । ଯଥା – ଶିଳ୍ପ , କୃଷି, ସ୍ୱାସ୍ଥ୍ୟ, ଦେଶରକ୍ଷା, କଳା ଇତ୍ୟାଦି ।
ଚାକ୍ଷୁଷ ବା ଦୃଶ୍ୟମାନ ଶିକ୍ଷା ବା ସମ୍ବାଦ ଦାନ ଦ୍ୱାରା ପୁରୁଷ ,ସ୍ତ୍ରୀ , ବାଳକ, ବାଳିକା ମାନେ ତତକ୍ଷଣାତ ନିର୍ଦ୍ଧିଷ୍ଟ ବିଷୟରେ ସହଜେ ଶିକ୍ଷା କରିବାରେ ସୁବିଧା ଜନକ ହୋଇଥାଏ । ଯେଉଁ ବିଷୟ ଘଣ୍ଟା ଘଣ୍ଟା ଧରି ବକ୍ତୃତା ମାଧ୍ୟମରେ ପ୍ରଚାରକଲେ ମଧ୍ୟ ବୁଝି ହୁଏନାହିଁ, ତାହା ଥରେ ମାତ୍ର ଦେଖି ସହଜେ ବୁଝି ମନରେ ତାହାର ନିର୍ଭୁଲ ଧାରଣା କରି ବହୁଦିନଯାଏ ମନେରଖି ହୁଏ । ପ୍ରଦର୍ଶନୀରେ ପ୍ରତିଯୋଗୀତା ଓ ବହୁ ସଫଳତା ବା ପୂର୍ଣତାଲାଭ କରିଥିବା ପଦାର୍ଥମାନଙ୍କୁ ଦେଖି ସେମାନଙ୍କୁ ବହୁ ପ୍ରେରଣା ତଥା ବହୁ ଆକର୍ଷଣ କରିଥାଏ । ତେଣୁ ପ୍ରଦଶନୀ ହେଉଛି ଗୋଟିଏ ପ୍ରଧାନ ଉପକାରୀ ମାଧ୍ୟାମ ଯାହା ଦ୍ଵାରା କେବଳ ଦର୍ଶକର ଯେ ଶିକ୍ଷା ହୁଏ, ତାହା ନୁହେଁ କିନ୍ତୁ ସେଥିରେ ଯୋଗାଇଦେଇଥିବା ଗ୍ରାହାକ ବା ଭାଗ ନେଇଥିବା ପ୍ରତିଯୋଗୀତା ମାନଙ୍କର ଶିକ୍ଷା କରିବାର ଯଥେଷ୍ଟ ସୁଯୋଗ ମିଳିଥାଏ। ପନିପରିବା ପ୍ରଦର୍ଶନୀ ଯେ କେବଳ ବିଚାର ଲାଗି ଶିକ୍ଷା ଗତ ଅନୁଭୂତି ଓ ପ୍ରଦର୍ଶନ କରିବାରେ ସୁଯୋଗ ମଧ୍ୟ ଦେଇଥାଏ । ଏହି ପ୍ରକାର ଚାଷୀ ମାନାଁକୁ ,ପଲ୍ଲି ଓ ନଗରରେ ରୋଷଘର ଚାଷ କରୁଥିବା ପରିବାରର ଲୋକମନଙ୍କୁ ପନିପରିବା ଚାଷ କରିବା ସଙ୍ଗେ ସଙ୍ଗେ ଉତ୍କୃଷ୍ଟ ସୁନ୍ଦର, ବୃହତ ଆକାରର ପନିପରିବା ଅମଳ କରିବା ଲାଗି ଉତ୍ସାହିତ କରିଥାଏ । ପନିପରିବା ଗୁଡିକର ପ୍ରଦର୍ଶନ ସୁନ୍ଦର ତଥା ଚିତାକର୍ଷକ ଭାବେ ଜନସାଧାରଣ ସମାଗମ ସ୍ଥାନମାନଙ୍କରେ କରିବା ଦ୍ଵାରା ଚାଷୀମାନଙ୍କର ଓ ପନିପରିବା ବ୍ୟବସାୟୀ ମାନଙ୍କର ଜିନିଷଗୁଡ଼ିକର ସୁବିଧାରେ ବିଜ୍ଞାପିତ କରିବା ସମ୍ଭବ ହୋଇଥାଏ । ଏହା ଦ୍ଵାରା ସେମାନଙ୍କର ବିକ୍ରି ତଥା ବ୍ୟବସାୟ ବଢିବାରେ ସହାୟକ ହୋଇଥାଏ । ପ୍ରଦର୍ଶନୀ ବିଷୟରେ ଭାଗ ନେନଥିବା ଲୋକ ଓ ପରିଦର୍ଶନ କରିନଥିବା ଲୋକ ଏହି ବିଷୟରେ ନାନା କଥା ପଢି ଏପରିକି ଉଠାଯାଇଥିବା ଚତ୍ର ଚଳଚିତ୍ର ଗୁଡିକ ଦ୍ଵାରା ଶିକ୍ଷାଲାଭ କରିଥାନ୍ତି । ପନିପରିବା ପ୍ରଦର୍ଶନୀ ତିନି ଶ୍ରେଣୀରେ ହୋଇଥାଏ ।
- ପ୍ରତିଯୋଗୀତାମୂଳକ
- ଅପ୍ରତିଯୋଗିତାମୂଳକ
- ଶିକ୍ଷା ଭିତ୍ତିକ
ପ୍ରତିଯୋଗିତାମୂଳକ
ଉତ୍କୃଷ୍ଟ ପନିପରିବା ଉତପନ କରିବାକୁ ହେଲେ ଚାଷୀ ଓ ଛୋଟ ବଡ ବଗିଚାପ୍ରେମୀମାନଙ୍କୁ ଉତ୍ସାହ ତଥା ସେମାନଙ୍କର ମଧ୍ୟରେ ପ୍ରତିଯୋଗୀତା ଭାବ ବଢାଇବା ଲାଗି ଏହା ହେଉଛି ଏକ ପନ୍ଥା ଏହି ପ୍ରକାର ପ୍ରଦର୍ଶନୀରେ ବ୍ୟକ୍ତିଗତ ଭାବେ ଚାଷୀମାନେ ଯୋଗ ଦେଥାନ୍ତି । ଏହା ଦୁଇ ପ୍ରକାରରେ ଅନୁଷ୍ଠିତ ହୋଇଥାଏ ।
- ସ୍ଵତନ୍ତ୍ର ବା ନିର୍ଦ୍ଧିଷ୍ଟ ଭାବେ – ଏଥିରେ ପ୍ରତ୍ୟକ ଶ୍ରେଣୀର ପନିପରିବା ନିର୍ଦ୍ଧିଷ୍ଟ ସଂଖ୍ୟାରେ ପ୍ରତିଯୋଗୀତା ଲାଗି ସଂଗ୍ରହ କରାଯାଏ ।
- ସାଧାରଣ ଭାବେ ଫଳ, ଫୁଲ, ପନିପରିବା ଫଳ ପାରିବା ସଂରକ୍ଷିତ ଦ୍ରବ୍ୟ ବା କେବଳ ପନିପରିବା ପ୍ରଦର୍ଶନ ବା ଅନ୍ୟାନ୍ୟ ପ୍ରଦର୍ଶନୀରେ ପନିପରିବା ପ୍ରଦର୍ଶନ କରାଯାଇଥାଏ ।
ଅପ୍ରତିଯୋଗୀତାମୂଳକ
ଏହି ପ୍ରକାର ପ୍ରଦର୍ଶନୀ କୌଣସି କୌଣସି ଅନୁଷ୍ଠାନମାନଙ୍କ ଦ୍ଵାରା ବ୍ୟବସ୍ଥା କରାଯାଇଥାଏ । ଏହାର ଉଦେଶ୍ୟ ହେଲା ପ୍ରଚାର ଓ ଶିକ୍ଷା ପ୍ରତ୍ୟକ ପ୍ରତିଯୋଗୀ ନିଜର ପାରିବା ସହ ତୁଳନା କରିବା ସୁଯୋଗ ପାଇଥାନ୍ତି । ଏହି ପ୍ରଦର୍ଶନୀରେ ଗୋଟିଏ ଅଂଶ ବିଶେଷ ହୋଇଥିବା ଯୋଗୁ ପରିବାଗୁଡିକର ଆକାର କଥା ଆକାରକୁ ନିଆଯାଇଥାଏ କିନ୍ତୁ ଅନ୍ୟାନ୍ୟ ଗୁଣଗୁଡିକୁ ସାଧାରଣତଃ ଧରାଯାଏ ନାହିଁ ।
ଶିକ୍ଷା ଭିତ୍ତିକ
ପ୍ରତ୍ୟେକ ଶ୍ରେଣୀର ପନିପରିବା ଗୁଡିକରଥିବା ବିଭିନ୍ନ କିସମର ତୁଳନାତ୍ମକ ଗଠନ , ବିଭିନ୍ନ ଖତ ସାର ପ୍ରଯୋଗରେ ପାରିବା ଗୁଡିକର ତୁଳନାତ୍ମକ ଗଠନ ଓ ଅମଳ ; କୀଟ ବା ରୋଗନାଶକ ଔଷଧ ପ୍ରୟୋଗ ଫଳରେ ଘଟୁଥିବା ଉନ୍ନତିର ତୁଳନାତ୍ମକ ଅଭିବୃଦ୍ଧି ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଥାଏ । ଦର୍ଶକମାନେ ଏଗୁଡ଼ିକର ତୁଳନାତ୍ମକ ପରିବର୍ତନ ଦେଖି ଶିକ୍ଷା ଲାଭ କରିଥାନ୍ତି । ଏଥିରେ ଚାଷ ପ୍ରଣାଳୀ , ଫସଲ ପ୍ରଣାଳୀ , ଖତ ସାର ପ୍ରୟୋଗ , କୀଟରୋଗନାଶକ ଔଷଧ ବ୍ୟବହାର , ଉଦ୍ଦ୍ବିଦ ଉଦ୍ଦୀପକର ବ୍ୟବହାର ଗୋଟିଏ ପ୍ରାନ୍ତରେ ହେଉଥିବା ବାଭିନ୍ନ କିସମର ପନିପରିବା ଚାଷର ଧାରଣା ଇତ୍ୟାଦି ନାନା ପରିକ୍ଷ୍ୟା ମୂଳକ ପ୍ରୟୋଗର ତୁଳନାତ୍ମକ ଫଳ ପ୍ରଦର୍ଶନୀରେ ସୁଯୋଗ ମିଳିଥାଏ ।
ପନିପରିବା ପ୍ରଦର୍ଶନୀରେ ଉଦ୍ଦେଶ୍ୟ
ପନିପରିବା ପଦର୍ଶନୀର କେତୋଟି ପ୍ରଧାନ ଉଦ୍ଦେଶ୍ୟ ହେଉଛି
- ପନିପରିବା ଗୁଡିକର ବିକ୍ରି ଓ ବ୍ୟବହାର ଲାଗି ଉତ୍ତମ ସୁଯୋଗ ମିଳେ ।
- ବ୍ୟବସାୟି ଓ ପାରିବା ଚାଷୀଙ୍କୁ ଉତ୍ସାହ ଦେଇଥାଏ ।
- ସହରବାସୀ ପ୍ରଦର୍ଶନୀ ହୋଇଥିବା ଅଞ୍ଚଳର ଉଦ୍ୟାନ୍ନ ଉନ୍ନତି ବିଷୟରେ ଯାନୀ ତାହାର ପ୍ରଶଂସା କରିବା ସୁଯୋଗ ପାଇଥାନ୍ତି ଓ ପନିପରିବା ଗୁଡିକର ଶ୍ରେଷ୍ଠତା ବିଷୟରେ ବୁଝିଥାନ୍ତି ।
- ଉଦ୍ୟାନ ବିଜ୍ଞାନ ବିଶେଷଜ୍ଞମାନଙ୍କ ସହ ପନିପରିବା ଚାଷୀମାନଙ୍କ ଦ୍ଵାରା ପରାମର୍ଶ, ତୁଳନା, ବାଦାନୁବାଦ ଆଦିର ସୁବିଧା ସୁଯୋଗ ଘଟିଥାଏ ।
- ଗୋଟିଏ ଉତ୍କୃଷ୍ଟ ଚାଷ ବା ବଗିଚାରୁ ଊତ୍ପନ୍ନ ହୋଇଥିବା ପନିପରିବାଗୁଡିକୁ ସୁନ୍ଦର ପୁରସ୍କାର ଓ ମାନପତ୍ର ବତରଣ କରିଥାନ୍ତି ।
- ପନିପରିବା ଚାଷୀ ଓ ଅନ୍ୟାନ୍ୟ ବଗିଚାରେ ଉତ୍ପନ୍ନ କରୁଥିବା ଲୋକମାନେ ଅନୁପ୍ରାଣିତ ହୋଇଥାନ୍ତି ଯେତେବେଳେ ନିଜର ଅମଳ କରିଥିବା ପନିପରିବାଠାରୁ ଅନ୍ୟର ଉତ୍କୃଷ୍ଟ ହୋଇଥାଏ ।
- ଲୋକମାନଙ୍କୁ ଉତ୍ସାହିତ କରିବା ଲାଗି ସରକାର ; ଉଦ୍ୟାନ ବିଜ୍ଞାନ ପରିଷଦ ଆଦି ଅନୁଷ୍ଠାନମାନେ ପ୍ରଦର୍ଶନୀର ଯୋଗାଡ କରି ଉତ୍କୃଷ୍ଟ ବିବେଚିତ ଚଷ ବା ବଗିଚାରୁ ଉତପନ ହୋଇଥିବା ପାନିପରିବାଗୁଡିକୁ ସୁନ୍ଦର ପୁରସ୍କାର ଓ ମାନପାତ୍ର ବିତରଣ କରିଥାନ୍ତି ।
- ପନିପରିବା ପ୍ରଦର୍ଶନୀ ଦ୍ଵାରା ସର୍ବସାଧାରଣ , ଲୋକେ ପନିପରିବା ଗୁଡିକର ମହତ୍ତ୍ଵ , ଖାଦ୍ୟମୂଲ୍ୟ ଓ ବ୍ୟବହାର ଆଦି ବିଷୟରେ ଶିକ୍ଷା ପାଇଥାନ୍ତି ।
- ପନିପରିବା ପ୍ରଦର୍ଶନୀରେ କେବଳ ଯେ ପନିପରିବାଗୁଡିକ ପ୍ରଦର୍ଶନ କରାଯାଏ ତାହା ନୁହେଁ । ଏହା ସହିତ ବିହନ , ଫଳ, ଉଦ୍ଦବିଦ ,ଯନ୍ତ୍ରପାତି , ରୋଗନାଶକ, କୀଟନାଶକ ଓ ଘାସମରା ଔଷଧ , ଉଦ୍ୟାନ ସମ୍ବନ୍ଧୀୟ ବହି, ପ୍ରଚାରପତ୍ର , ବୁଲେଟିନ , ପୁସ୍ତିକା ,ପେମଲେଟ , ବଗିଚା ସମ୍ବନ୍ଧୀୟ ଚାଷ ପ୍ରଣାଳୀ , ମିଶ୍ରିତଫସଲ , ଫସଲ ପ୍ରଜାୟ ବିଷୟରେ ମଡେଲ ପ୍ଲଟ କରି ପ୍ରଦର୍ଶନ କରାଯିବା ଉଦ୍ୟାନ ଉତ୍ସାହୀ ଚାଷୀ ତଥା ଜନସାଧାରଣଙ୍କର ବହୁଶିକ୍ଷା ହେବାରେ ସୁଯୋଗ ମଧ୍ୟ ଦେଇଥାଏ । ଏହା ଛଡା ପନିପରିବା ସଂରକ୍ଷଣ ଓ ସାଇତିବା ନାନା ପ୍ରଣାଳୀର ସାକ୍ଷାତ ପ୍ରଦର୍ଶନ ଦେଖାଇ ଦିଆଯାଏ ।
ପନିପରିବା ଗୁଡିକୁ ବିଭିନ୍ନ ଶ୍ରେଣୀକରଣ ପ୍ରଣାଳୀ , ଗଣ୍ଠିରୀ କାରଣ ପ୍ରଣାଳୀ ଓ ଗଣ୍ଠିରୀ ଲାଗି ବ୍ୟବହୃତ ହେଉଥିବା ବିଭିନ୍ନ ଜିନିଷ ପ୍ରଦର୍ଶନ କରାଯାଏ ।
ପନିପରିବା ପ୍ରଦର୍ଶନୀ ଲାଗି ସଂଗଠନ
ଯେ କୌଣସି ଅଞ୍ଚଳରେ ପନିପରିବା ପ୍ରଦର୍ଶନୀ କରିବାକୁ ହେଲେ ଉପଯୁକ୍ତ ଯୋଜନା ତଥା ସଂଗଠନର ଆବଶ୍ୟକ ହୋଇଥାଏ । ନିମ୍ନରେ କେତେଗୋଟି ପ୍ରଧାନ ବିଷୟରେ ଅବଧାରଣ କରାଗଲା –
ପ୍ରଚାର
ପ୍ରଦର୍ଶନୀ ଆରମ୍ଭ ହେବା ପୂର୍ବରୁ ଉତ୍ତମ ପ୍ରଚାର ଦରକାର । ଚାଷୀ ବଗିଚାରେ ପାରିବା ଉପୁଯାଉଥିବା ଲୋକେ ଓ ଜନସାଧାରଣ ଯେପରି ଏହି ବିଷୟରେ ବହୁ ଆଗରୁ ଜାଣି ପ୍ରଦର୍ଶନୀ ଲାଗି ପନିପରିବା ଅମଳ କରିବା ସୁବିଧା କରିପାରିବେ କାରଣ ପ୍ରଦର୍ଶନୀ ସମୟକୁ ପନିପରିବା ଗୁଡିକ ଯେପରି ଅମଳ କରିବା ଲାଗି ଉପଯୁକ୍ତ ହୋଇଥିବ ତାହାର ବ୍ୟବସ୍ଥା କରିବା ଦରକାର ପଡିଥାଏ । ପ୍ରଚାର , ଖବରକାଗଜ, ଆକାଶବାଣୀ, ଟେଲିଭିଜନ, ପ୍ରଚାରପତ୍ର , ସରକାରୀ ବିଜ୍ଞାପନ , ସରକାରରଙ୍କ ପ୍ରଚାର ବିଭାଗ , ଡାକବାଜି ଯନ୍ତ୍ର ସାହାଯ୍ୟରେ କରାଯିବା ଉଚିତ । ପ୍ରଦର୍ଶନୀ କେଉଁଠି , କେବେ ଓ କଣ ନେଇ ହେବ ସେ ବିଷୟେରେ ପ୍ରଚାର କରାଯିବା ଦରକାର । କେଉଁ କେଉଁ ପନିପରିବା ଲାଗି କଣ ଓ କେତୋଟି ପୁରସ୍କାର ଦିଆଯିବ ତାହା ମଧ୍ୟ ଜଣାଇ ଦିଆଯିବା ଆବଶ୍ୟକ ଯେଉଁ ସଂସ୍ଥା ପ୍ରଦର୍ଶନୀର ଯୋଗାଡକରନ୍ତି ସେହି ସଂସ୍ଥା ତରଫରୁ ପ୍ରଦର୍ଶନୀର ନିୟମ ଓ ପ୍ରଦର୍ଶନୀ ଲାଗି ଯେଉଁ ଯେଉଁ ପାରିବା କେତେ ପରିମାଣର ଯୋଗ୍ୟ ହେବ ତାହା ପୁସ୍ତିକା ବା ହେଣ୍ଡବିଲଲ ମାଧ୍ୟମରେ ଛପାଇ ବଣ୍ଟାଯିବା ଉଚିତ । ଏହି ସମ୍ବନ୍ଧୀୟ ପ୍ରଦର୍ଶନୀ ଲାଗି ପନିପରିବା ।
ସମସ୍ତ ଖବର ପ୍ରତ୍ୟକ ପନିପରିବା ଚାଷୀ ଯେପରି ପାଇବେ ତାହାର ବ୍ୟବସ୍ଥା କରାଯିବା ଦରକାର ।
- ପାର –ସଲି - ନମୁନା ଗୁଡିକ ପରିଷ୍କାର, ତଟକା , ସହଜ ଭଙ୍ଗୁର ଓ ଗାଢ ଶାଗୁଆ ରଙ୍ଗର ହେବା ଉଚିତ । ରୋଗା , ପୋକଖିଆ ତଥା ଖୁଣଯୁକ୍ତ ପତ୍ର ବାଛି ଅଲଗା କରିବା ଉଚିତ । ବିଡାବାନ୍ଧି ସେଗୁଡିକର ଗଣ୍ଠି ମୂଳରୁ କତୁରିଦେବା ଦରକାର ।
- ପାରସନିପ - ନମୁନା ଗୁଡିକ ସମାନ ଭାବେ ବଢି ଥିବା ଆବଶ୍ୟକ , ସୁନ୍ଦରଭାବେ ସେଗୁଡିକ କ୍ରମ ସୂକ୍ଷ୍ମ ହୋଇଥିବା ଉଚିତ । ପାଖରେ କୌଣସି ଚେର ରହିନଥିବା ଦରକାର । ପାଣିରେ ହଲାଇ ସେଗୁଡିକ ପରିଷ୍କାର କରି ମଇଳା ସଫା କରାଯିବା ଉଚିତ । ଯେପରି ପାରିବା ଗୁଡିକର ଢଙ୍କୁଣି ଫାଟି ନଯାଏ ଉପର ଅଂଶରୁ ଅଧାଇଞ୍ଚ ପତ୍ରରଖି କତୁରି ଦିଆଯାଇଥାଏ ।
- ମଟର - ନମୁନା ଗୁଡିକ ଏକାପରି ହୋଇଥିବା ଉଚିତ । ଫଳିବା ଛୁଇଁ ଗୁଡିକ ଗାଢ ସବୁଜ ରଙ୍ଗ ହୋଇ ଭିତର ମଞ୍ଜି ଗୁଡିକ ପୁରାଭାବେ ଫୁଲି ମିଠା ଅବସ୍ଥାରେ ରହିଥିବା ଉଚିତ ।
- ଲଙ୍କାମରିଚ ଓ ବଡଲଙ୍କା - କଞ୍ଚାଲଙ୍କା ଗୁଡିକ ସୁନ୍ଦର ,ସତେଜ ଓ ଶାଗୁଆ ହୋଇଥିବା ଉଚିତ । ଝାଉଂଳା , ସେଠୁଆ ରୋଗା ବା ପୋକଖିଆ ହୋଇନଥିବା ଉଚିତ ।
- ସେହିପରି ବଡଲଙ୍କା ଗୁଡିକ ମୋଟା ଶସଦାର ଓ ଏକାରଙ୍ଗ ହୋଇଥିବା ଉଚିତ । ସେଗୁଡିକ ହୃଷ୍ଟ ପୃଷ୍ଟ ଓ ସଳଖ ହୋଇ ବଢିଥିବା ଆବଶ୍ୟକ ।
- ଆଳୁ - ଏହା ଆକାର ଓ ରଙ୍ଗର ହେବା ଉଚିତ । ଯେଉଁ କିସମର ହୋଇଥିବା ତାହା ସେହି କିସସମର ଗୁଣ ସହ ମେଳ ଖାଉଥିବା ଉଚିତ । ସେଗୁଡିକ ଉଜ୍ଵଳ ଓ ଚିକଣ ହୋଇଥିବା ଆବଶ୍ୟକ । ଆଳୁଗୁଡିକ ପାଣିରେ ନଧୋଇ କେବଳ ଶୁଖିଲା କନାରେ ପୋଛିଦେବା ଉଚିତ ବାହାରର ଚମ ଯେପରି ଫାଟି ନ ଥାଏ ସେଥିପ୍ରତି ନଜର ଦେବା ଉଚିତ । ରୋଗ ଓ ପୋକଖିଆ ନ ହେବା ଆବଶ୍ୟକ । ବାହାରର ଚୋପା ଯଦି ଭାଙ୍ଗି ବାହାରି ପଡୁଥାଏ ତେବେ ଆଳୁ ଭଲଭାବେ ପକ୍ଵତା ଲାଭ କରି ନଥିବା ଧରାଯାଏ ।
- ଗୟାଆଳୁ , କନ୍ଦମୂଳ ,ଶଙ୍ଖସାରୁ , କୁଜିସାରୁ , ଦେଶୀଆଳୁ ଇତ୍ୟାଦି - ଏ ପ୍ରକାର ମୂଳ ଜାତୀୟ ପନିପରିବା ଗୁଡିକ ପୂରାମାତ୍ରାରେ ହୃଷ୍ଟପୃଷ୍ଟ ଓ ବଡ ଆକାରର ହୋଇଥିବା ଉଚିତ । ମୁଣ୍ଡି ଅଂସ ଯେତେ କମ ହୋଇଥିବ ସେତେଭଲ । ପଚାସଢା ସୁଖା ହୋଇ ନ ଥିବା ଉଚିତ । ଜଳରେ ନ ଧୋଇ ସେଗୁଡିକ ଶୁଖିଲା ବସ୍ତ୍ରରେ ଝାଡି ସଫାକରି ପ୍ରଦର୍ଶନୀକୁ ପଠାଯାଏ ।
- କଖାରୁ - ନମୁନା ଗୁଡିକ ଯେତେ ବଡ ଆକାର ଓ ଓଜନିଆ ହୋଇଥିବ ସେତେ ଭଲ ବଙ୍କା , ଚେପଟା , ନ ହୋଇ ପୁରା ଭାବରେ ସୁନ୍ଦର ହୋଇ ଫୁଲିଥିବା ଉଚିତ । ଏହା ପୁରା ପକ୍ଵ ହେବା ଉଚିତ । ମୁଣ୍ଡି ଫଳରେ ଲାଖି ରହିଥିବା ଦରକାର । ଫଳ ଟାଣ , ଏକବିଧ ତଥା ଏକମଛା ହୋଇଥିବା ଦରକାର ବାହ୍ୟ ରଙ୍ଗ ଫଳ ଚତୁଃପାର୍ଶ୍ବରେ ଧରିଥିବା ଉଚିତ ।
- ରୁବଚ - ନମୁନା ଗୁଡିକ ଏକାପରି ହୋଇ ତଟକା ଓ ସୁନ୍ଦର ହୋଇଥିବା ଉଚିତ । ସେଗୁଡିକୁ ନିର୍ଦ୍ଦେଶ ମୁତାବକ ବିଡାବାନ୍ଧି ପ୍ରଦର୍ଶନୀକୁ ପଠାଇବା ବିଧେୟ । ବୃନ୍ତ ଗୁଡିକ ସିଧା ଓ ସହଜ ଭଙ୍ଗୁର ହେବା ଉଚିତ । ପତ୍ର ଗୁଡିକ ଦ୍ଵିଶିଖା ଅଂଶର ଏକଇଞ୍ଚ ଉପରୁ କତୁରି ଦିଆଯାଏ । ଅମଳ କରାଗଲା ସମୟରେ ବୃନ୍ତଗୁଡିକୁ ଉପାଡି ବାହାର କରାଯିବା ଉଚିତ ନୁହେଁ ।
- ସ୍ପିନଚ - ନମୁନା ଗୁଡିକର ଉତ୍ତମ ଭାବେ ମେଳ ଖାଉଥିବା ଉଚିତ ନୁହେଁ । ପତ୍ରଗୁଡ଼ିକ ତଟକା ହୋଇ ଚୂଳରେ ଲାଖି ରହିଥିବା ଆବଶ୍ୟକ । ଏଗୁଡିକ ପାଣିରେ ଧୋଇ ପରିଷ୍କାର କରାଯାଇଥିବା ଦରକାର ।
- ମୁନିଗା - ଏଗୁଡିକ ମୋଟା ଓ ଶାଗୁଆ ହୋଇ ସିଧା ଭାବେ ବଢିଥିବା ଉଚିତ । ଭିତରର ମଞ୍ଜି ଟାଣ ହୋଇ ନ ଥିବା ଉଚିତ ଓ ମାଂସାଳ ହୋଇଥିବା ଦରକାର ।
- କଞ୍ଚା କଦଳୀ - ଏହା କାନ୍ଦି ଆକାରରେ ଫେଣା ଆକାରରେ ପଠାଯାଏ । ଏହା ଗୋଟିକିଆ ପଠାଯିବା ଉଚିତ ନୁହେଁ । କଦଳୀ ଗୁଡିକ କାନ୍ଦିରେ ବା ଫେଣାରେ ସମାନଭାବେ ମୋଟା ହୋଇ ବଢିଥିବା ଉଚିତ । ଫେଣାଗୁଡିକ ତଳକୁ ମୁହଁ କରି ବଢି ଫୁଲିଥିବା ଉଚିତ । ପ୍ରାକୃତିକ ରଙ୍ଗ ଧରି କଦଳୀ ଗୁଡିକ ସୁନ୍ଦର ହୋଇଥିବା ଉଚିତ ।
- ବେଡଫୁଟ - ଏହା ଛୋଟିଆ କେଞ୍ଚେଡି ବା କଷି ପଣସ ପରି ଦେଖାଯାଏ ମଞ୍ଜିଥିବା ଓ ମଞ୍ଜି ନଥିବା ଏପରି ଦୁଇ କିସମର ଫଳ ଥାଏ । ମଞ୍ଜି ନଥିବା ଫଳ ଗୁଡିକ ସାଧାରଣତଃ ୫୦୦ ଗ୍ରାମ ଓଜନର ହୋଇଥାଏ । ଏହାଶାଗୁଆ ରଙ୍ଗର ହେବା ଉଚିତ । ଏଗୁଡିକ ପକ୍ଵ ହୋଇ ନଥିବା ଉଚିତ କାରଣ ପକ୍ଵାବସ୍ଥାରେ ଫଳ ଗୁଡିକ ପାରିବା ରୂପେ ବ୍ୟବହାର କରାଯାଏ ନାହିଂ ।
- ପଣସ - କଷି ପଣସ ତରକାରୀ କରାଯାଏ । ଏହା ସ୍ଵାଦିଷ୍ଟ ଓରୁଚିକର , ତେଣୁ କଞ୍ଚା ଅବସ୍ଥାରେ ଥିବା ଉଚିତ । ଲୋଚାକୋଚା ନ ହୋଇ ସମାନ ଭାବେ ଫଳ ଗୁଡିକ ଫୁଲିଥିବା ଉଚିତ । ମଞ୍ଜି ମାଂସାଳ ଅଂଶ , ମଞ୍ଜି ନିକଟସ୍ଥ ଧଳା ସୂତା ସଦୃଶ ଅଂଶ , ଫଳ ମାଝି କୋମଳ ଓ ମାଂସାଳ ହୋଇଥିବା ଆବଶ୍ୟକ ।
- କଞ୍ଚା ଅମୃତଭଣ୍ଡା - ଏହା କିସମ ଅନୁଯାୟୀ ଏକ ଆକାର ବିଶିଷ୍ଟ ହୋଇଥିବା ଉଚିତ । ଗାଢ ଶାଗୁଆ ରଙ୍ଗ ହୋଇ ହୃଷ୍ଟପୃଷ୍ଟ ଭାବେ ଫୁଲିଥିବା ଉଚିତ ।
- ସ୍କ୍ବାସ - ଖରାଟିଆ ସ୍କ୍ବାସ ଏକାପରି ହୋଇଥିବା ଉଚିତ ସେଗୁଡିକ ସହଜ ଭଙ୍ଗୁର ଓ କୋମଳ ହୋଇଥିବା ଉଚିତ । ମୁଣ୍ଡି ସେଥିରେ ଲାଖି ରହିଥିବା ଆବଶ୍ୟକ । ପାଣିରେ ପରିଷ୍କାର କରି ଧୋଇ ପ୍ରଦର୍ଶନୀକୁ ପଠାଯିବା ଉଚିତ ।
- ଶୀତ ଦିନିଆ ସ୍କ୍ବାସ ଫଳ ଗୁଡିକ ଏକାପରି ଦିଶୁଥିବା ଉଚିତ ଏଗୁଡିକ ମଧ୍ୟରୁ ବଡ ଆକାରର ହୋଇଥିବା ବିଧେୟ ଏଗୁଡ଼ିକର ଶସ ଟାଣ ହୋଇଥିବା ଦରକାର ଏବଂ ରଙ୍ଗ ସମାନ ଭାବରେ ହୋଇଥିବା ଉଚିତ । ମୁଣ୍ଡି ଫଳରେ ଲାଖି ରହିଥିବା ଉଚିତ । ଏଗୁଡିକ ପାଣିରେ ଧୁଆଯାଏ ନାହିଂ । ଶୁଖିଲା କନାରେ ପୋଛି ପରିଷ୍କାର କରାଯାଏ ।
- ଟୋମାଟୋ - ଟୋମାଟୋ ଗୁଡିକ କିସମ ଅନୁସାରେ ଏକାରଙ୍ଗ ଓ ରୂପର ହୋଇଥିବା ଉଚିତ । ଫଳ ଗୁଡିକରେ ଫାଟ , ଦାଗ ବା ରୋଗ ନଥିବା ଉଚିତ । ସେଗୁଡିକ ପୁରା ଭାବରେ ଫୁଲିଥିବା ଦରକାର ଯେପରି ଭାଙ୍ଗ ବା ଲୋଚା ହି ନଥାଏ , ଯାହାକୁ ବିରାଡି ମୁହାଁ ବୋଲି କହନ୍ତି । ଡେମ୍ଫ ଗୁଡିକ ବାହାର କରିଦେବା ଉଚିତ ।
- ସାଲଗମ - ନମୁନାଗୁଡିକ ଏକ ଆକାରର ହୋଇଥିବା ଉଚିତ । ସେଗୁଡିକ ଅତି ବଡ ବଡ ବ ଛୋଟ ନ ହୋଇ ମଧ୍ୟମ ଆକାରର ହୋଇ ଭଲ ଓ ଚିକଣ ଦେଖାଯିବା ଉଚିତ । ପତ୍ର ଡେମ୍ଫଗୁଡିକ ସାଲଗମ ମୁଣ୍ଡରୁ ଆଧାଇଞ୍ଚ ରଖୀ କତୁରି ଦେବା ଦରକାର । ଯଦି ବିଡା ବନ୍ଧା ସାଲଗମ ପ୍ରତି ନିର୍ଦ୍ଦେଶ ଥାଏ , ତେବେ ପତ୍ର ଡେମ୍ଫ କଟା ଯାଏ ନାହିଁ ।
- ତରଭୁଜ - ନମୁନା ଗୁଡିକ ନିର୍ଦ୍ଧିଷ୍ଟ ପ୍ରକାରର ଗୁଣ ସହିତ ମେଳ ଖାଉଥିବା ଉଚିତ । ସେଗୁଡିକ ଟାଣ , କୋମଳ , ମିଠା ଓ ପକ୍ଵ ହୋଇଥିବା ଉଚିତ । ପ୍ରକାର ଭେଦରେ ମଞ୍ଜି ଗୁଡିକ ଗାଢ କଳା ବା ନାଲିଆ ହୋଇଥିବା ଉଚିତ । ମଞ୍ଜିଗୁଡିକ ଟାଣ ହୋଇଥିବା ଦରକାର ।
- ତରକାରୀ ଜାତୀୟ ତରଭୁଜ ଯାହାକୁ ଚାଲାଣି ବୋଲି କହନ୍ତି , ସେଗୁଡିକ ଗୋଲ ଗୋଲ ହୋଇ ଭଲଭାବରେ ବଢି କଅଁଳିଆ ହୋଇଥିବା ଉଚିତ ।
ଆଧାର - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର