ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ / ପନିପରିବା ଚାଷ (ପନିପରିବା ବଢାଇବା ପ୍ରଣାଳୀ)
ସେଆର କରନ୍ତୁ

ପନିପରିବା ଚାଷ (ପନିପରିବା ବଢାଇବା ପ୍ରଣାଳୀ)

ନିପରିବା ଚାଷକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି । ସେ ସମ୍ବନ୍ଧରେ ସୂଚନା ।

ପନିପରିବା ବଢାଇବା ପ୍ରଣାଳୀ

ପନିପରିବା ଚାଷର ଇତିହାସ ଆଦିମ ଯୁଗଠାରୁ ବିଚାର କଲେ ଜଣାଯାଏ ଯେ , ପ୍ରଥମେ ମଣିଷ ବନଜଙ୍ଗଲରୁ ହିଁ ଖାଦ୍ୟ ସଂଗ୍ରହ କରି ବ୍ୟବହାର କଲା । ସେ ବ୍ୟବହାର ଦ୍ରବ୍ୟର ମଞ୍ଜି , ଉଦ୍ଭିଦ କାଣ୍ଡ ବା ଚେର ଗୃହ ନିକଟରେ ପକାଇଲା । ତାହା ଗଛ ହେଲା ତଦ୍ଵାରା ସେ ଉକ୍ତ ପନିପରିବା ଚାଷ ଘର ପାଖେ କରିବାକୁ ଶିକ୍ଷା କଲା । ଜନ ସଂଖ୍ୟା ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଛୋଟ ଛୋଟ ବଗିଚା ଗଢିଉଠିବା ମଧ୍ୟ ଆରମ୍ଭ ହେଲା । ନିଜ ବ୍ୟବଧାନ ଲାଗି ପନିପରିବା ସଂରକ୍ଷିତ କରି ଅନ୍ୟକୁ ବିକ୍ରି କରି ନିଜର ଦରକାର ହେଉଥିବା ଅନ୍ୟାନ୍ୟ ଜିନିଷପତ୍ର ସଂଗ୍ରହ କରିବାକୁ ମଧ୍ୟ ମନୁଷ୍ୟ ଚେଷ୍ଟା କଲା । ସହର ନଗର ଆଦି ଗଢି ଉଠିବା ପରେ ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ ବହୁ ପରିମାଣରେ କରାଗଲା । କ୍ରମେ ଶିଳ୍ପସଂସ୍ଥାକୁ ଯୋଗାଇ ଓ ବହୁ ପରିମାଣରେ ସାଇତି ରଖି ଲୋକଙ୍କୁ ଯୋଗାଇବାକୁ ସମ୍ଭବ ହେଲା । ସେହି ଦୃଷ୍ଟିରୁ ପନିପରିବା ଚାଷକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା –

  1. ପାଠଶାଳା ବଗିଚା
  2. ପାକଶାଳା ବଗିଚା
  3. ବ୍ୟବସାୟିକ ବଗିଚା
  4. ଟ୍ରକ ଗାର୍ଡନିଙ୍ଗ
  5. ସଂରକ୍ଷଣ କେନ୍ଦ୍ର ଲାଗି ବଗିଚା
  6. କୃତ୍ରିମ ଉପାୟରେ ବହୁଳ ପରିବା ଚାଷ ।
  7. ପୋଷିତ ପନିପରିବା ଚାଷ

ପାଠଶାଳା ବଗିଚା

ଶ୍ରେଣୀ କକ୍ଷ ଶିକ୍ଷାପଦ୍ଧତି ଆମ ଦେଶରେ ପ୍ରଧାନ ସ୍ଥାନ ଅଧିକାର କରିଥିଲା । ପୂର୍ବରୁ ଅବଧାନ ଶିକ୍ଷା ଦ୍ଵାରା ମାଡ, ଦଣ୍ଡ ଓ ଭୟ ପ୍ରଦର୍ଶନ କରି ଶାସକ କରିବାର ବ୍ୟବସ୍ଥା ହେଉଥିଲା । ଏହା ଦ୍ଵାରା ଶିଶୁ ଦିନସାରା ଗୋଟିଏ ବଖରାରେ ବସି ପାଠପଢିବା ଦ୍ଵାରା ତାର ଶିକ୍ଷାପ୍ରତି ବିରକ୍ତ ଭାବ ଜାତ ହେଉଥିଲା । ତା ଛଡା ପ୍ରକୃତି ବିଷୟରେ ଶିକ୍ଷାଦେବା ସମୟରେ କୋମଳ ମତି ବାଳକ ବାଳିକାମାନଙ୍କୁ କେବଳ ଆନୁମାନକରି ବିଷୟ ବୁଝି ମନେରଖିବାକୁ ପଢୁଥିଲା ।କିନ୍ତୁ ସେମାନେ ପ୍ରକୃତି ପର୍ଯ୍ୟବେକ୍ଷଣ କରି ଶିକ୍ଷା କରିବାକୁ ଅଧିକ ପସନ୍ଦ କରିଥାନ୍ତି । ଏକଥା ଅନୁଭବ କରି ଶିକ୍ଷାବିତମାନେ ପାଠଶାଳା ବଗିଚାରେ ପରିକଳ୍ପନା କଲେ । ଶିକ୍ଷା ଅନୁଷ୍ଠାନଗୁଡିକରେ ବଗିଚାର ପ୍ରବର୍ତ୍ତଣନ କରିବା ଦ୍ଵାରା ଶିଶୁମାନେ ମନଖୁସିରେ ସେଥିପ୍ରତି ଆକୃଷ୍ଟ ହୋଇ ନିଜେ ପରିଶ୍ରମ କରି ଫଳ , ପନିପରିବା ଫଳ ଓ ଅନ୍ୟାନ୍ୟ ଫସଲ ଅମଳ କରିବାରେ ଆନନ୍ଦ ଉପଭୋଗ କରିଥାନ୍ତି । ବଗିଚାରେ ପରିଶ୍ରମ କରିବା ଦ୍ଵାରା ସେମାନଙ୍କ ମନ ପ୍ରଫୁଲ୍ଲ ରହେ । ସ୍ୱାସ୍ଥ୍ୟଗଠିତ ହୋଇ ପାରେ ଓ ପ୍ରକୃତି ଓ ଉଦ୍ଭିଦ ଜଗତ ସମ୍ପର୍କରେ ସେମାନେ ଧାରଣା ପାଇଥାନ୍ତି । ଆଧୁନିକ ସହର ବା ପୁରପଲ୍ଲୀ ସ୍କୁଲଗୁଡିକରେ ପାଠଶାଳା ବଗିଚା ସ୍ଥାପନ ଦ୍ଵାରା ନିମ୍ନୋକ୍ତ କେତୋଟି ଉଦ୍ଦେଶ୍ୟ ସାଧିତ ହୋଇଥାଏ ।
  • ସ୍କୁଲ ଚତୁଃପାର୍ଶ୍ଵରେ ଶୋଭାବର୍ଦ୍ଧନ – ସ୍କୁଲ ଚାରିପାଖେ ବଗିଚାରେ ଫଳ,ପନିପରିବା ଓ ଫୁଲ ଗଛ ଲଗାଇବା ଦ୍ଵାରା ସ୍କୁଲର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।
  • ପାଠଶାଳା ବଗିଚା ଦ୍ଵାରା ସ୍କୁଲ ଶିକ୍ଷାପଦ୍ଧତିରେ ଉଦ୍ୟାନ ବିଜ୍ଞାନ ଓ କୃଷି ବିଜ୍ଞାନ ଶିକ୍ଷାବିଷୟରେ ବ୍ୟବହାରିକ ଶିକ୍ଷାଦାନ ପାଇଁ ପରିବେଶ ସୃଷ୍ଟି କରାଯାଇ ପାରେ । ଛାତ୍ରଛାତ୍ରୀମାନେ ନିଜେ ବିଭିନ୍ନ ଉଦ୍ଭିଦର ସଂସ୍ପର୍ଶରେ ଆସିବା ଦ୍ଵାରା ସେ ସମ୍ପର୍କରେ ଚାକ୍ଷୁଷ ଜ୍ଞାନଅର୍ଜନ କରିବାର ସୁବିଧା ପାଇଥାନ୍ତି ।
  • ପାଠଶାଳା ଉଦ୍ୟାନ ଆଦର୍ଶ ଦିଗଦର୍ଶନ ଉଦ୍ୟାନ ରୂପେ କାର୍ଯ୍ୟ କରୁଥାଏ । ସ୍କୁଲ କ୍ଷେତରେ ନୂଆନୂଆ ପ୍ରକାରର ଫସଲ ପରୀକ୍ଷାମୂଳକ ଭାବେ ଚାଷ କରାଯାଇ ପାରେ । ଏହାଦ୍ଵାରା ଆଖପାଖ ଅଞ୍ଚଳର ଲୋକେ ଉକ୍ତ ଫସଲ ଦେଖି ନୂତନ ପ୍ରକାର ଚାଷ ପ୍ରତି ମନ ବଳାଇଥାନ୍ତି ।
  • ପାଠଶାଳା ଉଦ୍ୟାନରେ ଶିଶୁ ଶ୍ରମିକ ମହତ୍ଵ ଶିକ୍ଷା କରିଥାଏ । ବଗିଚାର ସହପାଠୀମାନଙ୍କ ସହ ମିଶି କାର୍ଯ୍ୟକାରିତା ଦ୍ଵାରା ତାର ମନରେ ଭାତୃଭାବ ଦେଶଭକ୍ତ ଜାଗ୍ରତ ହୁଏ ।
  • ଶିଶୁମାନେ ସ୍ଵାବଲମ୍ବନଶୀଳ ଶିକ୍ଷା କରନ୍ତି । ସେମାନଙ୍କର ସୁନ୍ଦର ଜିନିଷ ପ୍ରତି ଆଦର କରିବାର ମନୋଭାବ ଜାତ ହୁଏ ।
  • ପାଠଶାଳା ବଗିଚାରୁ ଲବଧ ଫଳ ଓ ପନିପରିବାଗୁଡିକ ପିଲାମାନଙ୍କ ମାଧ୍ୟହ୍ନ ଭୋଜନ କାଳରେ ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ ।

ସ୍କୁଲ ବଗିଚାରେ କାର୍ଯ୍ୟକ୍ରମ

ପ୍ରତି ସ୍କୁଲ ବଗିଚାକୁ କେତୋଟି ଭାବରେ ବିଭକ୍ତ କରଯାଇ ପାରେ । (୧) ଫଳ ବଗିଚା , (୨) ଫୁଲ ବଗିଚା, (୩) ପନିପରିବା ବଗିଚା । କେତେକ ସ୍କୁଲରେ ଗୁଳ୍ମ ଜାତୀୟ ଉଦ୍ଭିଦ ପୋଷଣ କରାଯାଇଥାଏ । ଆଉ କେତେକରରେ କୁଣ୍ଡ ପୋଷଣ ଉଦ୍ଭିଦ ସଂରକ୍ଷଣ କରାଯାଇ ଥାଏ । ପୁଣି ଆଉ କେତେକ ସ୍କୁଲରେ ପରୀକ୍ଷାମୂଳକ କ୍ଷେତ୍ର ତଳିପଟି ଆଦିର ବ୍ୟବସ୍ଥା ମଧ୍ୟ ଥାଏ । ଆଦର୍ଶ ସ୍କୁଲ ବଗିଚା ଲାଗି ପ୍ରଥମ ଉପସ୍ଥିତି ଅବସ୍ଥାକୁ ଦ୍ରୁଷ୍ଟିରେ ରାଖୀ ଗୋଟିଏ ଚିତ୍ର ପ୍ରସ୍ତୁତ କରାଯିବା ଅବଶ୍ୟକ । ସାଧାରଣତଃ ସ୍କୁଲ ଘରର ସାମ୍ନା ଅଂଶରେ ବଗିଚା କରାଯିବା ବିଧେଯ । ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ଖେଳପଡିଆ ବ୍ୟବସ୍ଥା କରାଯିବା ଦରକାର । ସ୍କୁଲର ପଛପଟେ ପନିପରିବା ଫସଲଲାଗି କ୍ଷେତ୍ର, ଫଳବୃକ୍ଷ ରୋପଣ ଲାଗି ବ୍ୟବସ୍ଥା କରାଯିବା ଉଚିତ । ଏତତଦ୍ଵାରା ପରୀକ୍ଷାମୂଳକ କ୍ଷେତ୍ର ଛାତ୍ରଙ୍କର ମଧ୍ୟରେ ପ୍ରତିଯୋଗୀତା ସଂଚାର ପାଇଁ ସ୍ଵକୀୟ ପଟାଳି ଓ ପର୍ଯ୍ୟାପ୍ତ ସୁବିଧା ଥିଲେ ଆଦର୍ଶ କ୍ଷେତ କରାଯିବା ବାଞ୍ଛନୀୟ । ପରୀକ୍ଷାମୂଳକ କ୍ଷେତ ରଖିବାର ପ୍ରଧାନ ଉଦେଶ୍ୟ ହେଲା ଯେ , ପ୍ରତ୍ୟେକ ଋତୁରେ କେତୋଟି ଫସଲ ନିର୍ବାଚିତ କରି ସେଗୁଡିକର ପ୍ରକାର ମଧ୍ୟରେ ତୁଳନାତ୍ମକ ଅବଲୋକନ କରିବା ଖତ , ସାର ପ୍ରୟୋଗର ପ୍ରଭେଦ ଦେଖିବା ବା ରୋଗ ପୋକ ନଷ୍ଟକାରକ ଔଷଧ ବ୍ୟବହାର କରି ସେ ବିଷୟରେ ଜ୍ଞାନ ଆହରଣ କରିବା ଏହା ଶିକ୍ଷକଙ୍କ ଉପସ୍ଥିତିରେ ଓ ସଂପୂର୍ଣ୍ଣ ନିର୍ଦ୍ଦେଶରେ କାର୍ଯ୍ୟକାରୀ କରାଯାଏ ଓ ଛାତ୍ରଛାତ୍ରୀମାନେ ଏହାର ପ୍ରଭେଦ ଆଦି ଦେଖିବ ଶିକ୍ଷାକରିଥାନ୍ତି ।

ପିଲାମାନେ ବ୍ୟକ୍ତିଗତ ପଟାଳିରେ ଛାତ୍ରଛାତ୍ରୀମାନେ ଏକାକୀ ବା ଏକାଧିକ ଗୋଟିଏ ପଟାଳିରେ କାର୍ଯ୍ୟକରିଥାନ୍ତି । ସ୍କୁଲଲାଗି ନିର୍ଦ୍ଧିଷ୍ଟ ଜମିର ପରିମାଣକୁ ଧରି ଏହି ବ୍ୟବସ୍ଥା କରାଯାଏ । ଏହି ପଟାଳିରେ ପିଲାମାନେ ନିଜେ ସମସ୍ତ କାର୍ଯ୍ୟ ନିଜ ହାତରେ କରିଥାନ୍ତି । ପିଲାମାନଙ୍କ ସମୂହ ଭାବେ କାର୍ଯ୍ୟକରିବା ଲାଗି ବଡ ବଡ କ୍ଷେତ୍ର ରଖାଯିବା ଉଚିତ । ଏଥିରୁ ଅମଳ ହେଉଥିବା କାକୁଡି , ତରଭୁଜ, କଦଳୀ, ସପୁରି, ପିଜୁଳି ଆଦି ପିଲାମାନଙ୍କ ସ୍କୁଲ ମଧ୍ୟାହ୍ନ ଭୋଜନ ଯୋଜନାରେ ବ୍ୟବହୃତ ହେବା ବାଞ୍ଛନୀୟ । ଏହା ଦ୍ଵାରା ଛାତ୍ରଛାତ୍ରୀମାନେ ବଗିଚା କାମ ପ୍ରତି ଆଗ୍ରହ ହୋଇଥାଆନ୍ତି ।

ତଳି ଉତ୍ତରିବା ଲାଗି ତଳିପଟି ର ବ୍ୟବସ୍ଥା ନିକଟରେ ବା କୂଅ ନିକଟରେ ରଖିବା ଦରକାର । ୨୦୦ ବର୍ଗ ଫୁଟର ଜାଗା ଏଥିଲାଗି ଯଥେଷ୍ଟ ହେବ । ଏହା ଛଡା ୧୦୦ ରୁ ୨୦୦ ବର୍ଗଫୁଟର ଜାଗା ଖାଗାଢ ପାଇଁ ରଖିବା ଉଚିତ । ଏହା ବଗିଚାର ପଛପଟେ ଗୋଟିଏ କଣରେ ସ୍ଥାପନ କରାଯିବା ଉଚିତ ।

ସ୍କୁଲ ବଗିଚା ଲାଗି କୌଣସି ବଡ ବଡ ଯନ୍ତ୍ରପାତି ଦରକାର ନାହିଁ । କେବଳ ହାତ ହତିଆର ସୁବିଧାଜନକ ହୋଇଥାଏ । ଏଥିପାଇଁ ଦାନ୍ତିଆ, ଶାବଳ, ଖୁରୁପି, ଝୁରା, ବାଲଟି, କଟୁରି , ଦା, ଟାଙ୍ଗିଆ, କରତ ରେକ ଆଦି ହାତ ହତିଆର ଯଥେଷ୍ଟ ପରିମାଣରେ ସଂଗ୍ରହ କରିବା ଦରକାର ।

ତେଣୁ ବଗିଚାର ସପରିଚାଳନା ଲାଗି ଶିକ୍ଷକ ସମସ୍ତ ବନ୍ଦୋବସ୍ତ ଆଗରୁ କରିବା ଆବଶ୍ୟକ । ପ୍ରତ୍ୟେକଋତୁ ଆରମ୍ଭରୁ ବିହନ, ସାର, ଯନ୍ତ୍ରପାତି ସଂଗ୍ରହ କାରୀ ରଖିବା ଓ ସେହି ଋତୁରେ ଯେଉଁ କାର୍ଯ୍ୟକ୍ରମ ଅନୁସୃତ ହେବ ତାହା ପୂର୍ବରୁ ସମସ୍ତ ପରିକଳ୍ପନା କରି ପିଲାମାନଙ୍କୁ ଉଚିତ ନିର୍ଦ୍ଦେଶନା ଦେଇ କାର୍ଯ୍ୟକରାଇବା ଉଚିତ । ଏହା ପୂର୍ବରୁ ସ୍କୁଲ ବଗିଚାରେ ରୋଡ, ଲନ, ଫୁଲ, ପଟାଳି, ପନିପରିବା ପଟାଳି, ଅନ୍ୟାନ୍ୟ ଫସଲ ପଟାଳି ତଥା କ୍ଷେତଗୁଡିକର ବିନ୍ୟାସକରଣ ସରଳ ଓ ସିଧାଭାବେ ହେବା ଉଚିତ ।

ପାକଶାଳା ବଗିଚା

ସହର ବା ପଲ୍ଲୀରେ ରହୁଥିବା ଲୋକମାନେ ନିଜ ଗୃହ ଚାରିପାଖ ଜମିର ସଦବ୍ୟବହାର କରିବା ଦରକାର । ଏହା ଦ୍ଵାରା ଗୃହର ସୌନ୍ଦର୍ଯ୍ୟ ବଢିବା ସଙ୍ଗେ ସଙ୍ଗେ ତଟକା ପନିପରିବା ଓ ଫଳ କିଛି ପରିମାଣରେ ଗୃହର ବ୍ୟବହାର ଲାଗି ଯୋଗାଡ କରାଯାଇ ପାରିବ । ପ୍ରତ୍ୟେକ ଗୃହ ବଗିଚାରେ ଗୃହ ସାମ୍ନା ଜାଗାରେ ଜମିର ପରିମାଣ ଦେଖି ଲନ (ତୃଣ ଶଯ୍ୟା) ଓ ଫୁଲ ପଟାଳି ଓ ଅନ୍ୟାନ୍ୟ ସୋଭାବର୍ଦ୍ଧଣ ଉଦ୍ଭିଦ ଲଗାଇବାର ବ୍ୟବସ୍ଥା କରାଯିବା ବିଷୟ ଗୃହ ଉଦ୍ୟାନ ପଛପେଟ ବାଡକରକୁ ଲାଗି କଦଳୀ , ଅମୃତଭଣ୍ଡା , ସପୁରି, ପିଜୁଳି ଓ ସୁବିଧା ଥିଲେ ଆମ୍ବ, ନଡିଆ, ପଣସ, ଲିଚୁ, ଓ କମଳା ଆଦି ଫଳଗଛ ମଧ୍ୟ ଲଗାଯାଇ ପାରେ ଓ ଗଛର ପଛପଟ ଜାଗାରେ ପନିପରିବା ଚାଷର ବ୍ୟବସ୍ଥା କରିବା ସୁବିଧାଜନକ ହୋଇଥାଏ । ଗୃହର ପାକଶାଳା ଲାଗି ପନିପରିବା ଏହି କ୍ଷେତରେ ଅମଳ କରଯାଉଥିବା ହେତୁ ଏହାକୁ ପାକଶାଳା ବଗିଚା ବୋଲି କୁହାଯାଇଥାଏ । ଗୃହରେ ରହୁଥିବା ପରିବାର ପ୍ରତ୍ୟେକ ବ୍ୟକ୍ତି ନିଜେ ନିଜର ଅବସର ସମୟରେ ବଗିଚାରେ କମ କରି ପନିପରିବା ଉପୁଯାଇ ପାରିବ । ଗୃହର ପାରିବା ତଥା ବାସନ ଧୁଆ ପାଣି , ଗାଧୁଆ ଘରର ନିଷ୍କାସିତ ଜଳ ପନିପରିବା କ୍ଷେତରେ ବ୍ୟବହାର କରାଯାଇପାରେ ଓ ଗୃହର ଆବର୍ଜ୍ଜନା ବଗିଚାର ପତ୍ର, ଡାଳ, ଆଦି ଉଦ୍ଭିଦ ଅଂଶ ଓ ପାକଶାଳାର ପନିପରିବା ଚୋପା ଆଦି ଖତ ଗାଢରେ ପଡି ବଗିଚାକୁ ଖତ ଯୋଗାଇଥାଏ । ପାଞ୍ଚଜଣ ବିଶିଷ୍ଟ ପରିବାର ଲାଗି ୦.୧୫ ରୁ ୦.୨୫ ଏକର ଜମି ପାକଶାଳା ବଗିଚା ଥିବା ଦରକାର ।

କଞ୍ଚା କଦଳୀ

ଜୁନ, ସେପ୍ଟେମ୍ବର- ମିଠା ମକା , ଅକ୍ଟୋବର, ଡିସେମ୍ବର- ବିନ , ଜାନୁଆରୀ , ମାର୍ଚ୍ଚ- ଟମାଟୋ

ଜୁନ ସେପ୍ଟେମ୍ବର- ଶାଗ

ମୁନିଗା ବା ସଜନା

କଞ୍ଚା କଦଳୀ

ଜୁନ , ସେପ୍ଟେମ୍ବର- ଭେଣ୍ଡି, ଅକ୍ଟୋବର , ଜାନୁଆରୀ- ଟମାଟୋ,

ନଭେମ୍ବର, ଜାନୁଆରୀ- ଆଳୁ

ଦେଶୀଆଳୁ

ପାଚିଲା କଦଳୀ

ଜୁଲାଇ, ଅଗଷ୍ଟ ମୂଳା

ଜୁଲାଇ ଅକ୍ଟୋବର- ଗୁଆଁର

କୁନ୍ଦୁରୁ

ପୋଟଳ

ଜୁନ ,ଡିସେମ୍ବର – ଲଙ୍କା ମରୀଚ

ଏପ୍ରିଲ, ମାର୍ଚ୍ଚ- ଲାଉ

ସାରୁ ଜାତୀୟ

ପୋଟଳ

ଜୁନ ମାର୍ଚ୍ଚ – ଚିଣ୍ଡା

ଜୁଲାଇ,ଅକ୍ଟୋବର ଲଙ୍କା ମରୀଚ

ତରଭୁଜ ବ କରଭୁଜ

ପୋଦିନା

ଜୁଲାଇ, ଅକ୍ଟୋବର- ଗୁଆଁର ଡିସେମ୍ବର , ଫେବୃୟାରି-ମୂଳା

ଡିସେମ୍ବର , ମାର୍ଚ୍ଚ- ଫ୍ରେଞ୍ଚବିନ

କଖାରୁ , ଜହ୍ନି

ଭୁଷୁଙ୍ଗା

ଜାନୁଆରୀ , ଜୁନ – ତରଭୁଜ

ଜୁଲାଇ, ଅକ୍ଟୋବର – ମୂଳା

ପାଣିକଖାରୁ

କାଗିଜି ଲେମ୍ବୁ

ଅମୃତ ଭଣ୍ଡା

ଅମୃତ ଭଣ୍ଡା

ପିଜୁଳି

ଆଧାର - ଡଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ , ଉଦ୍ୟାନ ବିଜ୍ଞାନ ବିଭାଗ ,କୃଷି ମହାବିଦ୍ୟାଳୟ , ଭୁବନେଶ୍ଵ

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top