ଯେଉଁ ଫସଲର ଫଳକଞ୍ଚା ବା ପାଚିଲା ଅବସ୍ଥାରେ ପରିବା ରୂପେ ବ୍ୟବହାର କରାଯାଏ, ତାହାକୁ ଫଳ ଜାତୀୟ ପରିବା ହିସାବରେ ନାମକରଣ କରାଯାଇଛି ଯଥା ବାଇଗଣ ଜାତୀୟ, ଛୁଇଁ ଜାତୀୟ, ଲଟା ଜାତୀୟ, ଭେଣ୍ଡି ଜାତୀୟ ଇତ୍ୟାଦି । ଏହି ଶ୍ରେଣୀର ପନିପରିବା ଗୁଡିକ ଯେପରି ସ୍ଵାଦିଷ୍ଟ ଓ ରୁଚିକର ସେପରି ସ୍ଵାସ୍ଥ୍ୟପ୍ରଦ ମଧ୍ୟ ହୋଇଥାଏ ଓ ପ୍ରତି ୟୁନିଟ ଜମିରୁ ମଧ୍ୟ ଅଧିକ ପରିମାଣର ଖାଦ୍ୟ ପଦାର୍ଥ ଉତ୍ପାଦିତ ହୋଇଥାଏ । ଏହାଛଡା ପ୍ରତ୍ୟେକ ଗୋଷ୍ଠୀ ଅନ୍ତର୍ଭୁକ୍ତ ପରିବାଗୁଡିକର ଚାଷ ପ୍ରଣାଳୀ ଉଣାଅଧିକ ଏକପ୍ରକାରର ହୋଇଥାଏ । ଏହି ପରିବାଗୁଡିକ ରୋଷଇଘର ପରିବା ଚାଷଠାରୁ ଆରମ୍ଭ କରି ଧାନ, ଗହମ ଚାଷ କରୁଥିବା ଜମିଗୁଡିକରେ ମଧ୍ୟ ଫସଲ ପର୍ଯ୍ୟାୟ ଅବଲମ୍ବନରେ ଚାଷ କରାଯାଇ ଚାଷୀର ଆର୍ଥିକ ପରିସ୍ଥିତିରେ ବିଶେଷ ଭାବେ ସହାୟକ ହୋଇଥାଏ ।
ଆମ ଦେଶରେ ବହୁ ପୂର୍ବରୁ ବାଇଗଣ ଚାଷ ହୋଇଆସୁଛି । ଏହା ବହୁ ପରିମାଣରେ ପରିବା ରୂପେ ବ୍ୟବହୃତ ହୋଇଥାଏ। ଏବଂ ସବୁ ଋତୁରେ ମଧ୍ୟ ଏହା ଚାଷ କରାଯାଇପାରେ ।
ପ୍ରକାର
ବାଇଗଣ ନାନା ପ୍ରକାର ଚାଷ କରାଯାଉଛି । ଧଳା, ହଳଦିଆ, ମାଟିଆ, ସାଗୁଆ, କଳା, ବାଇଗଣୀ, ପାଟଳ, ପଟା ପଟା ରଙ୍ଗର ବାଇଗଣ ଦେଖାଯାଏ। ଆକାର ଅନୁଯାଇ ଗୋଲ, ଲମ୍ବା, ନାସପାତି ଆକୃତି, ଦୀର୍ଘାକୃତିର ଫଳ ଦେଖାଯାଏ । ଓଡିଶାରେ ସାଗୁଆ ଓ ଗୋଲ ବାଇଗଣ ସାଧାରଣତଃ ବହୁ ପରିମାଣରେ ଚାଷ ହୋଇଥାଏ । ଖୁଣ୍ଟ, ପାଳୁଅ, ପେଣ୍ଡି, ପେନ୍ଥି ଆଦି ନାନା ପ୍ରକାରର ବାଇଗଣ ବହୁକାଳରୁ ଓଡିଶାରେ ଚାଷ ହୋଇଆସୁଛି । ଏହା ଛଡା ନିମ୍ନରେ ଦିଆଯାଇଥିବା କେତେକ ପ୍ରକାରର ବାଇଗଣ ଚାଷ ମଧ୍ୟ କରାଯାଏ । ପୁସା ପରପୁଲଲଙ୍ଗ, ପୁସାରପୁଲ ରାଉଣ୍ଡ, ସୁରତି ଗୋଟା, ବ୍ଲେକବ୍ୟୁଟି, ବେନାରସ ଜାଏଣ୍ଟ ଆର୍କସିଲ୍, ଆର୍କାକୁସୁମାକାର, ଆର୍କଶିରଣ, କ୍ଲଷ୍ଟରହ୍ଵାଇଟ, ଆଇ.ସି. ୧୮୮୫ ଏଗୁଡିକ ତାମିଲନାଡୁରେ ଚାଷ କରାଯାଏ । ବନସ୍ପତି ନିୟମକୁ ଧରି ବାଇଗଣଗୁଡିକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।
ବଂଶବୃଦ୍ଧି
ବାଇଗଣ ମଞ୍ଜିଦ୍ଵାରା ବଂଶ ବିସ୍ତାର କରିଯାଏ । ତେଣୁ ମଞ୍ଜିଗୁଡିକ ତଳିଘେରାରେ ପ୍ରଥମେ ବୁଣି, ତଳିଗୁଡିକ ୪ରୁ ୬ ସପ୍ତାହ ବଢିବା ପରେ ସେଗୁଡିକୁ ନେଇ କ୍ଷେତରେ ରୋପଣ କରାଯାଏ । ଜୁଲାଇ ଅଗଷ୍ଟ ମାସରେ ଫଳ ପାଇବାକୁ ହେଲେ ମଞ୍ଜିଗୁଡିକୁ ଏପ୍ରିଲ ମାସରେ ବୁଣାଯାଏ ଓ ମେ ମାସରେ ରୋପଣ କରାଯାଏ । ସେପ୍ଟେମ୍ବରରୁ ଜାନୁଆରୀ ମାସରେ ଫଳ ପାଇବାକୁ ହେଲେ ଜୁନ ମଝିରେ ମଞ୍ଜି ବୁଣାଯାଏ ଓ ମାର୍ଚ୍ଚରୁ ମେ ଯାଏ ପାଇବାକୁ ହେଲେ ନଭେମ୍ବର ଆରମ୍ଭରେ ମଞ୍ଜି ତଳି ଉତାରିବା ଲାଗି ବୁଣାଯିବା ଉଚିତ । ହେକ୍ଟର ଜମିରେ ରୋପଣ କରିବା ଲାଗି ୦.୫ ରୁ ୦.୭୫ କେଜି ମଞ୍ଜି ଯଥେଷ୍ଟ ହୋଇଥାଏ । ତଳିଗୁଡିକ ୧.୫ ସେ.ମି ବଢିବା ପରେ ବା ୨୦ ରୁ ୨୫ ବଢିବା ପରେ ମଧ୍ୟ ରୋପଣ ଯୋଗ୍ୟ ହୋଇଥାଏ । ଲମ୍ବା ଫଳ ବିଶିଷ୍ଟ ବାଇଗଣଗୁଡିକୁ ୪୫ X ୬୦ ସେ.ମି ଗୋଲ ଫଳ ବିଶିଷ୍ଟ ବାଇଗଣ ୬୦ X ୭୫ ସେ.ମି ଓ ବହୁ ସମୟ ଧରି ଫଳିବା ବାଇଗଣ ୯୦ X ୯୦ସେ.ମି ବ୍ୟବଧାନରେ ରୋପଣ କରାଯାଏ ।
ଜଳବାୟୁ ମୂର୍ତ୍ତିକା ଓ ଚାଷ ପ୍ରଣାଳୀ
ଏହି ଫସଲ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ଅଟେ, ତେଣୁ ଘନ କୁହୁଡି ଏହି ଫସଲ ପକ୍ଷେ ବଡ ବିପଦ ହୋଇଥାଏ । ଥଣ୍ଡାରାତି ଓ ଛୋଟ ଦିନରେ ଏହା ଭଲ ବଢିପାରେ ନାହିଁ ଓ ଅମଳ ବେଶୀ ହୋଇ ନଥାଏ। ମଞ୍ଜି ଫାରେନହିଟ ଗଜାହେବା ଲାଗି ୭୭° ଫା.ହି ଉତ୍ତାପ ଦରକାର ହୋଇଥାଏ । ବେଶୀ ଖରା ଓ ସନ୍ତସନ୍ତିଆ ଜମିରେ ବଢିପାରେ ନାହିଁ। ଦୋରସା, ନିଗିଡା ଉର୍ବରଜମି ଓ ପଟୁମାଟି ଏହା ଲାଗି ଉତ୍କୃଷ୍ଟ । ନାଲିମାଟି ଓ ଅନ୍ୟାନ୍ୟ ମାଟିରେ ମଧ୍ୟ ବାଇଗଣ ଚାଷ କରାଯାଉଛି ।
ଜମିକୁ ଭଲଭାବେ ଚାଷ କରି ମଇଦେଇ ସମତଳ କରାଯାଏ ଓ ତଳି ରୋପଣ କରାଯାଏ। ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତି ୨୦ ରୁ ୨୫ ଟନ କମ୍ପୋଷ୍ଟ ବା ୫୦୨ କେଜି ପଟାସ ଓ ୫୦ କେଜି ଯବକ୍ଷାର ପ୍ରୟୋଗ କରାଯାଏ ଓ ମାସକ ପରେ ବାକି ୫୦ କେଜି ଯବକ୍ଷାର ଶୀର୍ଷ ପ୍ରୟୋଗ ରୂପେ ବ୍ୟବହାର କରାଯାଏ । ଋତୁ ଓ ମାଟିର ଅବସ୍ଥାକୁ ଦେଖି ପାଣି ମଡାଯାଏ । ବହୁ ପରିମାଣରେ ଜଳ ସେଚନ କଲେ ବାକଟେରିଏଲ ଉଇଲଟ ହୋଇଥାଏ । ମଞ୍ଜି ବୁଣିବା ୧୦୦ ରୁ ୧୧୦ ଦିନର ଫଳ ତୋଳା ଆରମ୍ଭ କରାଯାଏ ହେକ୍ଟର ପ୍ରତି ୯୫ ରୁ ୧୩୦ କ୍ଵିଣ୍ଟାଲ ବାଇଗଣ ଅମଳ ହୋଇଥାଏ ।
ରୋଗ ଓ ପୋକ
ଗଣ୍ଡି ଓ ଫଳ ବିନ୍ଧାପୋକ ଗଣ୍ଡି ଓ ଫଳ ବିନ୍ଧି ନଷ୍ଟ କରେ ପ୍ରତି ୧୦ ରୁ ୧୫ ଦିନ ଅନ୍ତରରେ ୦.୨% ସେଭିନ, ୦.୧% ଲଣ୍ଡେନ ବା ୦.୦୨%ଏନଡ୍ରିନ୍ ବା ଡି.ଡି.ଟି. ୦.୧%ସିଞ୍ଚାଯାଏ। କେସିଡ, ବିଟଲ, ଓ ବୋରର ଲାଗି ୦.୨୫ %ସେଭିନ ବା ୨୦ % E.C ଏନଡ୍ରିନ୍ ୫ ମି.ଲି ତିନିଲିଟର ପାଣିରେ ଗୋଳି ସିଞ୍ଚାଯାଏ ।
ବୁଣିବା ପୂର୍ବରୁ ମଞ୍ଜିଗୁଡିକ ୫୨°ସେ.ଗ୍ରେ ଗରମ ପାଣିରେ ୩୦ ମିନିଟ ରଖି ବା ମଞ୍ଜିଗୁଡିକୁ ସିରେସାନ ଗୋଳି ବା ଚାରାଗୁଡିକୁ କ୍ୟୁପ୍ରୋଭିଟରେ ବୁଡାଇ ରୋପଣ କରାଯାଏ ।
ତଳପତ୍ର ହଳଦିଆ ପଡେ । ଶିରା ମଧ୍ୟ ଅଂଶ ହଳଦିଆ ହୋଇଥାଏ ଗଣ୍ଡି ଫାଳକରି ଦେଖିଲେ ଭିତରେ ଥିବା ଭାସ୍ କୁଲାରଟିସ୍ୟୁ କଳା ରଙ୍ଗର ହୋଇଥାଏ । ରୋଗ ନିରୋଧକ ବାଇଗଣ ଲଗାଯିବା ଉଚିତ ।
ମୋଜେକ୍ ଓ ଲିଟିଲ୍ ଲିଙ୍ଗ ରୋଗ ହେଲେ ସେଗୁଡିକ ଉପାଡି ପୋଡିଦେବା ଉଚିତ । ନିମେଟୋଡ, ଦାସିପୋକ ହେଲେ ମାଟିରେ ନିମଗାନ ଔଷଧ ପ୍ରୟୋଗ କରିବା ଉଚିତ । ଏହାଛଡା ଫସଲ ପର୍ଯ୍ୟାୟ ଓ ରୋଗ ନିରୋଧକ ବାଇଗଣ ଚାଷ କରିବା ଉଚିତ ।
ଟୋମାଟୋ ଗଛର ଫଳଗୁଡିକ ତରକାରୀ,ଖଟା ସଶ୍ ,ଜ୍ୟୁସ୍ ଓ ସାଲାଡ ହିସାବରେ ବ୍ୟବହାର କରାଯାଏ । ଏହା ସ୍ଵାସ୍ଥ ପକ୍ଷେ ବଡ ହିତକର। ଏହା ଏକ ଶୀତ ଋତୁର ଫସଲ । ସମତଳ ଓ ପାହାଡ ଅଞ୍ଚଳରେ ଚାଷ କରି ବର୍ଷସାରା ପ୍ରାୟ ଏହା ବ୍ୟବହାର ଲାଗି ମିଳିଥାଏ । ଗଛର ଚେର ଗୁଡିକ ଗଭୀରଗାମୀ ହୋଇ ଗଛ ଝାଙ୍କରା ବା ସିଧା ହୋଇ ବଢିଥାଏ । ଏହା ଗୋଟିଏ ଋତୁରେ ବଢି ମରିଥାଏ । ପତ୍ର କାଣ୍ଡ ଆଦି ଏକ ପ୍ରକାର ଗନ୍ଧାଏ ଓ ହାତରେ ଅଠାପରି ଲାଳୁଆ ଅଂଶ ଲାଗେ ପେନ୍ଥା ପେନ୍ଥା ହୋଇ ଫୁଲ ଧରେ ଓ ପ୍ରତି ପେନ୍ଥାରେ ପ୍ରକାର ଭେଦରେ ସଂଖ୍ୟା ଅଲଗା ହୋଇଥାଏ । ଫଳଗୁଡିକ ବେରି ଅଟେ । ଫୁଲ ଫୁଟିବାଠାରୁ ଫଳ ପାଚିବାଯାଏ ୬ ରୁ ୭ ସପ୍ତାହ ଦରକାର ହୋଇଥାଏ ।
ପ୍ରକାର
ବହୁ ପ୍ରକାରର ଟୋମାଟୋ ଚାଷ କରାଯାଏ । ଏଗୁଡିକ ଉଦ୍ଭିଦ ବିଜ୍ଞାନର ପଦ୍ଧତି ଅନୁଯାୟୀ ପାଞ୍ଚଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ସେଗୁଡିକ ହେଲା -
ବଂଶବୃଦ୍ଧି
ଏହା ମଞ୍ଜି ଦ୍ଵାରା ବଂଶ ବିସ୍ତାର କରାଯାଏ । ଗଛର ଅଗ ୧୦ ରୁ ୧୫ ସେ.ମି କାଟି ନରସରିରେ ଲଗାଇ ଅଧିକ ଯତ୍ନନେଇ ଚେର ହେବା ପରେ କ୍ଷେତରେ ଲଗାଯାଇପାରେ; ତେବେ ଏହି ପ୍ରଣାଳୀ ବର୍ତ୍ତମାନ ସେତେ ସୁବିଧାଜନକ ନୁହେଁ । ହେକ୍ଟର ଜମିରେ ରୋପଣ କରିବା ଲାଗି ୫୦୦ ରୁ ୬୨୫ ଗ୍ରାମ ମଞ୍ଜି ତଳିଘରାରେ ବୁଣି ସେଗୁଡିକ ୩ ରୁ ୪ ସପ୍ତାହ ବଢିବା ପରେ ବା ୧୨ ରୁ ୧୫ ସେ.ମି ବଢିବା ପରେ କ୍ଷେତରେ ରୋପଣ କରାଯାଇଥାଏ । ସହଳ କିସମ ଲାଗି ଧାଡି ଓ ଧାଡି ଭିତରେ ଦୂରତା ୬୦X୬୦ ସେ.ମି ରଖାଯାଏ ଓ ମୁଖ୍ୟ ଫସଲ ଲାଗି ୯୦X୯୦ ସେ.ମି ବ୍ୟବଧାନରେ ତଳି ରୋପଣ କରାଯାଏ ତଳିଗୁଡିକ ତଳିଘରାରୁ ଉପାଡି ପାଣିରେ ଧୋଇ ସେଗୁଡିକୁ ୦.୦୫% କ୍ୟୁପ୍ରୋରାଇଟ୍ ଦ୍ରବରେ ବୁଡାଇ ରୋପଣ କଲେ ଚେର ସଢା ରୋଗ ଧରେ ନାହିଁ ।
ଜଳବାୟୁ, ମୃର୍ତ୍ତିକା ଓ ଚାଷ ପ୍ରଣାଳୀ
ଏହା ଆମ ଦେଶରେ ଶୀତଦିନିଆ ଫସଲ ରୂପେ ଚାଷ କରାଯାଏ । ପାହାଡିଆ ଅଞ୍ଚଳରେ ବର୍ଷା ଋତୁ ଶେଷ ହେବା ପୂର୍ବରୁ ଲଗାଯାଏ ଓ ସମତଳ ଅଞ୍ଚଳରେ ଟୋମାଟୋ ବଜାରରେ ପ୍ରବେଶ କରିବା ପୂର୍ବରୁ ଆସିଥାଏ । ଉତ୍ତମ ଓ ରୁଚିକର ଫଳ ଅତି ଗରମ ଓ ଅତି ଥଣ୍ଡା ଜଳବାୟୁରେ ହୋଇପାରେ ନାହିଁ । ଏହା ଉତ୍ତମ ଆଲୋକ ମଧ୍ୟ ଦରକାର କରିଥାଏ, କିନ୍ତୁ ଦୀର୍ଘ ବା ଛୋଟ ଦିନ ଏହାର ଉପରେ ପ୍ରଭାବ ପକାଇ ନଥାଏ । ମଞ୍ଜି ୬୦° ରୁ ୩୫° ଫା.ହି ଉତ୍ତାପ ଅଙ୍କୁରଣ ଲାଗି ଦରକାର କରେ ଓ ବଢିବା ଲାଗି ୭୦° ରୁ ୭୫° ଫା.ହି ମଧ୍ୟରେ ରହିବା ଉଚିତ । ୧୦୦° ଫା.ହି ରେ ପରାଗ ନଷ୍ଟ ହୁଏ ବା ପରାଗ ସଙ୍ଗମରେ ବ୍ୟଘାତ ଘଟାଏ । ଫଳଗୁଡିକ ରଙ୍ଗ ଲାଇକୋପିନର ପରିମାଣ ଉପରେ ନିର୍ଭର କରେ । ତେଣୁ ୭୦° ୭୫° ଫା.ହି ଉତ୍ତାପରେ ଏହି ରଙ୍ଗ ପଦାର୍ଥର ମାତ୍ରା ଫଳରେ ବଢି ଉତ୍ତମ ରଙ୍ଗ ଦେଇଥାଏ;କିନ୍ତୁ ୮୦° ୮୫° ଫା.ହି ଉତ୍ତାପରେ ଏହାର ପରିମାଣ ଆଶାତୀତ ଭାବେ କମାଇ ଦିଏ । କେରାଟିନ୍ ର ପରିମାଣ ଅଧିକ ଉତ୍ତାପରେ ବଢିଥାଏ । ମଞ୍ଜିଗୁଡିକ ସମତଳ ଅଞ୍ଚଳରେ ଜୁନ୍ ମାସଠାରୁ ଆରମ୍ଭ କରି ନଭେମ୍ବର ମାସଯାଏ ଥରକୁ ଥର ବୁଣାଯାଏ ତଳି ଠିକଭାବେ ବଢିବା ପରେ ସେହି ଅନୁ କ୍ରମରେ ରୋପଣ କରାଯାଏ । ଟୋମାଟୋ ଅନ୍ୟାନ୍ୟ ପନିପରିବା ପରି ଯେ କୌଣସି ମାଟିରେ ଚାଷ କରାଯାଇପାରେ, ନିଗିଡା ଦୋରସା ଓ ପଟୁମାଟିରେ ଫସଲ ଭଲ ହୋଇଥାଏ। ମୃର୍ତ୍ତିକାର ଅମ୍ଳତା ୬ ରୁ ୭ ଭିତରେ ରହିବା ଉଚିତ । ଜମିକୁ ୪ ରୁ ୫ ଥର ଭଲଭାବେ ଚାଷକରି ମଇଦେଇ ସମତଳ କରାଯାଏ । ୧୫ ରୁ ୨୦ ଶଗଡ ଗୋବରଖତ ବା କମ୍ପୋଷ୍ଟ ହେକ୍ଟର ପ୍ରତି ପ୍ରୟୋଗ କରାଯାଏ । ମୃତ୍ତିକାରୁ ୪୦୦ କ୍ଵିଣ୍ଟାଲ ଫଳ ଅମଳ କରାଗଲେ ହେକ୍ଟର ପ୍ରତି ୯୩ କେଜି ଯବକ୍ଷାର, ୨୦ କେଜି ଫସଫରିକ୍ ଏସିଡ ୧୨୬ କେଜି ପଟାସ ଶୋଷିନିଏ । ତେଣୁ କେହି କେହି ୧୦୦ କେଜି ସୁପର ଫସ୍ ଫେଟ୍ ୫୦ କେଜି ପିଟିସିଏମ୍ ସଲଫେଟ୍ ଓ ଶୀର୍ଷ ପ୍ରୟୋଗ ସମୟରେ ୧୦୦ କେଜି ଏମୋନିଏମ୍ ସଲଫେଟ୍ ବା C.A.N ସାର ପ୍ରୟୋଗ କରିଥାନ୍ତି । ସାଧାରଣତଃ ଯବକ୍ଷାର ଅତି ବେଶୀ ପରିମାଣରେ ପ୍ରୟୋଗ କରିବା ଅନୁଚିତ କାରଣ ପତ୍ର ଓ ଡାଳ ବେଶି ପରିମାଣରେ ବଢି ଫଳ ଅମଳ କରାଇଥାଏ ବା ଫଳ ବଡ ବଡ ହୁଏ ନାହିଁ । ତେଣୁ ୪୦ ରୁ ୬୦ କେଜି ଯବକ୍ଷାର, ୬୦-୮୦ କେଜି ଫସ୍ ଫରିକ ଓ ୧୦୦ ରୁ ୧୨୦ କେଜି ପଟାସ ହେକ୍ଟର ପିଛା ପ୍ରୟୋଗ କରିବା ଉଚିତ ଟୋମାଟୋ ଫସଲ ହେଉଥିବା ଜମିରେ ଟାଙ୍ଗଣା ଅଂଶ କମ୍ ଥିଲେ ବା ଅଭାବ ଥିଲେ ଫଳଗୁଡିକ ପୁରା ଓ ସମାନ ଭାବେ ନ ବଢି ଚମ ଫଟା ଚକଡା ଚକଡା ହୋଇ ସୋଲପରି ଅଂଶ ଦେଖାଯାଏ ତେଣୁ ୦.୩ ରୁ ୦.୪ % ବୋରାକସ୍ ସିଞ୍ଚିଲେ ଉପକାର ମିଳେ ଏହା ଥରେ ତଳିଘରାର ତଳିଗୁଡିକ ଉପରେ ସିଞ୍ଚି ପୁଣି ରୋପଣ କରିବା ୩ ରୁ ୪ ସପ୍ତାହ ପରେ ଆଉ ଥରେ ସିଞ୍ଚିବା ଉଚିତ କେହି କେହି ହେକ୍ଟର ପ୍ରତି ୮ ରୁ ୧୨ କାଜି ବୋରାକସ୍ ମୃର୍ତ୍ତିକାରେ ମଧ୍ୟ ପ୍ରୟୋଗ କରିଥାନ୍ତି । ଫଳଗୁଡିକ ଭିଟାମିନ C କିନ୍ତୁ ଏହାଦ୍ଵାରା ଶର୍କରାର ପରିମାଣ କମିବା ଭୟ ଥାଏ । ଟୋମାଟୋ ଫସଲରେ ବାକ୍ ଟେରିଆ ଜନିତ ଝାଉଁଳା ରୋଗ ବହୁ ପରିମାଣରେ ଆକ୍ରମଣ ହୋଇଥାଏ । ଥରେ ଜମିରେ ଏ ଜୀବାଣୁ ପ୍ରବେଶ କଲେ ସହଜେ ନିପାତ ହୁଅନ୍ତି ନାହିଁ । ଜମିରେ ଆର୍ଦ୍ରତା ବହୁ ପରିମାଣରେ ରହିବା ଦ୍ଵାରା ଏହାର ଆକ୍ରମଣ ବୃଦ୍ଧି ହୋଇଥାଏ ତେଣୁ ଅନ୍ୟାନ୍ୟ ଉପଚାର ସହ ଅତ୍ୟଧିକ ଜଳସେଚନ ନକରିବା ଉଚିତ । ସହଳ ଫସଲ ଲାଗି ଜମିରୁ ଜଳନିଷ୍କାସନ ବ୍ୟବସ୍ଥା କରାଯିବା ଓ ଅନ୍ୟାନ୍ୟ ଟୋମାଟୋ ଫସଲ ବା ମୁଖ୍ୟ ଫସଲରେ ମାଟିକୁ ମଧ୍ୟ ଧରଣର ଆର୍ଦ୍ରାବସ୍ଥାରେ ରଖିବା ଉଚିତ ତେଣୁ ୨୦ ଦିନରେ ଥରେ ଜଳସେଚନ କରିବା ଭଲ; କିନ୍ତୁ ଉଛୁର ଫସଲ ଲାଗି ସପ୍ତାହରେ ଥରେ ଲେଖାଏ ଜଳସେଚନ କରାଯିବା ଉଚିତ । ଟୋମାଟୋ ଫସଲରେ ଘାସବଛା, ଖୋସା, କୋଡା, ସାରଦିଆ, ଓ ହୁଡାଟେକା ଆଦି ଆଦି କାର୍ଯ୍ୟ କରାଯାଏ । ଚେରଗୁଡିକ ମାଟିର ପାଞ୍ଚ ସେ.ମି ତଳେ ରହୁଥିବା ଦୃଷ୍ଟିରୁ କୋସା କୋଡା କରିବା ବେଳେ ସାବଧାନ ହେବା ଉଚିତ । ଏହାଛଡା ବଡ ବଡ ଫଳ ପାଇବାକୁ ହେଲେ ଗଛ ଗୁଡିକୁ ସେପରି ଭାବେ ନଛାଡି କାଣ୍ଟଛାଣ୍ଟ କରାଯିବା ଉଚିତ୍ । ଗଛଗୁଡିକର ପ୍ରଧାନ ଗଣ୍ଡି ଗୁଡିକର ପ୍ରଧାନ ଶାଖା ମୂଳରୁ ବାହାରୁଥିବା କୁଆଁ ଗୁଡିକୁ ଛିଣ୍ଡାଇ ଦିଆଯାଏ ଓ ବତାପୋତି ଗଣ୍ଡିଟିକୁ ବାନ୍ଧି ସିଧାକରି ବଢିବାକୁ ଦିଆଯାଏ। ଏପରି କରିବା ଦ୍ଵାରା ଗଛ ପ୍ରତି ୬ କେଜି ଯାଏ ବଡ ଓ ଉତ୍କୃଷ୍ଟ ଫଳ ଅମଳ ହେବା ଗବେଷଣାରୁ ଜଣାପଡେ । ଫଳଗୁଡିକ ପୁରାଭାବେ ବଢିଯିବା ପରେ ଓ ରଙ୍ଗ ବଦଳାଇବାକୁ ଆରମ୍ଭ କଲେ ତୋଳାଯାଏ ଦୂର ବଜାର ଲାଗି ପ୍ରଥମ ଅବସ୍ଥାରେ ଓ ସଦ୍ୟରନ୍ଧନ କରିବା ଲାଗି ଶେଷ ପ୍ କବବସ୍ଥା ସୁବିଧାଜନକ ହୋଇଥାଏ । ହେକ୍ଟର ପ୍ରତି ୧୪୦ ରୁ ୩୭୫ କ୍ଵିଣ୍ଟାଲ ଫଳ ଅମଳ ହୋଇଥାଏ ।
ରୋଗ ଓ ପୋକ
ଲଙ୍କାମରିଚ ଓ ସ୍ଵିଟି ପେପର ପରିବା ରୂପେ ବ୍ୟବହାର କରାଯାଏ । ସାଲାଡ, ଆଚାର, ତରକାରୀ, ମସଲା, ଶୁଖିଲା ମରିଚ ତରକାରୀ ବଘାରିବା ଓ ତରକାରୀ ଆଦଗୁଡିକୁ ସ୍ଵାଦିଷ୍ଟ ଓ ରୁଚିକର କରିବା ଲାଗି ବ୍ୟବହାର କରାଯାଏ । ଔଷଧ ହିସାବରେ ମଧ୍ୟ ଏହା ବ୍ୟବହାର କରାଯାଇଥାଏ । ଶୁଖିଲା ମରିଚ ମଧ୍ୟ ମସଲା ରୂପେ ବ୍ୟବହୃତ ହୋଇ ଆସୁଛି ।
ପ୍ରକାର
ନାନା ପ୍ରକାରର ମରିଚ ବ୍ୟବହାର କରାଯାଉଛି । ଲଙ୍କାମରିଚଗୁଡିକୁ ଅତି କଟୁ ଓ କମ୍ କଟୁ ଏପରି ମଧ୍ୟ ଶ୍ରେଣୀ ବିଭାଗ କରାଯାଇଛି ।
ବଂଶବୃଦ୍ଧି
ବାଇଗଣ ଓ ଟୋମାଟୋ ପରି ଲଙ୍କା ମରିଚ ମଞ୍ଜିଦ୍ଵାରା ବିସ୍ତାର କରାଯାଏ । ବର୍ଷସାରା ମଞ୍ଜି ବୁଣି ଚାରା କ୍ଷେତରେ ରୋପଣ କରାଯାଇପାରେ; କିନ୍ତୁ ମିଠାଲଙ୍କା ଏକ ହେକ୍ଟର ପାଇଁ ୧.୦ ରୁ ୧.୫ କେଜି ମଞ୍ଜି ଦରକାର କରେ । ଏହା ୨୩୦ ବର୍ଗମଟର ଜମିରେ ତଳି ଉତାରିବା ଲାଗି ବୁଣାଯାଏ ମଞ୍ଜି କେଜି ପ୍ରତି ୨.୦ ଗ୍ରାମ ଥିରମ ବା କେପଟାନ ଗୋଳେଇ ବୁଣାଯିବା ଉଚିତ, ନଚେତ ଆଗରୁ ବତୁରା ମଞ୍ଜିକୁ ୮ ମିନିଟ ଯାଏଁ ୧.୨୫% କପର ସଲଫେଟ ବା ମଇରିଗିରା ତିତୁଆ ପାଣିରେ ଭିଜାଇ ବୁଣାଯାଏ । ମଞ୍ଜି ବୁଣାଯିବା ମାସକପରେ ତଳିଘରାରୁ ଉଠାଇ କ୍ଷେତରେ ଚାରାଗୁଡିକୁ ୪୫X୩୦ ସେ.ମି ବ୍ୟବଧାନରେ ରୋପଣ କରାଯାଏ ।
ଜଳବାୟୁ, ମୃତ୍ତିକା ଓ ଚାଷ ପ୍ରଣାଳୀ
ଲଙ୍କାମରିଚ ଉଷ୍ଣ ବା ଆଦ୍ର ଜଳବାୟୁରେ ଭଲଭାବେ ବଢି ଫଳ ଦେଇଥାଏ; କିନ୍ତୁ ଫଳ ପାଚିବା ଲାଗି ଶୁଷ୍କ ଜଳବାୟୁ ଦରକାର କରିଥାଏ । ମଞ୍ଜି ଗଜା ହେବାଲାଗି ୬୫° ରୁ ୮୫° ଫାରେନହିଟ ମୃତ୍ତିକା ଉତ୍ତାପ ଦରକାର ହୋଇଥାଏ । ବେଶି ସୂର୍ଯ୍ୟାଲୋକ ଫଳ ଅମଳ ବାଢାଏ; କିନ୍ତୁ ଫଳର କେପସିସିନ୍ କମାଇଥାଏ ଓ ଫଳରେ ରଙ୍ଗ ଡେରିରେ ବଦଳିଥାଏ । ସ୍ଵିଟ ପେପର ଫଳ ଧରିବା ଲାଗି ୬୦° ରୁ ୯୦° ଫାରେନହିଟ ଉତ୍ତାପ ଦରକାର କରିଥାଏ । ବାଇଗଣ ଟୋମାଟୋ ପରି ଲଙ୍କାମରିଚ ମଧ୍ୟ ମୃତିକା ଦରକାର କରିଥାଏ । ଜମିକୁ ୫ରୁ ୬ ଥର ଭଲଭାବେ ଚାଷ କରି ମଇଦେଇ ସମତଳ କରାଯାଏ । ଏହି ସମୟରେ ୨୫ ଶଗଡ ଗୋବର ବା କମ୍ପୋଷ୍ଟ ଖତ ହେକ୍ଟର ପ୍ରତି ପ୍ରୟୋଗ କରାଯାଏ । ତେବେ ନିପାଣିଆ ଫସଲ ଲାଗି ୨୫୦ କ୍ଵିଣ୍ଟାଲ ଓ ଜଳ ସେଚିତ ଫସଲ ଲାଗି ୫୦୦ କ୍ଵିଣ୍ଟାଲ ଖତ ପ୍ରୟୋଗ କରାଯାଏ । ତଳି ରୋପଣ ସମୟରେ ୪୦ କେଜି ଯବକ୍ଷାର ୯୦ କେଜି ପ୍ରସଫୁରକ ଓ ୪୦ କେଜି ପଟାସ ଜଳସେଚିତ ଫସଲ ଓ ଯଥାକ୍ରମେ ୩୦, ୫୦ ଓ ୨୫ କେଜି ନିପାଣିଆ ଫସଲରେ ହେକ୍ଟର ପ୍ରତି ପ୍ରୟୋଗ କରାଯାଏ । ଜମି ପ୍ରସ୍ତୁତି ଓ ଚାରା ରୋପଣ ପୂର୍ବରୁ ସମସ୍ତ ଫସଫେରିକ ଏସିଡ, ପଟାସ ଓ ଅଧା ଯବକ୍ଷାର ପ୍ରୟୋଗ କରାଯାଏ ବାକି ଅଧା ଯବକ୍ଷାର ଶୀର୍ଷ ପ୍ରୟୋଗ କରାଯାଏ । କେଉଁଠି କେଉଁଠି ପୂର୍ବୋକ୍ତ ଉଦ୍ଭିଦ ସାରଗୁଡିକୁ ଯଥାକ୍ରମେ ୪୦,୨୫ ଓ ୩୦ କେଜି ଅନୁପାତରେ ପ୍ରୟୋଗ କରାଯାଏ । ବର୍ଷାର ପରିମାଣ ମୃର୍ତ୍ତିକା, ଜଳବାୟୁକୁ ଧରି ପାଣି ମଡାଯିବା ଉଚିତ । ତେବେ ସାଧାରଣତଃ ୮ ରୁ ୧୦ ଟି ଜଳସେଚନ ଦରକାର ହୋଇଥାଏ । ଫଳଗୁଡିକ ପୂରାଭାବେ ବଢିଯିବା ପରେ କଞ୍ଚାଲଙ୍କା ଅମଳ କରାଯାଏ । ଶୁଖିଲା ଲଙ୍କା ଅମଳ କରିବାକୁ ହେଲେ ଫଳଗୁଡିକର ରଙ୍ଗ ପୂରା ବଦଳିଯିବା ଯାଏଁ ଛାଡି ଦିଆଯାଏ । ବର୍ଷାଦିନିଆ ଫସଲରେ ୫୦୦ ରୁ ୧୦୦୦ କେଜି ଶୁଖିଲା ମରିଚ ଅମଳ ହୋଇଥାଏ କିନ୍ତୁ ଜଳ ସେଚିତ ଫସଲରେ ୧୫୦୦ ରୁ ୨.୫୦୦ କେଜି ହେକ୍ଟର ପ୍ରତି ଅମଳ ହୁଏ । ସାଧାରଣତଃ କଞ୍ଚାଲଙ୍କା ୭୫ ରୁ ୮୦ କ୍ଵିଣ୍ଟାଲ ଶୁଖିଲା ମରିଚ ୮ ରୁ ୧୦ କ୍ଵିଣ୍ଟାଲ ହେକ୍ଟର ପ୍ରତି ଅମଳ ହୋଇଥାଏ ।
ରୋଗ ଓ ପୋକ
ଭେଣ୍ଡି ଗଛର ଫଳ ପରିବା ରୂପେ ବ୍ୟବହାର କରାଯାଏ। ଏହାର ଚେର ଓ ଗଣ୍ଡିର ଲାଳୁଆ ଅଂଶ ଆଖୁରସ ପରିସ୍କାର କରିବାରେ ବ୍ୟବହୃତ ହୋଇଥାଏ । ଭେଣ୍ଡିକୁ ଏବ୍ଲୋମସ ବର୍ଗଭୂତ କରାଯାଇଛି ।
ପ୍ରଥମେ ଏହା ହାଇବିସ୍ କସ୍ ଜିନସରେ ରଖାଯାଇଥିଲା, କାରଣ ଭେଣ୍ଡିରୁ ବୃନ୍ତ ଫର୍ଣ୍ଣମେ ଚୀ ହୋଇଥିବା ହେତୁ ବୋଲି ଧରାଯାଏ । କାରଣ ଏହା ସ୍ଥାୟୀ ହୋଇ ରହିଥାଏ । ଭେଣ୍ଡି ସ୍ଵିସିସ୍ ଅନ୍ତର୍ଭୁକ୍ତ ଉଦ୍ଭିଦ ଅଟେ ।
ପ୍ରକାର
ଭେଣ୍ଡିରେ ସାଗୁଆ ,ହଳଦିଆ, ଲାଲ ଆଦି ରଙ୍ଗର ଫଳ ଦେଖିବାକୁ ମିଳେ । ଆକାର ଓ ଆୟତନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେବେ ପୁସାମଖମଲି , ପୁସାସ୍ରାବଣୀ , ଲିଖନର ୱାର୍ଫ, ଲଙ୍ଗଗ୍ରିନ, ଭେଲଭେଟଗ୍ରିନ, ସ୍ୱୁତ୍ ଭେଲଭେଟ, ଲଙ୍ଗ ହ୍ଵାଇଟ, ରେଡୱାଣ୍ଡର, କଲ୍ୟାଣପୁର T1 , T2, T3, T4 ବେଶାଳିବଧୁ , NO -13 ପାଞ୍ଚ ଓ ସାତପତ୍ରି ଭେଣ୍ଡି ବହୁଳ ଭାବେ ଚାଷ କରାଯାଉଛି ।
ବଂଶବୃଦ୍ଧି
ଭେଣ୍ଡି ମଞ୍ଜିଦ୍ଵାରା ବଂଶ ବିସ୍ତାର କରାଯାଏ । କେହି କେହି ଭେଣ୍ଡିକୁ ତଳିଘରାରେ ବୁଣି ଛୋଟ ଛୋଟ ଗଛହେବା ପରେ କ୍ଷେତ ରୋପର କରନ୍ତି । ଏପରି କଲେ ଗଛରୁ ବହୁତ ଫଳ ଓ ବଡ ବଡ ଫଳ ମିଳେ ବୋଲି କେତେ ବିଶ୍ଵାସ କରନ୍ତି ଭେଣ୍ଡି ବର୍ଷସାରା ଚାଷ କରାଯାଇପାରେ। ତେଣୁ ବହୁଦିନଯାଏ ଫଳ ପାଇବାକୁ ହେଲେ ପ୍ରତି 10 ରୁ 15 ଦିନ ଅନ୍ତରରେ ଭେଣ୍ଡି ଲଗାଯାଇପାରେ । ଗ୍ରୀଷ୍ମ ଋତୁରେ ୯ ରୁ ୧୧.୫ କି.ଗ୍ରା, ବର୍ଷାଦିନିଆ ଫସଲ ଲାଗି ୭ ରୁ ୯୦ କିଗ୍ରା ହେକ୍ଟର ପ୍ରତି ଦରକାର ହୋଇଥାଏ । ବର୍ଷାଦିନେ ମଞ୍ଜି ୨.୫ ସେ.ମି ଗଭୀରରେ ପୋତି ଧାଡି ଧାଡି ଓ ଗଛ ମଧ୍ୟରେ ୪୫X୪୫ ସେ.ମି ବ୍ୟବଧାନରେ ଲଗାଯାଏ । ଶୀତ ଓ ଗ୍ରୀଷ୍ମ ଋତୁରେ ୩୫X୧୫ ବା ୪୫X୧୫ ସେ.ମି ବ୍ୟବଧାନରେ ମଞ୍ଜି ବପନ ସୁବିଧାଜନକ ହୋଇଥାଏ ।
ଜଳବାୟୁ, ମୃର୍ତ୍ତିକା ଓ ଚାଷ ପ୍ରଣାଳୀ
ଭେଣ୍ଡି ଲମ୍ବା ଉଷ୍ଣ ଋତୁ ଦରକାର କରେ । ଭେଣ୍ଡି ମଞ୍ଜି ୬୫° ଫାରେନହିଟ୍ ରୁ ନିମ୍ନ ଗଜା ହୁଏ ନାହିଁ । ବର୍ଷା ଦରକାର କରେ ତେଣୁ ଖରିଫ ଫସଲରେ ଗଛଗୁଡିକ ଉଚ୍ଚକୁ ବଢିଥାନ୍ତି; କିନ୍ତୁ ଫଳ ଫଳିବା ସମୟରେ ଉତ୍ତାପ ୧୦୮° ଫାରେନହିଟ୍ ହେଲେ ଫଳ ଓ ଫୁଲ ମଉଳିଯାଏ ଝଡିପଡେ । ଯେ କୌଣସି ମୃତ୍ତିକାରେ ଭେଣ୍ଡି ଚାଷ କରାଯାଇପାରେ । ଜମିକୁ ୩ ରୁ ୪ ଥର ଚଷି ଖତ ପ୍ରୟୋଗ କରି ମଇଦେଇ ବୁଣାଯାଏ । ଭେଣ୍ଡି ଲାଗି ୪୦ କେଜି ଯବକ୍ଷାର ୨୦ କେଜି ଫସ୍ ଫେରିକ୍ ଏସିଡ ଓ ୨୦ କେଜି ପଟାସ ବ୍ୟବହାର କରାଯାଏ । ନିରସା ଜମିରେ ଏହାର ପରିମାଣ ଅଧିକ ବଢାଇ ଦିଆଯାଏ । ଧାଡି ମଧ୍ୟରେ ୫୦ କେଜି ଏମୋନିଏମ ସଲଫେଟ୍ ବା କେଲସିଏମ୍ ଏମୋନିଏମ ନାଇଟ୍ରେଟ୍ ବା୨୫ ୟୁରିଆ ସହ ସୁପରଫସଫେଟ ଓ ପଟାସ ପୂରା ମାତ୍ରାରେ ପ୍ରୟୋଗ କରାଯାଏ । ବଳିକା ରହିଥିବା ଯବକ୍ଷାର ଟପଡ୍ରେସ ରୂପେ ଗଛ ବଢିବା ପରେ ପ୍ରୟୋଗ କରାଯାଏ । ଘାସବଛା, ଖୋସା, କୋଡା, ମାଟିଚଢା ଅନ୍ୟାନ୍ୟ ଫସଲ ପରିଦିଆଯାଏ । ଖରା ସମୟରେ ଜଳସେଚନ ପ୍ରତି ୪ ରୁ ୫ ଦିନ ଅନ୍ତରରେ ଓ ଶୀତଦିନେ ୧୦ ରୁ ୧୨ ଦିନରେ ଥରେ ଦିଆଯାଏ । ବର୍ଷାଋତୁ ଫସଲରେ ଜଳସେଚନ କରାଯାଏ ନାହିଁ । ଭେଣ୍ଡିଗୁଡିକ ପୂରା ମାତ୍ରାରେ ବଢିବା ପରେ ଓ କଅଁଳ ଅବସ୍ଥାରେ ଅମଳ କରାଯାଏ ଫୁଲଫୁଟିବା ୮ ରୁ ୯ ଦିନରେ ଫୁଲଗୁଡିକ ତୋଳିବା ଅବସ୍ଥାରେ ପହଞ୍ଚିଥାଏ । ପ୍ରଥମ ଫଳ ଗଛର ମଞ୍ଜି ଲାଗି ଛାଡି ଦେବା ଭଲ ଖରାଦିନେ ହେକ୍ଟର ପ୍ରତି ୫୬ – ୬୦ ଓ ବର୍ଷାଦିନେ ୩୦ ରୁ ୧୧୨ କ୍ଵିଣ୍ଟାଲ ଅମଳ ହୋଇଥାଏ।
ରୋଗ ଓ ପୋକ
ଫସଲ ଆରମ୍ଭରୁ ମାଲାଥାୟୋନ ୭୬୦ ସି.ସି ବା ଥାୟାଡନ ୯୦୦ ସି.ସି ହେକ୍ଟର ପ୍ରତି ସିଞ୍ଚିଲେ ପୋକ ନଷ୍ଟ ହୁଏ ଫଳ ଫଳିବା ଆରମ୍ଭ ହେଲେ ସେଭିନ ୨.୫୦ କେଜି ବ୍ୟବହାର କରାଯାଇପାରେ ।
ବହୁ ପରିମାଣରେ ପ୍ରୋଟିନ ଯୋଗାଉଥିବା ପନିପରିବାଗୁଡିକ ମଧ୍ୟରୁ ଶିମ୍ବ ଅନ୍ୟତମ । ଏହାର ଚାଷ ବହୁ ପୂରାତନ । ତେଣୁ ଅନେକ ପ୍ରକାରର ଶିମ୍ବ ଚାଷ କରାଯାଉଥିବା ଦେଖାଯାଏ । ଏହା ଛୁଇଁ ଜାତୀୟ ଫସଲ ଏହା ଚାଷ କରିବା ଦ୍ଵାରା ପନିପରିବା ଅମଳ ହେବା ସଙ୍ଗେ ସଙ୍ଗେ ଜମିର ଉର୍ବରତା କାରଣ ଏହି ଶ୍ରେଣୀର ଉଦ୍ଭିଦଗୁଡିକ ଚେର ଫୋଟକା ବା ଗ୍ରନ୍ଥିକା ଦ୍ଵାରା ବାୟୁର ଯବକ୍ଷାରଜାନ ସଂଗ୍ରହ କରି ମୃର୍ତ୍ତିକାରେ ଯବକ୍ଷାରର ପରିମାଣରେ ବୃଦ୍ଧି ଘଟାଇଥାଏ ।
ପ୍ରକାର
ନାନାପ୍ରକାରର ଶିମ୍ବ ଚାଷ କରାଯାଉଛି । କେତେଗୁଡିଏ ବାଙ୍ଗରା ଓ ଆଉ କେତେ ଗୁଡିଏ ଲମ୍ବା ହୋଇ ଲଟାଏ । ଧଳା କିଡିନି, ଲାଲ କିଡିନି, ନେଭିବିନ, ହରିତ ଚକ୍ଷୁ , ସୁଇଡସ୍ ଶିମ୍ବ, ଜାକବିନ୍ , DC ଫ୍ରେଞ୍ଚବିନ୍, ସ୍କାରଲେଟ ରନବିନ୍, ଲିମାବିନ, ବ୍ରଡବିନ୍, ଭେଲଭେଟବିନ, ସ୍ମେପବିନ, ସ୍ମାଲଲିମାବିନ, ଗୋଆବିନ, ସୋର୍ଡବିନ, ଝଟା, ବାଇଲି,ସୋୟାବିନ ଇତ୍ୟାଦି ଚାଷ କରାଯାଏ ।
ଏହାର କଞ୍ଚାଛୁଇଁ ଓ ଶୁଖିଲା ମଞ୍ଜି ପରିବା ରୂପେ ବ୍ୟବହୃତ ହୋଇଥାଏ ଓ ଏହା ରବି ଫସଲ ରୂପେ ଚାଷ କରାଯାଏ । ତେଣୁ ସମତଳ ପ୍ରଦେଶରେ ଅକ୍ଟୋବର ମାସରେ ମଞ୍ଜି ବୁଣାଯାଏ । ସୁବିଧା ସ୍ଥଳେ ଆଗରୁ ମଧ୍ୟ ବୁଣାଯାଇପାରେ ।
ପ୍ରକାର
ଟେଣ୍ଡରପଡ, ବାଉଣ୍ଟିଫୁଲ, ଯାଏଣ୍ଟଷ୍ଟ୍ରିଙ୍ଗଲେସ, ବେଙ୍ଗ୍ଳୋର, ରେଡକିଡିନି, ଏସଗୃଷ୍ଟ୍ରିଙ୍ଗଲେସ, କେନିଡି ଅୱାଣ୍ଡର, ଷ୍ଟ୍ରିଙ୍ଗଲେସ୍ ଗ୍ରିନ୍ ପାଡ, କଲେଜଏରିଲି, କଲେଜ ପ୍ରାଇଡ, କଲେଜସୁପ୍ରିମ୍ , କଣ୍ଟନ୍ ଡର , pencil rod (No-58), No-4, No-4 ,No -34 –A କଣ୍ଟକିୱାଣ୍ଡର, ଟେଣ୍ଡରଗ୍ରିନ ।
ବଂଶବୃଦ୍ଧି
ଏହା ମଞ୍ଜି ଦ୍ଵାରା ବଂଶ ବିସ୍ତାର ହୋଇଥାଏ । ହେକ୍ଟର ପ୍ରତି ୮୫ – ୯୦ କେଜି ଦରକାର ହୋଇଥାଏ; କିନ୍ତୁ ଯେଉଁ ପ୍ରକାରର ଶିମ୍ବ ମାଳି ବଢେ ସେଗୁଡିକ ଲାଗି ୨୫ ରୁ ୩୦ କେଜି ଯଥେଷ୍ଟ ହୋଇଥାଏ । ମଞ୍ଜିଗୁଡିକ ଧାଡି ଓ ଗଛମଧ୍ୟରେ ୪୫ ରୁ ୩୦ ସେ.ମି ବ୍ୟବଧାନରେ ସିଅରାରେ ପୋତାଯାଏ । ସପ୍ତାହ ଭିତରେ ମଞ୍ଜି ଗଜା ହୋଇ ଉପରକୁ ଉଠେ । ଶିମ୍ବଗୁଡିକ ଏକ ରୁ ଦୁଇ ମିଟର ବ୍ୟବଧାନରେ ମନ୍ଦା ଗଢି ଓ ରଞ୍ଜାଦେଇ ଲଗାଯାଏ ।
ଜଳବାୟୁ, ମୃତ୍ତିକା ଓ ଚାଷପ୍ରଣାଳୀ
ଝଟା - ତୁଳନାରେ ଶିମ୍ବ ଥଣ୍ଡା ଦରକାର କରିଥାଏ । ଯେ କୌଣସି ବଗିଚା ମାଟିରେ, ରୋଷେଘରେ ବଗିଚାରେ ଅନ୍ୟାନ୍ୟ ପରିବା ଚାଷ କଲାପରି ଏହା ଚାଷ କରାଯାଇପାରେ । ଜମିକୁ ୨୫ ସେ.ମି ଗଭୀର ଚାଷକରି ଘାସବାଛି ଜମିକୁ ସମତଳ କରାଯାଏ । ୮୦ କ୍ଵିଣ୍ଟାଲ ଛୁଇଁ ଅମଳ ହେଲେ ଜମିରୁ ୬୦ କେଜି ଯବକ୍ଷାର, ୧୫ କେଜି ଫସଫେରିକ୍ ଏସିଡ, ୫୫ କେଜି ପଟାସ ଓ ୮୦ କେଜି କେଲସିଏମ୍ ଅକ୍ ସାଇଡ ଶୋଷିନିଏ । ତେଣୁ ହେକ୍ଟର ପ୍ରତି ୬ ମେଟ୍ରିକ୍ ଟନ୍ ଖତ ଓ ୧୮୦ କେଜି ୪:୧୨:୪ ମିଶ୍ରିତ ସାର ପ୍ରୟୋଗ କରାଯାଏ । ଘାସବଛା, କୋଡା, ଖୋସା କରାଯାଏ । ଘାସ ମାରିବାଲାଗି ୫ ରୁ ୮ କେଜି ଡାଇନାଇଟ୍ରୋ କମ୍ପାଉଣ୍ଡ ମାଟିରେ ସିଞ୍ଚାଯାଏ । ମଞ୍ଜି ବୁଣିବା ପୂର୍ବରୁ ଯବକ୍ଷାର ବାକ୍ ଟେରିଆ ନେଇ ସେଥିରେ ଗୋଳି ଲଗାଇଲେ ଉତ୍ତମ ଅମଳ ହୁଏ । ଫୁଲ ଧରିବା ୨-୩ ସପ୍ତାହରେ ଅମଳ ଆରମ୍ଭ ହୁଏ। ମଞ୍ଜି ଲଗାଯିବା ୪୫ ରୁ ୭୫ ଦିନ ଭିତରେ ପ୍ରକାର ଭେଦରେ ଛୁଇଁ ତୋଳିବା ଠିକ୍ ହୋଇଥାଏ । ହେକ୍ଟର ପ୍ରତି ୩୦୦୦ ରୁ ୪୦୦୦ କେଜି ବାଙ୍ଗରାଗଛର ଛୁଇଁ ଓ ୧୨୦୦ ରୁ ୧୮୦୦ କେଜି ଶୁଖିଲା ମଞ୍ଜି ଅମଳ ହୁଏ ମାଳିବା ଶିମ୍ବ ରୁ ଆହୁରି ଅଧିକ ଅମଳ ହୋଇଥାଏ । ଏପରିକି ୭ ରୁ ୧୦ ଟନ୍ ଅଧିକ ଛୁଇଁ ଅମଳ ହୋଇଥାଏ ।
ଏହାକୁ ମଧ୍ୟ ଶିମ୍ବ ବା ପୋଲ ବିନ୍ ବୋଲି କହନ୍ତି । ଗଞ୍ଜାମ ଅଞ୍ଚଳରେ ଏହାକୁ ଝଟା କହନ୍ତି ଏହି ଜାତୀୟ ଉଦ୍ଭିଦଗୁଡିକ ମାଳି ମାଳି ବଢିଥାଏ । ତେଣୁ ଭାଡି, ରଞ୍ଜା ବା ଅନ୍ୟାନ୍ୟ ଆଶ୍ରା ଦରକାର କରିଥାଏ। ଶିମ୍ବ ବା ଝଟା ଗୁଡିକ ସ୍ଵାଦିଷ୍ଟ ଓ ପୃଷ୍ଟିକର । ଓଡିଶାରେ ଏହାର ସର୍ବତ୍ର ଚାଷ ହୋଇଥାଏ ଓ ଗାଁ ଗହଳିରେ ଏହାର ବ୍ୟବହାର ଖୁବ୍ ବେଶୀ ନାନାପ୍ରକାରର ତରକାରୀ, ରାଇ ଆଦି ତିଆରି କରି ଖିଆଯାଏ । ମଞ୍ଜିଗୁଡିକ ଶୁଖିଲେ ତାକୁ ବର୍ଷସାରା ମଧ୍ୟ ନାନାପ୍ରକାର ତରକାରୀ, ସନ୍ତୁଳା ଆଦିରେ ବ୍ୟବହାର କରାଯାଏ ।
ପ୍ରକାର
ପୋଗବିନ୍ ଗୋଷ୍ଠୀରେ ଲାଇମାବିନ୍, ଗୋଆବିନ୍ ବ୍ରଡବିନ୍, ସୋର୍ଡବିନ୍ ବା ମହରଡ, ଭେଲଭେଟବିନ୍ ଓ ଝଟା ଅନ୍ତର୍ଭୁକ୍ତ ଭାରତରେ ମଧ୍ୟ ଏହାର ସଂଖ୍ୟା ଖୁବ୍ ଅଧିକ ଥିବାର ଜଣାପଡେ। ବାଘନଖି, ଧଳାଶିମ୍ବ, କଳାଶିମ୍ବ, ଅଳତାପଟି, ଘିଅଶିମ୍ବ, ଗଣିକେଶରୀ, ତୋଡିଶିମ୍ବ, ଏପରି ନାନାପ୍ରକାରର ଓଡିଶାରେ ଦେଖିବାକୁ ମିଳେ ।
ତେଣୁ ଛୁଇଁଗୁଡିକର ଆକାର ଓ ରଙ୍ଗର ବିଭିନ୍ନତା ଅନୁଯାୟୀ ନାନାପ୍ରକାରର ଶିମ୍ବ ବା ଝଟା ଦେଖିବାକୁ ମିଳେ।
ବଂଶବୃଦ୍ଧି
ଶିମ୍ବ ବା ଝଟା ମଞ୍ଜିଦ୍ଵାରା ବଂଶ ବିସ୍ତାର କରାଯାଏ । ଏହା ଶୀତଦିନେ ଫଳେ ଓ ଲଗାଯିବାର ୨.୫ ରୁ ୩ ମାସରେ ଫଳ ଫଳିବା ଆରମ୍ଭ କରେ । ହେକ୍ଟର ପ୍ରତି ୧୨ ରୁ ୧୫ କେଜି ମଞ୍ଜି ଦରକାର ହୁଏ ଓ ମନ୍ଦା ୯୦X୯୦ ସେ.ମି ବା ୧୨୦X ୯୦ ସେ.ମି ବ୍ୟବଧାନରେ ଲଗାଯାଏ । ଜୁନ୍ , ଜୁଲାଇ ଓ ସେପ୍ଟମ୍ବର ଅକ୍ଟୋବରରେ ମଞ୍ଜି ଲଗାଯାଏ ।
ଜଳବାୟୁ , ମୃତ୍ତିକା ଓ ଚାଷ ପ୍ରଣାଳୀ
ଯେ କୌଣସି ମୃତ୍ତିକାରେ ବଢିପାରେ କିନ୍ତୁ ମଧ୍ୟମ ଧରଣର ମୃତ୍ତିକା ଏହାର ଚାଷଲାଗି ଉତ୍ତମ । ବେଶୀ ପାଣି ହେଲେ ଫସଲ ଦରକାର କରିନଥାଏ । ରୋଷଘର ବଗିଚାରେ ଗୋଟିଏ ବା ଦୁଇଟି ଝଟାଗଛ ପରିବାର ଲାଗି ଯଥେଷ୍ଟ ହୋଇଥାଏ । ଶିମ୍ବ ପରି ଏହାର ଚାଷ ପ୍ରାୟ ସମାନ । ହେକ୍ଟର ପ୍ରତି ୫୦ ରୁ ୮୦ କ୍ଵିଣ୍ଟାଲ ଛୁଇଁ ଅମଳ ହୋଇଥାଏ।
ରୋଗ ଓ ପୋକ
ଝଟାରେ କେତେଗୁଡିଏ ରୋଗ ଓ ପୋକ ଧରିଥାଏ । ସେଗୁଡିକୁ ନଷ୍ଟ ନକଲେ ଫଳ କମିଥାଏ ଓ ଗଛଗୁଡିକ ମଧ୍ୟନଷ୍ଟ ହୁଏ ।
ଗୁଆଁର ଛୁଇଁଗୁଡିକ ପରିବା ରୂପେ ବ୍ୟବହୃତ ହୋଇଥାଏ ଓ ଉଦ୍ଭିଦଗୁଡିକ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହା ସ୍ଵାସ୍ଥ ପକ୍ଷେ ହିତକର ପରିବା ଓ ବେଶୀ ଜଳ ଦରକାର କରେନାହିଁ ।
ପ୍ରକାର
ଗୁଆଁର ଉଦ୍ଭିଦର ଗଠନ ଅନୁଯାୟୀ ଦୁଇ ଶ୍ରେଣୀରେ ଗୁଆଁର ଦେଖାଯାଏ । (କ) ଏକ ଗଣ୍ଡି ବିଶିଷ୍ଟ (ଖ) ଶାଖାଗଣ୍ଡି ବିଶିଷ୍ଟ ।
ବଂଶବୃଦ୍ଧି
ମଞ୍ଜିଦ୍ୱାରା ବଂଶବିସ୍ତାର ହେଉଥିବା ହେତୁ ୧୧ ରୁ ୧୪ କିଲୋଗ୍ରାମ ମଞ୍ଜି ହେକ୍ଟର ପ୍ରତି ଦରକାର ହୋଇଥାଏ ଫେବୃୟାରୀ – ମାର୍ଚ୍ଚ ଓ ଜୁନ୍ – ଜୁଲାଇ ମାସରେ ବୁଣାଯାଏ । କେଉଁଠି କେଉଁଠି ମଧ୍ୟ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବୁଣାଯାଇ ଉତ୍ତମ ଛୁଇଁ ଅମଳ କରାଯାଏ । ମଞ୍ଜିଗୁଡିକ ଧାଡି ମଧ୍ୟରେ ୪୫X୬୦ ସେ.ମି ଓ ଧାଡି ଭିତରେ ୨୦ ରୁ ୩ ୦ ସେ.ମି ବ୍ୟବଧାନରେ ସିଅରକାଟି ମଞ୍ଜି ପୋତାଯାଏ । ଜୁନ୍ ମାସ ବୁଣାରେ କେହି କେହି ୭୫ X୩୦ ସେ.ମି ବ୍ୟବଧାନରେ ମଞ୍ଜି ଲଗାଇବା ଉଚିତ।
ଜଳବାୟୁ , ମୃତ୍ତିକା ଓ ଚାଷ ପ୍ରଣାଳୀ
ଏହା ସାଧାରଣତଃ ଖରିଫ ଜଳବାୟୁ ଦରକାର କରିଥାଏ । ଜଳସେଚନ ସୁବିଧା ଥିଲେ ବା ରୋଷଘର ବଗିଚାରେ ରବି ଓ ଖରାଦିନିଆ ଫସଲରୂପେ ଚାଷ କରାଯାଇପାରେ । ଏଥିଲାଗି ନିଗିଡା ବାଲିଦୋରସା ମାଟି ଉତ୍କୃଷ୍ଟ । ଅନ୍ୟାନ୍ୟ ବଗିଚା ମାଟିରେ ଚାଷ କରାଯାଇପାରେ। ଜମିକୁ ୩ ରୁ ୪ ଥର ଚାଷ କରି ମଇଦେଇ ପରେ ମଞ୍ଜି ଲଗାଯାଏ । ପୁସା ମୌସୁମୀ ଖରିଫ ଫସଲ ଲାଗି ଚାଷ କରାଯାଏ । ଜମି ପ୍ରସ୍ତୁତି ସମୟରେ ଗୋବରଖତ ପାଞ୍ଚଗାଡି ବ୍ୟବହାର କରାଯାଏ । ଜଳ ସେଚିତ ଫସଲ ଲାଗି ମିଶ୍ରିତ ସାର (ଯବକ୍ଷାର ୧୦ ରୁ ୨୦ କେଜି +୫୦ ରୁ ୭୦ କେଜି ଫସଫରିକ ଏସିଡ +୫୦ ରୁ ୭୦ କେଜି ପଟାସ) ଟପ୍ ଡ୍ରେସ୍ କରାଯାଏ ହେକ୍ଟର ପ୍ରତି ସବୁଜ କଅଁଳ ଛୁଇଁ ୫୫ ରୁ ୭୫ କ୍ଵିଣ୍ଟାଲ ଓ ମଞ୍ଜି ୬ ରୁ ୮ କ୍ଵିଣ୍ଟାଲ ଅମଳ ହୋଇଥାଏ।
ରୋଗ ଓ ପୋକ
ବାକ୍ ଟେରିୟଲ ବ୍ଳାଇଟ – ପତ୍ରରେ ଏହା ଦେଖାଦେଇ ପତ୍ରଗୁଡ଼ିକୁ ହଳଦିଆ କରିଦିଏ। ରୋଗ ନିରୋଧକ କିସମର ବ୍ୟବହାର ଓ ଫସଲ ପର୍ଯ୍ୟାୟ ପାଳନ କରିବା ଉଚିତ ।
ଏହି ପ୍ରକାରର ପରିବାଗୁଡିକ ଲମ୍ବା ଛୁଇଁ ହୋଇ ବଢିଥାଏ । ଏହି ଛୁଇଁ କଅଁଳ ଅବସ୍ଥାରେ ଖିଆଯାଏ ଓ ମଞ୍ଜି ଭଲ ଭାବେ ବଢି ଶୁଖିଗଲା ପରେ ମଧ୍ୟ ତରକାରୀ, ସନ୍ତୁଳା ଆଦି ଖାଦ୍ୟ ସାମଗ୍ରୀରେ ବ୍ୟବହୃତ ହୋଇଥାଏ । ଝୁଡୁଙ୍ଗଗୁଡିକ ବହୁତ ଲମ୍ବା କିନ୍ତୁ ବରଗୁଡି ଗୁଡିକ ଅପେକ୍ଷାକୃତ ଛୋଟ ହୋଇଥାଏ । ଏହି ଦୁଇଟି ଫସଲ ଲାଗି ଚାଷପ୍ରଣାଳୀ ପ୍ରାୟ ଏକାପରି ହୋଇଥାଏ ।
ପ୍ରକାର
ପୁସାବର ସାତି, ପୁସାକୋଫସଲି, ଫଲିଫାଇନ ଏରଲ (୪୫ ଦିନ) .E.C ୨୭୮୭,E.C୪୧୯୩ , E.C ୪୯୮୩, NO. ୪୧୯ (ଅନ୍ଧ୍ର), ଝାନ୍ ସି , କଲ୍ୟାଣପୁର T-L ଫ୍ଲେସି (୭୦ଦିନ)ଗ୍ଵାଲିଅର K – 3B ଗ୍ଵାଲିଅର K-11 ,K-14, ଏମ.ପି.ସି – ୩୨୧ ନ୍ୟୁଏର ,C – ୧୫୨, S.E.B II ।
ବଂଶବୃଦ୍ଧି
ମଞ୍ଜିଦ୍ୱାରା ବଂଶବିସ୍ତାର କରାଯାଉଥିବା ଦୃଷ୍ଟିରୁ ହେକ୍ଟର ପ୍ରତି ୧୨ ରୁ ୧୪ କେଜି ମଞ୍ଜି ଆବଶ୍ୟକ ପଡିଥାଏ। ପ୍ରକାର ଭେଦରେ ଫେବୃୟାରୀ, ମାର୍ଚ୍ଚ, ଜୁନ୍ ଓ ସେପ୍ଟେମ୍ବର ମାସରେ ମଞ୍ଜି ୪୫X୨୦ ରୁ ୩୦ ସେ.ମି ବ୍ୟବଧାନରେ ସିଅରକାଟି ମଞ୍ଜି ପୋତାଯାଏ । ଜୁନ୍ ମାସ ବୁଣାରେ କେହି କେହି ୭୫ X୩୦ ସେ.ମି ବ୍ୟବଧାନରେ ମଞ୍ଜି ଲଗାଇଥାନ୍ତି ।
ଜଳବାୟୁ, ମୃତ୍ତିକା ଓ ଚାଷ ପ୍ରଣାଳୀ
ଏହା ଛୁଇଁ ଜାତୀୟ ଫସଲ ହୋଇଥିବା ହେତୁ ଯବକ୍ଷାର ବେଶୀ ଦରକାର କରି ନଥାଏ ହେକ୍ଟର ପ୍ରତି ୧୦ ରୁ ୧୨ ଗାଡି ଗୋବରଖତ ଦେଇ ଜମିକୁ ଭଲଭାବେ ଚାଷ କରାଯାଏ । ପରେ ୧୦ ରୁ ୨୦ କେଜି ଯବକ୍ଷାର, ୫୦ ରୁ ୭୦ କେଜି ପଟାସ ବ୍ୟବହାର କରାଯାଏ । ଯବକ୍ଷାର ବେଶୀ ପରିମାଣରେ ପ୍ରୟୋଗ କଲେ ଗଛ ବେଶୀ ବଢିବା ଦ୍ଵାରା ଫଳ କମିଯିବା ଭୟ ଥାଏ । ବର୍ଷାଦିନିଆ ଫସଲରେ ପାଣି ମଡାଯାଏ ନାହିଁ । ଅନ୍ୟ ଋତୁରେ ୩ ରୁ ୪ ଥର ପାଣି ମଡାଯାଏ । ଏହା ବେଶୀ ଜଳସେଚନ ଦରକାର କରି ନ ଥାଏ । ଘାସବଛା ଓ ଯେଉଁ ଝୁଡୁଙ୍ଗ ଗୁଡିକ ବେଶୀ ଲଟାନ୍ତି ସେଗୁଡିକୁ ଆଶ୍ରା ଯୋଗାଇବା ଦରକାର ହୋଇଥାଏ । ଛୁଇଁ ଗୁଡିକ ଶୀଘ୍ର ଅମଳକ୍ଷମ ୪୫ ଦିନ, ମଧ୍ୟମ କିସମର ୭୫ ଦିନ ଓ ଡେରିରେ ଫଳୁଥିବା କିସମ ୧୦୦ ଦିନ ଅମଳ ଲାଗି ଠିକ୍ ହୋଇଥାଏ ।
ରୋଗ ଓ ପୋକ
ମଞ୍ଜିଗୁଡିକ ବୁଣିବା ପୂର୍ବରୁ ଏଗ୍ରୋସାନ ଡଜି ଏନ୍ ବା ସିରେସାନ ପ୍ରତି କେଜି ମଞ୍ଜିରେ ଗୋଳି ଲଗାଯିବା ଉଚିତ । ବାକ୍ ଟେରିଆ କଲଚର ବରୁଗୁଡି ମଞ୍ଜିରେ ଗୋଳି ଲଗାଯିବା ଉଚିତ ।
ଫୁଲ ଫୁଟିବା ପୂର୍ବରୁ ୭୫୦ ସି.ସି ମାଲାଥାୟୋନ ବା ଏକଲିଟର ଥାୟୋଡନ ହେକ୍ଟର ପ୍ରତି ସିଞ୍ଚିଲେ ଫସଲରେ ପୋକ ଲାଗେ ନାହିଁ ।
ମଟର ଛୁଇଁ କଞ୍ଚା ଅବସ୍ଥାରେ ସାଧାରଣତଃ ବ୍ୟବହୃତ ହୋଇଥାଏ । ଫିଲ୍ ଡ ପି ଓ ଗାର୍ଡନ ପି ଏପରି ଦୁଇ ପ୍ରକାରର ମଟର ବ୍ୟବହୃତ ଦେଖାଯାଏ । ପ୍ରଥମ କିସମର ମଟର ଗୁଡିକୁ ଗଞ୍ଜାମ ଆଦି ଜିଲ୍ଲାରେ ବଟାଣି ଚଣା ବୋଲି କହିଥାନ୍ତି ମଞ୍ଜିଗୁଡିକ ଗୋଲ ଓ କଞ୍ଚା ଅବସ୍ଥାରେ ତରକାରୀ କରି ଖିଆଯାଏ । ସେଗୁଡିକୁ ପୁରାପୁରି ବଢିଟାଣ ହୋଇ ପାକଳ ହୋଇଗଲେ ତାକୁ ଅମଳ କରି ତରକାରୀ, ଡାଲି, ତତଲା ବାଲିରେ ଭାଜି ଖିଆଯାଏ ଯେପରି ବୁଟ ବ୍ୟବହୃତ ହୋଇଥାଏ । ଗାର୍ଡନ ବା ବଗିଚା ମଟର ଗୁଡିକ ଅପେକ୍ଷା କୃତ ବଡ, ମଞ୍ଜିଗୁଡିକ ଶୁଖିଗଲେ ଗୋଲ ନରହି ଚେପଟା ହୋଇଥାନ୍ତି । କଞ୍ଚା ଅବସ୍ଥାରେ ଟିଣ ଡବାରେ ସଂରକ୍ଷିତ କରି, ଶୁଖାଇ ବା ନିଜ୍ଜଳୀ କରଣ ।
କଖାରୁ ଫଳ ଜାତୀୟ ପନିପରିବାଗୁଡିକର ଖାଦ୍ୟ ମୂଲ୍ୟ
|
|
କଖାରୁ |
କାକୁଡି |
ତରଭୁଜ |
କରଭୁଜ |
ପାଣିକଖାରୁ |
କଲରାବଡ |
ଲାଉ |
ଜହ୍ନି |
ଛଚିନ୍ଦ୍ରା |
ଟିଣ୍ଡା |
ଜଳ |
ଗ୍ରାମ |
୯୨.୬ |
୯୬.୩ |
୯୫.୮ |
୯୨.୭ |
୯.୬୫ |
୯୨.୪ |
୯୬.୧ |
୯୫.୨ |
୯୪.୬ |
୯୩.୫ |
ପ୍ରୋଟିନ |
୧.୪ |
୦.୪ |
୦.୨ |
୦.୬ |
୦.୪ |
୧.୬ |
୦.୧ |
୦.୫ |
୦.୫ |
୧.୪ |
|
ଚର୍ବି |
--- |
୦.୧ |
୦.୧ |
୦.୨ |
୦.୨ |
୦.୧ |
୦.୨ |
୦.୧ |
୦.୧ |
୦.୩ |
୦.୨ |
ତନ୍ତୁ ପଦାର୍ଥ |
--- |
୦.୭ |
୦.୪ |
୦.୨ |
୦.୫ |
୦.୮ |
୦.୮ |
୦.୬ |
୦.୫ |
୦.୮ |
୧.୦ |
ଶର୍କରା |
--- |
୪.୬ |
୨.୫ |
୭.୦ |
୫.୯ |
୧.୯ |
୪.୨ |
୨.୫ |
୩.୦ |
୩.୩ |
୩.୪ |
କେଲୋରି |
---- |
୨୫.୦ |
୧୩.୦ |
୧୨୫.୦ |
୧୦.୦ |
୨୫.୦ |
୨୫.୦ |
୧୨.୦ |
........ |
୧୮.୦ |
୨୧.୦ |
ଧାତୁ ଲବଣ |
----- |
୦.୬ |
୦.୩ |
୦.୩ |
୦.୬ |
୦.୩ |
୦.୮ |
୦.୫ |
୦.୩ |
୦.୫ |
୦.୫ |
ଚୂର୍ଣ୍ଣମି. ଗ୍ରାମ |
---- |
୧୦.୦ |
୧୦.୦ |
୧୧.୦ |
୬୫.୦ |
୩୦.୦ |
୨୦.୦ |
୨୦.୦ |
୪୦.୦ |
୫୦.୦ |
୨୫.୦ |
ମାଗ୍ନେସିଏମ |
----- |
୧୪.୦ |
୧୧.୦ |
୧୩.୦ |
୩୧.୦ |
......... |
୧୭.୦ |
୫.୦ |
୧୧.୦ |
୫୩.୦ |
୧୪.୦ |
ଫସଫରକ |
--- |
୩୦.୦ |
୨୫.୦ |
୧୨.୦ |
୨୦.୦ |
୨୦.୦ |
......... |
୧୦.୦ |
୪୦.୦ |
୨୦.୦ |
୨୪.୦ |
ଲୌହ |
--- |
୦.୭ |
୧.୫ |
୭.୯ |
୧.୩ |
୦.୮ |
୧.୮ |
୦.୭ |
୧.୬ |
୧.୧ |
୦.୯ |
ସୋଡିଏମ |
----- |
୫.୬ |
୧୦.୨ |
୨୭.୩ |
୧୦୪.୬ |
୭୫.୦ |
୧୭.୮ |
୧.୮ |
୨.୯ |
୨୫.୪ |
୩୫.୦ |
ପଟାସିଏମ |
>--- |
୧୩୯.୦ |
୫୦.୦ |
୧୬୦.୦ |
୩୪୧.୦ |
....... |
୧୫୨.୦ |
୮୭.୦ |
......... |
୩୪.୦ |
୨୪.୦ |
ତାମ୍ବ୍ର |
----- |
୦.୨୦ |
୦.୧ |
୦.୦୫ |
୦.୦୩ |
......... |
୦.୧୮ |
୦.୩ |
---- |
୦.୧୧ |
୦.୧୨ |
ଗନ୍ଧକ |
----- |
୧୬.୦ |
୧୭.୦ |
୪୨.୦ |
୩୨.୦ |
----- |
୧୫.୦ |
---- |
--- |
୩୫.୦ |
୪୪.୦ |
ଅକସାଲିକ ଏସିଡ |
---- |
----- |
୧୫.୦ |
୧୧.୦ |
୦.୨ |
----- |
----- |
--- |
---- |
୩୪.୦ |
୨.୦ |
କ୍ଳୋରିନ |
------ |
୪.୦ |
୧୫.୦ |
୨୧.୦ |
୮୦.୦ |
---- |
୮.୦ |
---- |
---- |
୨୧.୦ |
୪୪.୦ |
ଥାୟାମିନ୍ |
----- |
୦.୦୬ |
୦.୦୩ |
୦.୦୫ |
୦.୧୧ |
୦.୦୬ |
୦.୦୭ |
------ |
---- |
୦.୦୪ |
୦.୦୪ |
ରିବୋଫ୍ଲେବିକ୍ |
---- |
୦.୦୪ |
୦.୦୧ |
୦.୦୫ |
୦.୦୮ |
୦.୧ |
୦.୯ |
---- |
---- |
୦.୦୬ |
୦.୦୮ |
ନିକୋଟିକ୍ ଏସିଡ |
------ |
୦.୫୦ |
୦.୨୦ |
୦.୧ |
୦.୫ |
୦.୪ |
୦.୦୫ |
---- |
---- |
୦.୩୦ |
୦.୩ |
ଭିଟାମିନ୍ C |
----- |
୨.୦ |
୭.୦ |
୬୦ |
୩୨.୦ |
୧.୦ |
୮୮.୦ |
---- |
---- |
----- |
୧୮.୦ |
ଭିଟାମିନ୍ ଏ.(ଆଈ.ୟୁ) |
----- |
୮୪.୦ |
------ |
୫୯୦ |
୪୫୦.୦ |
.----- |
୨୧୦.୦ |
----- |
---- |
୧୬୦.୦ |
୨୩.୦ |
କରି ବା ହିମୀକୃତ ପରିବା ଆକରରେ ସଂରକ୍ଷିତ କରି ବହୁଦିନ ଯାଏ ବ୍ୟବହାର କରାଯାଇ ପାରେ । ବଗିଚା ମଟରର ଖାଦ୍ୟମୂଲ୍ୟ ୨୫୮ ପୃଷ୍ଠା ତାଲିକା ୪୦ ରେ ଦିଆଯାଇଛି । ଏହି ପ୍ରକାରର ପରିବା ଆମ୍ଭମାନଙ୍କୁ ବିଶେଷ ଭାବେ ଉତ୍କୃଷ୍ଟ ଧରଣର ପ୍ରୋଟିନ୍ ଯୋଗାଇ ଥାଏ ।
ପ୍ରକାର
ବଂଶବୃଦ୍ଧି
ମଟର ମଞ୍ଜିଦ୍ୱାରା ବଂଶ ବିସ୍ତାର କରିଥାଏ । ରବି ଋତୁରେ ଏହା ଚାଷ କରାଯାଉଛି । ଅକ୍ଟୋବର ମାସରେ ମଞ୍ଜି ଧାଡିରେ ବୁଣା ଆରମ୍ଭ କରି ନଭେମ୍ବର ଶେଷ ଯାଏ ମଞ୍ଜି ଲଗାଯାଇପାରେ । ପାହାଡିଆ ଅଞ୍ଚଳରେ ଜୁଲାଇ ଅଗଷ୍ଟ ମାସରେ ମଟର ଲଗାଇ ଫସଲ ଅମଳ କରି ଚାଷୀମାନେ ଅଧିକ ଲାଭବାନ୍ ହୋଇଥାନ୍ତି । ମଟର ଚାଷ -ପ୍ରଥମ ଥର ଲାଗି ଜମିରେ କରୁଥିଲେ ମଟର ମଞ୍ଜିଗୁଡିକରେ ରାହିଜୋବି ଏମ୍ କଲଚର୍ ଜୀବାଣୁ ଗୋଳି ତତ୍ ସହ ସ୍ପେରଜନ ଗୁଣ୍ଡ ମିଶାଇ ଭଲଭାବେ ଗୋଳି ମଞ୍ଜିଗୁଡିକୁ ଜମିରେ ପୋତିଲେ ମଞ୍ଜିଗୁଡିକ ଉତ୍ତମ ଅଙ୍କୁରଣ ହେବା ସଙ୍ଗେ ସଙ୍ଗେ ଉତ୍ତମ ଭାବେ ଗଛ ଗୁଡିକ ବଢି ଫଳିଥାନ୍ତି । ପୁରୁଣା ଜମିରେ ମଞ୍ଜିଗୁଡିକୁ ପୋତିବା ପୂର୍ବରୁ କେଜିଏ ମଞ୍ଜି ପ୍ରତି ୫ ରୁ ୬ ଗ୍ରାମ ଆଗ୍ରୋସାନ ଜି. ଏନ. ଗୋଳିଦେବା ଉଚିତ ।
ହେକ୍ଟର ପ୍ରତି ୪୫ ରୁ ୫୮ କିଲୋଗ୍ରାମ ମଞ୍ଜି ଦେଇ ଉଚ୍ଚା ବା ନିଚ୍ଚା ପଟି ତିଆରି କରି ଲଗାଯାଇପାରେ । ଧାଡି ମଧ୍ୟରେ ପ୍ରକାର ଭେଦରେ ୩୦ ରୁ ୬୦ ସେ.ମି ଧାଡି ଭିତରେ ୫ ରୁ ୭.୫ ସେ.ମି ଓ ୨.୫ ସେ.ମି ଓସାର ରଖି ଧାଡି ଧାଡି ମଧ୍ୟରେ ନାଳ କାଟିବା ଦ୍ଵାରା ପାଣି ମଡାଇବା ଲାଗି ସୁବିଧା ହୋଇଥାଏ ।
ଜଳବାୟୁ ,ମୃତ୍ତିକା ଓ ଚାଷ ପ୍ରଣାଳୀ
ମଟର ଥଣ୍ଡା ପାଗ ଦରକାର କରେ । ତେଣୁ ଖରିଫ ବା ଗ୍ରୀଷ୍ମ ଋତୁରେ ସମତଳ ଅଞ୍ଚଳରେ ଏହି ଫସଲ ଉଧାଏ ନାହିଁ । ସାଧାରଣତଃ ୫୫° ରୁ ୬୫° ଫାରେନହିଟ୍ ଉତ୍ତାପ ମଟର ଫସଲ ଦରକାର କରେ । ମଞ୍ଜି ବୁଣିବା ସମୟରେ ଉତ୍ତମ ରୂପେ ଗଜା ହେବାକୁ ହେଲେ ୪୦°୭୫° ଫାରେନହିଟ୍ ମୃତ୍ତିକା ଭିତରେ ଉତ୍ତାପ ରହୁଥିବା ଉଚିତ ମଟର ବିଭିନ୍ନ ପ୍ରକାରର ମୃତ୍ତିକାରେ ବଢିପାରେ । କିନ୍ତୁ ଉର୍ବର ଦୋରସା, ନିଗିଡା ମାଟି ଏଥିଲାଗି ଉତ୍କୃଷ୍ଟ ହୋଇଥାଏ । ଆମ୍ବଳା ମାଟି , ଖାରି ମାଟି, ମଟର ଚାଷ ଲାଗି ଅନୁପଯୁକ୍ତ । ମାଟିରେ ଅମ୍ଳତା ୫.୫ ରୁ ୬.୭ ମଧ୍ୟରେ ରହିବା ଉଚିତ । ଜମିକୁ ୫ ରୁ ୬ ଥର ଚାଷ କରି ମାଟିକୁ ଓଲଟାଇ ସମତଳ କରିଦେବା ଦରକାର । ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତି ୨୫ ଗାଡି ସଢା ଗୋବରଖତ ବା କମ୍ପୋଷ୍ଟ, ୩୦୦ କେଜି ସୁପର ଫସ୍ ଫେଟ୍ , ୫୦ କେଜି ମ୍ୟୁରେଟ ଅଫ ପଟାସ ମଞ୍ଜି ଲଗାଯିବା ଧାଡିରେ ମିଶାଇ ଦେବା ଦରକାର । ମଞ୍ଜି ବୁଣାଯିବା ପରେ ଗଛ ଗୁଡିକ ୧୫ ସେ.ମି ବଢିଯିବା ପରେ ମାଟିକୁ ଖୋସି ଘାସ ବାଛି କ୍ୟାଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍ ୫୦ କେଜି ଶିର୍ଷ ପ୍ରୟୋଗ କରି ହୁଡା ଟେକି ଦେବା ଉଚିତ । ପୁଣି ଆଉ ୫୦ କେଜି ସାର ସେହିପରି ଫୁଲ ଧରିବା ସମୟରେ ପ୍ରୟୋଗ କରି ହୁଡା ଟେକିଦେଲେ ଉତ୍ତମ ଛୁଇଂ ଧରିଥାଏ । ସାଧାରଣତଃ ଗୋଟିଏ ହେକ୍ଟର ଜମିରୁ ମଟର ଫସଲ ୧୨୫ କେଜଯୀ ଯବକ୍ଷାର (N), ୪୫ କେଜି ଫସଫେଟ୍ (P2 05), ୯୦ କେଜି ପଟାସ (K20) ଓ ୧୫୦ କେଜି କ୍ୟାଲସିଏମ୍ (CaO) ବ୍ୟବହାର କରିଥାଏ ।
ମଟର କିଆରିରେ ବତର ନଥିଲେ ମଞ୍ଜି ବୁଣିବା ପରେ ପାଣି ମଡାଇବା ଦରକାର । ଗଛ ବଢିଯିବା ପରେ ପ୍ରତି ୧୦ ଦିନରେ ଥରେ ପାଣି ମଡାଯିବା ଉଚିତ । ଫୁଲ ଧରିବା ସମୟରେ ପାଣି ମଡାଯିବା ନିହାତି ଦରକାର । ଗଛ ଗୁଡିକ ୬୦ ସେ.ମି (୨ ଫୁଟ) ବଢିଯିବା ପରେ ଛୋଟ ଛୋଟ ରଞ୍ଜ ପୋତି ଗଛ ଗୁଡିକୁ ମାଳିବା ଲାଗି ବ୍ୟବସ୍ଥା କଲେ ଉତ୍ତମ ଅମଳ ହୋଇଥାଏ । ପ୍ରକାର ଭେଦରେ ମଟର ଗଛଗୁଡିକ ନଭେମ୍ବର ମାସ ମଝିରୁ ଫଳ ଧରି ଡିସେମ୍ବର ମାସ ମଝିରୁ କଞ୍ଚାଛୁଇଁ ଅମଳ ଲାଗି ଠିକ ହୋଇଥାଏ । ପ୍ରତି ସାତ ଦିନ ଅନ୍ତରରେ ଛୁଇଁ ଅମଳ କରିବା ଉଚିତ । ହେକ୍ଟର ପ୍ରତି ସହଳ ଅମଳ ଶ୍ରେଣୀ ୨୫ ରୁ ୩୫ କ୍ଵିଣ୍ଟାଲ, ମଧ୍ୟମ ୬୫ ରୁ ୭୫ ଓରଉଛ ଜାତୀର ଫସଲ ୯୦-୧୧୫ କ୍ଵିଣ୍ଟାଲ କଞ୍ଚା ମଟର ଛୁଇଁ ଅମଳ ହୋଇଥାଏ ।
ରୋଗ ଓ ପୋକ
ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର
Last Modified : 7/29/2019