অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାଷ (ବିହନ ସିଧାସଳଖ କ୍ଷେତରେ ବପନ) ଭାଗ - ୧

ବିହନ ସିଧାସଳଖ କ୍ଷେତରେ ବପନ

କେତେକ ପନିପରିବା ବିହନ ସିଧାସଳଖ କ୍ଷେତରେ ବପନ କରାଯାଏ । ଅନ୍ୟ କେତେକ ପ୍ରଥମେ ତଳି ଘରାରେ ଲଗାଇ ଚାରାଗଛ କିଛି ବଢିଗଲା ପରେ କ୍ଷେତରେ ରୋପଣ କରାଯାଏ । ସେହିପରି ଅଙ୍ଗୀୟ ପ୍ରଣାଳୀରେ ଯେଉଁ ପନିପରିବା ଚାଷ କରାଯାଏ, ସେଥିମଧ୍ୟରୁ କେତେଗୁଡିଏ ସିଧା କ୍ଷେତରେ ଲଗାଯାଏ । ଯେଉଁ ପାଣିପରିବା ଚାଷ କରାଯାଏ, ସେଥିମଧ୍ୟରୁ କେତେଗୁଡିଏ ସିଧା କ୍ଷେତ୍ରରେ ଲଗାଯାଏ । ଦେଶୀଆଳୁ, ସାରୁ, ଆଳୁ , କଞ୍ଚାକଦଳୀ, କନ୍ଦମୂଳ, ପୋଇ ଇତ୍ୟାଦି ଓ ଅନ୍ୟ କେତେକ ତଳିଘେରାରେ ପ୍ରଥମେ ଲଗାଇ ଚେର ଭଲଭାବେ ବଢିବା ପରେ କ୍ଷେତରେ ରୋପଣ କରାଯାଏ । ପୋଇ, ଆଳୁ, ପୋଦିନା, ମୁନିଗା ଇତ୍ୟାଦି । ପନିପରିବାଗୁଡିକ କ୍ଷେତରେ ବପନ ବା ରୋପଣ କରାଗଲା । ପରେ କ୍ଷେତରେ ଠିଆହୋଇଥିବା ଫସଲରେ ନାନାବିଧି ଚାଷ ପ୍ରଣାଳୀ ଅନୁସୃତ ସଙ୍ଗେ କିପରି ଉତ୍କୃଷ୍ଟ ଫଳ ମାଳ ହେବ ତାହାର ମଧ୍ୟ ଯତ୍ନ ନିଆଯାଏ । ମଧ୍ୟାନ୍ତର ଚାଷ, ପ୍ରୟୋଗ ବା ଶୀର୍ଷ ପ୍ରୟୋଗ, ମଲଚିଙ୍ଗ, ଫସଲ ପର୍ଯ୍ୟାୟ ମିଶ୍ରିତ ଫସଲ, ମଧ୍ୟାନ୍ତର ଫସଲ ପ୍ରଣାଳୀର ବ୍ୟବହାର, ରୋଗ ପୋକ ଦାଉରୁ ଫସଲ ସୁରକ୍ଷା, ଜଳସେଚନର ବ୍ୟବସ୍ଥା ପ୍ରଣାଳୀର ବ୍ୟବହାର, ରୋଗ, ଦାଉରୁ ଫସଲ ବିଷୟଗୁଡିକରେ ଜ୍ଞାନଲାଭ କରିବା ନିମନ୍ତେ ଦରକାର ହୋଇଥାଏ । ଫସଲ ପାଞ୍ଜି ଓ ଫସଲ ଖସଡା ତିଆରି କରି ପନିପରିବାଗୁଡିକର ଚାଷ ସୁନିୟନ୍ତ୍ରଣ କରିବା ଉଚିତ ।

ଚାରା ଉତାରିବା

ବାଇଗଣ, କୋବି, ଉଲିପିଆଜ, ଲଙ୍କାମରୀଚ, ଆଦି ଶ୍ରେଣୀର ପନିପରିବା ବିହନ କ୍ଷେତରେ ସିଧାସଳଖ ଭାବେ ବନ କରାଯାଏ ନାହିଁ । କାରଣ ମଞ୍ଜିଗୁଡିକ ଅତି ଛୋଟ ଓ ପତଳା ଢାଙ୍କୁଣୀ ବିଶିଷ୍ଟ ହୋଇଥାଏ । କ୍ଷେତରେ ବପନ ମଞ୍ଜିଗୁଡିକ ସମଗଭୀରତାରେ ବପନ କରିବା ସମ୍ଭବ ହୋଇ ନ ଥାଏ ଓ ଉପଯୁକ୍ତ ଜଳ ଓ ଉତ୍ତାପ ସମପରିମାଣରେ ସମ୍ଭବ ମଞ୍ଜିଗୁଡିକୁ ଯୋଗାଇବା ସମ୍ଭବ ହେଉ ନ ଥିବା ଦ୍ଵାରା କ୍ଷେତରେ ସେଗୁଡିକ ରେ ଏକା ସମୟରେ ଅଙ୍କୁରଣ ହୋଇ ପାରେ ନାହିଁ ଓ ଅନେକ ମଞ୍ଜି ନଷ୍ଟ ହୋଇଯିବାର ସମ୍ଭାବନା ଥାଏ । ଏହି ରକମର ପନିପରବାଗୁଡିକ ଅଙ୍କୁରଣ ଘଟିବା ପରେ ଅତିକୋମଳ କାଣ୍ଡ ଓ ପତ୍ର ବଢାଇଥାଏ । କ୍ଷେତରେ ଶୁଷ୍କ ପରିସର, ଟାଣଖରା, ଅଧିକ ବର୍ଷା, ଦ୍ରୁତପବନ ଓ ରୋଗ ଆକ୍ରମଣ, ଘାସଗୁଡିକର ପ୍ରାଦୁର୍ଭାବରୁ ନିଜକୁ ରକ୍ଷା କରିବାରେ ସମର୍ଥ ହୋଇ ନ ଥାନ୍ତି । ତେଣୁ ଛୋଟିଆ ଜାଗାରେ ପ୍ରଥମେ ତଳିଗୁଡିକର ଯତ୍ନ ନେଇ ଭଲଭାବେ ହୃଷ୍ଟପୃଷ୍ଟ ହୋଇ ବଢିବା ପରେ କ୍ଷେତରେ ରୋପଣ କରାଯାଇଥାଏ । କେତେକ ପନିପରିବା ପାଇଁ ହାରା ଉତାରି ରୋପଣ କରିବା ଏକାନ୍ତ ଆବଶ୍ୟକ । ଏଗୁଡ଼ିକୁ ଚାଷ କରିବା ପାଇଁ ତଳିଘରା ପ୍ରଣାଳୀ ଅବଲମ୍ବନ କରିବାକୁ ହିଁ ପଡିଥାଏ । ଏହି ପ୍ରଣାଳୀ ଦ୍ଵାରା ବର୍ଷକ ମଧ୍ୟରେ ଗୋଟିଏ କ୍ଷେତରୁ ଏକାଧିକ ଫସଲ ଉତ୍ତରିବା ସମ୍ଭବ ହୋଇଥାଏ । କ୍ଷେତରେ ଫସଲ ବହୁଥିବା ସମୟରେ ତଳିଘରାରେ ବିହନ ବୁଣାଯାଏ ଓ ଫସଲ ଉଠିବା ପରେ ପରେ ସେଥିରେ ଚାରା ରୋପଣ କରି ଅନ୍ୟ ଫସଲ କରାଯାଏ । ତଳିଘରାରେ ବା କ୍ଷେତ୍ରରେ ବିହନ ଲଗାଯିବା ପରେ ଅଙ୍କୁରଣ ଓ ଅଙ୍କୁରିତ ଉଦ୍ଭିଦ ଗୁଡିକର ଉତ୍ତୋରୋତ୍ତର ବୃଦ୍ଧିଲାଗି ଉପଯୁକ୍ତ ମୃତ୍ତିକା- ପବନ, ଉତ୍ତାପ, ଆଲୋକ, ଓ ଅମ୍ଳଜାନ ଦରକାର କରେ । ଜଳ ଉତ୍ତାପ କମ ବେଶୀ ହେଲେ ବୀଜଗୁଡିକରେ ଅଙ୍କୁରଣ ସନ୍ତୋଷ ଜନକ ଭାବେ ହୋଇପାରେ ନାହିଁ । ଏହା ଛଡା ପ୍ରକାର ଭେଦରେ ବିହନଗୁଡିକ ବିଭିନ୍ନ ପରିମାଣର ଜଳ ଓ ଉତ୍ତାପ ଦରକାର କରିଥାନ୍ତି ତେଣୁ ଉପଯୁକ୍ତ ଉତ୍ତାପ, ଆଲୋକ, ଜଳ ନପାଇ ତଳିଘରାରେ ବା କ୍ଷେତରେ ପନିପରିବା ଭଲଭାବେ ବଢିପାରନ୍ତି ନାହିଁ । ଡେଙ୍ଗା, ସରୁଆ, ଓ ଦୁର୍ବଳ ହୋଇ ବଢିଥାନ୍ତି । ମଟର, ସ୍ପିନଚ, ମୂଳା, ବନ୍ଧାକୋବି, ଓ ପିଆଜ ଆଦି 40 ଡିଗ୍ରୀ, ଫା: ହି ସିଲେରୀ ଲାଗି 60 ଡିଗ୍ରୀ ଫା: ହି ଆଳୁ ଲାଗି 68 ଡିଗ୍ରୀ ଫା: ହି କାକୁଡି, ତରଭୁଜ, ଆଦି ସାଧାରଣତଃ 600-900 ଫା:ହି ଦରକାର ହୋଇଥାଏ ।

ଉନ୍ମୁକ୍ତ ତଳିଘରା ପ୍ରସ୍ତୃତି

ତଳିଘରା ସ୍ଥାନ ଜଳାଶୟ ବା ଜଳ ଯୋଗାଣ ବ୍ୟବସ୍ଥା ନିକଟରେ ହେବା ଦରକାର । ମାତ୍ର ଏହା ଉଚ୍ଛା ନିଗିଡା ଜମିରେ ରହିବା ଉଚିତ । ଏଥିପାଇଁ ଚିକିଟା ବା ବାଲିଆମାଟି ଉପଯୁକ୍ତ ନୁହେଁ । ଏହା ଛଡା ତଳିଘରାଗୁଡିକ ଉତ୍ତମ ଭୌତିକ ଗୁଣ ଅବଚର୍ଣ୍ଣତା । ଉତ୍ତମ ଜଳ ନିଃସାରଣ, କୀଟ ରୋଗ ଓ ଘାସ ଜାତୀୟ ଉଦ୍ଭିଦ ମୁକ୍ତ ତଥା ମୃତ୍ତିକାରେ ଯଥେଷ୍ଟ ପରିମାଣ ବିଭିନ୍ନ ଉଦ୍ଭିଦ ଖାଦ୍ୟପଦାର୍ଥ ଓ ଉପଯୁକ୍ତ ମୃତ୍ତିକା ପ୍ରତିକ୍ରିୟା ରହିଥିବା ଦରକାର । ଯେଉଁ ସ୍ଥାନରେ ତଳିଘରା ସ୍ଥାପନ କରାଯିବ ପ୍ରଥମେ ସେ ସ୍ଥାନଟିକୁ ଶୁଖିଲା କାଠିକୁଟା ବିଛାଇ ପୋତିଦେବା ଦରକାର । ଏହା ଦ୍ଵାରା ରୋଗ ପୋକ ଘାସ ଇତ୍ୟାଦି ଅନିଷ୍ଟକାରୀ ପଦାର୍ଥଗୁଡିକ ନଷ୍ଟ ହୋଇଯାଆନ୍ତି । ପରେ ଜମିକୁ ଭଲଭାବେ ଚଷି କିମ୍ବା ହାଣି ସେଥିରୁ ଖପୁରି , ଗୋଡି, ପଥର, ଓ ଉଦ୍ଭିଦ ମୂଳ ଆଦି ବାଛି ମାଟିକୁ ଗୁଣ୍ଡକରି ସମତଳ କରିଦିଆଯାଏ । 120 ସେ.ମି ଚୌଡା ଓ 182 ରୁ 245 ସେମି ଲମ୍ବାପଟି ରଖାଯାଇଥାଏ । ପଟିଗୁଡିକ ସାଧାରଣ ଜମି ପତ୍ତନଠାରୁ 15 ରୁ 23 ସେମି ଉଚ୍ଚକରି ରଖିବା ଦରକାର ଏବଂ ପଟିଗୁଡିକ ଭଲଭାବେ ଜଳନିଃସାରଣ ପାଇ ପ୍ରଥମେ 60 ସେମି ପଥର ଗୋଡି ଓ ତା ଉପରେ ମୋଟାବାଲି 25 ସେମି ବହଳରେ ବିଛାଇ ଅବଶିଷ୍ଟ ଉତ୍ତମ ସଢା ଓ ଛଣା ଯାଇଥିବା କ୍ଷତ ଦୁଇଭାଗ ସଢା ପତର ଗୁଣ୍ଡ ଏକଭାଗ ଓ ଦୁଇ ଭାଗ ବା ତିନିଭାଗ ବଗିଚା ମାଟିର ମିଶାଇ ତାହାରି ଉପରେ 10 ରୁ 15 ସେମି ବହଳରେ ଭଲ ଭାବେ ବିଛାଇ ଦିଆଯାଏ । ଫାଉଡା ବା କାଠ ଧୁରମୁସ ଦ୍ଵାରା ମାଟିସ୍ତରରୁ ଚାପି ଦିଆଯାଇ ସମତଳ କରି ମଡାଇ ଦିଆଯାଏ । ତଳିଘରା ଗୁଡିକର ପ୍ରଥମ ତିନି ଇଞ୍ଚ ବା 7 ସେମି ମାଟିରୁ ତଳିଗୁଡିକର ଚେର ବହୁ ପରିମାଣର ଖାଦ୍ୟ ଶୋଷଣ କରିଥାନ୍ତି । ତଳିଗୁଡିକକ୍ଷିପ୍ରଗତିରେ ତଳିଘରାରେ ବଢନ୍ତି ଓ କମ ସ୍ଥାନରେ ମଧ୍ୟ ବେଶୀ ସାଂଖିକ ତଳି ବଢି 4 ରୁ 10 ସପ୍ତାହ ଭୀତରେ ଅର୍ଥାତ ଚାରାରେ 4 ରୁ 6 ଟି ପତ୍ର ହେଲେ ଏହା କ୍ଷେତରେ ରୋପଣ କରିବା ପାଇଁ ଉପଯୁକ୍ତ ହୋଇଥାଏ । ପଟିଗୁଡିକ ପ୍ରସ୍ତୁତ କରିବା ଲାଗି ଫାଉଡା, ଫଟା, କିଳା, ଦଉଡି, ରେକ, ୱାଡର , କୋଡି, ଶାବଳ, ଲୁହା ଚାଲୁଣି, କଥାପଟା ତିଆରି ଧୁରମୁସ, ବାଲଟି, ପାଣିଝରା ତଳିଗୁଡିକ ଛାୟା ଯୋଗାଇବା ଲାଗି ବର୍ଷା ପବନରୁ ରକ୍ଷା କରିବା ଲାଗି ନଡା, ପତର ବା ପ୍ଲାଷ୍ଟିକ କାଗଜ ତାଟ, ବିହନ ବିଶୋଧନ ଔଷଧ, ଗାମକୁସିନ ଆଦି ଦରକାର ହୋଇଥାଏ । ପଟି ପ୍ରସ୍ତୃତ ହୋଇଯିବା ପରେ ମଞ୍ଜିଗୁଡିକ ଠିକଭାବେ ବୁଣିବା ଦରକାର । ଉପଯୁକ୍ତ ବ୍ୟବଧାନ ଓ ଗଭୀରତା ରକ୍ଷା କରି ମଞ୍ଜିଗୁଡିକ ବପନ କରାଯାଏ । ବେଶୀ ଗଭୀରତାରେ ପୋତାଗଲେ ଅଙ୍କୁରଣ ହେବା କଠିନ ହୋଇଥାଏ ଓ ଅଙ୍କୁରଣ ହେଲେ ଉଦ୍ଭିଦ କାଣ୍ଡ ମାଟି ଭୀତରୁ ପଟି ଉପରକୁ ଉଠି ଆସିପାରେ ନାହିଁ କାରଣ ବୀଜରେ ଥିବା ସମେତ ଖାଦ୍ୟ ଶେଷ ହେବା ପୂର୍ବରୁ ଉଦ୍ଭିଦ କାଣ୍ଡ ପଦାକୁ ଉଠିଆସି ଆଲୋକ ସାହାଯ୍ୟରେ ନିଜର ଖାଦ୍ୟ ପ୍ରସ୍ତୁତି କାରଗଲେ । ସେଗୁଡିକ ଅଧିକ ଉତ୍ତାପ ଓ କମ ଜଳ ପାଉଥିବା ହେତୁ ଅତି ସହଜରେ ବି ନଷ୍ଟ ହୋଇଥାଏ । ସେହିପରି ମଞ୍ଜିଗୁଡିକ ଉଚିତ ବ୍ୟବଧାନରେ ଲଗାଗଲେ ସେଗୁଡିକ ଭଲଭାବେ ବଢି ପାରନ୍ତି । ମଞ୍ଜିଗୁଡିକ ଏକରୁ ଦୁଇଇଞ୍ଚ ବ୍ୟବଧାନ ଓ ଆକାର ଉପରେ ନିର୍ଭର କରି 0.25 ରୁ 0.5 ଇଞ୍ଚ ଶିମ, ତରଭୁଜ, କଖାରୁ ଜାତୀୟ 1.0 ରୁ 1.50 ଇଞ୍ଚ, ମଟର 1.0 ଇଞ୍ଚ ଗଭୀରେ ବିପନ କରାଯାଏ ।

ମଞ୍ଜିଗୁଡିକ ତଳିଘରାରେ ବପନ କରାଯିବା ପରେ ପଟି ଉପରେ ଚାଲୁଣିରେ ଛଣାଯାଇଥିବା ଶୁଷ୍କ ବାଲିଆମାଟି, ପତ୍ରଗୁଣ୍ଡ ବା ଖତ ଗୁଣ୍ଡ 0.2 ରୁ 0.5 ଇଞ୍ଚ ବହଳରେ ଢାଙ୍କି ପଟା ସାହାଯ୍ୟରେ ଚାପି ଦିଆଯାଏ ଓ ପଟିଗୁଡିକୁ ଅଖା ବା ନଡା ଦ୍ଵାରା ଘୋଡାଇ ଦେଇ ପାଣି ଝରା ସାହାଯ୍ୟରେ ପାଣି ସିଞ୍ଚା ଯାଏ । କେହି କେହି ଆଖା ବା ନଡା ନ କରି ପାଣି ଛିଞ୍ଚି ପ୍ଲାଷ୍ଟିକ କାଗଜ ଢାଙ୍କିଥାନ୍ତି । ଏପରି ଭାବେ ପଟିଗୁଡିକୁ ଢାଙ୍କିବା ଦ୍ଵାରା ମାଟିର ଆର୍ଦ୍ରତା ରକ୍ଷା କରିବା ସଙ୍ଗେ ସଙ୍ଗେ ଉତ୍ତାପ ମଧ୍ୟ ରକ୍ଷା କରାଯାଏ ଓ ସେଗୁଡିକର ଅଙ୍କୁରଣ ପାଇଁ ଏହା ଅନୁକୂଳ ଅବସ୍ଥା ସୃଷ୍ଟି କରିଥାଏ । ମଞ୍ଜିଗୁଡିକରେ ଗଯା ଦେଖାଯିବା ପରେ ପରେ ଉପରୁ ଢାଙ୍କୁଣୀ ଉଠାଇ ନିଆଯାଏ । କିନ୍ତୁ ଅବସ୍ଥାକୁ ଦେଖି ଦିନରେ ଦୁଇ ଥର ଶୁଷ୍କ ଝରା ସାହାଯ୍ୟରେ ଜଳ ସିଞ୍ଚା ଯାଏ । ତଳିପଟିଗୁଡିକରେ ବଢିଥିବା ତଳି ବା ଚାରାଗୁଡିକର ଘରାକଟା ରୋଗ ର ଭୟ ଥିଲେ ତଳିପଟିରେ ମୃତ୍ତିକାକୁ ପ୍ରଥମେ ବିଶୋଧନ କରାଯାଏ । ଶତକଡା 40 ଭାଗ ବିଶିଷ୍ଟ ଫରମାଲ ଡିନ୍ଦାଈଣ୍ଡ ଦ୍ରବ ପଟି ଘନଫୁଟ ମୃତ୍ତିକା ଲାଗି 20 ସେମି ନେଇ 25 ଗେଲେନ ପାଣିରେ ମିଶାଇ ମାଟିରେ ଭଲ ଭାବେ ଗୋଳାଇ ଦିନେ ଦୁଇଦିନ କେରପାଳ ରେ ଢାଙ୍କି ପରେ ମୃତ୍ତିକାକୁ ଭଲଭାବରେ ପବନ ଖୁଆଇ ବ୍ୟବହାର କରାଯାଇପାରେ । ସେହିପରି ମେରକ୍ୟୁରିକ କ୍ଳୋରାଇଡ 7 ଗେଲନ ପାଣିରେ ଏକ ଆଉନସ ମିଶାଇ ବ୍ୟବହାର କରାଯାଇ ପରେ । ଜଳବାଷ୍ପ 210 ଡିଗ୍ରୀ ଫା.ହି ଉତ୍ତାପ ଥିବା ସମୟରେ ମୃତ୍ତିକାକୁ 30 ମିନିଟ ଯାଏ ପ୍ରୟୋଗ କରି ସେଥିରେ ଥିବା ରୋଗ,ଜୀବାଣୁ, ପୋକ, ଆଦି ଅଧିକାଂଶ ଜୀବଗୁଡ଼ିକୁ ନଷ୍ଟ କରାଯିବା ସଙ୍ଗେ ସଙ୍ଗେ ମୃତ୍ତିକା ଗୁଡିକ ଭଲଭାବେ ବିଶୋଧିତ ହୋଇଥାଏ । କେହି କେହି ମାଟିରେ କୁଟାକାଠି ରାଖୀ ପୋଡେ ଦିଅନ୍ତି କିନ୍ତୁ ମୃତ୍ତିକା ପୋଡିବା ଉପଯୁକ୍ତ ବ୍ୟବସ୍ଥା ନୁହେଁ । କାରଣ, ମୃତ୍ତିକାରେ ଥିବା ଉଦ୍ଭିଦ ଖାଦ୍ୟ ବିଶେଷତଃ ଯବକ୍ଷାର, ଉପକାରୀ ଜୀବାଣୁ ଏହା ଦ୍ଵାରା ସମୂଳେ ନଷ୍ଟ ହୋଇଯାଆନ୍ତି । ଉଦ୍ଭିଦଗୁଡିକ ତଳିଘେରାରେ ଅତି ଉଜ୍ଵଳ ଆଲୋକ ବା ବର୍ଷା ଦାଉରୁ ରକ୍ଷା କରିବା ଲାଗି ପଟିଗୁଡିକ ଚାରିପାଖରେ ଖୁଣ୍ଟପୋଡି କେବଳ ସେହି ସମୟ ଲାଗି ଅର୍ଥାତ ମଧ୍ୟାହ୍ନ ଖରାବା ବର୍ଷା ଜଳ ପଟି ଉପରେ ଯେପରି ନ ପଡେ ସେଥିଲାଗି ନଡା ବା ପତର ତାଟ ଖୁଣ୍ଟିରେ ବନ୍ଧା ଯାଏ । ଅନ୍ୟ ସମୟରେ ପଟିଗୁଡିକ ଖୋଲା ରଖାଯାଏ । କେହି କେହି ଆଲକାଥିନ କାଗଜ ମଧ୍ୟ ବ୍ୟବହାର କରିଥାନ୍ତି ।

ଏକର ପ୍ରତି ତଳି ଯୋଗାଇବ ଲାଗି ପନିପରିବା ପ୍ରକାର ଭେଦରେ ବିଭିନ୍ନ ଆୟତନର ତଳିପଟି ଦରକାର ପଡିଥାଏ । ବାଇଗଣ ଟମାଟୋ, ଲଙ୍କାମରୀଚ, କୋବିଜାତୀୟ ପାରିବା ଲାଗି 250 ରୁ 300 ବର୍ଗ ଫୁଟ ତଳିଘରା ଯଥେଷ୍ଟ ହୋଇଥାଏ । କିନ୍ତୁ ପିଆଜ ଲାଗି 500 ବର୍ଗଫୁଟ ଆବଶ୍ୟକ ହୋଇଥାଏ ।

ପ୍ରଥମେ ତଳିଘରାରେ ମଞ୍ଜିବୁଣି ଓଚାରାଗଛ 4 ରୁ 8 ସପ୍ତାହ ହେବା ପରେ ସେଗୁଡିକକୁ କ୍ଷେତରେ ଲଗାଇବା ପ୍ରଣାଳୀକୁ ରୋପଣ ପ୍ରଣାଳୀ ବୋଲି କୁହାଯାଏ । କୋବି ଜାତୀୟ ଓ ଅନ୍ୟାନ୍ୟ କେତେକ ପନିପରିବା ପ୍ରଥମ ପଟାଳିରୁ ଉଠାଇ ଅନ୍ୟ ପଟାଳିରେ ଥାଉ ଥରେ ବା ଦୁଇଥର ଅଧିକ ବ୍ୟବଧାନରେ ଲଗାଇ ପରେ କ୍ଷେତ୍ରରେ ରୋପଣ ମଧ୍ୟ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ହେଲା ଯେ ତଳିଗୁଡିକ ଡେଙ୍ଗା ଡେଙ୍ଗା କରି ବଢାଇବାକୁ ନ ଦେଇ ମୋଟ, ବଙ୍ଗରା, ସତେଜ ଓ ସ୍ୱାସ୍ଥ୍ୟକର ତଳି ଯେପରି ବଢେ ।

ତଳି ଗୁଡିକ ତଳି ଘରାରୁ ଉଠିଯିବା ପୂର୍ବରୁ ଭଲଭାବେ ପୂର୍ବଦିନ ପାଣି ସିଞ୍ଚି ଦିଆଯାଇଥାଏ ଯେପରି ଚେର ବ୍ୟାପୃତ ମୃତ୍ତିକା ପାଣିରେ ଭିଜିଯିବ । ଏହାଦ୍ଵାରା ଚାରା ଉପାଡିବା ସମୟରେ ଚେରର ବିଶେଷ କ୍ଷତି ହୁଏ ନାହିଁ ।

ତିନୋଟି ପ୍ରଣାଳୀରେ ରୋପଣ ଲାଗି ଚାରା ପ୍ରସ୍ତୃତି କରାଯାଏ :-

  1. ମୁକୁଲା ଚେର ପ୍ରଣାଳୀ
  2. ବଦଳ ପ୍ରଣାଳୀ
  3. ପିଣ୍ଡ ପ୍ରଣାଳୀ

ମୁକୁଲା ଚେର ପ୍ରଣାଳୀ

ଏ ପ୍ରଣାଳୀରେ ଅନେକ ପ୍ରକାରର ଉଦ୍ୟାନ ଉଦ୍ଭିଦ ରୋପଣ କରାଯାଇଥାଏ । ଅନେକ ଶ୍ରେଣୀର ପନିପରିବା ଯଥା ବାଇଗଣ, ଲଙ୍କାମରୀଚ, ଟୋମାଟୋ, ଓ କୋବି ଜାତୀୟ ଫସଲ ଏହି ପ୍ରଣାଳୀରେ ରୋପଣ କରାଯାଏ । ଖୁରୁପି ସାହାଯ୍ୟରେ ଚେର ସହ ତଳିଗୁଡିକୁ ଯତ୍ନ ସହକାରେ ଉଠାଇ ନିଆଯାଏ ଏବଂ ସଙ୍ଗେ ସଙ୍ଗେ ସେଗୁଡିକ କ୍ଷେତରେ ରୋପଣ କରାଯାଏ । କିନ୍ତୁ ଏପରି କଲେ ମଧ୍ୟ ତଳି ଗୁଡିକରେ ଥିବା ଅଧିକାଂଶ ସୂକ୍ଷ୍ମ ତଥା କୌଶିକ ଚେରଗୁଡିକ ନଷ୍ଟ ହୋଇଯାଏ ଓ ଏହା ଛଡା ତଳିଘରାରୁ ଉଠିଯିବା ଠାରୁ କ୍ଷେତ୍ରରେ ଲଗାଯିବାଯାଏ ତଳିଗୁଡିକର ଚେର ଖୋଲାରେ ରହିବା ଦ୍ଵାରା ଶୁଖି ନଷ୍ଟ ହୋଇଯିବା ଭୟଥାଏ । ଉପରେ ବର୍ଣ୍ଣତ ପନିପରିବା ଚାରାଗୁଡିକ ଏହି ଅସୁବିଧା କିଛି ପରିମାଣରେ ପ୍ରତିରୋଧ କରି ରହିପାରନ୍ତି । ତେଣୁ ଏଗୁଡ଼ିକୁ ଉକ୍ତ ପ୍ରଣାଳୀ ଦ୍ଵାରା ରୋପଣ କରାଯାଇପାରେ । ତେଣୁ ତଳିଘରାରୁ ଚାରାଗୁଡିକୁ ଉଠାଇ ଥଣ୍ଡା ଓ ଛାଇ ଜାଗାରେ କିଛି ସମୟ ରଖି ରୋପଣ କଲେ ବିଶେଷ କ୍ଷତି ହୋଇନଥାଏ।

ବଦଳ ପ୍ରଣାଳୀ

ଏ ପ୍ରଣାଳୀ ଦ୍ଵାରା ମଞ୍ଜି ପ୍ରଥମେ ଛୋଟ ଛୋଟ କୁଣ୍ଡରେ ଲଗାଇ ଗଛ ହେବା ପରେ ସେଥିରୁ ସାବଧାନଟା ସହକାରେ ଚେର ଓ ମାଟି ପିଣ୍ଡୁଳାକୁ ଅକ୍ଷତ ଭାବେ ବାହାର କରି କ୍ଷେତରେ ବା ଅନ୍ୟ ବଡ କୁଣ୍ଡରେ ଲଗାଯାଏ । ଏହାଦ୍ଵାରା ତଳି ନଷ୍ଟ ହୁଏ ନାହିଁ ଓ ପ୍ରଥମ ପ୍ରଣାଳୀରେ ହେଉଥିବା କେତେକ ଅସୁବିଧା ଦୂର ହୋଇଥାଏ । ଯେ କୌଣସି ପନିପରିବା ଏହା ପ୍ରଣାଳୀରେ ରୋପଣ କରାଯାଇପାରେ ।

ଆଜିକାଲି ଘାସ ପତ୍ରରୁ ଏକ ପ୍ରକାର କୁଣ୍ଡ ତିଆରି କରି ସେଥିରେ ତଳି ଉତରାଯାଏ ତଳି ଉଠାଇବା ଲାଗି ଖୁରୁପି ଆଦି ବ୍ୟବହାର କରାଯାଏ । ପ୍ରତ୍ୟେକ ଚାରା ବା ତଳି ଯେପରି ସଂପୂର୍ଣ୍ଣ ଚେର ଅକ୍ଷତ ପିଣ୍ଡ ଉଠାଇ ହେବ ଯେପରି ଖୋଳି ବାହାର କରି ସେ ମାଟି ପିଣ୍ଡୁଳାଟିକୁ ପ୍ଲାଷ୍ଟିକ କାଗଜ, ନଡା, କନାବା ଆଖଖଣ୍ଡରେ ବାନ୍ଧି ରଖାଯାଏ । ଏହି ପ୍ରଣାଳୀ ବିଷୟ ଭାବେ ଫଳ ଗଛ ଲାଗି ବ୍ୟବହୃତ ହୋଇଥାଏ । ଅମୃତଭଣ୍ଡା ଚାରା ଏହି ପ୍ରଣାଳୀ ରେ ପଟାଲିରୁ ଉଠାଯାଇ କ୍ଷେତରେ ଲଗାଯାଇଥାଏ ।

ପିଣ୍ଡ ପ୍ରଣାଳୀ

ଅନେକ ଶ୍ରେଣୀର ପନିପରିବା କୋମଳ ଓ ନବୋଦଗତ ଅବସ୍ଥାରେ ରୋପଣ କରାଯାଇଥାଏ କିନ୍ତୁ ଅନ୍ୟାନ୍ୟ କେତେକ ଶ୍ରେଣୀର ପନିପରିବା ରୋପଣ ସେପରି ଭାବେ କରାଯାଇପରେ ନାହିଁ ତେଣୁ ସେଗୁଡିକର ମଞ୍ଜି ସିଧାସଳଖ କ୍ଷେତରେ ବପନ କରାଯାଏ, କାରଣ ରୋପଣ ଜନିତ ଅସୁବିଧା ଏଗୁଡିକ ସମ୍ଭାଳି ପାରନ୍ତି ନାହିଁ । ମିଠା ମକା, ମଟର, ଶିମ, କଖାରୁ, ଜାତୀୟ ପାରିବା କାକୁଡି, ତରଭୁଜ, କରଭୁଜ ବା କେଣ୍ଟିଲୋପ ଆଦି ପାରିବା ଜମିରେ ସିଧା ବପନ କରାଯାଏ । ଏହି ଶ୍ରେଣୀର ପନିପରିବାଗୁଡିକର ଚେର ଅତିଧୀର ଓ ମନ୍ଥର ଗତିରେ ବଢିଥାଏ ଓ ଚେରଗୁଡିକ ଛିଣ୍ଡିଯିବା ପରେ ସେଠାରେ ଶୀଘ୍ର କର୍କଜାତୀୟ ଟୁସ୍ୟୁ ଗଢିଉଠେ । ତେଣୁ ନୂଆକରି ଚେର ବାହାରେ ନାହିଁ । ଏହା ପରିବର୍ତ୍ତେ କର୍କପରି କୋଷସ୍ତର ଗଠନ ହୁଏ । ତେଣୁ ଚେର ଥରେ ଛିଣ୍ଡିଗଲେ ଓ କୌଶିକ ଚେର ନଷ୍ଟ ହୋଇଗଲେ ଉଦ୍ଭିଦରେ ଛିଣ୍ଡାଚେରଗୁଡିକ ମୃତ୍ତିକା ଜଳ ଓ ଖାଦ୍ୟ ପଦାର୍ଥ ଶୋଷଣ କରିପାରନ୍ତି ନାହିଁ । ଫଳରେ ରୋପଣ କରାଯାଇପାରୁଥିବା ଚାରାଗୁଡିକ ଶୀଘ୍ର ଝାଉଁଳି ମାରିଯାଆନ୍ତି । ଏହା ଶ୍ରେଣୀର ଉଦ୍ଭିଦଗୁଡିକ ଯଦି ରୋପଣ କରିବା ଆବଶ୍ୟକ ହୁଏ ତେବେ ବହଳ ପ୍ରଣାଳୀ ଅବଲମ୍ବନ କରାଯାଇପାରେ । ବିଶେଷଭାବେ ମାଟିରେ ଶୀଘ୍ର ବିଲୀନ ହୋଇପାରୁଥିବା କୁଣ୍ଡ ଏଥିଲାଗି ସୁବିଧାଜନକ ହୋଇଥାଏ । କାରଣ ପୋଡା ମାଟି କୁଣ୍ଡରୁ ଚାରା ତଳିଟିକୁ ମାଟି ପିଣ୍ଡୁଳା ସହ ବାହାର କରିବା ସମୟରେ ମାଟି ପିଣ୍ଡୁଳା ଭାଙ୍ଗି ଚେରଗୁଡିକର କ୍ଷତି ଘଟାଇବା ଭୟଥାଏ ।

ଆଉ କେତେକ କୋମଳ ଓ ନବୋଦଗତ ତଳିରେ କର୍କଶ୍ରେଣୀୟ ଟିସ୍ୟୁ ଶୀଘ୍ର ପ୍ରକାଶ ପାଏ ନାହିଁ । ତେଣୁ ସେଗୁଡିକ ମୁକ୍ତ ଚେର ପ୍ରାଣାଳୀରେ ରୋପଣ କରିବା ସମ୍ଭବ ହୋଇଥାଏ । ବାଇଗଣ, ଟୋମାଟୋ, ଲଙ୍କା ମରୀଚ, କୋବିଜାତୀୟ , ଉଲିପିଆଜ ଆଦି ରୋପଣ କରାଯାଇଥାଏ । ଏହି ଶ୍ରେଣୀରେ ପନିପରିବା ରୋପଣ କରିବା ସଙ୍ଗେ ସଙ୍ଗେ କ୍ଷିପ୍ରଗତିରେ ନୂତନ ଚେର ବଢାଇପାରନ୍ତି । ତେଣୁ ମୃତ୍ତିକାରୁ ଉଦ୍ଭିଦ ଖାଦ୍ୟ ଓ ଜଳସେଚନ କରି ଉଦ୍ଭିଦକୁ ଯୋଗାଇ ଦେବାକୁ ଦେବା ଦ୍ଵାରା ତଳିଗୁଡିକ କ୍ଷେତରେ ଶୀଘ୍ର ସତେଜ ହୋଇ ବଢିପାରେ ଲାଗନ୍ତି । କ୍ଷେତରେ ସୁକୋମଳ ତଳିଗୁଡିକ ରୋପଣ କରିବା ପୂର୍ବରୁ ସେଗୁଡିକ କ୍ଷେତ ଅବସ୍ଥାରେ କିଛି ସମୟ ରଖିବାକୁ ଶକ୍ତିକାରଣ କୁହାଯାଏ । ଏପରି କରିବା ଫଳରେ କ୍ଷେତରେ ତଳିରୋପଣ କରାଯିବା ପରେ ଯଦି କୌଣସି ଅସୁବିଧା ପରିସ୍ଥିତି ଉପୁଜେ ଯେପରି ହଠାତ କିଛି ସମୟ ଲାଗି ବେଶୀ ଜୋରରେ ପବନ ବହିବା, ଅତ୍ୟାଧିକ ସୂର୍ଯ୍ୟଲୋକ ଉତ୍ତପାରେ ହଠାତ ପରିବର୍ତ୍ତନ ଜଳ ଭାବ ଘଟିବା, ମେଘୁଆ ବା କୁହୁଡି ହେଲେ ଶକ୍ତିକରଣ ତଳିଗୁଡିକ ଏ ଅବସ୍ଥାରୁ ଅନେକ ପରିମାଣରେ ରକ୍ଷା କରିପାରନ୍ତି । କରଣ ତଳୁଗୁଡିକ ଶକ୍ତିକରଣ ଦ୍ଵାରା ମୋଟା ବାଙ୍ଗର ହୋଇ ଟାଣ ହୁଅନ୍ତି । ସାଧାରଣତଃ ଗରମ ପାଣି ଓ ଶୀତଳ ବେଷ୍ଟିନୀ ଶକ୍ତିକରଣ ଉପଚାର କରାଯାଏ । ତଳି ଶକ୍ତିକରଣ କରିବା ଲାଗି ନିମ୍ନମତେ ବ୍ୟବସ୍ଥା କରାଯାଇଥାଏ ।

  1. ତଳିଗୁଡିକ ନିର୍ଦ୍ଧାରିତ ସମୟଲାଗି ବିଭିନ୍ନ ଉତ୍ତାପରେ ରଖାଯାଏ ।
  2. ଜଳସେଚନ କିଛି ସମୟ ଲାଗି ପ୍ରତ୍ୟାହାର କରାଯାଏ ।
  3. କେତେକ ରାସାୟନିକ ପଦାର୍ଥର ଦ୍ରବ ବ୍ୟବହାର କରାଯାଏ । ପୋଟାସିୟମ କ୍ଳୋରାଇଡ ଓ ନାଇଟ୍ରେଟ , ସୋଡିୟମ ନାଇଟ୍ରେଟ ଆଦି ଲବଣ ଜଳରେ ମିଳାଇ ପ୍ରୟୋଗ କରି ତଳିଗୁଡିକ ଶକ୍ତିକରଣ କରାଯାଏ ।
  4. ତଳିଘରା ଅଦଳ ବଦଳ କରି ଅର୍ଥାତ ତଳିଗୁଡିକ କ୍ଷେତରେ ଲାଗିଯିବା ପୂର୍ବରୁ 3 ଥର ରୋପଣ ଭିନ୍ନ ଭିନ୍ନ ପଟିରେ କରାଯାଇଥାଏ ।

ଏସବୁ ପ୍ରାଣାଳୀ ପ୍ରୟୋଗ କରିବା ସମୟରେ ଦେଖିବାରେ କଥା ତଳିଗୁଡିକର ଯେପରି ନଷ୍ଟ ହୋଇନ ଯାଏ । ଅତି ମାତ୍ରାମୁତାବକ ଶକ୍ତକରଣ ପ୍ରମାଣପତ୍ର ଶକ୍ତକରଣ ପ୍ରାଣାଳୀ ପ୍ରୟୋଗ କରାଗଲେ ତଳିଗୁଡିକ କ୍ଷେତରେ ଅକାମି ହୋଇଯିବା ଖୁବ ସମ୍ଭାବନା ଥାଏ ।

ତଳିଗୁଡିକ ରୋପଣ କରିବା ପୂର୍ବରୁ କ୍ଷେତ ପ୍ରସ୍ତୁତି ଭଲ ଭାବେ କରାଯିବା ଦରକାର । ମାଟି ଭାବେ ଗୁଣ୍ଡ ବା ହାଲୁକା ହୋଇଥିବା ଉଚିତ କାରଣ ମାଟି ଗୁଣ୍ଡ ଓ ହାଲୁକା ହେଲେ ଯାଇ ଚେରଗୁଡିକ ବିଶେଷତଃ କୌଶିକ ଚେରଗୁଡିକ ମୃତ୍ତିକାର ପ୍ରତ୍ୟେକ ଅଣୁର ସଂସ୍ପର୍ଶରେ ଆସି ସେଥିରୁ ଜଳ ଓ ଲବଣ ସଂଗ୍ରହ କରିବାରେ ସମର୍ଥ ହୋଇଥାଏ । ଏହା ଛଡା ତଳି ରୋପଣ କରାଯିବା ପରେ ତଳ ଚାରିପାଖ ମାଟିକୁ ଚିପି ଦିଆଯାଏ , କାରଣ ଏହା କରିବା ଦ୍ଵାରା ତଳି ସିଧା ହୋଇ ଠିଆ ହୁଏ ଓ ପବନ ଦ୍ଵାରା ଢଳି ପଡେ ନାହିଁ । ଚେରଗୁଡିକ ମାଟି କଣିକା ସହ ନିକଟତର ହେବ ଦୃଷ୍ଟିରୁ ଖାଦ୍ୟ ଓ ଜଳ ସଂଗ୍ରହ କରିବା ସୁବିଧା ଜନକ ହୁଏ । ତଳି ରୋପଣ କେଉଁ ସମୟରେ କରାଯିବା ଉଚିତ ତାହା ଜାଣିବା ଆବଶ୍ୟକ । ତଳି ରୋପଣ କରାଯିବା ପରେ ଯେପରି ଚେର ପାଖ ମୃତ୍ତିକାରେ ଯଥେଷ୍ଟ ଆର୍ଦ୍ରତା ରହେ ଓ ସେଥି ସଙ୍ଗେ ସଙ୍ଗେ ବାହାର ଉତ୍ତାପ ଓ ଆଲୋକ କମ ରହେ ସେଥିପ୍ରତି ଦୃଷ୍ଟି ଦେବା ଉଚିତ କାରଣ ଉତ୍ତାପ ବେଶୀ ହେଲେ ଓ ମାଟି ଶୁଷ୍କ ରହିବା ଫଳ ରେ ତଳିଗୁଡିକ ଝାଉଁଳି ଯାଇ ମରିବାକୁ ଆରମ୍ଭ କରନ୍ତି । ତେଣୁ ଦିନରେ ଥଣ୍ଡା ସମୟରେ ଅର୍ଥାତ ଉପରବେଳା ବା ମେଘୁଆ ପାଗ ହୋଇଥିଲେ ତଳି ରୋପଣ କରି ସଙ୍ଗେ ସଙ୍ଗେ ଜଳ ଚେର ମୂଳେ ଦିଆଯିବ ଉଚିତ। ଏହି ସମୟରେ ବାହ୍ୟ ଉତ୍ତାପ କମଥିବା ହେତୁ ବାଷ୍ପୀ ଭବନ ଓ ବାଷ୍ପ ମୋଚନ ପ୍ରକ୍ରିୟା ବେଗ ନିମ୍ନସ୍ତରରେ ରହିଥାଏ । ତେଣୁ ଚାରାଗୁଡିକ ଶୀଘ୍ର ଝାଉଁଳି ପଡେ ନାହିଁ ।

ତଳେ ରୋପଣ କାର୍ଯ୍ୟ ସାଧାରଣତଃ ହାତରେ କରାଯାଇଥାଏ । କିନ୍ତୁ ବିକାଶଶୀଳ ଦେଶଗୁଡିକରେ ଯେଉଁଠି ଯାନ୍ତ୍ରିକ ପ୍ରଣାଳୀରେ ଚାଷ କରାଇବା ବହୁ ପରିମାଣର ଜମିରେ ପରିବା ଚାଷ କରାଯାଏ । ସେଠି ତଳି ରୋପଣ ଯନ୍ତ୍ର ସାହାଯ୍ୟରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ କରାଯାଏ । ଏହି ଯନ୍ତ୍ର ତଳିର ଚେରଗୁଡିକୁ ମାଟି ଭୀତରେ ସିଧା ପୋତି , ଚାରିପାଖ ମୃତ୍ତିକାକୁ ଦବାଇବା ସଙ୍ଗେ ସଙ୍ଗେ ତଳି ରୋପଣକାଳୀନ ଜଳ ବା ଚାଳକ ଦ୍ରବଣ ମଧ୍ୟ ସଙ୍ଗେ ସଙ୍ଗେ ପ୍ରୟୋଗ କରାଯାଏ । ହସ୍ତ ବ୍ୟବହାର ପରିବର୍ତ୍ତେ ଡିବିଲର ବା ଖୁରୁପି ବ୍ୟବହାର କରି ତଳି ରୋପଣ କରିବା ପୂର୍ବରୁ ରୋପଣ କରିବା ଜାଗାଟିକୁ ଖୋଳି ହାଲୁକା କରି ଡବଲର ମଡାଇ ଦେଲେ ଗୋଟିଏ କୋନ ଆକୃତିର ଗାତ ହୋଇଯାଏ । ସେଥିରେ ତଳିର ଚେରଗୁଡିକ ସିଧା ଭାବେ ପୁରେଇ ମାଟି ଦାବି ଦେଲେ ତଳିଟି ସିଧା ହୋଇ ବଢିବାକୁ ଲାଗେ । ଏକର ପ୍ରତି କେତେ ତଳି ଲଗାଯିବ ଏହା ପନିପରିବା ଗୁଡିକର ପ୍ରକାର ଭେଦରେ ଭିନ୍ନ ହୋଇଥାଏ । ଏହା ହିସାବ କରି ମଧ୍ୟ ଜାଣି ହୁଏ । ତଳି ସଂଖ୍ୟା ହିସାବ କରିବା ଲାଗି ନିମ୍ନରେ ଦିଆଯାଇଥିବା ପ୍ରାଣାଳୀ ଅନୁସୃତ ସାଧାରଣତଃ କାରାଯାଇଥାଏ – ଏକର ପ୍ରତି ତଳି ସଂଖ୍ୟା = 43.500 ବିଭକ୍ତ ଧାଡି ମଧ୍ୟରେ ବ୍ୟବଧାନ ଗୁଣନ ଧାଡିରେ ତଳି ମଧ୍ୟରେ ବ୍ୟବଧାନ (ଫୁଟ ) । ତାଲିକା 22 ରେ ଦିଆଯାଇଥିବା ତଳି ସଂଖ୍ୟା ପନିପରିବା ଲଗାଯିବା ବ୍ୟବଧାନକୁ ଧରି ସତେଜ ଜାଣି ହେବ ।

ତାଲିକା

ଧାଡି ମଧ୍ୟରେ ବ୍ୟବଧାନ ଫୁଟ

ଧାଡି ଭୀତରେ ବ୍ୟବଧାନ ଫୁଟ

ତଳି ପ୍ରତି ଜମିର ଆୟତନ ବର୍ଗ ଫୁଟ

ଏକର ପ୍ରତି ତଳି ସଂଖ୍ୟା

1.0

0.5

0.50

87.120

1.5

1.0

1.00

43.120

1.5

1.0

1.50

29.049

1.5

1.5

2.25

19.360

2.0

1.0

2.00

21.780

3.0

3.0

9.00

4.840

3.5

3.5

12.25

3.556

4.0

4.0

16.00

2.722

4.5

4.5

20.25

2.151

5.0

5.0

25.00

1.742

5.5

5.5

30.25

1.440

6.0

6.0

36.00

1.210

6.5

6.5

41.25

1.031

7.0

7.0

49.00

889

7.5

7.5

56.25

774

8.0

8.0

64.00

680

10.0

10.0

100.40

435

20.0

20.0

400.00

108

ଚାରାଗୁଡିକ ରୋପଣ ହେବା ପରେ ଚାରା ଢାଙ୍କୁଣୀ ଦରକାର ହୋଇଥାଏ । ଦିନର ଅତି ଉଜ୍ଵଳ ଓ ପ୍ରଖର ଖରାରେ ନବ ରୋପିତ ଚାରା ଗୁଡିକୁ ରକ୍ଷା କରିବା ଲାଗି ପତ୍ର ବା କାଗଜ ଟୋଲା ବା କୋନ ଆକୃତି ଖୋଳ ତିଆରି କରି ପ୍ରତ୍ୟେକ ଚାରା ଉପରେ ଢାଙ୍କିଦିଆଯାଏ । ଦିନ 2 ଟା ଠାରୁ ଉପରବେଳା ଟାଣ ଖରା କମିଯିବା ପରେ ସେଗୁଡିକ ଉଠାଇ ଦିଆଯାଏ । ଏହା ନ କଲେ ନବରୋପିତ ଚାରା ଅତ୍ୟଧିକ ଖରାଦ୍ଵାରା ଝାଉଁଳି ହୋଇ ନଷ୍ଟ ହୋଇଯିବାର ଭୟ ଥାଏ । ବିଶେଷତଃ କୋବି ଜାତୀୟ ଫସଲ ଲାଗି ଏପରି ବ୍ୟବସ୍ଥା କରିବା ବେସୀ ଦରକାର ହୋଇଥାଏ ।

ଚାରା ରୋପଣ କରିବା ଦ୍ଵାରା ନିମ୍ନ ଲିଖିତ ଉପକାର ମିଳିଥାଏ ।

  1. ଚାରା ଗୁଡିକୁ ତଳି ଘରାରୁ ଉଠାଇ ଆଣିବା ସମୟରେ କିଛି ଚେର ଛିଣ୍ଡି ଯାଏ । ଏହାଦ୍ଵାରା ରୋପଣ କରାଯିବା ପରେ ଅଧିକ ସାଂଖିକ ସାଖାଓ ପ୍ରସାକ୍ଷା ଚେର କଅଁଳି ଥାଏ, ଫଳରେ ଉଦ୍ଭିଦ ଅଧିକ ଜଳ ଓ ଖାଦ୍ୟ ସଂଗ୍ରହ କରି ବଢିବାକୁ ଲାଗେ ।
  2. ରୋପଣ ପ୍ରଣାଳୀରେ କମ ପରିମାଣରେ ମଞ୍ଜି ଦରକାର ହୁଏ । ଏହାଦ୍ଵାରା ବିହନ ଖର୍ଚ୍ଚ କମ ହୁଏ । ମଞ୍ଜି ଛୋଟ ହୋଇଥିଲେ ରୋପଣ ପ୍ରଣାଳୀ ଅଧିକ ଅବଶ୍ୟକ ହୋଇଥାଏ । ତେଣୁ କମ ଜାଗାରେ ତଳି ଘରା ସଢି ସେଥିରେ ତଳି ଉଠାଇ ରୋପଣ କରାଯାଏ ।
  3. ସଦ୍ୟ ବଢୁଥିବା କୋମଲ ଚାରା ଗୁଡିକର ତତ୍ଵ ତଳି ଘରାରେ ନେଇ ହୁଏ କିନ୍ତୁ ସାରା କ୍ଷେତ୍ରରେ ଉଠିଥିବା ସୂକ୍ଷ୍ମ, କୋମଳ, ଛୋଟିଆ ଉଦ୍ଭିଦ ଗୁଡିକର ତତ୍ଵ ସମ୍ଭବ ନେବା ହୁଏ ନାହିଁ ।
  4. ରୋପଣ ଦରକାର କରୁଥିବା ପନିପରିବା ଗୁଡିକର ମଞ୍ଜି ସିଧା କ୍ଷେତରେ ପୋତି ଫସଲ ଉଠାଗଲେ ସେଗୁଡିକ ସନ୍ତୋଷ ଜନକ ଭାବେ ବଢିପାରନ୍ତି ନାହିଁ । ଏହା ଛଡା ମଞ୍ଜି ଏହି ପ୍ରାଣାଳୀରେ ବିପନ କଲେ ଉଦ୍ଭିଦ ଗୁଡିକୁ ପତଳା କରିବା ଲାଗି ଧାଡି ମଝିରୁ ଉଦ୍ଭିଦ ଉପଡିବା ଲାଗି ପୁଣି ଖର୍ଚ୍ଚ କରିବାକୁ ପଡିଥାଏ ।

କ୍ଷେତ ପ୍ରସ୍ତୃତି

ବିହନ ବିପନ କରିବା ବା ତଳି ରୋପଣ କରାଯିବା ପୂର୍ବରୁ କ୍ଷେତ୍ର ପ୍ରସ୍ତୃତ କରାଯିବା ଦରକାର । କାରଣ କ୍ଷେତ ପ୍ରସ୍ତୃତି ଦ୍ଵାରା ନିମ୍ନ ଲିଖିତ କେତେଗୁଡିଏ କାର୍ଯ୍ୟ ସାଧିତ ହୋଇଥାଏ ।

  • ଘାସ ଜାତୀୟ ଅନାବନା ବେଦରକାରୀ ଉଦ୍ଭିଦ ଗୁଡିକୁ ନିର୍ମୂଳ କରିବା ଦ୍ଵାରା ମୃତ୍ତିକାରେ ଥିବା ଜଳ ଓ ଉଦ୍ଭିଦ ଖାଦ୍ୟ ଗୁଡିକ ସଂରକ୍ଷଣ କରିବା ସହଜ ହୋଇଥାଏ । ଏହା ଛଡା ପନିପରିବା ଉଦ୍ଭିଦ ଓ ଘାସ ଜାତୀୟ ବେଦରକାରୀ ଉଦ୍ଭିଦ ଗୁଡିକ ମଧ୍ୟ ରେ ସୂର୍ଯ୍ୟ ଲୋକ ଓ ବାୟୁ ପ୍ରାପ୍ତ ଜନିତ ପ୍ରତି ଯୋଗୀତାର ପରିସମାପ୍ତି ଘଟେ
  • ମୃତ୍ତିକା ଉପର ସ୍ତରକୁ ଚାଷ କରି ହାଲୁକା କରିବା ଦ୍ଵାରା ମୃତ୍ତିକା ରେ ଥିବା ଜଳୀୟ ଅଂଶ ସଂରକ୍ଷିତ ହୋଇଥାଏ । କାରଣ ଉପରର ମୃତ୍ତିକା ସ୍ତର ହାଲୁକା ହୋଇଯିବା ଦ୍ଵାରା ତଳେ ଥିବା ଜଳୀୟ ଅଂଶ ବାଷ୍ପୀ ଭବନ ଜନିତ କ୍ଷତି କମିଥାଏ । ଯେହେତୁ ଉପରର ହାଲୁକା ମୃତ୍ତିକା ସ୍ତର ମଲଚ ଭଳି କାମ କରିଥାଏ ।
  • ମୃତ୍ତିକା ଚାଷ କରିବା ଦ୍ଵାରା ମୃତ୍ତିକା ବାୟୁର ପରିମାଣରେ ବୃଦ୍ଧି ଘଟିଥାଏ । ଏହା ଦ୍ଵାରା ମୃତ୍ତିକାରେ ଚାଲିଥିବା ନାଇଟିକରଣ ପ୍ରକ୍ରିୟା ତଥା ଅନ୍ୟାନ୍ୟ ରାସାଯନିକ ପ୍ରକ୍ରିୟା କୁ କ୍ଷିପ୍ର କରିବାରେ ସହାୟକ ହୋଇଥାଏ ।
  • ମୃତ୍ତିକା ଭୀତରେ ତାପମାତ୍ରା କିଛି ପରିମାଣରେ ବୃଦ୍ଧି ଘଟାଇବାରେ ମୃତ୍ତିକା ଚାଷ ସହାୟକ ହୋଇଥାଏ। କାରଣ ମୃତ୍ତିକା ହାଲୁକା ହୋଇଯିବ ଦ୍ଵାରା ଦିନରେ ମୃତ୍ତିକା ଅନୁଗୁଡିକ ଉତ୍ତାପ ଗ୍ରହଣ କରି ତାକୁ ଧାରଣ କରିପାରନ୍ତି । ପନିପରିବା ଚାଷରେ ସାଫଲ୍ୟ ମଣ୍ଡିତ ହେବାକୁ ହେଲେ ଚାଷୀ ପ୍ରତ୍ୟେକ ପନିପରିବା ଲାଗି ଦରକାର କରୁଥିବା କ୍ଷେତ ପ୍ରସ୍ତୃତି କରୁଥିବା ବିଷୟରେ ଜାଣିବା ଦରକାର । କାରଣ ପନିପରିବା ଗୁଡିକର ଶ୍ରେଣୀ ଭେଦରେ ଜମି ପ୍ରସ୍ତୁତି ଭିନ୍ନ ଭିନ୍ନ ହୋଇଥାଏ । ବାଇଗଣ ଲାଗି ଜମି ଯେପରି ପ୍ରସ୍ତୁତି କରିବାକୁ ପଡେ, ଆଳୁ, କଖାରୁ, ସାରୁ, ମୂଳା, ବା ଶାଗ ଲାଗି, ସେ ପରି ଦରକାର ହୋଇନଥାଏ । ସାଧାରଣତଃ ଫାଉଡା, କଳଲଙ୍ଗଳ, ବା ଯାନ୍ତ୍ରିକ ଚାଷ କରିବାକୁ ହୁଏ । ଜମି କୁ ପ୍ରଥମେ ଭଲ ଭାବେ ଚାଷ କରି ବିଦା ବା ହୀରୋ ପଟା ଚଳାଇ ମାଟିକୁ ଗୁଣ୍ଡ କରି ସମତଳ କରାଯାଏ । ଘାସ ବାଛି ପରିଷ୍କାର ରଖାଯାଏ। ଚାଷ ସମୟରେ 10 ରୁ 15 ଗାଡି ଶଢା ଖତ ବା ପ୍ରତି 200 ବର୍ଗଫୁଟ ପ୍ରତି 1 ଟନ ଖତ ବ୍ୟବହାର କରି ଚାଷ କରି ପଟା ଚଲାଇ ସମତଳ କରାଯାଏ । କ୍ଷେତ ରେ ଫସଲ ଅନୁଯାୟୀ ପଟାଳି ଗଡାଯାଏ । ଯେପରି ଜଳ ସେଚନ ଓ ଜଳ ନିଷ୍କାସନ ର ସୁବିଧା କରାଯାଇ ପରେ । ପଟାଳି ଗୁଡିକର ଆୟତନ ପନିପରିବା ଶ୍ରେଣୀ ଉପରେ ନିର୍ଭର କରେ । ଆଳୁ, ପଟିରେ ଧାଡି ଧାଡି କରି ସିଆର କାଟି ବିହନ ଲଗାଯାଏ । କିନ୍ତୁ କଖାରୁ, ତରଭୁଜ, ଜହ୍ନି, ଲାଉ, ଛଚିଦ୍ରା, ଲାଗି ମନ୍ଦା ଖୋଳାଯାଏ । 5 ରୁ 5 ଫୁଟ ବ୍ୟବଧାନରେ କନ୍ଦମୂଳ ଲାଗି 2 ଇଞ୍ଚ ଉଛା ହିଡ 3 ଫୁଟ ବ୍ୟବଧାନରେ ଗଢି ଗଛର କାଣ୍ଡ କାଟି ଲଗାଯାଏ । ଶାଗ ଛୋଟ ଛୋଟ ସମତଳ ପଟାଳିରେ ବୁଣାଯାଏ (4’ଇଞ୍ଚ X 5’ ଇଞ୍ଚ ବା 5X5 ଆୟତନ ) ।

ସଂଗୃହିତ - ଡ଼ଃ ରମେଶ ଚନ୍ଦ୍ର ଦାସ ,ମୁଖ୍ୟ ଅଧ୍ୟାପକ, ଉଦ୍ୟାନ ବିଜ୍ଞାନ ବିଭାଗ,କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate