ସେଆର କରନ୍ତୁ

ପନିପରିବା ଚାଷ (ପ୍ରଥମ ପାଠ)

ଆମେ ସମସ୍ତେ ସବୁଦିନ କିଛି କିଛି ପନିପରିବା ଖାଉଥାଉ । ପନିପରିବାର ଆବଶ୍ୟକତା ଯେ କେତେ ବେଶି, ଏ କଥା ସହଜରେ ଅନୁମାନ କରାଯାଇନପାରେ ।

ପନିପରିବା ଚାଷ ବିଷୟରେ କେତେକ ଜାଣିବା କଥା

ଆମେ ସମସ୍ତେ ସବୁଦିନ କିଛି କିଛି ପନିପରିବା ଖାଉଥାଉ । ପନିପରିବା ନଥିଲେ ଅନେକ ଲୋକଙ୍କର ଖାଦ୍ୟ ରୁଚିକର ହୁଏ ନାହିଁ । ଗରିବଙ୍କଠାରୁ ଆରମ୍ଭ କରି ଧନୀଲୋକ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ପନିପରିବା ଖାଉଥାନ୍ତି । ଏହି ଦୃଷ୍ଟିରୁ ପନିପରିବାର ଆବଶ୍ୟକତା ଯେ କେତେ ବେଶି, ଏ କଥା ସହଜରେ ଅନୁମାନ କରାଯାଇପାରେ ।

ଡାକ୍ତରମାନଙ୍କ ମତରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପନିପରିବାର ଆବଶ୍ୟକତା ଖୁବ୍ ଅଧିକ । ବିଶେଷ କରି ଦେହରେ ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ଯେଉଁ ଭିଟାମିନ୍, ଖାଦ୍ୟପ୍ରାଣ ଓ ଧାତବ ଲବଣ ଦରକାର ହୋଇଥାଏ, ତାହା ବିଭିନ୍ନ ପ୍ରକାର ପନିପରିବାରୁ ସହଜରେ ମିଳିଥାଏ । ଆମର ଦୈନନ୍ଦିନ ଖାଦ୍ୟରେ ପ୍ରାୟ ୩୦୦ – ୩୫୦ ଗ୍ରାମ ପନିପରିବା ରହିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଅଛି ।

ପନିପରିବାରୁ ମିଳୁଥିବା ଭିଟାମିନ୍ ଓ ତାହାର ଆବଶ୍ୟକତା

ପନିପରିବାରୁ ଆମେ ପ୍ରାୟ ଅନେକ ପ୍ରକାରର ଭିଟାମିନ୍ ଓ ଧାତବ ଲବଣ ପାଇଥାଉ । ଏହିସବୁ ଭିଟାମିନ୍ ବା ଲବଣର ଅଭାବରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।

ଭିଟାମିନ୍ ଏର ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ । ସେହିପରି ଖାଦ୍ୟରେ ଭିଟାମିନ୍ ଏର ଅଭାବ ହେଲେ, ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଅନେକଙ୍କ ଶ୍ଵାସନଳୀ ଜନିତ ରୋଗ ମଧ୍ୟ ହୋଇଥାଏ । ଗାଜର, ଶାଗ, ବିଲାତିବାଇଗଣ, ଦେଶୀଆଳୁ ପ୍ରଭୃତିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ର ଅଭାବ ରହେନାହିଁ ।

ଭିଟାମିନ୍ ବି ସାଧାରଣତଃ ବିଭିନ୍ନ ପ୍ରକାରର ଶାଗ, କୋବି, ପୋଟଳ, କାଲରା, ମଟର,ବିନ୍ ପ୍ରଭୃତିରେ ରହିଥାଏ । ଭିଟାମିନ୍ ବିର ଅଭାବରେ ଭୋକ କମିଯାଏ । ଅନେକଙ୍କର ପାଟିରେ ତୁଣ୍ଡ ଘା’ ହୁଏ । ହାତ ଓ ପାପୁଲିରୁ ଚମ ଛାଡେ ଏବଂ ରକ୍ତ ହୀନତା ଦେଖାଯାଏ ।

ଭିଟାମିନ୍ ସି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଆବଶ୍ୟକ । ଏହାର ଅଭାବରେ ଦାନ୍ତରୁ ରକ୍ତ ପଡେ । ଦେହର ରୋଗ ପ୍ରତିରୋଧୀ ଶକ୍ତି କମିଯାଏ । ସ୍କର୍ଭି ନାମକ ରୋଗ ଏହି ଭିଟାମିନ୍ ଅଭାବରେ ହୋଇଥାଏ । ତେବେ ବିଲାତିବାଇଗଣ, ପାଳଙ୍ଗ, କାକୁଡି,ଆଳୁ ପ୍ରଭୃତି ପନିପରିବାରୁ ଆମକୁ ଯଥେଷ୍ଟ ପରିମାଣରେ ଭିଟାମିନ୍ ସି ମିଳିଥାଏ ।

ସାଧାରଣତଃ ଆମର ସ୍ୱାସ୍ଥ୍ୟ ପାଇଁ ଚୂନ, ଲୌହ ଓ ଆୟୋଡିନ ଜାତୀୟ ଧାତବ ଲବଣ ଆବଶ୍ୟକ ହୋଇଥାଏ । ଚୂନର ଅଭାବରେ ହାଡ ଓ ଦାନ୍ତ ଦୁର୍ବଳ ହୋଇଯାଏ । ରକ୍ତ ଜମାଟ ବାନ୍ଧିବାରେ ବାଧା ସୃଷ୍ଟି ହୁଏ । ଲୌହର ଅଭାବ ହେଲେ ଦେହରେ ରକ୍ତହୀନତା ଦେଖାଯାଏ ଓ ଅଳ୍ପ ସମୟରେ ଲୋକ କ୍ଳାନ୍ତି ଅନୁଭବ କରେ । ଆୟୋଡିନ ଅଭାବରେ ଗଏଟର ନାମକ ରୋଗ ହୋଇଥାଏ । ସାଧାରଣତଃ ଶାଗ, ବୋଇତି କଖାରୁ , ଅମୃତଭଣ୍ଡା ଓ ମଞ୍ଜି ଜାତୀୟ ପନିପରିବାରେ ପ୍ରଚୁର ପରିମାଣରେ ଚୂନ ଥାଏ । ଛୁଇଁ ଜାତୀୟ ପନିପରିବା, ଶାଗ, କଦଳୀ ଓ ପିଆଜରେ ଲୌହ ରହିଥାଏ । ଭେଣ୍ଡି, ସଜନା  ଛୁଇଁ ଓ ଅନ୍ୟାନ୍ୟ ଛୁଇଁ ଜାତୀୟ ପନିପରିବାରେ ଆୟୋଡିନ ଥାଏ ।

ଏହା ବ୍ୟତୀତ କଞ୍ଚା କଦଳୀ, ଦେଶୀଆଳୁ, କନ୍ଦମୂଳ, ସାରୁ ଆଳୁ ପ୍ରଭୃତିରେ ପ୍ରଚୁର ପରିମାଣରେ ଶର୍କରା ଓ ଶ୍ଵେତସାର ଜାତୀୟ ଖାଦ୍ୟ ଥାଏ । ମଟର,ବିନ,ଶିମ୍ବ,ପ୍ରଭୃତି ଛୁଇଁ ଜାତୀୟ ପଡ଼ିବାରୁ ଆମେ ପ୍ରୋଟିନ୍ ବା ପୃଷ୍ଟିସାର ପାଇଥାଉ । ଡାକ୍ତରମାନଙ୍କ ମତରେ ଯଥେଷ୍ଟ ପରିମାଣରେ କଲରା ଖାଇଲେ ବହୁମୂତ୍ର ରୋଗ ହେବାର ଆଶଙ୍କା କମିଯାଏ । ଝାଡା ପରିଷ୍କାର, ଦେହରୁ ଅମ୍ଳ ଜାତୀୟ ପଦାର୍ଥର ନିରାକରଣ ପାଇଁ ମଧ୍ୟ ପନିପରିବାର ଆବଶ୍ୟକତା ରହିଛି ।

ପନିପରିବା ଫସଲରୁ ଲାଭ

ପନିପରିବା ଏକ ଲାଭ ଜାତୀୟ ଫସଲ ।  ଏକଥା ଅବଶ୍ୟ ସତ୍ୟ ଯେ, ପନିପରିବା ଚାଷରୁ ଲାଭ ପାଇବାକୁ ହେଲେ ଅଧିକ ପରିଶ୍ରମ ଓ ଯତ୍ନ କରିବାକୁ ହୋଇଥାଏ । ଏକ ଏକର ବିଲରେ ଭଲ ଭାବରେ ଧାନ ଚାଷ କାଲେ ସାଧାରଣତ ୧୫ ରୁ ୨୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଧାନ ମିଳିଥାଏ । କିନ୍ତୁ ଏକ ଏକର ବିଲରେ ଆଳୁ, ବିଲାତିବାଇଗଣ, ବାଇଗଣ, ଦେଶୀଆଳୁ, କୋବି ପ୍ରଭୃତି ଚାଷ କଲେ, ଆମେ ଖୁବ କମରେ ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ପାଇଥାଉ । ସେହିପରି ଲାଭ ଦୃଷ୍ଟିରୁ ଦେଖିବାକୁ ଗଲେ ପନିପରିବାରୁ ଅଧିକ ଲାଭ ହୋଇଥାଏ । ଏକ ଏକର ବିଲରୁ ମିଳୁଥିବା ଧାନର ଦର କ୍ଵିଣ୍ଟାଲ ପିଛା ୧୦୦୦ ଟଙ୍କା ହିସାବରେ ୧୫-୨୦ ହଜାର ଟଙ୍କା ହେବ । କିନ୍ତୁ ଏକ ଏକର ବିଲରେ ଯଦି ବାଇଗଣ କରାଯାଏ, ତେବେ ଖୁବ କମରେ ପ୍ରାୟ ୮୦  କ୍ଵିଣ୍ଟାଲ ବାଇଗଣ ମିଳିପାରିବ ।  କ୍ଵିଣ୍ଟାଲ ପିଛା ଅତି କମରେ ୫୦୦ ଟଙ୍କା  ହେଲେ, ଚାଷୀ ତହିଁରୁ ୪୦,୦୦୦ ଟଙ୍କା ପାଇବ । ଚାଷ  ଖର୍ଚ୍ଚ ପ୍ରାୟ ୧୫, ୦୦୦ ଟଙ୍କା ଗଲେ ୨୫, ୦୦୦ ଟଙ୍କା ଲାଭ ମିଳିବ ।

ଆଜିକାଲି ହାଇବ୍ରିଡ୍ ବା ଶଙ୍କାର ଜାତୀୟ ପନିପରିବା ବିହନ ମିଳୁଅଛି । ଶଙ୍କର ଜାତୀୟ ବିଲାତି ବାଇଗଣ,ବାଇଗଣ ପ୍ରଭୃତିର ଏକର ପିଛା ୧୫୦ କ୍ଵିଣ୍ଟାଲରୁ ଅଧିକ ଅମଳ କରାଯାଇ ପାରୁଅଛି । ଅନେକ ଚାଷୀ କେବଳ ଶାଗ ଚାଷ କରି ଯଥେଷ୍ଟ ଲାଭ ପାଇପାରୁ ଅଛନ୍ତି ।

ଯଦି ଜଣେ ଚାଷୀର ମଝାଳିଆ ବା ଢିପ ଜମି ଥାଏ ଓ ତହିଁରେ ବର୍ଷସାରା ଜଳସେଚନର ବ୍ୟବସ୍ଥା କରି ଦିଆଯାଏ, ତେବେ ସେହି ଚାଷୀ ପନିପରିବା ଚାଷ କରି ବର୍ଷକ ଭିତରେ ଏକ ଏକର ବିଳରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଲାଭ ପାଇପାରିବେ । ମନେକରନ୍ତୁ ବର୍ଷାଦିନେ ଅଧ ଏକର ବିଲରେ ଶଙ୍କର ଜାତୀୟ ବାଇଗଣ ଓ ଅନ୍ୟ ଅଧଏକରରେ ଭେଣ୍ଡିଚାଷ କଲେ ତହିଁରୁ ୬୦, ୦୦୦ ତାଙ୍କ ମିଳିପାରିବ । ଶୀତଦିନେ ଅଧଏକର ବିଲରେ କୋବି ଓ ଅଧ ଏକର ବିଲରେ ବିଲାତି ବାଇଗଣ ଚାଷରୁ ୫୦, ୦୦୦ ଟଙ୍କା ମିଳିବ । ଖରାଦିନେ ଅଧ ଏକର ବିଲରେ ବରଗୁଡି ଓ ଅଧଏକର ବିଲରେ ବୋଇତି କଖାରୁ, ଜହ୍ନି, କାକୁଡି, ଇତ୍ୟାଦି କଲେ ପ୍ରାୟ ୫୦,୦୦୦ ଟଙ୍କା ମିଳିବ । ତିନୋଟିଯାକ ଋତୁରେ ଚାଷ ଖର୍ଚ୍ଚ ବାଦ ଯାଇ ଏକଲକ୍ଷ ଟଙ୍କା ଲାଭ ହେବ । ସହର ନିକଟବର୍ତ୍ତୀ ଅଞ୍ଚଳରେ ପନିପରିବା ଚାଷରୁ ବେଣ୍ ଅର୍ଥ ଆଦାୟ ହୋଇଥାଏ ।

ତେଣୁ ଆମ ଚାଷୀ ଭାଇମାନେ ଅଧିକ ଅମଳକ୍ଷମ ଓ ଶୀଘ୍ର ଅମଳ ହେଉଥିବା ପନିପରିବା ଚାଷ କଲେ ନିଶ୍ଚୟ ଲାଭବାନ ହୋଇପାରିବେ, ଏଥିରେ କୌଣସି ସନ୍ଧେହ ନାହିଁ । ଆଜିକାଲି ବଜାରରେ ଅଦିନିଆ ପନିପରିବା ମିଳିଥାଏ । ଏହି ଅଦିନିଆ ପନିପରିବାରୁ ମଧ୍ୟ ବହୁତ ଲାଭବାନ କରିଥାନ୍ତି । ଆମ ରାଜ୍ୟରେ ବର୍ଷାଦିନେ ମୂଳା, କୋବି ପ୍ରଭୃତି ପନିପରିବା ମଧ୍ୟ ଚାଷ କରାଯାଇ ପାରୁଅଛି । କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲାରେ ବର୍ଷାଦିନେ ବିଲାତିବାଇଗଣ, ବନ୍ଧାକୋବି, ଫୁଲକୋବି ଆଦି ଚାଷ କରାଯାଇପାରିବ । ବଜାର, ମୂଲ୍ୟ ଅଧିକ ରହୁଥିବାରୁ ଏଥିରୁ ଅଧିକ ଲାଭ ମିଳିପାରିବ ।

ପନିପରିବା ଭିତ୍ତିକ ଶିଳ୍ପ

ଆଜିକାଲି ପନିପରିବାରୁ ନାନପ୍ରକାର ପଦାର୍ଥ ପ୍ରସ୍ତୁତ କରାଯାଇ ଅଧିକ ଦାମରେ ବିକ୍ରୟ କରାଯାଇଅଛି । ବିଲାତି ବାଇଗଣରୁ ତିଆରି ହେଉଥିବା ସସ୍ ଓ କେଚଅପର ଚାହିଦା ଦିନକୁ ଦିନ ବଢୁଅଛି । ସେହିପରି ମଟର, ବନ୍ଧାକୋବି, ଫୁଲକୋବି ପ୍ରଭୃତି ପନିପରିବାକୁ ମଧ୍ୟ ଟିଣ ଡବା ଭିତରେ ସାଇତି ରଖାଯାଇ ବିକ୍ରୟ କରାଯାଇଅଛି । ଆଳୁରୁ ଚିପ୍ସ ପ୍ରଭୃତି ନାନପ୍ରକାର ଖାଦ୍ୟ ତିଆରି କରାଯାଇ ପାରୁଅଛି । ତେଣୁ ଏସବୁ ପନିପରିବା ଯଦି ଅଧିକ ପରିମାଣରେ ଉତ୍ପାଦିତ ହୁଏ, ତେବେ ଅନେକ ଆଗ୍ରହୀ ଚାଷୀ ତହିଁରୁ ବିଭିନ୍ନ ପ୍ରକରାର ପଦାର୍ଥ ପ୍ରସ୍ତୁତ କରି ବେଶ ଲାଭବାନ ହୋଇପାରିବେ ।

ପନିପରିବା ଚାଷରୁ ଅଧିକ ଲାଭ ପାଇବାର ଉପାୟ

ପନିପରିବା ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ଉଚିତ୍ । ଭଲ ବିହନ, ଆବଶ୍ୟକ ପରିମାଣରେ ଖତସାର, ଠିକ୍ ସମୟରେ ରୋଗ ଓ ପୋକ ପ୍ରତିରୋଧକ ବ୍ୟବସ୍ଥା ଏବଂ ପନିପରିବାକୂ ଉଚିତ୍ ଦରରେ ବିକ୍ରି କରିପାରିଲେ ଅଧିକ ଲାଭ ହୋଇପାରିବ । ଆଜିକାଲି କେବଳ ପନିପରିବା ମଞ୍ଜି ଉତ୍ପାଦନ କରି ଅନେକ ଚାଷୀ ବେଣ୍ ଲାଭବାନ ହୋଇ ପାରୁଅଛନ୍ତି । ଅନେକ ସମୟରେ ଦୁଇ ତିନୋଟି ପନିପରିବା ମଧ୍ୟ ଏକ ସମୟରେ ଏକ ଜମିରେ ଚାଷ କରାଯାଇ ପାରିବ । ତେବେ ମନେ ରଖିବା ଉଚିତ୍, ପନିପରିବା ଚାଷ କରିବାକୁ ହେଲେ ଜମିର ଉର୍ବରତା ରକ୍ଷା କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେବା ଉଚିତ୍ ।

ମନେରଖନ୍ତୁ

  • ପନିପରିବା ଚାଷ ଖୁବ୍ ଲାଭଜନକ । ତେଣୁ ପ୍ରତ୍ୟେକ ଚାଷୀ ନିଜ ଶକ୍ତି ଅନୁସାରେ ପନିପରିବା ଚାଷ କରିବା ଉଚିତ୍ ।
  • ଭଲ ବିହନ ଆଣି ଠିକ୍ ସମୟରେ ଚାଷ କରନ୍ତୁ ।
  • ପନିପରିବା ଫସଲ ପାଇଁ ଅଧିକ ଖତ ଓ ସାର ଦରକାର ପଡିଥାଏ । ତେଣୁ ବିଶେଷଞମାନଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ପରିମାଣରେ ଖତ ଓ ସାର ଦିଅନ୍ତୁ । ତେବେ ଅଧିକ ପରିମାଣରେ ଖତ ଦେଲେ ଅମଳ ବଢିଥାଏ ।
  • ପୋକ ଓ ରୋଗ ନ ହେବା ପାଇଁ ଅଥବା ରୋଗପୋକର ପ୍ରତିକାର କରିବା ପାଇଁ ସଫଳ ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ପନିପରିବା ଫସଲ ବିକ୍ରି କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଦରକାର । ଯେଉଁଠାରେ ଯେଉଁ ପନିପରିବାର ଚାହିଦା ବେଶି ସେଠାକୁ ତାହା ପଠାଇଲେ ଅଧିକ ଲାଭ ହୋଇପାରିବ ।

 

ପନିପରିବାର ଶ୍ରେଣୀ ବିଭାଗ

ବାଇଗଣ ଜାତୀୟ              ; ବାଇଗଣ, ବିଲାତିବାଇଗଣ, କ୍ୟାପ୍ସିକମ, ଲଙ୍କାମରିଚ, ଆଳୁ

 

କଖାରୁ ଜାତୀୟ                 ; ବୋଇତି କଖାରୁ, ଲାଉ, କାକୁଡି, କଲରା, ଜହ୍ନି, ପୋଟଳ, କାଙ୍କଡ, ତରଭୁଜ, କୂନ୍ଦୁରି
କୋବି ଜାତୀୟ                  ; ବନ୍ଧାକୋବି, ଫୁଲକୋବି, ଓଲକୋବି
ଛୁଇଁ ଜାତୀୟ                     ; ବିନ୍, ଶିମ୍ବ, ମଟର, ଗୁଆଁର, ତରଭୁଜ
ଚେର ଓ ମୂଳ  ଜାତୀୟ        ; ସାରୁ, ଖମ୍ବଆଳୁ, କନ୍ଦମୂଳ,ଓଲୁଅ, ମୂଳା, ବିଟ୍, ଗାଜର
ମସଲା ଜାତୀୟ                 ; ଅଦା, ହଳଦୀ, ପିଆଜ, ରସୁଣ
ଶାଗ ଜାତୀୟ                    ; ଖଡା, ପାଳଙ୍ଗ, ଲେଉଟିଆ, କୋଶଳା
ଅନ୍ୟାନ୍ୟ                         ; ଭେଣ୍ଡି

 

 

 

 

 

 

 

 

ଦିଗଦର୍ଶନ ବିଷୟ ବସ୍ତୁ

ପ୍ରଫେସର ଶକର୍ଷଣ ନନ୍ଦ                                                      ଅଧ୍ୟାପକ ତ୍ରିନାଥ ମହାରଣା

ଅଧକ୍ଷ, ସଂପ୍ରସାରଣ ଶିକ୍ଷା ନିର୍ଦେଶାଳୟ                                    ଉଦ୍ୟାନ ବିଭାଗ

 

ନୂତନ ସଂସ୍କରଣ

ପ୍ରଫେସର ପ୍ରେମାନନ୍ଦ ମହାପାତ୍ର

ବିଭାଗୀୟ ମୁଖ୍ୟ, ପନିପରିବା ବିଜ୍ଞାନ ବିଭାଗ

 

ଜାଣିବା କଥା

କେଉଁ ସାରରେ କଣ ଅଛି

ସାଗର ନାମ

 

 

ଶତକଡା ହିସାବରେ ଭାଗ

ଯବକ୍ଷାର

ଫସଫରସ୍

ପଟାସ

ୟୁରିୟା

ସିଙ୍ଗଲ ସୁପର ଫସଫେଟ୍

ମ୍ୟୁରେଟ ଅଫ ପଟାସ୍

କାଲସିୟମ ଆମୋନିୟମ ନାଇଟ୍ରେଡ

ଆମୋନିଆ ସଲଫେଟ୍

ଗ୍ରୋମାର (୨୮-୨୮-୦ )

ଏନପିକେ (୧୦-୨୬-୨୬)

ଏନପିକେ (୧୪ -୩୫-୧୪)

ଶ୍ୟାମଳା

ଡିଏପି

 

 

 

୪୬

-

-

୨୫

୨୦

୨୮

୧୦

୧୪

୧୫

୧୮

-

୧୬

-

-

-

୨୮

୨୬

୩୫

୧୫

୪୬

-

-

୬୦

-

-

-

୨୬

୧୪

୧୫

-

 

ଏହାଛଡା ବଜାରରେ ଅନ୍ୟାନ୍ୟ ସାର ମଧ୍ୟ ମିଳୁଛି । ଜମିରେ ସାର ପକାଇବା ପୂର୍ବରୁ ଖାଦ୍ୟ ସାରକୁ ହିସାବ କରି ନିଅନ୍ତୁ । ଏକ କିଲୋଗ୍ରାମ୍ ଯବକ୍ଷାର ଆବଶ୍ୟକ ଥିଲେ ୨.୨୦୦ କିଲୋଗ୍ରାମ୍ ୟୁରିୟା କିମ୍ବା ୪ କିଲୋଗ୍ରାମ୍ କାଲସିୟମ ଆମୋନିୟମ ନାଇଟ୍ରେଟ୍ କିମ୍ବା ୫ କିଲୋଗ୍ରାମ୍ ଆମୋନିୟମ ସଲଫେଟ୍ ପ୍ରୟୋଗ କରନ୍ତୁ ।

ଏକ କିଲୋଗ୍ରାମ ଫସଫରସ୍ ପାଇଁ ୬.୨୫୦ କିଲୋଗ୍ରାମ୍ କାଲସିୟମ ଆମୋନିୟମ ନାଇଟ୍ରେଟ୍ କିମ୍ବା ୫ କିଲୋଗ୍ରାମ୍ ଆମୋନିୟମ ସଲଫେଟ୍ ବ୍ୟବହାର କରନ୍ତୁ ।

୧ କିଲୋଗ୍ରାମ ପଟାସ୍ ପାଇଁ ୧.୬୦୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ ପଟାସ୍ ବ୍ୟବହାର କରନ୍ତୁ ।

ଖାଦ୍ୟସାରର ଆବଶ୍ୟକତାକୁ ଚାହିଁ ଯୌଗିକ ସାର ପରିମାଣ ହିସାବ କରନ୍ତୁ ।

ଆଧାର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର-୩

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top