ହୋମ / କୃଷି / କୃଷି ଉଦ୍ୟୋଗ / ପାକଶାଳା ବଗିଚା ଓ କୀଟ ନିୟନ୍ତ୍ରଣ
ସେଆର କରନ୍ତୁ

ପାକଶାଳା ବଗିଚା ଓ କୀଟ ନିୟନ୍ତ୍ରଣ

ପାକଶାଳା ବଗିଚା ବା କିଟେନ୍ ଗାର୍ଡେନ୍ର ଉପାଦେୟତା ସବୁବେଳେ ରହିଆସିଛି । ପାକଶାଳା ବଗିଚାରେ କୀଟ ନିୟନ୍ତ୍ରଣ।

ପାକଶାଳା ବଗିଚା

ପାକଶାଳା ବଗିଚା ବା କିଟେନ୍ ଗାର୍ଡେନ୍‌ର ଉପାଦେୟତା ସବୁବେଳେ ରହିଆସିଛି । ସ୍ଵାସ୍ଥ୍ୟ ଓ ଉତ୍ତମ ମାନର ଖାଦ୍ୟ କଥା  ବିଚାରକୁ ନେଲେ ପାକଶାଳା ବଗିଚାର ଗୁରୁତ୍ଵ ଉପଲବ୍ଧି ହୁଏ । ନିଜର ବାଡ଼ି ପଛପଟେ ବା ବଳକା ଜାଗାରେ ପାକଶାଳା ବଗିଚା କରିବା ଦ୍ଵାରା ଉକ୍ତ ସ୍ଥାନର ଉତ୍ତମ ବିନିଯୋଗ ହେବା ସଙ୍ଗେ ସଙ୍ଗେ ସଦ୍ୟ ପନିପରିବା, ଫଳ ଓ ଅନ୍ୟ ଉଭିଦଜାତ ଦ୍ରବ୍ୟ ମଣିଷକୁ ଖାଦ୍ୟ ନିରାପତ୍ତାରେ ସହାୟକ ହୁଏ । ପାକଶାଳା ବଗିଚାରେ ବଢୁଥିବା ଫସଲରେ ଜୀବସାର, ଧାତୁସାର, ଶ୍ଵେତସାର ତଥା ପୁଷ୍ଟିସାର ପ୍ରଚୁର ପରିମାଣରେ ଥାଏ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଉତ୍କଟ ରସାୟନ ଯୁଗରେ ସମସ୍ତେ ପାକଶାଳା ବଗିଚା ପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ । ପାକଶାଳା ବଗିଚାରୁ ଉତ୍ପାଦିତ ଉଭିଦଜାତ ଦ୍ରବ୍ୟ ସ୍ଵାସ୍ଥ୍ୟପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏସବୁ ମଧ୍ୟ ଗୋଟିଏ ପରିବାର ପାଇଁ ଆୟର ଉସ ପାଲଟିଥାଏ । ଏତଦ୍ ଭିନ୍ନ ସମୟ ଓ ସ୍ଥାନର ସୁବିନିଯୋଗ ସହ ସର୍ବୋପରି ଜୈବ ବିବିଧତାର ସଂରକ୍ଷଣ ହୁଏ ।

ସାଧାରଣତଃ ଗୋଟିଏ ପାକଶାଳା ବଗିଚାରେ ପନିପରିବା ଯଥା- ଟମାଟୋ, ବାଇଗଣ, ଭେଣ୍ଡି, ଲଙ୍କା, ବିଚ୍, ଗାଜର, ମୂଳା, ପିଆଜ, ରସୁଣ, ମଟର, ଝୁଡ଼ଙ୍ଗ, କଖାରୁ, କଲରା, ପୋଟଳ, କୁନ୍ଦୁରୀ, କାଙ୍କଡ଼, ଆଳୁ, କନ୍ଦମୂଳ, କୋବି, ଧନିଆ, ସଜନା ଏବଂ ଫଳ ମଧ୍ୟରେ କଦଳୀ, ପିଜୁଳି, ସପୁରି, ଆମ୍ବ, ଅମୃତଭଣ୍ଡା ଚାଷ କରାଯାଏ । ଏସବୁ ମଧ୍ୟରୁ କେତେକ ବାର୍ଷିକ ଉତ୍ପାଦନ କରାଯିବା ସଙ୍ଗେ ସଙ୍ଗେ କେତେକ ଦୁଇବର୍ଷରେ, ଆଉ କେତେକ ସବୁ ବର୍ଷ ଉତ୍ପାଦନ କରାଯାଏ । ସବୁ ଫସଲର ମଞ୍ଜି ବୁଣିବାଠାରୁ ଆରମ୍ଭ କରି ଫସଲ ଉତ୍ପାଦନ ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଉପଯୁକ୍ତ ଫସଲ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଲେ ଭଲ ଅମଳ ମିଳେ ।

ଫସଲ ସୁରକ୍ଷା ବ୍ୟବସ୍ଥା

ସର୍ବୋପରି ରୋଗ ଓ କୀଟଜନିତ ସମସ୍ୟା ପାକଶାଳା ବଗିଚାରେ ମଧ୍ୟ ପ୍ରମୁଖ ସମସ୍ୟା ରୂପେ ଉତ୍ପାଦନର ମାନ ହ୍ରାସ କରିବା ସଂଗେ ସଂଗେ ଅମଳ ହ୍ରାସ କରେ । ଏହି ପାକଶାଳା ବଗିଚାରେ କାଟ ଆକ୍ରମଣ ଜନିତ ସମସ୍ୟାକୁ ଏଡାଇବା ଲାଗି ତତ୍‌କ୍ଷଣାତ୍ ଉତ୍କଟ ରସାୟନର ବ୍ୟବହାରକୁ ପ୍ରତିହତ କରାଯିବା ଆବଶ୍ୟକ । ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥାଗୁଡ଼ିକ ଗ୍ରହଣ କରିବା ଦରକାର । ସେଥିମଧ୍ୟରୁ ଫସଲ ବିବିଧତା ଏକ ପ୍ରମୁଖ ଦିଗ । ମୁଖ୍ୟ ଫସଲର ଦୁଇ ତିନିଟି ଧାଡ଼ି ଛାଡ଼ି ପିଆଜ, ରସୁଣ ବା ଗେଣ୍ଡୁଫୁଲ ଧାଡ଼ିଏ ଲଗାଇଲେ ବହୁ ଅନିଷ୍ଟକାରୀ କୀଟଙ୍କ ଆକ୍ରମଣ ଦାଉରୁ ଫସଲକୁ ରକ୍ଷା ମିଳେ । ଉପଯୁକ୍ତ ଫସଲ ପର୍ଯ୍ୟାୟ ଅବଲମ୍ବନ କରିବା ମଧ୍ୟ ଜରୁରୀ । ସମାନ ଫସଲ ବା ସମାନ ପ୍ରଜାତିର ଫସଲ ଗୋଟିଏ ଜାଗାରେ ଚାଷ ନ କରି ବିଭିନ୍ନ ପ୍ରଜାତିର ଫସଲ ଚାଷ କଲେ ବା ଗୋଟିଏ ରତୁରେ ଫସଲ କରି ପର ଗଡୁରେ ଫସଲ ନ କରିବା ଦ୍ଵାରା ମୃତ୍ତିକାର ଉର୍ବରତା ଓ ସ୍ଵାସ୍ଥ୍ୟରେ ଉନ୍ନତି ହୁଏ । ଫସଲରେ ହୋଇଥିବା ଅନାବନା ଘାସକୁ ନିୟମିତ ଉପାଡ଼ି ନଷ୍ଟ କରିଦେବା ଆବଶ୍ୟକ । ଏହି ଅନାବନା ଘାସଗୁଡ଼ିକ ମୁଖ୍ୟ ଫସଲ ସାଙ୍ଗରେ ଖାଦ୍ୟ, ସୂର୍ଯ୍ୟାଲୋକ ପାଇଁ ପ୍ରତିଯୋଗିତା କରେ । କେବେ ଅନାବନା ଘାସ ମଧ୍ୟ ବହୁ କ୍ଷତିକାରୀ କୀଟଙ୍କର ପୋଷକ ହୋଇଥାଏ, ଯଦ୍ଵାରା ଉକ୍ତ ଅନିଷ୍ଟକାରୀ କାଟଗୁଡ଼ିକ ଆକର୍ଷିତ ହୁଅନ୍ତି ଓ ମୁଖ୍ୟ ଫସଲର କ୍ଷତି ଘଟାନ୍ତି । ପାକଶାଳା ବଗିଚାର ନିୟମିତ ସର୍ବେକ୍ଷଣ ଓ ଅନିଷ୍ଟକାରୀ କୀଟର କୌଣସି ଅବସ୍ଥା (ଅଣ୍ଡା, ଶୁକ, କୋଷା ବା ପୂର୍ଣ୍ଣଙ୍ଗ) କୁ ଦେଖୁଲେ ତୁରନ୍ତ ଏହାର ବିନାଶ କରିଦିଅନ୍ତୁ । କୀଟଜନିତ କ୍ଷତି ହୋଇଥିବା ଗଛଗୁଡ଼ିକୁ ନଷ୍ଟ କରିଦିଅନ୍ତୁ । ଫଳରେ ଉକ୍ତ କୀଟଜନିତ କ୍ଷୟକ୍ଷତି ପୁରା ଫସଲରେ କ୍ଷତି ଘଟାଇପାରେ ନାହିଁ । ବଗିଚାକୁ ସଫାସୁତୁରା ରଖୁବା ସହ ପଚାଶତ୍ତୀ ଫଳ ଓ ପନିପରିବାକୁ ଉପଯୁକ୍ତ ସ୍ଥାନରେ ପୋତି କିମ୍ବା ଯୋଡ଼ିଦିଅନ୍ତୁ । ଏହିସବୁ ବ୍ୟବସ୍ଥା ସହିତ ଜୈବିକ କୀଟନାଶକର ପ୍ରୟୋଗ ଦ୍ଵାରା ଫସଲ କୀଟ ଆକ୍ରମଣ ଜନିତ ସମସ୍ୟାରୁ ରକ୍ଷା ପାଇଥାଏ । ନିମ୍ବା ତେଲ ଓ ନିମ୍ବା ମଞ୍ଜିରୁ ଜାତ ଉତ୍ପାଦ। ଏନ୍.ଏସ୍କେଇ ୪ ପ୍ରତିଶତର ସିଞ୍ଚନ ପାକଶାଳା ବଗିଚାରେ ଲାଗୁଥିବା ବିଭିନ୍ନ ଅନିଷ୍ଟକାରୀ କୀଟ ଯଥା ଶୋଷକ ଜାତୀୟ ପୋକ, ହୀରାପିଠିଆ ପୋକ, କାଣ୍ଡ ଓ ପତ୍ରବିନ୍ଧା ପୋକ, ବକରା ପୋକ, ଜଉପୋକ ଏବଂ ବୀଜାଣୁ, ଭୂତାଣୁ ଜନିତ ରୋଗ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ୪ କି.ଗ୍ରା. ନିମ୍ବମଞ୍ଜିର ଗୁଣ୍ଡକୁ ୨୦ ଲି. ପାଣିରେ ୧୨ ଘଣ୍ଟା ଭିଜାଇ ଏହାକୁ ଛାଣି ଚିପୁଡ଼ି ଦେବା ଦ୍ଵାରା ଯାହା ଉତ୍ପାଦ ନିର୍ଗତ ହୁଏ। ଏହାକୁ ୧୦୦ ଲି. ପାଣିରେ ମିଶାଇ ସିଞ୍ଚନ କଲେ ସୁଫଳ ମିଳେ । ୧ ହେକ୍ଟର ପିଛା ୪୦ କି.ଗ୍ରା. ନିମ୍ବା ମଞ୍ଜି ଓ ୮୦୦ ରୁ ୧୦୦୦ ଲି, ସେକ୍ସ୍ ଦ୍ରବଣ ଦରକାର ହୋଇଥାଏ । ଏହା ବ୍ୟତୀତ ନିମ୍ବା ପିଡ଼ିଆ ପ୍ରୟୋଗ ଦ୍ଵାରା ମଧ୍ୟ ବହୁ ଶୋଷକ 'କୀଟ ଓ କାଣ୍ଡ, ଫଳ ବିନ୍ଧା ପୋକର ନିୟନ୍ତ୍ରଣ ସମ୍ବବ ହୁଏ । ଉପରୋକ୍ତ ଅଣରାସାୟନିକ ବ୍ୟବସ୍ଥା ଗ୍ରହଣ ସତ୍ତେ ଯଦି ଅନିଷ୍ଟକାରୀ କୀଟ ଆକ୍ରମଣ ଜନିତ ସମସ୍ୟାର ସମାଧାନ ନ ହୁଏ, ତେବେ କାଟଗୁଡ଼ିକର ଆର୍ଥିକ ଦେହଳୀ ସାମାକୁ ବିଚାରକୁ ନେଇ ଆବଶ୍ୟକ ମୁତାବକ ରାସାୟନିକ କୀଟନାଶକ ପ୍ରୟୋଗ କରାଯିବା ଆବଶ୍ୟକ । ପାକଶାଳା ବଗିଚାରେ ଦେଖାଯାଉଥିବା କେତୋଟି ପ୍ରମୁଖ କୀଟ ଓ ଏହାର ରାସାୟନିକ ପ୍ରତିକାର ନିମ୍ନରେ ସୁଚିତ କରାଗଲା ।

ବାଇଗଣ କାଣ୍ଡ ଓ ଫଳ ବିନ୍ଧା ପୋକ

ଶୁକ୍ଳ ଅବସ୍ଥାରୁ ଏହି ପୋକ ଗଛର କାଣ୍ଡର ଅନ୍ତଃକୋଷକୁ ଖାଇଥାଏ ଓ ଏହାର ପ୍ରଭାବ ଫଳରେ ମଧ୍ୟ ଦେଖାଯାଇଥାଏ । ଫଳକୁ କଣା କରି ନଷ୍ଟକରେ, ପୁଣି ଏଥିଯୋଗୁ ସମ୍ପୂର୍ଣ୍ଣ ଗଛ ମରିଯାଏ । ସଙ୍ଗ ଆକର୍ଷକ ଥୋପ ନିମ୍ଳପିଡ଼ିଆ ଓ ନିମ୍ନ ତେଲର ପ୍ରୟୋଗ ଦ୍ଵାରା ଏହି କୀଟ ଦାଉରୁ ରକ୍ଷା ମିଳେ ।

ଏପିଲାକ୍‌ନା ପୋକ

ଗଛର ସବୁଜ କଣିକାକୁ ଖାଇ ଏହି ପୋକ ପତ୍ରଗୁଡ଼ିକୁ ଶୁଖାଇଦିଏ । ଏହି ପୋକର ଗ୍ରବ୍, କୋଷା ଓ ପୂର୍ଣ୍ଣଙ୍ଗ ଅବସ୍ଥାକୁ ଗଛରୁ ସଂଗ୍ରହ କରି ନଷ୍ଟ କରିବା ଉଚିତ୍ । ଏହା ସହିତ ମାଲା।ଥିଅନ୍ ଲିଟର ପ୍ରତି ୨ ମି.ଲି. ସିଞ୍ଚନ କଲେ ସୁଫଳ ମିଳେ ।

ଜଉପୋକ

ଅପାତତଃ ୮୦% ଫସଲରେ କ୍ଷତି କରୁଥିବା ଏହି ପୋକର ଆକ୍ରମଣ ଯୋଗୁ ପତ୍ର ମୋଡ଼ି ହୋଇ ହଳଦିଆ ପଡ଼ିଯାଏ ଓ ଝଡ଼ିଯାଏ । ଗଛର କାଣ୍ଡରୁ ରସ ଶୋଷିନେବା ଦ୍ଵାରା ସମ୍ପୂର୍ଣ୍ଣ ଗଛ ଶୁଖିଯାଏ ଓ ଏହାଦ୍ଵାରା ଫୁଲ ଫଳ ବୃଦ୍ଧି ବାଧାପ୍ରାପ୍ତ ହୁଏ । ହାଇମେଥୋଏଟ୍ ୨ ମି.ଲି. ପ୍ରତି ଲିଟର ବା ଇମିଡାକ୍ଲୋଫିଡ୍ ୦.୪ମି.ଲି. ପ୍ରତି ଲିଟର ସିଞ୍ଚନ କଲେ ସୁଫଳ ମିଳେ ।

ପତ୍ର ସୁଡ଼ଙ୍ଗ : ଏହି ପୋକର ଶୁକ୍ଳ ଅବସ୍ଥା ପତ୍ରର ସବୁଜ କଣିକା ଖାଇଦେଇ ପତ୍ରରେ ସୁଡ଼ଙ୍ଗ କରିଥାଏ, ଯାହା ଦ୍ଵାର ପତ୍ର ଶୁଖୁ ଝଡ଼ିପଡ଼େ । ଆଇମେଥୋକସାମ ୦.୩ ଗ୍ରା. ପ୍ରତି ଲିଟର ସିଞ୍ଚନ କଲେ ସୁଫଳ ମିଳେ ।

ଫଳମାଛି

ଏହି ଅନିଷ୍ଟକାରୀ କୀଟର ମାଗଟ୍ ଫଳର ଅନ୍ତ8ଭାଗକୁ ଖାଇଥାଏ, ଯଦ୍ଵାରା ଫଳରୁ ଏକ ଅଠାଳିଆ ପଦାର୍ଥ ନିର୍ଗତ ହୋଇଥିବା ଦେଖାଯାଏ । ଏହି ପୋକ ଆକ୍ରମଣରୁ କ୍ଷତି ହୋଇଥିବା ଫଳକୁ ସଂଗ୍ରହ କରି ନଷ୍ଟ କରିଦେବା ଓ ପୋତିଦେବା ଜରୁରୀ । ଇଥାନୋଲ୍ (୬ ଭାଗ), କୁଥିଲିଓର (୪ ଭାଗ), ମାଲା ଥାଅନ୍ (୧ ଭାଗ) ମିଶାଇ ଏକ ପଲିଉଡ୍ ବାକ୍ସ ରଖୁବା ଦ୍ଵାରା ଏହି ପୋକର ମାତ୍ରା ହ୍ରାସଯାଏ । ଏହା ବ୍ୟତୀତ ୧୦୦ ଗ୍ରାମ୍ ଗୁଡ଼ ଓ ୨ ମି.ଲି. କାର୍ବାରିଲକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ ଦ୍ଵାରା ସୁଫଳ ମିଳିଥାଏ ।

ନାଲିକଖାରୁ ପୋକ

ଏହି ପୋକ ମାଟିତଳେ ବଢ଼ିଥିବା ଗଛର ମୂଳ ଅଂଶ, ମଞ୍ଜିକୁ କଣା କରି ଖାଇଥାଏ ଓ ମାଟି ଉପର ଅଂଶକୁ ମଧ୍ୟ କ୍ଷତି ପହଞ୍ଚାଏ । ପ୍ରତି ସପ୍ତାହରେ ଥିରେ ମାଲାଥିଅନ ଲିଟର ପ୍ରତି ୨ ମି.ଲି. ସିଞ୍ଚନ କଲେ ଏହି ପୋକ ଦାଉରୁ ରକ୍ଷା ମିଳେ ।

ହୀରାପିଠିଆ ପୋକ

କୋବିଜାତୀୟ ଫସଲରେ ଏକ ପ୍ରମୁଖ ପୋକ ରୂପେ ଏହା ବହୁ ଅମଳ ହ୍ରାସ କରେ । ବୀଜାଣୁଜାତ କୀଟନାଶକ ବିଟି ୧ ଗ୍ରା.। ପ୍ରତି ଲିଟର ପାଣିରେ ସିଞ୍ଚନ କରିବା ସହ ମୁଖ୍ୟ ଫସଲ ମଝିରେ ମଝିରେ ସୋରିଷ ଲଗାଇଲେ। ଏହି ପୋକ ଆକ୍ରମଣ ଜନିତ ସମସ୍ୟା ହ୍ରାସ ପାଇଥାଏ । ପାକଶାଳା ବଗିଚାରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବା ସହିତ ଉତ୍କଟ ରସାୟନକୁ ଉପଯୁକ୍ତ ମାତ୍ରାରେ ବ୍ୟବହାର କରିବା ସମୟରେ ହାତ, ମୁହଁକୁ ଭଲଭାବେ ଆବୃତ କରିବା ଓ ଛୋଟପିଲାଙ୍କୁ ଏଥିରୁ ଦୂରେଇ ରଖୁବା ପ୍ରତି ଧାନ ଦେବା ଜରୁରୀ । ଉପଯୁକ୍ତ ବୈଜ୍ଞାନିକ ବ୍ୟବସ୍ଥା ଗ୍ରହଣ ପୂର୍ବକ ଜୈବ ବିବିଧତା ସଂରକ୍ଷଣ ଉପରେ ଧାନ ଦେଇ ପରିଚାଳନା କଲେ ଉନ୍ନତ ମାନର ଖାଦ୍ୟ ସହ ପ୍ରାକୃତିକ ସନ୍ତୁଳନକୁ ଯେ ରକ୍ଷା କରିପାରିବା ଏହା ନିଃସନ୍ଦେହ ।

ଆଧାର -"ଦୈନିକ ଧରିତ୍ରୀ"

2.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top