ହୋମ / କୃଷି / କୃଷି ଉଦ୍ୟୋଗ / ଫଳ ଗଛର ( ଶାଖା / ପ୍ରଶାଖା ) ପରିଚାଳନା ପଦ୍ଧତି
ସେଆର କରନ୍ତୁ

ଫଳ ଗଛର ( ଶାଖା / ପ୍ରଶାଖା ) ପରିଚାଳନା ପଦ୍ଧତି

ଗଛର ଶାଖା ପ୍ରଶାଖାର ଲମ୍ବକୁ କମ ବେଶି କରି ଗୁଣାତ୍ମକ ମାନର ଫଳ ଉତ୍ପାଦନ କରିବାକୁ ପରିଚାଳନା କୁହାଯାଏ

ଉପକ୍ରମ

ଗଛର ଶାଖା ପ୍ରଶାଖାର ଲମ୍ବକୁ କମ ବେଶି କରି ଗୁଣାତ୍ମକ ମାନର ଫଳ ଉତ୍ପାଦନ କରିବାକୁ ପରିଚାଳନା କୁହାଯାଏ । ପରିଚାଳନାର ବିଭିନ୍ନ ଦିଗ ଯଥା ତାଲିମ ଓ କାଣ୍ଟଛାଣ୍ଟ ମଧ୍ୟରେ ଗଛର ଆକୃତିକୁ ଏମିତି କରାଯାଏ ଯାହାଦ୍ଵାରା  ଗଛର ପତ୍ର ଗୁଡିପ୍ରଚୁର ସୂର୍ଯ୍ୟାଆଲୋକ ଗ୍ରହଣ କରିପାରନ୍ତି । ଏହି ପରିଚାଳନା ପଦ୍ଧତି ଦ୍ଵାରା ଗଛର ଶାଖା ପ୍ରଶାଖା ଠିକ୍ ସ୍ଥାନରେ ସଜାଇ ହୋଇ ରହି ଯାହା ଫଳରେ ଗଛର ଆକାର ,  ସୂର୍ଯ୍ୟାଆଲୋକ ଗ୍ରହଣ ସୁଚାରୁରୂପେ ହୁଏ ଏବଂ ଏହାଦ୍ଵାରା ଗଛର ଉତ୍ପାଦିକା ଶକ୍ତି ବଢିଥାଏ ।

ଏକଥା ସତଯେ , ସୂର୍ଯ୍ୟାଲୋକ ଗଛର ବୃଦ୍ଧି ଓ ଫଳ ଉତ୍ପାଦନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗଛର ସବୁଜ ଅଂଶ ସୂର୍ଯାଲୋକ ଗ୍ରହଣ କରି ଖାଦ୍ୟ ପ୍ରସ୍ତୁତି କରେ ଓ ଏହି ଖାଦ୍ୟ କଢ , ଫୁଲ ଓ ଫଳ ବଢିବାରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଶାଖା ପ୍ରଶାଖାର ପରିଚାଳନା ମାଧ୍ୟମରେ ଗଛର ସମସ୍ତ ଅଂଶକୁ ସୂର୍ଯ୍ୟାଲୋକ ଗତିକରିପାରେ ଓ ଏହାଦ୍ଵାରା ଗଛର ବୃଦ୍ଧି , ଉତ୍ପାଦିକା  ଶକ୍ତି , ଉତ୍ପାଦନ ଓ ଗୁଣାତ୍ମକ ମାନରେ ଉନ୍ନତି ପରିଲକ୍ଷିତ ହୁଏ । ସାଧାରଣତଃ ଫଳ ବଗିଚା ରେ ଗଛ ସଂଖ୍ୟା ଓ ଲଗେଇବା ଢଙ୍ଗ ଅନୁଯାୟୀ ସୂର୍ଯ୍ୟାଲୋକ ଗ୍ରହଣର ମାତ୍ରା ନିର୍ଭର କରେ । ଅଳ୍ପ ଦୂରତାରେ ଗଛ ଲାଗିଥିଲେ ଖୁବ କମ ବର୍ଷରେ ବଗିଚାରେ ଛାଇର ସମସ୍ୟା ଦେଖାଯାଏ । ପଶ୍ଚିମ ଓ ଦକ୍ଷିଣ ଦିଗକୁ ନେଇ ଧାଡିରେ ଲଗାଯାଇଥିବା ଗଛ ଅପେକ୍ଷା ପୂର୍ବରୁ ପଶ୍ଚିମ ଦିଗରେ ଲଗାଜିଥିବା ଗଛରେ ଅଧିକ ଛାଇ ପଡେ । ସାଧାରଣଭାବେ ଦମ୍ଭ ଥିବା ଡାଳରେ ଅଧିକ ଓ ବଡ ଫଳ ଫଳିଥାଏ , ତେଣୁ , ବଗିଚା କରିଥିବା ଚାଷୀକୁ ପ୍ରଥମ କେତେବର୍ଷ ଶକ୍ତ ଶାଖା ପ୍ରଶାଖା ବଢିବା ସମୟରେ କାଣ୍ଟଛାଣ୍ଟ ମାଧ୍ୟମରେ ଠିକ୍ ଦୂରତାରେ ଶାଖା / ପ୍ରଶାଖାକୁ ବଢିବାକୁ ଦେବା ସହିତ ଏଗୁଡିକ କିପରି ଅଧିକ ଶକ୍ତି ବା ଦମ୍ଭ ହେବ ସେଥିପ୍ରତି ନିଜର ଦେବା ଉଚିତ୍ ।

ପରିଚାଳନାରେ କେତେକ ଅତି ଆବଶ୍ୟକ ନିୟମାବଳୀ

  • ସୂର୍ଯ୍ୟାଲୋକର ପୂର୍ଣ୍ଣ ବିନିଯୋଗ ।
  • ଗଛରେ ରୋଗ ଓ ପୋକ ସୃଷ୍ଟିକାରୀ ଜଳବାୟୁ ରେ ପରିବର୍ତ୍ତନ ହୁଏ ।
  • ବଗିଚାରେ ଅନ୍ତଃ କର୍ଷଣ କରିବାକୁ ସୁବିଧା ହୁଏ ।
  • ଗୁଣାତ୍ମକ ମାନ ଯୁକ୍ତ ଅଧିକ ଉତ୍ପାଦକ ମିଳେ ।
  • ଆବଶ୍ୟକ ଆକୃତି ଅଳ୍ପ ଖର୍ଚ୍ଚରେ ହୋଇପାରେ ।

ଆମ୍ବ

ବଡଗଛର ଡାଳ କାଟି ଏକ ନିଦ୍ଧିଷ୍ଟ  ଆକୃତି ଦେବା ଚାରା ପ୍ରସ୍ତୁତିରେ ହେଉଥିବା ଖର୍ଚ୍ଚ  କମିଯାଏ ଓ ପରୋକ୍ଷରେ ଏହାଦ୍ଵାରା ଉତ୍ପାଦନ ଓ ଫଳର ଗୁଣାତ୍ମକ ମାନ ବୃଦ୍ଧିପାଏ । ନୀତିଶୀତୋଷ୍ଣ ଅଞ୍ଚଳରେ ଚାଷ କରାଯାଉଥିବା ଫଳଗଛରେ ପରିଚାଳିନ । ଅତ୍ୟନ୍ତ ଉନ୍ନତି ଓ ଏହି ପ୍ରଣାଳୀର ସାମାନ୍ୟ  ପରିବର୍ତ୍ତନରେ ଆମ୍ବ ଗଛରେ ପରିଚାଳନା କରାଯାଏ । ଆମ୍ବ  ଗଛରେ ଉଚ୍ଚତା  ଓ ଶାଖା ପ୍ରଶାଖା ପରିଚାଳନା ପ୍ରଣାଳୀରେ ଏହା ହୋଇପାରେ ।

ଆମ୍ବ ଗଛରେ ବିଶାଳକାୟତା ଏକ ସମସ୍ୟା ଏବଂ ମୁଖ୍ୟ ଡାଳଗୁଡିକୁ କଟିଦେଇ  ଓ ଏଥିରେ କଲମୀ କରି ଆମ୍ବ ଗଛର ଆକୃତି  ଠିକ୍ କଲେ ଏହି ସମସ୍ୟାର ସମାଧାନ ହୋଇଥାଏ ।

ଇସ୍ରାଏଲ, ଆମେରିକା , ଅଷ୍ଟ୍ରେଲିଆ , ଦକ୍ଷିଣ ଆଫ୍ରିକା ଭଳି ମହାଦେଶରେ ଆମ୍ବ ଗଛର ଉତ୍ପାଦକତା ବୃଦ୍ଧି ପାଇଁ ଶାଖା ପ୍ରଶାଖାକୁ   ଠିକ୍ ସମୟରେ କଟାଯାଇଥାଏ ଯେଉଁ ପଦ୍ଧତି ଆମ ଦେଶରେ ମଧ୍ୟ ଅନୁସୃତ ହୋଇପାରିବ । ତେଣୁ   ଗଛ ଲଗାଇବା ପରେ ସଖା ପ୍ରଶାଖା ବାହାରିବା ସମୟରେ ଗଛର ଆକାର ଠିକ୍ ରଖିଲେ ପରିବର୍ତ୍ତୀ  ସମୟରେ ଯନ୍ତ୍ରପାତି ବ୍ୟବହାରରେ ସୁବିଧା ହୁଏ ।

ନୂତନ ଆମ୍ବ ବଗିଚା ରେ ପରିଚାଳନା

  • ଗଛ ବର୍ଷକର ହେଲେ ମୁଖ୍ୟ ଡାଳକୁ କାଟାଯାଏ ।
  • ଅକ୍ଟୋବର – ଡେକେମ୍ବର ,ଆଶାରେ ସିକେଚର   ସାହାଯ୍ୟରେ ଡାଳ କଟାଯାଏ ।
  • ମାଟି ଉପରୁ ୬୦ – ୭୦ ସେ. ମି . ଛାଡି ଡାଳ କଟାଯାଏ ।
  • ଉତ୍ତମ ଖୋଲା ପାଇଁ ମେ ମାସରେ ବଢୁଥିବା ଡାଳ ମଧ୍ୟରୁ  ଚାରି ଦିଗକୁ ବଢୁଥିବା ୪ଟି ଡାଳକୁ ରଖି ଅନ୍ୟଗୁଡିକୁ କାଟି ସଫା କରି ଦିଆଯାଏ । ଏହି ଡାଳଗୁଡିକ ପ୍ରାଥମିକ ଶାଖା ଭାବେ ବଢିଥାନ୍ତି ।
  • ଯଦି ଡାଳଗୁଡିକ  ପରସ୍ପର ଠାରୁ ଦୂରରେ ନଥାଏ ତେବେ ଝୋଟ ଦଉଡି ବାନ୍ଧି ଡାଳଗୁଡିକୁ ବଙ୍କେଇ ଦିଆଯାଏ ।
  • ୭ – ୮ ମାସ ପରେ ଡାଳଗୁଡିକ ସବୁଜ ରଙ୍ଗରୁ ଧୂସର ରଙ୍ଗ ହେଲେ ଦ୍ଵିତୀୟ ପୁଣି ଥର ଡାଳ କଟାଯାଏ ।
  • ଅକ୍ଟୋବର – ନଭେମ୍ବର ମାସରେ  ଦ୍ଵିତୀୟ ଥର ପ୍ରାଥମିକ ଡାଳ କଟାଯାଏ ଯାହାଫଳରେ ନୂଆଡାଳ ପରିବର୍ତ୍ତୀ  ଋତୁରେ   ଆରମ୍ଭ ହୁଏ ।
  • ପୁଣି ଥରେ ପ୍ରାଥମିକ ଶାଖା ପ୍ରଶାଖାରୁ ଡାଳକାଟି ଶାଖା ପ୍ରଶାଖାରୁ ଡାଳ କାଟି ଶାଖା ପ୍ରତି ୨ – ୩ ଡାଳ ରଖାଯାଏ ଓ ଏହି ଡାଳ ଗୁଡିକୁ ଗୌଣ ଶାଖା କୁହାଯାଏ ।
  • ଗଛର ଏହିଭଳି ତାଲିମ ଦ୍ଵାରା ଗଛଟି ଖୋଲା ରହେ ଓ ଶାଖା ପ୍ରଶାଖା ଚାଲିଆଡକୁ ମେଲି ରହେ ।

ଫଳନ୍ତି ଆମ୍ବ ବଗିଚାରେ ପରିଚାଳନା

  • ଫଳାନ୍ତି ଆମ୍ବାଗଛରେ ପରିଚାଳନା ସହିତ ଉତ୍ପାଦକତା ବୃଦ୍ଧି ପାଇଁ ଉପରମୁଖୀ ବଢୁଥିବା ଡାଳଗୁଡିକୁ କାଟି ଦିଆଯାଏ ।
  • ଗଛ ମଝିରେ ଉପରମୁହିଁ  ବଢୁଥିବା ଦୁଇଟି ଦଳକୁ କଟିଦେଲେ ଗଛର ଉଚ୍ଛତା କମିବ ସହିତ ଗଛତି ଖୋଲା ରହେ ଓ ଏହାଦ୍ବାରା ସୂର୍ଯ୍ୟ କିରଣ ଗଛର ସବୁ ଅଂଶକୁ ପଡିପାରେ ଓ ଖାଦ୍ୟ  ପ୍ରସ୍ତୁତିରେ ସହାୟକହୁଏ ।
  • ଅକ୍ଟୋବର ଠାରୁ ଡିସେମ୍ବର ମାସ ମଧ୍ୟରେ ଉପର  ମୁହାଁ ବଢିଥିବା ଡାଳଗୁଡିକୁ ସେଗୁଡିକର ମୂଳ ଅଂଶକୁ କଟାଯାଏ ।
  • ଡାଳଗୁଡିକୁ କାଟିବା ସମୟରେ ପ୍ରଥମେ ଡାଳମୂଳର ତଳ ଭାଗରେ ସମତଳ ଭାବରେ କଟିଲେ ଗଛର ଗଣ୍ଡି ବା  ଅନ୍ୟମାନ ସଖାରେ ପ୍ରଭବ ପଡ଼େନାହିଁ   ।
  • ପ୍ରତିଥର ଶତକଡା ୨୫ ଭାଗ ଶାଖାପ୍ରଶାଖା କାଟିବା ଦରକାର ନୋଚେତ ଅଙ୍ଗୀୟ ବୃଦ୍ଧି ଅଧିକ ହୋଇଥାଏ ।
  • ସଘନ ପ୍ରଣାଳୀଲରେ ଆମ୍ବ ଗଛ ଲଗାଇଥିଲେ ଉତ୍ତମ ସୂର୍ଯ୍ୟାକରଣ ପଡିବ ପାଇଁ ପ୍ରତିବର୍ଷ ଶତକଡା ୧୦ – ୧୫ ଭାଗ ଶାଖା ପ୍ରଶାଖା ବାହାର କରିବା ଦରକାର ।

କଦଳୀ

ଅଧିକାଂଶ କଦଳୀ ଚାଷ ଅଞ୍ଚଳରେ ପ୍ରଚୁର ପରିମାଣରେ ସୂର୍ଯ୍ୟକିରଣ ମିଳିଥାଏ ଯାହାକି କଦଳୀର ଉତ୍ପାଦନରେ ଉପଯୋଗୀ ଅଟେ। ଆଲୋକ , , ମୂତ୍ତିକା ଓ ଖାଦ୍ଯଶର ଅଧିକ ଉପଯୋଗୀତା ପାଇଁ ଏହାକୁ ସୋପାନ ପ୍ରଣାଳୀରେ ମଧ୍ୟ ଚାଷ କରାଯାଏ । ଆଲୋକ , ଉର୍ବର ମୃତ୍ତିକା , ଜଳବାୟୁ ଓ ମାରୁତିକର ଜଳଧାରଣ ଶକ୍ତିକୁ ବଗିଚାକୁ ନେଇ ଘଞ୍ଚ

ବଗିଚା କରାଯାଇଥାଏ  ।

  • କଦଳୀ ଗଛରେ ୧୨ ଟି ପତ୍ର ରହିଥିଲେ ଠିକ ଉତ୍ପାଦନ ମିଳିଥାଏ ।
  • କଦଳୀ ଗଛର ବାଳକ ପତ୍ର ଗୁଡିକୁ  କାଟି ପକାଇବା ଦ୍ଵାରା ଗଛକୁ ଅଧିକ ସୂର୍ଯ୍ୟାଲୋକ ମିଳିଥାଏ ଏବନ ପୁରୁଣା ଶୁଖିଲା ପତ୍ରଗୁଡ଼ିକୁ ରୋଗ ବ୍ୟାପିବା କମିଯାଇଥାଏ ।
  • ଗଛକୁ ଆଲୋକ ଓ ଉତ୍ତାପ ଠିକ ପରିମାଣରେ ମିଳିଥାଏ ।

ବେଲ

ଆମ୍ବ ଗଛ ଭଳି ଶାଖା ପ୍ରଶାଖାର ପରିଚାଳନ ଓ ନୂଆକରି ବାହାରୁଥିବା ଶାଖା ଗୁଡିକର ସଠିକ୍ ଅବସ୍ଥାନ ପାଇଁ ବେଲ ଗଛରେ ମଧ୍ୟ  ପରିଚାଳନା କରିବା ଦରକାର ପଡିଥାଏ । ଫଳନ୍ତି ବେଲଗଛର ଉଚ୍ଚତା କମାଇବା ପାଇଁ ଗଛ ମଧ୍ୟରେ ଲାମ୍ବାଭାବେ ବଢୁଥିବା ଡାଳଗୁଡିକ କାଟିଦେବା ଦରକାର । ମଞ୍ଜିରୁ ହୋଇଥିବା ବେଲ ଗଛର ଡାଳକାଟି ଉନ୍ନତ କିସମ ବେଲ ଡାଳକୁ କଲମୀ ପଦ୍ଧତିରେ ଯୋଡିଦେଲେ ଗଣାତ୍ମକ ମାନର ବେଲ ମିଳିପାରିବ ।

ବେଲଗଛରେ ପରିଚାଳନା ପଦ୍ଧତି : -

  • ବେଲଗଛ ଲଗାଇବାର ପ୍ରଥମ ବର୍ଷପରେ ଚାରା ଗଛକୁ ମାଟି ଉପରୁ ୧ . ମି ଛାଡି କାଟି ଦିଆଯାଏ । ଫଳରେ କାଟ ଅଂସ ତଳୁ ଅନେକ ନୂଆ ଡାଳ ବାହାରେ ।
  • ସମାନ ଦୂରତା ବିଶିଷ୍ଟ ନୂଆ ବାହାରୁଥିବା ସୁସ୍ଥ ସବଳ ୩ -୪ ଟି ଦଳକୁ ରାଖୀ ଅନ୍ୟଗୁଡ଼ିକୁ କାଟି ଦିଆଯାଏ । ସେହିଭଳି ଭାବରେ ଡାଳଗୁଡିକୁ ୬-୭ ମାସ ଯାଏ ବଢିବାକୁ ଦିଆଯାଏ ଓ ଏଭଳି ବଢନ୍ତି ଡାଳକୁ ପୁଣିଥରେ ଅଧାଅଂଶରୁ କାଟି ଦିଆଯାଏ ଓ ଏହି କାଟଅଂଶ ତଳରୁ ଡାଳ ଗୁଡିକୁ ବଢିବାକୁ ଦିଆଯାଏ ।

ବଡଗଛରେ ପ୍ରଣାଳୀ

  • ଫଳ ହେଉନଥିବା ବା ନିମ୍ନମାନର ଫଳ ଫଳୁଥିବା ଗଛକୁ ବାଛନ୍ତୁ ଓ ଶୀତଦିନେ ମାଟି ଉପରୁ ୧ . ୫ -୨ ମି . ଛାଡି ଡାଳ ଗୁଡିକୁ କାଟି ଦିଅନ୍ତୁ । ଫଳରେ ପରବର୍ତ୍ତୀ ବସନ୍ତରିତୁରେ କଟା ଡାଳ ଚାରିପଟେ ନୂଆ ଡାଳ ବାହାରିଥାଏ ।
  • ଆମ୍ବଗଛ ଭଳି ବେଲରେ ମଧ୍ୟ ନୂତନ ଡାଳଗୁଡିକ ମଧ୍ୟରୁ କିଛି ଡାଳକୁ ବାହାର କରିଦିଆଯାଏ । ଏହି ଡାଳ ବାହାର କରିବା ପ୍ରଣାଳୀ ମେ ଓ ଜୁନ ମାସରେ ଓ ମାସରେ ଦୁଇଥର କରାଯାଏ । ପୁରୁଣା ଡାଳ ପ୍ରତି ୬-୮ଟି ଉତ୍ତମ ବଢୁଥିବା ସୁସ୍ଥ ସବଳଶାଖା ରଖାଯାଏ ।
  • ଜୁନ –ଜୁଲାଇ ମାସରେ ନୂତନ ଶାଖାରେ ଗୁଟିଏ କଲମୀ କରାଯାଏ । କଲମୀ ଡାଳ ଗୁଡିକରେ ୨ବର୍ଷ ପରେ ଫଳିବା ଆରମ୍ଭହୁଏ।

ପିଜୁଳି

କାଣ୍ଟଛାଣ୍ଟ କରାଯାଇନଥିବା ପିଜୁଳି ଗଛ ଗୁଡିକ ବିରାଟକାୟ ହୁଏ ଯାହାର ପରିଚାଳନା କଷ୍ଟକର ହୋଇଥାଏ । ଫଳୁଥିବା

ଜାଗାର ପରିମାଣ କମିଯାଇଥାଏ ଏବଂ ଗଛର ମଧ୍ୟଭାଗରୁ ପ୍ରାୟ ଫଳ ମିଳିନଥାଏ ।

  • ଲଗାଇବାର ୨-୩ ମାସ  ପରେ ଗଛ ଗୁଡିକୁ ୬୦ -୭୦ ସେ. ମି . ଉଚ୍ଚତାରୁ କାଟି ଦିଆଯାଏ । କଟା ସ୍ଥାନର ତଳଭାଗରୁ ଡାଳ ବାହାରିଥାଏ ।
  • କାଣ୍ଡର ଚାରିପାଖରେ ୩-୪ଟି ସାମଦୁରାତ ବିଶିଷ୍ଟ ଡାଳକୁ ୪-୫ ମାସ ପର୍ଯ୍ୟନ୍ତ ୪୦ -୫୦ ସେ.ମି. ଉଚ୍ଚତା ବିଶିଷ୍ଟ ହେବାକୁଛାଡି ଦିଆଯାଏ ।
  • ବଛାଯାଉଥିବା ଦଳଗୁଡିକୁ ପୁଣିଥରେ ଅଧା ଉଚ୍ଚତାରୁ କାଟିପକାଇଲେ ତଳେ ଥିବା ଗଣ୍ଠିରୁ ନୂଆ ଶାଖାମାନ ବାହାରିଥାଏ ଏବଂ ସେହି ନୂଆ ଶାଖା ଗୁଡିକୁ ୪୦-୫୦ସେ. ମି । ଉଚ୍ଚତା ରେ କାଣ୍ଟଛାଣ୍ଟ କରି ପକାଇଲେ ପୁଣି ନୂଆ ଡାଳମାନ ବାହାରିଥାଏ ।
  • ୨ୟ ବର୍ଷ ମଧ୍ୟ ଏହି କାଣ୍ଟଛାଣ୍ଟ ପ୍ରକ୍ରିୟା ଚାଲୁ ରହେ । ୨ ବର୍ଷ ପରଫେ ଛୋଟ ଛୋଟ ଡାଳମାନ ବାହାରି ଗଛକୁ ଏକ ଗହଳିଆ,ବୁଦା ଆକୃତି ଦେଇଥାଏ । ପ୍ରତିବର୍ଷ ଜାନୁଆରୀରେ ଏବଂ ମେ –ଜୁନ ମାସରେ କାଣ୍ଟଛାଣ୍ଟ କରିବା ପାଇଁ ୨. ୫ମି. ଉଚ୍ଚତାର ଗଛ ଗୁଡିକୁ ୨ ମି . ଦୂରତାରେ ରଖିବା ଆବଶ୍ୟକ ପଡିଥାଏ ।

ଡାଳିମ୍ବ

ଡାଳିମ୍ବ ଗଛ ବିଭିନ୍ନ ପ୍ରକାର ଜଳବାଯୁ ରେ ବଢିପାରେ । ବିଷୁବମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଏହା ବର୍ଷସାରା ଚିରହରିତ୍ ରହିବା ଯୋଗୁ ଘଞ୍ଚ ବଢେ । ଏଭଳି ଅବସ୍ଥା ଯୋଗୁ ଡାଳିମ୍ବ ଗଛରେ ତାଳିମ୍ ଓ କାଣ୍ଟଛାଣ୍ଟ ପଦ୍ଧତି ଅବଲମ୍ବନ କରିବା ଦରକାର ପଡେ ।

ଯଥା :

  • ଯଦି ବୁଦା ନକରି ଗୋଟିଏ ମୁଖ୍ୟ ଶାଖା ଗଛ ଲଗାଇବା ପରେ ଏହା ୭୦ସେ.ମି. ଉଚ୍ଚ ହେବା ପରେ ମୁଖ୍ୟ       ଡାଳକୁ କାଟି ଦିଆଯାଏ ।
  • ମୂଳରୁ ୪୦ସେ.ମି . ପର୍ଯ୍ୟନ୍ତ ଶାଖା ପ୍ରଶାଖାକୁ ବଢିବାକୁ ଦିଆଯାଏନାହିଁ ।
  • ଡାଳିମ୍ବ ଗଛ ମୂଳରୁ ପୁଆ ବାହାରୁଥିବାରୁ ଏଗୁଡ଼ିକୁ ବାହାର କରି ଦିଆଯାଏ । ତେଣୁ ଗଛକୁ ଏକ ନିର୍ଦ୍ଧିଷ୍ଟ ଆକୃତି ଦେବା ପାଇଁ ଏହାକୁ କାଣ୍ଟଛାଣ୍ଟ କରିବା ଦରକାର ପଡେ ନାହିଁ । ବରଂ ଏଥିରୁ ବାହାରୁଥିବା ପାଣିପୁଆ,ଲଦାଲଦି ଶାଖା ପ୍ରଶାଖା ଓ ରୋଗପୋକ ଲାଗିଥିବା ଡାଳକୁ ବାହାର କରିଦିଆଯାଏ ।
  • ପାକଳ ଶାଖାରୁ ବାହାରୁଥିବା ଛୋଟ ଛୋଟ କାଳିକାରେ ଫଳ ଫଳିଥାଏ ଏବଂ ଏହି କଳିକା ଗୁଡିକରେ ୩-୪ ବର୍ଷ ପର୍ଯ୍ୟନ୍ତ ଫଳ ଫଳେ । ତେଣୁ ଏହା ପରେ ପୁରୁଣା କଳିକାକୁ କାଣ୍ଟଛାଣ୍ଟ କାଲେ ନୂଆ କଳିକା ବହରିବାକୁ ଛଡାଯାଏ ଓ ଏଥିରେ ଫଳ ଆସେ ।

ଡାଳିମ୍ବ ଗଛରେ ପରିଚାଳନା ପାଇଁ କେତେକ ବିଚାରଯୋଗ୍ୟ ନିୟମ

  • ଶାଖାର କିଛି ଦୂରତାରେ ଫଳ ଧରୁଥିବା କଳିକା ବାହାରେ ।
  • ଶାଖାର ଅଗ୍ରଭାଗ କାଣ୍ଟଛାଣ୍ଟ କାଲେ ଫୁଲ ସଂଖ୍ୟା କମିଯାଏ ।
  • କାଣ୍ଟଛାଣ୍ଟ ଦ୍ଵାରା ଫୁଲର ପ୍ରକାରଭେଦ ଓ ଫୁଳର ଗୁଣାତକ   ମାନରେ କୌଣସି ପରିବର୍ତ୍ତନ ହୁଏନାହିଁ ।
  • କାଣ୍ଟଛାଣ୍ଟ ଦ୍ଵାର ଗଛପ୍ରତି ଫଳ ବାହାରୁଥିବା ଶାଖା ଓ ଫଳର ଆକାରରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଥାଏ ।
  • କାଣ୍ଟଛାଣ୍ଟ ଦ୍ଵାରା ଶାଖାପ୍ରଶାଖା ବଙ୍କେଇଯିବା କମିଯାଏ ବା ଗଛରେ ଭାରଦେବା ଦରକାର ପଡିନଥାଏ ।

ସପେଟା

ସପେଟା ବୃକ୍ଷ ଚିରହରିତ ଯେଉଁଥିପାଇଁ କି ଏଥିରେ ନିୟମିତ କାଣ୍ଟଛାଣ୍ଟ ଦରକାର ପଡେନାହିଁ । କିନ୍ତୁ ଉତ୍ପାଦନବୃଦ୍ଧି ଓ ଗୁଣାତ୍ମକ ମାନର ଫଳ ପାଇବା ପାଇଁ ମଝିରେ ମଝିରେ ଶାଖା ପ୍ରଶାଖାର ପରିଚାଳନା ଦରକାର ପଡିଥାଏ।

  • ମଞ୍ଜିରୁ ଉତ୍ପାଦିତ ଚାରାଗଛ ଲଗାଇଲେ ଗଛ ଭଲ ବଢେ ଓ ଗଛର ଆକୃତି ଛତା ଭଳି ହୋଇଥାଏ । କିନ୍ତୁ କଲମୀ ଚାରା ଗଛର ଏକ ନିର୍ଦ୍ଧିଷ୍ଟ ଆକୃତି ପାଇଁ ଉପଯୁକ୍ତ ତାଲିମ୍ ଦେବା ଦରକାରପଡିଥାଏ ।
  • ସପେଟା ଗଛର ପରିଚାଳନ ପାଇଁ ଏକ ନିର୍ଦ୍ଧିଷ୍ଟ ତାଲିମ୍ ର ବ୍ୟବସ୍ଥା ନାହିଁ । ପ୍ରଥମ ବର୍ଷରେ ମଟିରୁ ୬୦ -୭୦ ସେ.ମି. ଉଚ୍ଚତାରେ ଗଛର ବଢନ୍ତି ଡାଳକୁ କାଟିଦିଆଯାଏ । ଏହି ଅଂଶ ମୂଳରୁ ବାହାରୁଥିବା ଡାଳଗୁଡିକ ମଧ୍ୟରୁ ଚାରି ଦିଗକୁ ବଢୁଥିବା ୩ -୪ ଟି ଶାଖା ରଖାଯାଏ ।
  • ଗଛରେ କାଣ୍ଟଛାଣ୍ଟ କଲେ ଗଛର ସବୁ ଅଂଶରେ ଠିକ୍ ସୂର୍ଯ୍ୟକିରଣ ପଡେ ଓ ରୋଗଣା,ମଲା ଡାଳଗୁଡିକ ବାହାର କରିଦିଆଯାଏ ।

ବରକୋଳି

  • ଜମିରେ ଲଗାଇବାଠାରୁ,ଗଛର ବୃଦ୍ଧି ସମୟରେ ୮୦-୯୦ସେ . ମି . ଉଚ୍ଚତା ପର୍ଯ୍ୟନ୍ତ କୌଣସି ଶାଖା ଡାଳ ଦେଖାଦେଲେ ସେଗୁଡିକ କାଟି ପକାଇବା ଉଚିତ୍ ।
  • ଏହି ଗଛର ଅଗ୍ରଭାଗ ସାଧାରନତଃ  ଅନ୍ୟଗଛ ଅପେକ୍ଷା ଅଧିକ ଉଚ୍ଚତାରେ ରଖାଯାଏ । ଯଦ୍ୱାରା ଏହାର ଶାଖାମାନ ଭୂମି ଉପରେ ମାଡିକରି ବଢିବା ପାଇଁ ଛାଡିଦିଆଯାଏ ।
  • ପ୍ରଥମ ୨-୩ ବର୍ଷ ବରକୋଳି ଗଛକୁ ଶକ୍ତ ଭାବରେ ବଢିବାକୁ ଛାଡିଦିଆଯାଏ । ପରିବର୍ତ୍ତୀ ସମୟରେ ମାର୍ଚ୍ଚ ମାସରେ ଗଛଗୁଡିକର ପୁରୁଣା ଅଂଶକୁ କାଟି ନୂତନ ଶାଖାଡାଳକୁ ବଢିବାକୁ ଦିଆଯାଏ ।
  • ଭୂମିଠାରୁ ୩୦ ସେ. ମି. ଉଚ୍ଚତା ପର୍ଯ୍ୟନ୍ତ ସମସ୍ତ ଶାଖାଡାଳ ଗୁଡିକୁ କାଟିଦିଆଯାଏ ସିଧାଭାବରେ ବଢୁଥିବା ଏକ ଶକ୍ତ ଡାଳକୁ ମୁଖ୍ୟଡାଳ(କାଣ୍ଡ ) ରୂପେ ବଢିବାକୁ ଛାଡିଦିଆଯାଏ ।
  • ମୁଖ୍ୟ ଡାଳରେ ୩-୪ଟି ଶାଖା ଡାଳକୁ ବଢିବାକୁ ଛାଡିଦିଆଯାଏ । ୨ୟ  ବର୍ଷ ସେହିଡାଲଗୁଡିକୁ କାଣ୍ଟଛାଣ୍ଟ କରାଯାଇ  ପ୍ରତେକରେ ଆଉ ୩ -୪ ଟି ଉପଶାଖାଡାଳକୁ ବଢିବାକୁ ଛାଡିଦିଆଯାଏ । ଏହି ପ୍ରଣାଳୀ ଅବଲମ୍ବନ କରି ଗୌନ ଡାଳ କୁ ବଢିବାକୁ ଦିଆଯାଏ ।
  • ବରକୋଳି ଗଛକୁ ସର୍ବଦା ସିଧାଭାବରେ ବଢିବାକୁ ଦିଆଯିବା ଉଚିତ୍ । ଡାଳଗୁଡିକ ଯେପରି ଛନ୍ଦି ନହେବ ସେପରି ଧ୍ୟାନ  ଦେବା  ଉଚିତ୍ । ପାଣିପୁଆ ଗୁଡିକ ବାହାରିଲେ କାଟିଦେବା ଉଚିତ୍ । ପ୍ରତିବର୍ଷ କାଣ୍ଟଛାଣ୍ଟ ସମୟରେ ଉପରୋକ୍ତ ବିଷୟଗୁଡିକ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
  • କାଣ୍ଟଛାଣ୍ଟ ଦ୍ଵାରା ସୁସ୍ଥ ନୂତନ ଶାଖା ବାହାରି ସେଥିରେ ଉର୍ନତମାନର ଫଳ ଧାରଣ ହୋଇଥାଏ । କାଣ୍ଟଛାଣ୍ଟ କରିବା ଦ୍ଵାରା ଅଦରକାରୀ,ଦୁର୍ବଳ,ଅଧା,ଭଙ୍ଗା ଓ ଛନ୍ଦି ହୋଇଥିବା ଡାଲଗୁଡିକୁ କାଟିଦିଆଯାଏ । ଏହା ଅଧିକ ଉତ୍ପାଦନ ଦେବା ସହିତ ଗଛକୁ ସୁସ୍ଥ ଭାବରେ ବଢିବାପାଇଁ ସହାୟକ ହୋଇଥାଏ ।
  • ସାଧାରଣତଃ ଶୀତଋତୁରେ ଜଳବାୟୁ ଉଷ୍ମ ଓ ଶୁଷ୍କ ଥାଏ ଏବଂ ଏହି ଗଛ ପତ୍ରଝଡା ଦେଇ ତାର ସୁପ୍ତ ଅବସ୍ତାକୁ ଗତିକରୁଥିବା । ସେହି ସମୟରେ କାଣ୍ଟଛାଣ୍ଟ କରିବା ଉଚିତ୍ । ଭିନ୍ନଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ଏହି ପ୍ରକ୍ରିୟା କରାଯାଇଥାଏ । ତାମିଲନାଡୁରେ ଜାନୁଆରୀଠାରୁ  ଏପ୍ରିଲ୍ ମାସ ମଧ୍ୟରେ ଏବଂ ହରିୟାନାରେ ମେ ମାସ ଶେଷରେ କାଣ୍ଟଛାଣ୍ଟ କରାଯାଇଥାଏ ।
  • ସମସ୍ତ ଉପଶାଖା ଡାଳ ଗୁଡିକ ସମ୍ପୂର୍ଣଭାବେ ବାହାର କରିଦେବା ଉଚିତ୍ । ଗଛଗୁଡିକର ମୂଳ ଭାଗରେ ୧-୨ ଟି ଗଣ୍ଠି ଓ ଉପର ଅର୍ଦ୍ଧେକରେ ୨୦ ଟି ଗଣ୍ଠି ରହିବା ଉଚିତ୍ ।
  • କାଣ୍ଟଛାଣ୍ଟ କରିବାର ୨ ଦିନ ପୂର୍ବରୁ ୩ % ଥାୟଓୟୁରିଆ ବା ପୋଟାସିୟମ୍ ନାଇଟ୍ରେଟ୍ ଥରେ ମାତ୍ର ସିଞ୍ଚନ କଲେ ଅଧିକାଂଶ ପବ ମାନଙ୍କରୁ ଗଜା ବାହାରିଥାଏ ।

ଲେମ୍ବୁ

  • ଲେମ୍ବୁ ଗଛକୁ କାଣ୍ଟଛାଣ୍ଟ କରି ମାଟି ସ୍ତରରୁ ୭୫ -୧୦୦ ସେ.ମି. ଉଚ୍ଚତା ପର୍ଯ୍ୟନ୍ତ କାଣ୍ଡରେ ୪-୫ ଟି ଡାଳକୁ ବଢାଇବାକୁ ଛାଡିଦିଆଯାଇଥାଏ ।
  • ଥରେ ଗୋଟିଏ ଲେମ୍ବୁ ଗଛକୁ କାଣ୍ଟଛାଣ୍ଟ କରି ନିର୍ଦ୍ଧିଷ୍ଟ ଆକୃତିକୁ ଅଣାଗଲାପରେ ପରବର୍ତ୍ତୀ ସମୟରେ ଅଧିକ କାଣ୍ଟଛାଣ୍ଟ ଦରକାର ହୋଇନଥାଏ ।
  • ଅଧିକ କାଣ୍ଟଛାଣ୍ଟ କରାଯାଇଥିବା ଗଛ ଅପେକ୍ଷା ହାଲକା କାଣ୍ଟଛାଣ୍ଟ କରାଯାଇଥିବା ଲେମ୍ବୁ ଗଛରେ ଶୀଘ୍ର ଫଳ ଆସିଥାଏ ।
  • ଫଳନ୍ତି ଗଛରେ କରାଯାଉଥିବା କାଣ୍ଟଛାଣ୍ଟ କିସମ ଅନୁଯାୟୀ ଭିନ୍ନ ହୋଇଥାଏ । ମୁଖ୍ୟତଃ ରୋଗା,ଶୁଖିଲା,ମଲାଓ ଭାଙ୍ଗିଯାଇଥିବା କିମ୍ବା ଛନ୍ଦି ହୋଇଥିବା ଡାଳ ଓ ପାଣିପୁଆ ଗୁଡିକୁ ବାହାର କରିଦେବା ଦରକାର ।
    • ଅମଳ ପରେ ପରେ ସାଧାରଣତଃ କାଣ୍ଟଛାଣ୍ଟ କରାଯାଇଥାଏ ଏବଂ ପରେପରେ କଟାଅଂଶ ଗୁଡିକରେ ବ୍ଳାଇଟକ୍ସ ବା ବୋନିକ୍ସ ଦ୍ରବଣରେ ଲେପ ଦିଆଯାଇଥାଏ ।

କମଳା

  • ମାଟିଠାରୁ ୭୦-୮୦ସେ.ମି. ଉଚ୍ଚତାରୁ ଗଛର ଅଗ୍ରଭାଗକୁ କାଟି ଦିଆଯାଏ ।
  • ସାଧାରଣତଃ ୩-୫ଟି ଚାରିଦିଗକୁ ମେଲିଥିବା ଡାଳକୁ ବାଛି କାଣ୍ଟଛାଣ୍ଟ କରାଯାଇଥାଏ ।
  • ସେହି କଟାଯାଇଥିବା ଡାଳଗୁଡିକର ତଳଭାଗରୁ ନୂଆଡାଳ ବହାରି ସେଥିରେ ଫୁଲ ଓ ଫଳ ଆସିଥାଏ ।
  • ସାଧାରଣଭାବେ ଫଳନ୍ତି କମଳାଗଛରେ ପ୍ରଚୁର ପରିମାଣର ଫଳ ଆସେ ଓ ଦୁଇବର୍ଷରେ ଭଲଭାବରେ ଫଳଆସେ ।
  • ଉନ୍ନତ ମାନର ଫଳ ପାଇବାପାଇଁ ୧ ବର୍ଷର ପୁରୁଣା ଗଛକୁ ଅଧା ବା ମୂଳରୁ କାଣ୍ଟଛାଣ୍ଟ କରାଯାଇଥାଏ।
  • ଫଳନ୍ତି ଅବସ୍ଥା ଓ ଅଙ୍ଗୀୟ ବୃଦ୍ଧି ମଧ୍ୟରେ ସନ୍ତୁଳନ ରକ୍ଷା କରିବାପାଇଁ କାଣ୍ଟଛାଣ୍ଟ କରାଯାଇଥାଏ । ଏହାଦ୍ବାରା ସବୁ ବର୍ଷ ଫଳ ଆସିବାରେ ସହାୟକ ହୋଇଥାଏ ।
  • ଗଛର ତଳଭାଗରେ ଥିବା ଶୁଖିଲା ଡାଳ ଗୁଡିକୁ ବାହାରି କରିବାଉଚିତ୍ ।

ପଣସ

  • ପ୍ରାଥମିକ ଅବସ୍ଥାରେ ପଣସ ଗଛକୁ ଶକ୍ତି କରିବାପାଇଁ ଓ ଡାଳ ଦୁର୍ବଳ ନ ହେବା ପାଇଁ କାଣ୍ଟଛାଣ୍ଟ ଆବଶ୍ୟକ ପଡିଥାଏ ।
  • ଲଗାଇବାର ୩-୪ ମାସ ପରେ ଗଛ ଗୁଡିକୁ ୭୦-୮୦ ସେ.ମି. ଉଚ୍ଚତାରୁ କାଟି ଦିଆଯାଇ ନୂତନ ଭାବେ ବୃଦ୍ଧି ପାଇବାକୁ  ଛାଡିଦିଆଯାଏ ।
  • ମୁଖ୍ୟ ଡାଳ ଚାରିପଟେ ୩-୪ ଟି ଶାଖା ଡାଳ ବଢିବାକୁ ଦିଆଯାଏ ।
  • ଅଧିକ ଏବଂ ଅଦରକାରୀ ଡାଳଗୁଡିକୁ  ମଝି ମଝିରେ ବାହାରି କରି ଦିଆଯାଏ ।

ଆଧାର

ଓଡିଶା କୃଷି ବୈଷୟିକ ବିଦ୍ୟାଳୟ "ଓଡିଶା କୃଷି ବୈଷୟିକ ବିଦ୍ୟାଳୟ"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top