ସେଆର କରନ୍ତୁ

ଫୁଲ ଚାଷ

ଏଠାରେ ଫୁଲ ଚାଷ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପକ୍ରମ

ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ ।

ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ଵରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କ ଦ୍ଵାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ଵରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବିଧେୟ । ଏତଦ୍ଵାରା ଫୁଲ ଗୁଡ଼ିକୁ ଧାରଣ କରିଥିବା ଗଛଟି ସୁନ୍ଦର ଦେଖାଯିବା ସହିତ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ । ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି । ସେଥି ପାଇଁ ମାତୃବନ୍ଦନାରେ ଯଥାର୍ଥରେ କୁହାଯାଇଛି "ଓଁ ସୌନ୍ଦର୍ଯ୍ୟମୟୀ ପରମେ, ଓଁ ଆନନ୍ଦମୟୀ ପରମେ, ଓଁ ସତ୍ୟମୟୀ ପରମେ - ଅର୍ଥାତ; ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ । ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ଵ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ । ଫୁଲମାନଙ୍କ ଠାରୁ ଏହି ସନ୍ଦେଶ ଆମକୁ ମିଳେ ।

ଗେଣ୍ଡୁଫୁଲ ଚାଷ

ଖରାଦିନିଆ ଗେଣ୍ଡୁ ଚାଷ ପାଇଁ ପଟାଳି ପ୍ରସ୍ତୁତକରି ସେରକଲ୍ କିସମର ଗେଣ୍ଡୁ ଚାରା ଲଗାନ୍ତୁ । ଡେଙ୍ଗାକିସମ ଗୁଡିକ ଧାଡି କୁ ଧାଡି ୩୦ରୁ ୪୦ ସେ. ମି. ଓ ଗଛ କୁ ଗଛ ୩୦ ସେ. ମି.  ବ୍ୟବଧାନରେ  ଏବଂ ବମନ କିସମଗୁଡିକ ଧାଡି କୁ ଧାଡି ୨୦-୩୦ ସେ. ମି. ଓ ଗଛ କୁ ଗଛ ୨୦ ସେ. ମି. ବ୍ଯବଧାନରେ ଲଗାନ୍ତୁ ।

ପତ୍ରପୋଡା, କଢ ଶଢା, ଫୁଲ ଶଢା ରୋଗ ପାଇଁ ମଙ୍କୋଜେବ୍ ୨.୫ ଗ୍ରାମ ୧ ଲିଟର ପାଣିରେ ମିଶାଇ ଶିଞ୍ଛନ କରନ୍ତୁ । ନୂଆ ଗେଣ୍ଡୁର କିସମ – ସିରାକୋଲ, ଜାଏଣ୍ଟ ଡବଲ, ଆଫ୍ରିକାନ ୟେଲୋ, ଜାଏଣ୍ଟ ଡବଲ ଆଫ୍ରିକାନ ଅରେଞ୍ଜ । ଚାରା ମାସକର ବା ଚାଳିଶ ଦିନ ହୋଇଥିଲେ ଅଗ୍ରମୁକୁଳ ଭାଙ୍ଗି ଦିଅନ୍ତୁ । ମୂଳସାର ଦେବାର ଏକମାସ ପରେ କୋଡାଖୁସା କରି ହେକ୍ଟର ପ୍ରତି ୧୦୦ କି. ଗ୍ରା. ଯବକ୍ଷାର ଜାନ ପ୍ରୟୋଗ କରନ୍ତୁ ।

ଗୋଲାପ ଫୁଲ ଚାଷ

ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ବଖାଣ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର । ସାଧାରଣତଃ ଗୋଲାପ ଗଛ ପତ୍ରଝଡା ଦେଇଥାନ୍ତି ।ପ୍ରାୟ ସବୁ ପ୍ରଜାତିର ଗୋଲାପ ଫୁଲଙ୍କର ପାଖୁଡା ସଂଖ୍ୟା ପାଞ୍ଚ, ମାତ୍ର "ରୋଜା ସେରିସିଆ" ପ୍ରଜାତିର ଗୋଲାପ କ୍ଷେତ୍ରରେ ଚାରିଟି ପାଖୁଡା ଦେଖିବାକୁ ମିଳିଥାଏ ।ଗୋଲାପ ଗଛ ଫଳକୁ ଉଦ୍ଭିଦ ବିଜ୍ଞାନର ଭାଷାରେ "'ରୋଜ୍ ହିପ୍'"କୁହାଯାଇଥାଏ । ପ୍ରତ୍ୟେକ ରୋଜ୍ ହିପ୍ ର ଭିତର ଭାଗରେ ଏକ ମୋଟା ମାଂସଳ ଆସ୍ତରଣ ଥାଏ, ଯାହାକୁ ହିପାଥିୟମ କୁହାଯାଏ । ରୋଜା ରୁଗୋସା ପ୍ରଜାତିର ଗୋଲାପ ଫଳରେ ପ୍ରଚୁର ପରିମାଣର ଭିଟାମିନ ସି ଉପଲବ୍ଧ ହେଇଥାଏ । ଗୋଲାପ ଗଛର କାଣ୍ଡକୁ ଉଦ୍ଭିଦ ବିଜ୍ଞାନରେ "ଥ୍ରୋନ" କୁହାଯାଏ । ଏଗୁଡିକ କଣ୍ଟକଯୁକ୍ତ ।ଗୋଲାପ କଣ୍ଟା ଗୁଡିକ ତିକ୍ଷ୍ମ ଓ ଲମ୍ବାଳିଆ ।ଗୋଲାପ ଗଛର ଏହା ରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାଈଗୋରୁ ଙ୍କ କବଳରୁ ଏହାଦ୍ଵାରା ଗୋଲାପ ଗଛ ରକ୍ଷା ପାଇଥାଏ । କଣ୍ଟା ହେଉଛି ଗୋଲାପ ଗଛର ସ୍ଵତନ୍ତ୍ରତା । ସୁନ୍ଦର ଗୋଲାପକୁ ସ୍ପର୍ଶ କରିବାକୁ ହେଲେ କଣ୍ଟାର ତାଡ଼ନା ସହ୍ୟ କରିବାକୁ ପଡ଼ିପାରେ, ଏହା ଅଘୋଷିତ ସତ୍ୟ ।

ସବୁ ଜଳବାୟୁରେ ଗୋଲାପ ଗଛ ବଢି ପାରୁଥିବାରୁ ଏହାର ଚାଷ ସବୁଯାଗାରେ ହୋଇଥାଏ । ହର୍ଟିକଲଚରରେ ଗୋଲାପର ମୂଳ ବଂଶର ପ୍ରଜନନ ବା ବିସ୍ତାର ମୁଖ୍ୟତଃ କଲମୀକରଣ ମାଧ୍ୟମରେ କରାଯାଇଥାଏ । ଗୋଲାପ ଗଛ ବଢ଼ନ୍ତି ଅବସ୍ଥାରେ ଦିନକୁ ପାଞ୍ଚଘଣ୍ଟାର ତୀର୍ଯ୍ୟକ ସୂର୍ଯ୍ୟକିରଣ ଆବଶ୍ୟକ କରେ । ଏହି କାରଣରୁ ଶୀତଦିନେ ଗୋଲାପ ଗଛ ବିଶେଷ ବଢି ପାରେ ନାହିଁ । ସେଥିପାଇଁ ଏସିଆ ମହାଦେଶ ପ୍ରଜାତିର ଗୋଲାପ ଉପ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢିବାରେ କୈଣସି ଅସୁବିଧା ହୁଏନାହିଁ । ଅଧିକାଂଶ ଗୋଲାପ ଦୁଇ ପରସ୍ତର ଫୁଲ କିମ୍ବା ଅତିରିକ୍ତ ପାଖୁଡା ବିଶିଷ୍ଟ ।

ଗ୍ଲାଡିଓଲସ୍

ଦୁଇ ପତ୍ର ଅବସ୍ଥାରେ ହେକ୍ଟର ପ୍ରତି ୫୦ କି. ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।  ବର୍ତମାନ ମଧ୍ୟ ଗ୍ଲାଡିଓଲସ୍ ଲଗାଇ ପାରିବେ । ଲଗାଇବା ପୂର୍ବରୁ କନ୍ଦାକୁ ଶତକଡା ୧.୫ ଭାଗ କାରବେଣ୍ଟାଜିମ ରେ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡାଇ ଲଗାନ୍ତୁ ।

ଲିଲିୟମ

କନ୍ଦା ସଂଗ୍ରହ କରି ଶତକଡା ୧.୫ ଭାଗ କାରବେଣ୍ଟାଜିମରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ବୁଡାଇ ଲଗାନ୍ତୁ ।

ଆଧାର - କୃଷି ବିଭାଗ

3.2
Sagarika Bardhan Mar 04, 2016 11:03 AM

ଏହି ଇନଫର୍ମେଶନ ଦ୍ଵାରା ଆମେ କେଉଁ ରିତୁ କି କି ଫୁଲ ଚାଷ କରିବୁ ତାହା ଜାଣିବାରେ ସାହାଯ୍ୟ କରେ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top