ହୋମ / କୃଷି / କୃଷି ଉଦ୍ୟୋଗ / ଫ୍ରେବୃଆରୀ ମାସର କୃଷି ସୂଚନା
ସେଆର କରନ୍ତୁ

ଫ୍ରେବୃଆରୀ ମାସର କୃଷି ସୂଚନା

ଫ୍ରେବୃଆରୀ ମାସରେ କେଉଁ କେଉଁ ଶସ୍ୟ ଉତ୍ପାଦନ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଡାଳୁଅ ଧାନ

ରୋଇବାର ୧୫-୨୦ ଦିନ ଜମିରେ ନଖବୁଡ଼ା ପାଣି ରଖୁ ୧୨୦ ରୁ କମ୍ ଦିନିଆ ଧାନରେ ହେକ୍ଟର ପ୍ରତି ୩୦ କିଲୋଗ୍ରାମ୍ ଓ ୧୨୦ ଦିନରୁ ଅଧିକଦିନିଆ ତଥା ସଙ୍କର କିସମ ଧାନରେ ୪୦ କିଲୋଗ୍ରାମ୍ ଯବକ୍ଷାରଜାନ ସାର ପିଲସାର ହିସାବରେ ପ୍ରୟୋଗ କରନ୍ତୁ । ପିଲ ଅବସ୍ଥାରେ ୨.୫ ସେ.ମି. ପର୍ଯ୍ୟନ୍ତ ପାଣି ରଖନ୍ତୁ ।

  • କାଣ୍ଡବିନ୍ଧା ତଥା କାହାଳିଆ ପୋକ ଦମନ ଲାଗି ହେକ୍ଟର ପ୍ରତି ୧ ଲିଟର କୋରୋପାଇରିଫସ୍ କିମ୍ବା ମନୋକ୍ରୋଟୋଫସ୍ ପତ୍ରରେ ସିଞ୍ଚନ କରନ୍ତୁ ।
  • ସବୁଜ ପତ୍ରଡିଆଁ ପୋକ ଲାଗିଥିଲେ ହେକ୍ଟର ପ୍ରତି ୧ ଲି. ୨୫୦ ମି.ଲି. ଫୋସାଲୋନ୍ କିମ୍ବା ୧୨୫ ମି.ଲି. ଇମିଡ଼ାକ୍ଲୋପ୍ରିଡ୍ ସିଞ୍ଚନ କରନ୍ତୁ ।
  • ବିରିହା ପୋକ ଲାଗିଥିଲେ ହେକ୍ଟର ପ୍ରତି ୧ ଲିଟର ମନୋକ୍ରୋଟୋଫସ୍ ବା କୋଷ୍ଟ୍ରୋପାଇରିଫସ୍ ପତ୍ରରେ ସିଞ୍ଚନ କରନ୍ତୁ।

ଗହମ ଓ ମକା

ଗହମ : ଗହମ କାଣ୍ଡ, ହଳଦିଆ ପଡ଼ି ଶୁଖ ମଥା ନଇଁ ଗଲେ ଅମଳ କରନ୍ତୁ ।

ମକା: ଲଗାଇବାର ୨୧ଦିନ ପରେ କୋଡ଼ାଖୁସା କରି ଗଛମୂଳରେ ମାଟି ଦିଅନ୍ତୁ ।

  • ଫସଲ ବୁଣିବାର ୩୫ ରୁ ୪୫ ଦିନ ମଧ୍ୟରେ କୋଡ଼ାଖୁସା କରି ଘାସ ବାଛି ହେକ୍ଟର ପ୍ରତି ୩୦-୩୫ କି.ଗ୍ରା, ଯବକ୍ଷାରଜାନ ଗଛ ମୂଳରେ ଦେଇ ଦ୍ଵିତୀୟ ଥର ହୁଡ଼ା ଟେକି ଦିଅନ୍ତୁ ।

ଡାଲି ଜାତୀୟ ଫସଲ

(ମୁଗ ଓ ବିରି)

  • ଖରାଦିନେ ଅଧିକଅମଳକ୍ଷମ ଡାଲି ଜାତୀୟ ଫସଲ ଯଥା- ମୁଗ, କିସମ - ଆଇ.ପି.ଏମ୍୦୨-୧୪ (୬୫ ଦିନ), ଆଇ.ପି.ଏମ୍.-୦୨-୩ (୬୫ ଦିନ), ପି.ଡି.ଏମ୍.-୧୧ (୬୫ ଦିନ), ପି.ଡି.ଏମ୍-୫୪ (୬୦ ରୁ ୬୫ ଦିନ), ଦୁର୍ଗା (୬୦ ରୁ ୬୫ ଦିନ), ସମ୍ରାଟ୍ (୬୫ ରୁ ୭୦ ଦିନ), କେ-୮୫୧ (୬୦ ରୁ ୬୫ ଦିନ) ।

ବିରି କିସମ – ସାରଳା (୬୫ ରୁ ୭୦ ଦିନ), ପି.ୟୁ.-୩୧ (୭୦ ଦିନ), ପି.ୟୁ- ୩୦ (୬୫ ରୁ ୭୦ ଦିନ), ପି.ୟୁ-୩୫ (୬୫ ରୁ ୭୦ ଦିନ), ପି.ୟୁ-୧୯(୬୫ ରୁ ୭୦ ଦିନ) ବିହନ ସଂଗ୍ରହ କରି ଜମିରେ ବୁଣନ୍ତୁ ।

  • ହେକ୍ଟର ପ୍ରତି ୨୫ କିଲୋଗ୍ରାମ୍ ବିହନ ଆବଶ୍ୟକ । ବିହନକୁ ବିଶୋଧନ କରି ବୀଜାଣୁ କଲ୍‌ଚର ଉପଚାର କରି ଧାଡ଼ିରେ ବୁଣନ୍ତୁ ।

ତୈଳବୀଜ ଜାତୀୟ ଫସଲ

ଚିନାବାଦାମ

ଏହି ଫସଲରେ ବିହାରୀ ଶୈବାଳୁଆ ଲାଗିଲେ। ସକାଳେ କାକର ଥିବା ବେଳେ ହେକ୍ଟର ପ୍ରତି । ୨୫ କି.ଗ୍ରା. ହିସାବରେ ୧.୫% କ୍ଳୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା ୧ ଲିଟର ୨୫୦ ମି.ଲି. ଫୋସାଲନ୍ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ସୋରିଷ

ଡେରିରେ ବୁଣାଯାଇଥିବା ସୋରିଷ ଅମଳ କରିଦିଅନ୍ତୁ । ଖରାଦିନିଆ ରାଶିକୁ ଏବେଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ବୁଣନ୍ତୁ । ହେକ୍ଟର ପ୍ରତି ୭.୫ ରୁ ୧୦ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।

ରାଶି

ରାଶିର ଉନ୍ନତ ବିହନ କିସମଗୁଡ଼ିକ ହେଲା - ଅମିତ୍ର (୬୫ ଦିନ), କନକ (୮୫ ଦିନ), କାଳିକା (୮୫ ଦିନ), ଉମା (୬୫ ରୁ ୮୦ ଦିନ), ବିନାୟକ (୮୫ ଦିନ), ନିର୍ମଳା (୮୦ ଦିନ), ପ୍ରାଚୀ (୭୫ ରୁ ୮୦ ଦିନ ) ଓ ଉଷା (୭୫ ରୁ ୮୦ ଦିନ)।

ସୂର୍ଯ୍ୟମୁଖୀ

ଗଛ ୩ ସପ୍ତାହ ହୋଇଥିଲେ କୋଡ଼ାଖୁସା କରି ହେକ୍ଟର ପ୍ରତି ୪୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରି ହୁଡ଼ା ଟେକନ୍ତୁ ।

  • ପତ୍ରକଟା ପୋକ ଦମନ ଲାଗି ହେକ୍ଟର ପ୍ରତି ୧ ଲିଟର କୋରୋପାଇରିଫସ୍ ଓ ଝିଣ୍ଟିକା ଦମନ ପାଇଁ ହେକ୍ଟର ପ୍ରତି । ୨୫ କି.ଗ୍ରା, ମିଥାଇଲ୍ ପାରାଥୟନ୍ (୨% ଗୁଣ୍ଡା), ସିଞ୍ଚନ କରନ୍ତୁ ।
  • ଜମିରେ ଅତ୍ୟଧିକ ପାଣି ଜମିବାକୁ ଦିଅନ୍ତୁ ନାହିଁ ।

ଆଖୁ

ଫସଲ ୩୦ ଦିନର ହୋଇଥିଲେ ଜମିରୁ ଘାସବାଛି କୋଡ଼ା ଖୁସା କରି ହେକ୍ଟର ପ୍ରତି ୩୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରି ହୁଡ଼ା ଟେକନ୍ତୁ ।

ବିଭିନ୍ନ ପ୍ରକାର ପରିବା ଚାଷ

ପନିପରିବା

ପନିପରିବା ଫସଲରେ ଜଉପୋକ ଓ ଫଳ ବିନ୍ଧା ପୋକ ଦମନ ପାଇଁ ଏକ ଲିଟର ପାଣିରେ ମାଲା ଥାଅନ୍ ୨ ମି.ଲି. କିମ୍ବା ୪ ଗ୍ରାମ୍ ହିସାବରେ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ ।

ଆଳୁ

ଆଳୁ ଗଛର କାଣ୍ଡ ଶୁଖ ଢଳି ପଡ଼ିଲେ, ଆଳୁ ଅମଳ କରନ୍ତୁ । ଖଣ୍ଡିଆ, ରୋଗାକ୍ରାନ୍ତ ଓ ସବୁଜ ଦିଶୁଥିବା ଆଳୁଗୁଡ଼ିକୁ ଅଲଗା ରଖନ୍ତୁ । ଅମଳ ପରେ ଆଳୁକୁ ୨-୩ ଦିନ ଛାଇରେ ଶୁଖାଇ ଦିଅନ୍ତୁ |

ପିଆଜ

ପତ୍ରଗୁଡ଼ିକ ହଳଦିଆ ପଡ଼ିଲେ, ପିଆଜ ପାକଳ ହୋଇଯାଇଥାଏ । ଏହି ସମୟରେ ଅମଳ କରନ୍ତୁ । ଅମଳର ୩/ ୪ ସପ୍ତାହ ପରେ ତାକୁ ସାଇତି ରଖନ୍ତୁ । ଏହାଦ୍ଵାରା ପିଆଜର ଜଳୀୟ ଅଂଶ ଅନେକାଂଶରେ କମିଯାଇଥାଏ I

ଭେଣ୍ଡି

କିସମ - ଆର୍କ ଅନାମିକା, ଆର୍କୀ ଅଭୟ, ଉତ୍କଳ ଗୌରବ, ପୁଷା-ଏ-୪ ।

  • ଲଗାଇବା ଦୂରତା ୬୦ ସେ.ମି. ଓ ୩୦ ସେ.ମି. ।
  • ସାର ପ୍ରୟୋଗ – ହେକ୍ସର ପିଛା ୨୦ ଗାଡ଼ି ଭଲ ଶକ୍ଳା ଗୋବର ଖତ ସହିତ ୮୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା.. ଫସଫରସ ଓ ୪୦ କି.ଗ୍ରା, ପଟାସ୍ ଆବଶ୍ୟକ ।
  • ଜମି ପ୍ରସ୍ତୁତ ସମୟରେ ଅନୁମୋଦିତ ଯବକ୍ଷାରଜାନ ସାରର ଅର୍ଜେକ ଓ ସମସ୍ତ ଫସଫରସ ଏବଂ ପଟାସ ସାର ମୂଳସାର ହିସାବରେ ସବୁତକ ଖତ ସହିତ ପ୍ରୟୋଗ କରନ୍ତୁ ।
  • ବିହନ ଲଗାଇବାର ୩ ସପ୍ତାହ ପରେ କୋଡ଼ାଖୁସା କରି ବାକି ଥିବା ଅର୍ଜେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ।
  • ପ୍ରତି ୫-୬ ଦିନ ବ୍ୟବଧାନରେ ଭେଣ୍ଡି କିଆରିରେ ମାଟିର ବତର ଦେଖୁ ଜଳସେଚନ କରନ୍ତୁ । ଭେଣ୍ଡି ଗଛରେ ଫୁଲ ହେବାର, ୬-୮ ଦିନ ପରେ   ଫଳଗୁଡ଼ିକ ପାକଳ ହୋଇଥାଏ । ଏହି ସମୟରେ ଫଳ ତୋଳନ୍ତୁ । ପ୍ରତି । ୨-୩ ଦିନରେ ଥରେ ତୋଳିବା ଭଲ । ନଚେତ୍‌ ଗଛର ବୃଦ୍ଧି ଓ ଫଳ ଧାରଣ ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ହୋଇଯାଇଥାଏ  I

ପୋଟଳ

ଝାଉଁଳା ରୋଗ ଦେଖାଦେଲେ ହେକ୍ଟର ପ୍ରତି ୭୫୦ ଗ୍ରାମ୍ କାର୍କେଣ୍ଡାଜିମ୍, ୫୦% ଡକ୍ସ.ପି. ୫୦୦ ଲିଟର ପାଣିରେ ମିଶାଇ ଗଛ ମୂଳକୁ ଭିଜାଇବେ ।

ଖରଦିନିଆ ପନିପରିବା

ଖରାଦିନିଆ ପନିପରିବା ଯଥା – କଲରା, ଜହ୍ନି, ପୋଟଳ, କାକୁଡ଼ି, ବରଗୁଡ଼ି, ଗୁଆଁର, କଖାରୁ, ପୋଇ, ଖଡ଼ା ଇତ୍ୟାଦି ପାଇଁ ପଟାଳି ପ୍ରସ୍ତୁତ କରନ୍ତୁ ।

  • ଅଦିନିଆ ପନିପରିବା ହିସାବରେ ବିଲାତି ବାଇଗଣ, ବନ୍ଧାକୋବି, ମୂଳା ଓ ଗାଜର ଚାଷ ପାଇଁ ଉନ୍ନତ ମାନର ମଞ୍ଜି ସଂଗ୍ରହ କରି ଚାରା ଲାଗି ପଟାଳି ପ୍ରସ୍ତୁତ କରନ୍ତୁ । ଚାରା ରୋପଣ ସକାଶେ ଜମି ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରନ୍ତୁ ।

ଅଦା ଓ ହଳଦୀ

ଅଦା ଓ ହଳଦୀ ଫସଲ ଅମଳ ପାଇଁ ଏହା ପ୍ରକୃଷ୍ଟ ସମୟ । ଜମିର ବତର ଦେଖୁ ଫସଲ ଅମଳ କରନ୍ତୁ ।

ଫୁଲଚାଷ

ସେରାକଲ କିସମର ଗେଣ୍ଡୁ ଫୁଲ ଚାଷ କରୁଥିଲେ ହେକ୍ଟର ପ୍ରତି । ୨୦ ଗାଡ଼ି ଭଲ ଶତ୍ରା ଗୋବରଖତ ସହିତ ୨୦୦ କି.ଗ୍ରା. ଯବକ୍ଷାରଜାନ, ୨୦୦ କି.ଗ୍ରା, ଫସଫରସ ଏବଂ ୨୦୦ କି.ଗ୍ରା, ପଟାସ୍ ଆବଶ୍ୟକ ।

  • ଲଗାଇବା ସମୟରେ ମୂଳସାର ହିସାବରେ ଅବୈକ ଯବକ୍ଷାରଜାନ ଏବଂ ସମସ୍ତ ପଟାସ୍ ଓ ଫସଫରସ୍ ଖତ ସହିତ ମାଟିରେ ପ୍ରୟୋଗ କରନ୍ତୁ ।
  • ମଲ୍ଲୀ ଫୁଲ ଚାଷ କରୁଥିଲେ ଗଛ ପ୍ରତି ୭୫ ଗ୍ରାମ୍ ଯବକ୍ଷାରଜାନ, ୭୫ ଗ୍ରାମ୍, ଫସଫରସ ଏବଂ ୫୦ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • ଗୋଡ଼ି ଫୁଲ, ସୂର୍ଯ୍ୟମୁଖୀ ଏବଂ ଜିନିଆ ଚାଷ କରିପାରିବେ ।
  • ଗୋଲାପ ଗଛରେ ଶୋଷକ ପୋକ ନିୟନ୍ତ୍ରଣ ଲାଗି ଏକ ଲିଟର ପାଣିରେ ୨ ମି.ଲି. ହିସାବରେ ମେଟାସିଷ୍ଟକୁ କୀଟନାଶକ ମିଶାଇ ଗଛରେ ଭଲ ଭାବରେ ସିଞ୍ଚନ କରନ୍ତୁ । ପାଉଁଶିଆ ରୋଗ (ପାଉଡରି ମିଲ୍ ଡିଉ) ଦେଖାଦେଲେ ୧ ଲିଟର ପାଣିରେ ୪ ଗ୍ରାମ୍ ହିସାବରେ ସଲ୍ଫର୍ ସେଚିତ ଗୁଣ୍ଡ ପ୍ରୟୋଗ କରନ୍ତୁ ।

ଗୋ ପାଳନ

ନଡ଼ା ଖାଇବାକୁ ଦେବା ପୂର୍ବରୁ ପ୍ରଥମେ ନଡ଼ାକୁ କାଟି ପାଣିରେ ୪ ଘଣ୍ଟା ବଡୁରାଇ ଦିଅନ୍ତୁ । ପରେ ନଡ଼ାକୁ ପାଣି ଛଡ଼ାଇ ଶୁଖାନ୍ତୁ । ଏହି ନଡ଼ାକୁ ଖାଇବାକୁ ଦେଲେ ନଡ଼ାରେ ଥିବା ଅକ୍ଜାଲିକ୍ ଅମ୍ଳ ପରିମାଣ କମିଥାଏ । ଦୁଧିଆଳୀ ଗାଈକୁ ପ୍ରତ୍ୟେକ ୨.୫ ଲିଟର ଦୁଗ୍ଧ ଲାଗି ୧ କି.ଗ୍ରା. ସନ୍ତୁଳିତ ମିଶ୍ରିତ ଦାନା ଖାଇବାକୁ ଦିଅନ୍ତୁ । ପ୍ରତ୍ୟେକ ଦିନ ୩୦ ଗ୍ରାମ୍ ଖଣିଜ ଲବଣ ମିଶ୍ରଣ ଗାଈକୁ ଖାଇବାକୁ ଦିଅନ୍ତୁ । ଦାନା ଖର୍ଚ୍ଚ କମାଇବା ସହ ଗାଈଙ୍କର ସ୍ଵାସ୍ଥ୍ୟବସ୍ଥା ଭଲ ରହିବା ସକାଶେ ସବୁଜ ଗୋଖାଦ୍ୟ ଫସଲ ଚାଷ କରନ୍ତୁ।

ଛେଳି ପାଳନ

ଛେଳିଙ୍କୁ ଏଣ୍ଟରୋଟକ୍ସିମିଆ ରୋଗ ଏହି ମାସରେ ଦେଖାଯାଇଥାଏ । ଏହାର ପ୍ରତିକାର ଲାଗି ଏଣ୍ଟରୋଟକ୍ସିମିଆ ଟିକା ଛେଳିଙ୍କୁ ଦିଅନ୍ତୁ ।

ମତ୍ସ୍ୟ ଚାଷ

ଭାକୁର ମାଛରେ ସାଧାରଣତଃ ଏହି ସମୟରେ ଆଖରୋଗ ଦେଖାଯାଇଥାଏ । ଏହାର ପ୍ରାଥମିକ ଲକ୍ଷଣରେ ଆଖର ସ୍ଵଚ୍ଛ ପଟଳ ରକ୍ତବର୍ଣ୍ଣ ହୋଇଯାଏ ଓ କିଛିଦିନ ପରେ ଏହା ଅସ୍ଵଚ୍ଛ ହୋଇ କ୍ରମେ ପଚିଯାଇ ଆଖୁ ନଷ୍ଟ ହୋଇଯାଏ । ତେଣୁ ଏହାର ପ୍ରତିକାର ଲାଗି ୧୦ ମିଲିଗ୍ରାମ୍ ହିସାବରେ କ୍ଲୋରୋମାଇସିଟିନ୍‌କୁ ୧ ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତ କରି ମାଛଗୁଡ଼ିକ ୫-୬ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ଏହା ବ୍ୟତୀତ ପଟାସିୟମ ପରମାଙ୍ଗାନେଟ୍ ଦ୍ରବଣରେ (୫ ମିଲିଗ୍ରାମ୍ ୧ ଲିଟର ପାଣିରେ) ମାଛକୁ ପ୍ରାୟ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖାଯାଇପାରେ । ଏହି ପ୍ରକ୍ରିୟା ୩-୪ ଦିନ ପର୍ଯ୍ୟନ୍ତ କଲେ ଭାକୁର ମାଛର ଆଖିରୋଗ ହେବାର ଆଶଙ୍କା ନ ଥାଏ । ୧ ହେକ୍ଟର ବିଶିଷ୍ଟ ମାଛ ଚାଷ ପୋଖରୀ ପାଇଁ ଦୈନିକ ୭ କି.ଗ୍ରା. କାଣ୍ଡିଆ କୁଣ୍ଡା, ୭ କି.ଗ୍ରା, ଚିନାବାଦାମ ପିଡ଼ିଆ ବ୍ୟବହାର କରନ୍ତୁ ।

କୁକୁଡ଼ା  ପାଳନ

ବାର୍ଡ଼ ଫ୍ଲୁ ରୋଗ ଦମନ ପାଇଁ  ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ବ୍ରାଏଲର କୁକୁଡ଼ା – ଦିନରେ ବାୟୁମଣ୍ଡଳର ଉତ୍ତାପ ଅଧିକଥିବାରୁ କୁକୁଡ଼ା ଛୁଆ ପାଳନ ପାଇଁ କମ୍। ଉତ୍ତପ ଦିଅନ୍ତୁ (ଆବଶ୍ୟକ ୩୫୦ ସେଣ୍ଟିଗ୍ରେଡ଼) । କୁକୁଡ଼ା ଛୁଆମାନେ ଉତ୍ତାପ ଉସ ତଳେ ରହିଲେ ଉତ୍ତାପ ବଢ଼ନ୍ତୁ ଓ ଉତ୍ତାପ ଉସଠାରୁ ଦୂରରେ ରହିଲେ ଉତ୍ତାପ କମ୍ ଦିଅନ୍ତୁ । ୭ ଦିନର କୁକୁଡ଼ା ଛୁଆଙ୍କୁ ରାଣୀକ୍ଷେତ ରୋଗ ଓ ୧୫ ଦିନର ଛୁଆମାନଙ୍କୁ ଆଇ.ବି. ଡ଼ି. ରୋଗ ଟିକା ଦିଅନ୍ତୁ।

ନିମ୍ନଲିଖତ ଲକ୍ଷଣମାନ ଦେଖାଦେଲେ ବାର୍ଡ ଫ୍ଲୁ ରୋଗ ହେବାର ସୂଚନା ମିଳିଥାଏ । କୁକୁଡ଼ା ଦୁର୍ବଳ ଦେଖାଯାଏ, ପର ଅସଜଡ଼ା ପରି ଲାଗେ, ଅଣ୍ଡା ଦିଆ କୁକୁଡ଼ା ଅଣ୍ଡା ଦେବା କମ୍ କରିଦିଏ, ନାକରୁ ପତଳା ସିଘା’ଣି ବାହାରିବା ସହିତ ଛିଙ୍କ ତଥା ପତଳା ପାଣି ପରି ଝାଡ଼ା ହୁଏ, ପ୍ରାପ୍ତ ବୟସ୍ କୁକୁଡ଼ାଙ୍କ ଚୂଳ, ୱାଟଲ୍ ଓ ଆଖୁ ଚାରିପାଖ ଫ୍ଲୁଲିଯାଏ, ଚୂଳ ନୀଳ ପଡ଼ିବା ସହିତ ରକ୍ତ ଛିଟା ଚିହ୍ନ ଦେଖାଦେଲେ କିମ୍ବା ମୁହଁ ବା ମୁଣ୍ଡ ଫ୍ଲୁଲିଯିବା ଆଦି ଉପସର୍ଗ ମାନ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣା ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ,ଓୟୁଏଟି, ଭୁବନେଶ୍ଵର

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top