ହୋମ / କୃଷି / କୃଷି ଉଦ୍ୟୋଗ / ବଢ଼ିବ ପିଆଜ ଉତ୍ପାଦନ
ସେଆର କରନ୍ତୁ

ବଢ଼ିବ ପିଆଜ ଉତ୍ପାଦନ

ଚାହିଁଲେ ପ୍ରଣାଳୀରେ ପିଆଜ ଚାଷ କରି ବୃଦ୍ଧି କରିପାରିବା ।

ପ୍ରତି ପରିବାରର ରୋଷେଇ ଘରେ ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ମାତ୍ର ଓଡ଼ିଶାରେ ଯେତିକି ପରିମାଣର ପିଆଜ ଉତ୍ପାଦନ ହେଉଛି, ତାହା ଯଥେଷ୍ଟ ନୁହେଁ । ପିଆଜ ଚାହିଦା ମେଣ୍ଟାଇବା ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ମାତ୍ର ବିଭିନ୍ନ କାରଣରୁ ବେଳେବେଳେ ପିଆଜ ଆସିବା ମଧ୍ୟ ବନ୍ଦ ହୋଇଯାଉଛି । ଫଳରେ ପିଆଜର ଅହେତୁକ ଦାମ୍ ବଢିବା ନେଇ ସାଧାରଣ ଲୋକ ବହୁ ଅସୁବିଧାରେ ପଡ଼ୁଛନ୍ତି । ଚାହିଁଲେ ଆମେ ଉନ୍ନତ ପ୍ରଣାଳୀରେ ପିଆଜ ଚାଷ କରି ବୃଦ୍ଧି କରିପାରିବା । ବର୍ତ୍ତମାନ ବର୍ଷା ପିଆଜ ଚାଷ କରି ଚାଷୀ ଅଧିକ ଦୁଇ ... ପଇସା ଲାଭ ପାଇପାରିବେ ।

ଭାରତରେ ପିଆଜ ଉତ୍ପାଦନ

ଭାରତରେ ହେକ୍ଟର ପ୍ରତି ୧୬.୦୩ ମେଟ୍ରିକ ଟନ୍ ହାରାହାରି ଅମଳ କ୍ଷମତା ସହିତ ବିଶ୍ଵର ଦ୍ଵିତୀୟ ବୃହତ ପିଆଜ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଚିତ ହୋଇଛି । ଓଡ଼ିଶା ୨୦୧୪ – ୧୫ ମସିହାରେ ହେକ୍ଟର ପ୍ରତି ୧୧.୯୨ ମେଟ୍ରିକ ଟନ୍ ହାରାହାରି ଅମଳ କ୍ଷମତା ସହିତ ୩୩.୫୦ ହଜାର ହେକ୍ଟର ଜମିରୁ ୩୯୯.୨୬ ହଜାର ମେଟ୍ରିକ ଟନ୍ ପିଆଜ ଉତ୍ପାଦନ କରିବାରେ ସମର୍ଥ ହୋଇଛି । ଏହି ହାରାହାରି ଅମଳ କ୍ଷମତା ରାଷ୍ଟ୍ରୀୟ ଅମଳ କ୍ଷମତା ତୁଳନାରେ ଅନେକ କମ୍। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୃଷ୍ଣକାର୍ଯାସ ମୃତ୍ତିକା ପିଆଜ ଉତ୍ପାଦନ ପାଇଁ ଏକାନ୍ତ ଉପଯୁକ୍ତ। ତେବେ କଳାହାଣ୍ଡି ଜିଲ୍ଲାକୁ ବାଦ ଦେଲେ ଅନୁଗୁଳ, ଦେବଗଡ, ବଲାଙ୍ଗିର, ନୂଆପଡା, ବରଗଡ ଓ ସମ୍ବଲପୁର ପରି ଜିଲ୍ଲାରେ ବହୁଳ ମାତ୍ରାରେ ପିଆଜ ଚାଷ କରାଯାଇଥାଏ । ଏତଦବ୍ୟତୀତ ନୟାଗଡ ଓ ଗଞ୍ଜାମ ପ୍ରଭୃତି ଜିଲ୍ଲାମାନଙ୍କରେ ଦେଶି ପିଆଜ ଚାଷ କରାଯାଇଥାଏ । ଏଣୁ ଏଠାର ଚାଷୀମାନେ କେତେକ ସତର୍କତା ଅବଲମ୍ବନ କରି ଉନ୍ନତ ପ୍ରଣାଳୀରେ ପିଆଜ ଚାଷ କଲେ ଉତ୍ପାଦନ ବଢିପାରିବ ।

ଭାରତରେ ଚାଷ କରାଯାଉଥିବା ପିଆଜ ମଧ୍ୟରୁ ହାରାହାରି ୬୦ ପ୍ରତିଶତ ରବି ଋତୁରେ ଚାଷ କରାଯାଉଥିବା ସମୟରେ ୨୦ ପ୍ରତିଶତ ଖରିଫ ବା ବର୍ଷା ଋତୁରେ ଓ ଅବଶିଷ୍ଟ ୨୦ ପ୍ରତିଶତ ବିଳମ୍ବିତ ବର୍ଷା ଋତୁରେ କରାଯାଇଥାଏ । ଯାହା ଦ୍ଵାରା ବଜାରରେ ପିଆଜର ଉପଲବ୍ଧି ସବୁ ସମୟରେ ସମ ପରିମାଣରେ ହୋଇନଥାଏ ।

ବର୍ଷାଦିନିଆ ପିଆଜ ଚାଷ ପାଇଁ କିସମ

ଭିମାସୁପର, ଭିମାରାଜ, ଭିମାରେଡ, ଭିମା ଶକ୍ତି, ଭିମାକିରଣ ଓ ଭୀମାଶ୍ଵେତା ପ୍ରଭୃତି କିସମ ଉପରେ ୮୯ ବିଶେଷ ଗରୁତ୍ଵ ଦେବା ଜରୁରୀ । ପ୍ରଚଳିତ ପୁରୁଣା କି ସମକୁ ବାରମ୍ବାର ବ୍ୟବହାର ନକରି ସରକାରଙ୍କ ଦ୍ଵାରା ଅନୁମୋଦିତ ଦୋକାନ କିମ୍ବା କୌଣସି ସରକାରୀ ସଂସ୍ଥାରୁ ହିଁକିଣନ୍ତୁ । ସଫଳ ପିଆଜ ବିହନ ବିଶୋଧନ ମଧ୍ୟ ସମପରିମାଣର ଭୂମିକା ଗ୍ରହଣ କରିଥାଏ । ଅତଏବ ଚାରା ପ୍ରସ୍ତୁତି ସମୟରେ ବିହନକୁ ବାଭିଷ୍ଟିନ୍ ଦ୍ଵାରା ଭଲ ଭାବେ ବିଶୋଧନ କରନ୍ତୁ । ପିଆଜ  ଚାଷର ସମନ୍ୱିତ ଖତସାର ପରିଚାଳନା ଏକାନ୍ତ ଆବଶ୍ୟକ ।

ଏଣୁ ଯବକ୍ଷାରଯାନ, ଫସଫରସ, ପଟାସ ଓ ଗନ୍ଧକ ହେକ୍ଟର ପ୍ରତି ଯଥାକ୍ରମେ ୧୫୦:୬୦:୮୦:୩୦ କିଲୋଗ୍ରାମ୍ ଅନୁପାତରେ  ଗୋବରଖତ,କୁକୁଡା ଖତ, କିମ୍ବା ଜିଆ ଖତ ବ୍ୟବହାର କଲେ ପିଆଜ ଉତ୍ପାଦନ ବୃଦ୍ଧି ପାଇବା ପାଇଁ ବୁନ୍ଦା ଜଳସେଚନ ପ୍ରୟୋଗ ଚାଷୀ ପାଇଁ ବିଶେଷ ଉପଯୋଗୀ ହୋଇପାରିବ । ଏହା ବ୍ୟତୀତ ସ୍ତିଙ୍କଲ'ର ଜନିତ ଜଳସେଚନ ଦ୍ଵାରା ପିଆଜରେ ଥିବା କୀଟ ପତଙ୍ଗମାନଙ୍କର ଦେହାବଶେଷ ସବୁ ନଷ୍ଟ ହୋଇ ରୋଗପେକ ବୃଦ୍ଧିର ମାତ୍ରାକୁ ମଧ୍ୟ କମ୍ କରିଥାଏ । ଅନାବଶ୍ୟକ ଘାସ ସବୁ ପିଆଜ ଉତ୍ପାଦନରେ ଅନେକ ମାତ୍ରାରେ ପ୍ରତିବନ୍ଧକ ସାଜିଥାନ୍ତି । ଅନାବଶ୍ୟକ ଘାସ ଦାଉରୁ ରକ୍ଷା ପାଇଁ ଜମିକୁ ଭଲ ଭାବେ ଖରାଟିଆ ଚାଷଜନିତ ବିଶୋଧନ କରିବା ଆବଶ୍ୟକ । ଘାସ ନିୟନ୍ତ୍ରଣ ପାଇଁ ଚାରା ରୋପଣ ପୂର୍ବରୁ ଅକ୍ସିକ୍ଲୋରଫେନ୍ ଲିଟର ପ୍ରତି ୨ ମିଲି କରି ସିଞ୍ଚନ କରନ୍ତୁ ।

ପିଆଜରେ ରୋଗପୋକ

ସାଧାରଣତଃ ପିଆଜ ଚାଷରେ ଉକୁଣିଆ ପୋକ ଓ ପତ୍ରପୋଡା ରୋଗ ବିଶେଷ ଭାବରେ କ୍ଷତି ପହଁଞ୍ଚାଇଥାନ୍ତି । ଉକୁଣିଆ ପୋକ ପିଆଜ ପତ୍ରରୁ ନିଳହରିତ୍ କଣିକା ସବୁ ଖାଇ, ପତ୍ରକୁ ଦୁର୍ବଳ କରିଦିଅନ୍ତି । ଯାହା ଫଳରେ ପତ୍ର ତାର ଖାଦ୍ୟ ପ୍ରସ୍ତୁତି କରିବାରେ ଅସମର୍ଥ ହୋଇ ରୋଗଦ୍ଵାରା ମାତ୍ରାଧୁକ ସଂକ୍ରମିତ ହୋଇଥାଏ । ଏଣୁ ପିଆଜ ଚାଷର ଏହି ରୋଗପୋକର ସମନ୍ୱିତ ନିୟନ୍ତ୍ରଣ ପାଇଁ ପ୍ରତିକାର ସ୍ଵରୂପ ବାହ୍ୟ ପ୍ରତିରୋଧକ ଫସଲର ବ୍ୟବହାର ଏକମାତ୍ର ଲାଭଦାୟକ ।

ଏଥିରେ ପ୍ରଥମତଃ ଆଭ୍ୟନ୍ତରୀଣ ପ୍ରତିରୋଧକ ଭାବେ ଜମିର ଭିତର ପାର୍ଶ୍ଵକୁ କମ୍ ବ୍ୟବଧାନରେ ଗହମ ଗଛ ଓ ବାହ୍ୟ ପ୍ରତିରୋଧକ ହିସାବରେ ଜମିର ବାହାର ପାର୍ଶ୍ଵକୁ ସ୍ଵଚ୍ଛ ଉଚ୍ଚତା ବିଶିଷ୍ଟ ମକା ଗଛ ପିଆଜ ଚାରା ରୋପଣର ୭୧୦ ଦିନ ପୂର୍ବରୁ ରୋପଣ କଲେ ଏହା ଉକୁଣିଆ ପୋକ ପ୍ରତିରୋଧକ ହିସାବରେ କାମ କରିଥାଏ । ପିଆଜର ରୋଗପୋକ ଦମନ ପାଇଁ ପ୍ରୋଫିନୋଫସ୍ ଲିଟର ୧ ମିଲି ଏବଂ କାର୍ବୋଣ୍ଡଜମ୍ ସହିତ ମନକୋଜେବ ଲିଟର ପ୍ରତି ୨ ଗ୍ରାମ୍ ହିସାବରେ ଅଦଳବଦଳ କରି ସପ୍ତାହ ବ୍ୟବଧାରେ ସିଞ୍ଚନ କରନ୍ତୁ । ଏହାଦ୍ଵାରା ଉକୁଣିଆ ପୋକ ସହିତ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଯଦି ଏହି ପୋକମାନଙ୍କ ସଂଖ୍ୟା ଗଛ ପ୍ରତି ୩୦ ରୁ ଅଧିକ ହୋଇଥାଏ ତେବେ ପ୍ରୋଫେନୋସିସ୍ ଲିଟର ପ୍ରତି ୧ ମିଲି ଓ କାର୍ବୋସଲଫାନ୍ ଲିଟର ପ୍ରତି ୨ ମିଲି ଲିଟର ହିସାବରେ ସିଞ୍ଚନ କଲେ। ଉକୁଣିଆ ପୋକ ନିୟନ୍ୱିତ ହୋଇଥାଏ ।

ସଂଗୃହିତ - ଡ. ବିଭୂତି ଭୂଷଣ ସାହୁ, ଆଞ୍ଚଳିକ ଗବେଷଣା ଓ ସମ୍ପ୍ରସାରଣ କେନ୍ଦ୍ର ଓୟୁଏଟି, କୋରାପୁଟ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top