ହୋମ / କୃଷି / କୃଷି ଉଦ୍ୟୋଗ / ବନ୍ଧାକୋବି ଚାଷ
ସେଆର କରନ୍ତୁ

ବନ୍ଧାକୋବି ଚାଷ

ଆମ ରାଜ୍ୟରେ ବନ୍ଧାକୋବି ମୁଖ୍ୟତଃ ଶୀତ ଋତୁରେ ଚାଷ କରାଯାଏ । ବନ୍ଧାକୋବି ଚାଷ ସମ୍ବନ୍ଧୀୟ ସୂଚନା ।

ଆମ ରାଜ୍ୟରେ ବନ୍ଧାକୋବି ମୁଖ୍ୟତଃ ଶୀତ ଋତୁରେ ଚାଷ କରାଯାଏ । କିନ୍ତୁ ବର୍ଷର ସବୁ ସମୟରେ ଏହାର ଚାଷ ଆମ ଦେଶରେ କରାଯାଉଛି। ଭାରତ ବନ୍ଧାକାବି ଉତ୍ପାଦନରେ ପୃଥିବୀରେ ତୃତୀୟ ସ୍ଥାନ ଅଧିକାର କରିଛି ।

ବର୍ତ୍ତମାନ ଶୀତଦିନିଆ ବନ୍ଧାକୋବି ଲଗାଇବାର ପ୍ରକୃଷ୍ଟ ସମୟ । ବନ୍ଧାକାବି କିପରି ଓ କେଉଁ ପ୍ରଣାଳୀରେ ଚାଷ କରିବେ ସେ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯାଇଛି ।

ମୃତ୍ତିକା

ନିଗିଡା, ଉର୍ବର, ଦୋରସା ଏବଂ ଅମ୍ଳତା ୫.୫-୬.୫ ଥୁବା ମାଟିରେ ଅଧିକ ଅମଳ ମିଳିଥାଏ ।

କିସମ

ସମଳ କିସମ ଉନ୍ନତ ବହନ କିସମ ମଧ୍ୟରେ - ଗୋଲଡେନ ଏକର, ପ୍ରାଇଡ ଅଫ ଇଣ୍ଡିଆ । ଶଙ୍କର କିସମ ମଧ୍ୟରେ ଗ୍ରୀନବେଲ, ପ୍ରିୟା, ଗୋଲୁଷ୍ଠାର, ପ୍ରଗତି।

ବିହନ

ଏକର ପ୍ରତି । ୨୦୦-୩୦୦ ଗ୍ରାମ ମଞ୍ଜି ଦରକାର । ମଞ୍ଜି ବୁଣିବା ପୂର୍ବରୁ ପ୍ରତି ୧ କିଗ୍ରୀ ମଞ୍ଜିକୁ କାର୍ଟେଣ୍ଡାଜିମ୍ (ବାଭିଷ୍ଟିନ, ୧ ଗ୍ରାମ) ଏବଂ ଅରାମ (୨ ଗ୍ରାମ) ଦ୍ଵାରା ବିଶୋଧନ କରନ୍ତୁ ।

ଚାରା ପ୍ରସ୍ତୁତି

୩ ମିଟିର ଲମ୍ବା, ୧ ମିଟର ଓସାର ଏବଂ ୧୫-୨୦ ସେ.ମି ଉଚ୍ଚତା ତଳି ଘରା କରି ୭ ଦିନ ପୂର୍ବରୁ ବୈଗମିଟର ପ୍ରତି ୫ କିଗ୍ରା କଞ୍ଜେଷ୍ଟ ଏବଂ ୫୦ ଗ୍ରାମ ୧୫:୧୫:୧୫ ମିଶ୍ରିତ ସାର ଏବଂ ୫୦ ଗ୍ରାମ୍ କେକ୍ୟୁରୋପାଇରିଫସ୍ ଗୁଣ୍ଡ ମିଶାଇ ଦିଆଯାଏ । ୫ ସେମି ବ୍ୟବଧାନରେ ଗାରଟାଣି ୦.୫ ସେମି ଗଭୀରରେ ମଞ୍ଜି ପକାଇ ଘୋଡାଇ ଝରାରେ ଜଳସେଚନ କରାଯାଏ।

ପରବର୍ତ୍ତୀ ଯତ୍ନ

ଚାରା ଲଗାଇବାର ୧୦ ଦିନ ମଧ୍ୟରେ ଖାଲିଥୁବା ସ୍ଥାନରେ ନୂତନ ଚାରା ଲଗାନ୍ତୁ । ସାର ପ୍ରୟୋଗ ସମୟରେ କୋଡା ଖୁସା କରି ଅନାବନା ଗଛ ସଫା କରନ୍ତୁ । ହୁଡା ଦେଇ ୭ – ୧୦ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ ।

ରସାୟନିକ ତୃଣନାଶକ ପେଣ୍ଡିମେଥାଲିନ୍ (ଷ୍ଟମୀ ୨ ଲିଟର ଏକର) ଲଗାଇବା ପୂର୍ବରୁ ମାଟିରେ ଦେଇ ୨୫ ଦିନରେ କୋଡା ଖୋସା କରି ଆଉ ଥରେ ସିଞ୍ଚନ କଲେ ଅନାବନା ଗଛ କମ ଖର୍ଚ୍ଚରେ ନିୟନ୍ତ୍ରଣ ହୋଇଥାଏ । ଅନ୍ତଃଫସଲ ହିସାବରେ ଆପଣ ଏଥିରେ ମୂଳା ଲଗାନ୍ତୁ ।

ଆଧାର -"ଦୈନିକ ପ୍ରମେୟ"

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top