ହୋମ / କୃଷି / କୃଷି ଉଦ୍ୟୋଗ / ବର୍ଷାଦିନିଆ ଝୁଡଙ୍ଗ
ସେଆର କରନ୍ତୁ

ବର୍ଷାଦିନିଆ ଝୁଡଙ୍ଗ

ଝୁଡଙ୍ଗ ବା ବରୁଗୁଡି ଆମ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଷ ହେଉଥିବା ଏକ ମୁଖ୍ୟ ଡାଲି ଫସଲ । ଏହା ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ।

ଝୁଡଙ୍ଗ ଚାଷ

ଝୁଡଙ୍ଗ ବା ବରୁଗୁଡି ଆମ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଷ ହେଉଥିବା ଏକ ମୁଖ୍ୟ ଡାଲି  ଫସଲ ।

ଏକ କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ  ଗଞ୍ଜାମ ଜିଲ୍ଲାର ପାହାଡିଆ ଅଞ୍ଚଳରେ ବିଶେଷ ଭାବରେ ଚାଷ ହୁଏ ।

ସାଧାରଣତଃ ପ୍ରତି ହେକ୍ଟର ପିଛା ୧୨ ରୁ ୧୪ କିଲୋଗ୍ରାମ୍ ଝୁଡଙ୍ଗ ମଞ୍ଜି ଆବଶ୍ୟକ ହୋଇଥାଏ । ଝୁଡଙ୍ଗ ସାଧାରଣତଃ ଜୁନ୍ ମାସରେ ଲଗାଯାଏ । ଇଟାଜାତୀୟ ଝୁଡଙ୍ଗ ଲଗାଉଥିଲେ ରଞ୍ଜା ଦେବାକୁ ହୁଏ ।

ବିହନ କିସମ

ପୁଷା ଦୋ ଫସଲି, ଏସ୍.ଇ.ବି -୨, ଏଫ୍.ଏସ୍ -୬୮, ସ୍ଵର୍ଣ୍ଣ, କେ.- ୫୮୫, ଏସ୍ ୪୫୭, ଏସ୍ଜିଏଲ୍ -୧ । ନିଗିଡା, ଦୋରସା ଜମି ଝୁଡଙ୍ଗ ଚାଷ ପାଇଁ ଉପଯୁକ୍ତ  ।

ଚାଷ ପ୍ରଣାଳୀ

ଏହା ଛୁଇଁଜାତୀୟ ଫସଲ ହୋଇଥିବାରୁ ଏଥିରେ ଅଧିକ ଯବକ୍ଷାରଜାନ ଜାତୀୟ ସାର ଆବଶ୍ୟକ ପଡେ ନାହିଁ । ହେକ୍ଟର ପିଛା ୧୦ ରୁ ୧୨ ଗାଡି ଖତ ଦେଇ ଜମିକୁ ଭଲ ଭାବରେ ଚାଷ  କରାଯାଏ  । ଏହାପରେ ୧୦ ରୁ ୨୦ କିଗ୍ରା ଯବକ୍ଷାରଯାନ, ୫୦ ରୁ ୭୦ କିଗ୍ରା ପଟାସ୍ ସାର ହେକ୍ଟର ପିଛା ବ୍ୟବହାର କରିବାକୁ ହୋଇଥାଏ ।  ବର୍ଷା ଦିନେ ଚାଷ କରାଯାଉଥିବାରୁ ଜମିରେ ପାଣି ନଜମିବା ପ୍ରତି ଦୃଷ୍ଟି ଦେବା ସହିତ ଘାସ  ବାଛିବା ନିହାତି ଦରକାର । ପ୍ରତି ହେକ୍ଟରୁ ପ୍ରାୟ  ୭୦ ୭୫ କ୍ଵିଣ୍ଟାଲ ଯାଏଁ ଝୁଡଙ୍ଗ ଅମଳ ହୋଇଥାଏ ।

ଆଧାର – ଦୈନିକ ପ୍ରମେୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top