ହୋମ / କୃଷି / କୃଷି ଉଦ୍ୟୋଗ / ବାୟୋବୀୟ ଧାନ
ସେଆର କରନ୍ତୁ

ବାୟୋବୀୟ ଧାନ

ଅଧୁନା ଜଳକ୍ଲିଷ୍ଟ ଅବସ୍ଥାରେ ବାୟୋବୀୟ ଧାନ (ଏରୋବିକ୍ ରାଇସ୍) ହେଉଛି ଏକ ଉନ୍ନତ ବିକଳ୍ପ ।

ଧାନ ଚାଷ

ସାଧାରଣତଃ  ଜଳସେଚିତ ଧାନଚାଷରେ ୧ କି.ଗ୍ରା, ଚାଉଳ ଉତ୍ପାଦନ କରିବା ପାଇଁ ପ୍ରାୟତଃ ୧୫୦୦ – ୩୦୦୦ ଲିଟର ଜଳ ଆବଶ୍ୟକ ହୁଏ । ପ୍ଲାବିତ ଜଳର ୪୫ ପ୍ରତିଶତରୁ ଉର୍ଦ୍ଧ ଜଳ ମାଟିତଳକୁ ଚାଲିଯାଏ । ଜଳପ୍ଳାବିତ ଅବସ୍ଥାରେ କୃଷିକ୍ଷେତ୍ରରୁ ସବୁଜ ଗୁହ ଗ୍ୟାସ୍ - ମୁଖ୍ୟତଃ ମିଥେନ୍ ଏବଂ ନାଇଟ୍ରସ୍ ଅକ୍ସାଇଡ୍ ନିର୍ଗମନ ହୋଇ ୪୮% ଏବଂ ୫୨% ଯୋଗଦାନ  କରିଥାଏ । ଅଧୁନା ଜଳକ୍ଲିଷ୍ଟ ଅବସ୍ଥା ଏବଂ ଆଗକୁ ଏହି ଅବସ୍ଥା ଅଧିକ ଜଟିଳ ହୋଇ ପରିସ୍ଥିତିକୁ ଅଧିକ ଖରାପ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖିଲେ ବାୟୋବୀୟ ଧାନ (ଏରୋବିକ୍ ରାଇସ୍) ହେଉଛି ଏକ ଉନ୍ନତ ବିକଳ୍ପ ।

ବାୟୋବୀୟ ଧାନ କାଦୁଅ ନ ହୋଇଥିବା ଏବଂ ଠିଆ ପାଣି ନ ଥିବା ଅବସ୍ଥାରେ ମୃତ୍ତିକାର ୭୦-୧୦୦% ଜଳ ଧାରଣ ଅବସ୍ଥାରେ ସମୁଦାୟ ଋତୁରେ ଚାଷ ହୋଇଯାଏ । ଏହି ସମୟରେ ଜଳ ବିନିଯୋଗ ଅବସ୍ଥାରେ ବୃଦ୍ଧି, ଅଧିକ ଅମଳ ତଥା ଅଳ୍ମ ଜଳ ଉପଲବ୍ଧ ହେଉଥିବା ସ୍ଥିତିରେ (ଖାଲୁଆ ଧାନଚାଷ ତୁଳନା) ଚାଷ କରାଯାଇଥାଏ । ଉଚ୍ଚ ଜମିର ମରୁଡ଼ି ସହନଶୀଳତା ଏବଂ ଖାଲଜମିର ଧାନ ଉତ୍ପାଦନ କ୍ଷମତା ମଧ୍ୟରେ ଏକ ସ୍ୱତନ୍ତ୍ର ଧାନଚାଷ ପ୍ରଣାଳୀ ।

ଧାନ କିସମ ଅନୁସାରେ ଜଳସେଚନ

ସାରଣୀରେ ଦିଆଯାଇଥିବା ଧାନ କିସମ କମ୍ ପରିମାଣର ପାଣି ମିଳୁଥିବା ଜମିରେ ଚାଷ ହୋଇଥାଏ । ଖାଲ ଜମି ତୁଳନାରେ ଏହି ପ୍ରକାର ଧାନଚାଷ ପ୍ରାୟ ୫୦% ଜଳ କମ୍ ଦରକାର ପଡ଼ିଥାଏ । ଜମି ଖୋଲା, ଢାଲୁ ଏବଂ ବର୍ଷା ବା ସମୟ ସମୟରେ ଜଳସେଚନ କରି ଜମିକୁ ଓଦା ଅବସ୍ଥାକୁ ଆଣି ପାରିଲେ ଏହି କିସମଗୁଡ଼ିକର ଚାଷ ସହଜରେ ହୋଇପାରିବ । ଖାଲଜମିରେ ଜଳକ୍ଲିଷ୍ଟ ଅଥବା ସ୍ୱଚ୍ଛ ଜଳ ରହୁଥିବା ଅବସ୍ଥାରେ ଏହାକୁ ଚାଷ କରାଯାଏ । ଚିରାଚରିତ ଉଚ୍ଚ ଜମିର ଚାଷ ତୁଳନାରେ ଏଥିରୁ ଅଧିକ ଅମଳ ମିଳିଥାଏ । ଏହାର ଚାଷରେ ଅଧିକ ଖୋରାକ ବା ଖତସାର ଦେଲେ ଅମଳ ଅଧିକ ମିଳିଥାଏ । ଗହମ ବା ମକା ଚାଷ ପରି ବାୟୋବୀୟ ଧାନଚାଷ ହୋଇଥାଏ । ବୁଣିବା ପୂର୍ବରୁ ଶୁଖିଲା। ଜମିକୁ ଭଲ ଭାବେ କର୍ଷଣ କରାଯାଏ । ଏକର ପ୍ରତି ୩୦-୩୨ କି.ଗ୍ରା. ବିହନକୁ ୨୫-୩୦ ସେ.ମି. ଧାଡ଼ିକୁ ଧାଡ଼ି ଓ ୧୨-୧୫ ସେ.ମି. ଗଛକୁ ଗଛ ଦୂରତା ରଖି ହାତରେ ଅଥବା ଯନ୍ତ୍ର ସାହାଯ୍ୟରେ ୨-୩ ସେ.ମି. ଗଭୀରରେ ବୁଣାଯାଏ । ଏଥିରେ ଏକର ପ୍ରତି ୩୨୪୮ କି.ଗ୍ରା। . ପରିମାଣର ଯବକ୍ଷାରଜାନ ଦରକାର ପଡ଼ିଥାଏ । ଶୀର୍ଷ ସାର ଭାବେ ଗଛ ଉଠିବାର ୨ୟ, ୫ମ ଏବଂ ୭ମ ସପ୍ତାହ ବେଳକୁ ଯବକ୍ଷାରଜାନ ସାରକୁ ଏକ ତୃତୀୟା°ଶ ଭାବେ ପ୍ରୟୋଗ କରାଯାଏ ।

ଆମ ରାଜ୍ୟ ପାଇଁ ଅନୁମୋଦିତ କିସମ

ସି.ଆର୍. ଧାନ ୨୦୦ (ପ୍ୟାରୀ)

୧୧୫-୧୨୦ ଦିନିଆ ମଧ୍ୟମ ଉଚ୍ଚ ଦାନା ଛୋଟ ଓ ମୋଟା ଏକର ପ୍ରତି ଅମଳ ୧୬ କୁଇଣ୍ଟାଲ

ସି.ଆର୍. ଧାନ ୨୦୧

୧୧୦ – ୧୧୫ ଦିନିଆ ଆଂଶିକ ବାମନ ଦାନା ଲମ୍ବା ଓ ସରୁ ଏକର ପ୍ରତି ଅମଳ ୧୫ କୁଇଣ୍ଟାଲ

ସି.ଆର୍. ଧାନ ୨୦୨

୧୧୦ ଦିନିଆ ମଧ୍ୟମ ବାମନ ଦାନା ମଧ୍ୟମ ସରୁ ୧୫   - ୧୬ କୁଇଣ୍ଟାଲ

ସି.ଆର୍ ଧାନ ୨୦୭

୧୧୦ ଦିନିଆ ମହିଷା ଓ ପତ୍ରଛଦା ରୋଗ ସରଣୀ ୧୬ – ୨୪ କୁଇଣ୍ଟାଲ

ମାତ୍ର ମୂଳ ସାର ଭାବେ ସମୁଦାୟ ଫସଫରସ୍ (ଏକର ପ୍ରତି ୧୬-୨୪ କି.ଗ୍ରା.), ସମୁଦାୟ ପଟାସ୍ (ଏକର ପ୍ରତି ୧୪- ୧୮ କି.ଗ୍ରା.), ଦସ୍ତା କିମ୍ବା ଲୌହ ଅଣୁସାର (୧୬ କି.ଗ୍ରା. ଏକର ପ୍ରତି)କୁ ଦିଆଯାଏ । ସର୍ବଦା ମାଟିର ବତର ଦେଖି ହାଲୁକା ଜଳସେଚନ (ସପ୍ତାହକୁ ୨ ଥର) ମାଟିର ପ୍ରକାର ଓ ପତ୍ର ମୋଡ଼ିହେବା ଅବସ୍ଥା ଦେଖି ପ୍ରୟୋଗ କରାଯାଏ । ଏହି ଚାଷରେ ଘାସ ଅଧିକ ହେବା ସ୍ଵାଭାବିକ । ଘାସଲତାକୁ ନିୟନ୍ତ୍ରଣରେ ରଖିବା ନିମନ୍ତେ ଘାସ ବାଛିବା, ଧାଡ଼ି ମଧ୍ୟରେ ଅନ୍ତଃ କର୍ଷଣ ଅଥବା ତୃଣନାଶକ (ବୁଣିବା ପୂର୍ବରୁ ଅଥବା ବୁଣାର ୨ ସପ୍ତାହ ବେଳକୁ) ପ୍ରୟୋଗ କରାଯାଏ । ଏହି ପଦ୍ଧତିରେ ଚାଷ ଦ୍ଵାରା  ଚେରର କାର୍ଯ୍ୟଶୀଳତା ଯଥେଷ୍ଟ ବୃଦ୍ଧିପାଏ । ଅଧିକ ପରିମାଣର ଓ ଗଭୀରିଆ ଚେର ଆସିବା ଦ୍ଵାରା  ଚେର ପାଖେ ଅଣୁଜୀବ ବଂଶବୃଦ୍ଧି ଘଟି ମୂର୍ତ୍ତିକାର ଭୌତିକ ଓ ସ୍ଵାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଘଟିଥାଏ ।

ଉପକାରିତା –

  1. ଜମିକୁ କାଦୁଅ କରିବା, ସମତୁଲ କରିବା, ତଳିଘରା ପ୍ରସ୍ତୁତି, ଚାରା ରୁଆର ଆବଶ୍ୟକତା ପଡ଼ ନ ଥାଏ । ଫଳରେ ଶ୍ରମ ଓ ଜଳ ଆବଶ୍ୟକତା ଖୁବ୍ କମ୍ ହୋଇଥାଏ ।
  2. ଜଳ ବିନିଯୋଗ ଦକ୍ଷତା ସର୍ବାଧିକ ହୋଇଥାଏ ।
  3. ଫସଲରେ ରୋଗପୋକ ସଂକ୍ରମଣ ହ୍ରାସ ପାଇଥାଏ ।
  4. ପରିବେଶର ମିତ୍ର ।
  5. ବିହନ ଅଳ୍ପ ଦରକାର ।
  6. ମିଶ୍ରିତ ଫସଲ ଯଥା- ଡାଲିଜାତୀୟ, ପନିପରିବା, ତୈଳବୀଜ କିମ୍ବା ଅନ୍ୟ ନିପାଣିଆ ଫସଲର ଚାଷ ହେବା ସହ ମୃତ୍ତିକା ଅମ୍ଳୀୟ ନ ହୋଇ ତାହା ସ୍ଵାସ୍ଥ୍ୟ ଭଲ ରହିଥାଏ ।
  7. ଜୈବ ପଦାର୍ଥର ବିଘଟନ ଓ ଖଣିଜ ସାରର ଉପଲବ୍ଧତା ଶୀଘ୍ର ହୋଇଥାଏ ।

ମୋଟାମୋଟି ଭାବେ କହିବାକୁ ଗଲେ ବାୟୋବନୀୟ ଧାନଚାଷରେ ସଂରକ୍ଷିତ କୃଷି ଯଥା - ଛାଦିକରଣ ଏବଂ ଅନ୍ୟୁନ କର୍ଷଣ ସମ୍ଭବ ହୋଇଥାଏ । ସୋପାନ ବା ଗଡ଼ାଣିଆ ଜମିରେ ଧାନଚାଷ । ଭଲରେ ହୋଇପାରେ । ମାଟି ଗୁଣ୍ଡ ହୋଇ ନ ଥିବା ଜମିରେ କିମ୍ବା ନିୟମିତ ଧାନଚାଷ ହେଉ ନ ଥିବା ଅଞ୍ଚଳରେ ଏହି ପ୍ରଣାଳୀର ଧାନଚାଷ କରାଯାଇଥାଏ ।

ସଂଗୃହିତ - ଡ. ପରେଶ କୁମାର ପଣ୍ଡା ସହକାରୀ କୃଷି ଅଧିକାରୀ, ଭୁବନେଶ୍ଵର

2.95454545455
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top