ହୋମ / କୃଷି / କୃଷି ଉଦ୍ୟୋଗ / ବିଭିନ୍ନ ପ୍ରକାର ଫସଲ, ପନିପରିବା ଓ ଯତ୍ନ
ସେଆର କରନ୍ତୁ

ବିଭିନ୍ନ ପ୍ରକାର ଫସଲ, ପନିପରିବା ଓ ଯତ୍ନ

ସଅଳ ସୋରିଷ, ଧାନ ଓ ପନିପରିବା ଚାଷ ସମ୍ବନ୍ଧୀୟ ସୂଚନା ।

ସଅଳ ସୋରିଷ

ସବୁଜ, ଶୁକ୍ଳକ ଓ କରତିଆ ମାଛି ଲାଗିବାର ଆଶଙ୍କା ରହିଛି । ସବୁଜ, ଶୁକ୍ଳକ ଓ କରତିଆ ମାଛିର ଦମନ ପାଇଁ ପ୍ରତି ଲିଟର ପାଣିରେ ୧ମି.ଲି., ଇଥୋଫେନ ପ୍ରକୁ କିମ୍ବା ୧ମି.ଲି. ଡେଲଟା ମେଥିନ୍ କିମ୍ବା ୨ ମି.ଲି., ଏଣେଷ୍ଟା ସଲଫାନ୍ ମିଶାଇ ସିଞ୍ଚନ କରନ୍ତୁ । ଜଳସେଚିତ ଅଞ୍ଚଳରେ ମାଟିର ବତର ଦେଖି ସୋରିଷ ବୁଣିବା କାମ ଶୀଘ୍ର ଶେଷ କରନ୍ତୁ । ମାଟିର ବ୍ରତର ନ ଥିଲେ ବୁଣିବା ପରେ ହାଲୁକା ଜଳସେଚନ କରନ୍ତୁ । ପାର୍ବତୀ, ଅନୁରାଧା, ପୁଷାବୋଲ୍ଡ, ପୁଷାବାହାର .ପିଟି ୩୦୩, ପିଟି ୫୦୭, ପୁଷା ଅଗ୍ରଣୀ ଆଦି ସୋରିଷ କିସମ ବ୍ୟବହାର କରନ୍ତୁ । ଏକର ପ୍ରତି ୩-୪ କି.ଗ୍ରା. ବିହନ ବୁଣନ୍ତୁ । ବୁଣିବା ପୂର୍ବରୁ ପ୍ରତି ୧କି.ଗ୍ରା. ବିହନରେ ୧.୫ ଗ୍ରାମ୍ ହିସାବରେ କାର୍ବେଣ୍ଡାଜିମ୍ କିମ୍ବା ୩ଗ୍ରାମ୍ ହିସାବରେ ଥରାମ୍ ଗୋଳାଇ ବିଶୋଧନ କରନ୍ତୁ । ବିହନ ବିଶୋଧନର ଏକ ସପ୍ତାହ ଆଗରୁ ଏକ ଏକର ପାଇଁ ଆବଶ୍ୟକ ବିହନ ସହିତ ୨୦୦ଗ୍ରାମ୍ ପିଏସସିବି କଲଚର୍ ମିଶାଇ ଉପଚାର କରନ୍ତୁ । ବୁଣାପୂର୍ବରୁ ଏକର ପ୍ରତି ୨ଟନ୍ ଶଢ଼ା ଗୋବରଖତ କିମ୍ବା କମ୍ପୋଷ୍ଟ ସହିତ ଏକର ପ୍ରତି ୧୨କି.ଗ୍ରା, ଯବକ୍ଷାରଜାନ ୧୨କି.ଗ୍ରା, ଫସଫରସ ଓ ୧୨ କି.ଗ୍ରା. ପଟାସ ଖାଦ୍ୟସାର ଶେଷ ଓଡଚାଷ ବେଳେ ମିଶାଇ ଦିଅନ୍ତୁ । ଫସଫରସ ଖାଦ୍ୟସାର ପାଇଁ ସିଙ୍ଗିଲ୍ ସୁପର ଫସଫୋଟ୍ ସାର ବ୍ୟବହାର କରନ୍ତୁ ଅବଶିଷ୍ଟ ୧୨କି.ଗ୍ରା. ଯବକ୍ଷାରଜାନ ଘାସବଛା ପରେ ପ୍ରୟୋଗ କରିବେ । ଧାଡିକୁ ଧାଡି ୩୦ସେ.ମି. ଓ ଗଛକୁ ଗଛ ୧୦ ବ୍ୟବଧାନରେ ରଖନ୍ତୁ ।

ଧାନ

ଶତକଡା ୮୫ ଭାଗ କେଣ୍ଡା ପାଚିଯାଇଥିଲେ ବିଳମ୍ବା ନ କରି ଧାନ କାଟି ଦିଅନ୍ତୁ । ଧାନ ଅମଳ ପରେ ଧାନକୁ ୨-୩ଥର ଟାଣ ଖରାରେ ଶୁଖାଇ ରଖନ୍ତୁ । ଧାନ ଶୁଖିଲାପରେ ଦାନ୍ତରେ କଡ୍ କିନା ଶୁଭି ଭାଙ୍ଗିଲେ ଜାଣିବେ ଯେ ଧାନ ସାଇତା ପାଇଁ ଉପଯୁକ୍ତ ହୋଇଯାଇଛି । ଧାନ ସାଇତିବା ପୂର୍ବରୁ ଅମାର ଘର ସଫାକରି କାନ୍ଥ, ଛାତ କିମ୍ବା ଚଟାଣରେ ଫାଟ ବା କଣା ଥିଲେ ମାଟି ବା ସିମେଣ୍ଟ ଦ୍ଵାରା ବନ୍ଦ କରି ଦିଅନ୍ତୁ । ଅମାର ଘରର କବାଟ ଓ ଝରକାରେ ଫାଙ୍କ ରହିବା ଆବଶ୍ୟକ ନୁହେଁ । ଅମାରକୁ ସଫା କରିବା ପରେ ୧୦୦ବର୍ଗଫୁଟ ଜାଗା ପାଇଁ ୨୫୦ ଗ୍ରାମ୍ ହିସାବରେ ଶତକଡା ୫ ଭାଗ ମାଲାଥଅନ୍ ଗୁଣ୍ଠ ଅମାରର ଚଟାଣ, କାନ୍ଥ ଓ ଛାତରେ ବିଞ୍ଚିଦେଲେ ପୋକ ଲାଗନ୍ତି ନାହିଁ । ଶସ୍ୟ ରଖାଯିବା ପୂର୍ବରୁ ଖାଲି ବସ୍ତାଗୁଡିକୁ ଧୋଇ ଟାଣ ଖରାରେ ଶୁଖାଇ ରଖନ୍ତୁ ।

ଶସ୍ୟକୁ ମୂଷା ଦାଉରୁ ରକ୍ଷା କରିବା ପାଇଁ ଢିଙ୍କ ଫସଫାଇଡ୍ ବିଶୋଧକ ବ୍ୟବହାର କରନ୍ତୁ । ୧୦୦ଗ୍ରାମ୍ ବିଷଥୋପ ତିଆରି କରିବା ଲାଗି ୯୬ ଗ୍ରାମ୍ ଶସ୍ୟ ଗୁଣ୍ଡ ଓ ୨ ଗ୍ରାମ୍ ଖାଇବା ତେଲ ସହ ୨ଗ୍ରାମ୍ ଜିଙ୍କ ଫସଫାଇଡ୍ ବିଷ ମିଶାନ୍ତୁ ।

ବିଷ ଥୋପ ପ୍ରୟୋଗ କରିବା ପୂର୍ବରୁ ମୂଷାକୁ ଥୋପ ସହିତ ଅଭ୍ୟସ୍ତ କରିବା ପାଇଁ ଦୁଇଦିନ ଧରି ଢିଙ୍କ ଫସଫାଇଡ ବିଷ ନ ମିଶାଇ କେବଳ ୯୮ ଗ୍ରାମ୍ ଶସ୍ୟଗୁଣ୍ଡ ଓ ଦୁଇଗ୍ରାମ୍ ଖାଇବା ତେଲରୁ ପ୍ରସ୍ତତ ୧୦୦ଗ୍ରାମ୍ ର ଥୋପ ପ୍ରୟୋଗ କରନ୍ତୁ । ଏହାପରେ ଲଗାତାର ଦୁଇଦିନ ଜିଙ୍କ ଫସଫାଇଡ ମିଶା ଥିବା ବିଷକ୍ଷେଧାପ ପ୍ରୟୋଗ କରନ୍ତୁ । ବିଷଥୋପ ନିକଟରେ ଏକ ମାଟି ସରରେ କିଛି ପାଣି ରଖନ୍ତୁ । ମୂଷା  ଥରେ ଏହି ବିଷଥୋପ ଖାଇଲେ ମରିଯିବ । ଜୀବନ୍ତ ମୂଷା ଗାତ ପିଛା ଗୋଟିଏ ସେଲଫସ୍ ଟାବଲେଟ୍ ରଖ୍ ଗାତମୁହଁ କାଦୁଆ ଦେଇ ବନ୍ଦ କରି ଦିଅନ୍ତୁ । ଏହାଛଡା କ୍ରୋମାଡିଓଲୋନ୍ ଖଣ୍ଡ ମୂଷା ଗାତରେ ଏବଂ ଘର ଅମାରରେ ପ୍ରୟୋଗ କରନ୍ତୁ ।

ପନିପରିବା

ବର୍ତ୍ତମାନ ଫୁଲକୋବିରେ କାଳିମୁଣ୍ଡି ପୋକ ଲାଗିବାର ଆଶଙ୍କା ରହିଛି । ଏହାର ଦମନ ପାଇଁ ଏକର ପ୍ରତି ୧କି.ଗ୍ରା ବିଟି ପ୍ରଡକ୍ସ କିମ୍ବା ୨୫୦ଏଲ.ଇ.ଏସ.ଏଲ.ଏନ୍.ପି.ଭି ଏକ ସପ୍ତାହ ଅନ୍ତରରେ ଅଦଳବଦଳ କରି ସିଞ୍ଚନ  କରନ୍ତୁ କିମ୍ବା ୪ଟି ଟ୍ରାଇଗୋଗ୍ରାମା କାର୍ଡ ବ୍ୟବହାର କରନ୍ତୁ । ନୂଆ କରି ଲଗାଯାଉଥିବା ଫସଲରେ ପ୍ରତି । ୨୫ ଧାଡି ବନ୍ଧାକୋବି ପରେ ୨ ଧାଡି ସୋରିଷ ବୁଣନ୍ତୁ । ବର୍ତ୍ତମାନ ପନିପରିବା ଫସଲରେ ବିଶେଷତଃ ବାଇଗଣ ଓ ଟମାଟୋରେ ବୀଜାଣୁ ଜନିତ ଝାଉଁଳା ରୋଗ ଦେଖାଯିବାର ଆଶଙ୍କା ଅଛି । ଏହାର ଦମନ ଲାଗି ପ୍ରତି ୧୦ ଲିଟର ପାଣିରେ ଏକ ଗ୍ରାମ୍  ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ମୂଳ ମାଟି ଭିଜିଲା ଭଳି ସିଞ୍ଚନ କରନ୍ତୁ । ସେହିପରି ବାଇଗଣ, ଏବଂ ଟମାଟୋରେ କବକ ଜନିତ ପତ୍ରଦାଗ ରୋଗ ଦେଖାଯାଉଥିଲେ । ଏହାର ଦମନ ପାଇଁ ପ୍ରତି ୧ଲିଟର ପାଣିରେ ଏକ ଗ୍ରାମ୍ କାର୍ବେଣ୍ଡାଜିମ୍ +ମାଙ୍କୋଜେବ ମିଶ୍ରଣ ମିଶାଇ ସିଞ୍ଚନ କରନ୍ତୁ । ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ଲାଗି ସମନ୍ଵିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି ୨୦,୦୦୦ ଟ୍ରାଇକୋଗ୍ରାମା ପରାଶ୍ରୟୀ କୀଟ ଛାଡନ୍ତୁ କିମ୍ବା ୩୦୦ ପି.ପି.ଏମ୍, ନିମ୍ବଜାତ, କୀଟନାଶକ ବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ପ୍ରୟୋଗ କରନ୍ତୁ । ଅଥିବା ଏକ ଲିଟର ପାଣିରେ ୫ଗ୍ରାମ୍ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ । ଏହାଛଡା ଏହି ପୋକର ଦମନ ଲାଗି ଫେରୋମନ୍ ଯନ୍ତା ଏକର ପ୍ରତି ୨୫ଟି ବସାନ୍ତୁ ।

ଆଧାର -"ଦୈନିକ ଧରିତ୍ରୀ"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top