ହୋମ / କୃଷି / କୃଷି ଉଦ୍ୟୋଗ / ବୃନ୍ଦାଜଳସେଚନ ବଢ଼ାଇବଆଳୁ ଅମଳ
ସେଆର କରନ୍ତୁ

ବୃନ୍ଦାଜଳସେଚନ ବଢ଼ାଇବଆଳୁ ଅମଳ

ନିତିଦିନିଆ ପରିବା ମଧ୍ୟରେ ଆଳୁର ଚାହିଦା ସବୁଠୁ ଅଧିକ । ବୃନ୍ଦାଜଳସେଚନ ଦ୍ଵାରା ଆଳୁ ଅମଳ ।

ନିତିଦିନିଆ ପରିବା ମଧ୍ୟରେ ଆଳୁର ଚାହିଦା ସବୁଠୁ ଅଧିକ । ଏହାକୁ ମଧ୍ୟ ଏକ ଅର୍ଥକାରୀ ଫସଲ ଭାବେ  ବିବେଚନା କରାଯାଉଛି। ଆମ ରାଜ୍ୟରେ ମୁଖ୍ୟତଃ ଶୀତଦିନେ ଆଳୁ ଚାଷ କରାଯାଏ । କିନ୍ତୁ ବର୍ଷା ଦିନେ କୋରାପୁଟ ଜିଲ୍ଲାର କିଛି ଜମିରେ ଆଳୁ ଚାଷ ହୋଇଥାଏ ।

ପାରମ୍ପରିକ ପଦ୍ଧତିରେ ଜଳସେଚନ ଛାଡି ବୁନ୍ଦା ଜଳସେଚନ ପ୍ରଣାଳୀରେ ଆଳୁ ଚାଷ କରିବା ଦରକାର । ଯଦ୍ଵାରା ଫସଲରେ ଘାସ କମ୍ ହେବା ସହ ଜୋରା ରୋଗପୋକ ମଧ୍ୟ କମିଥାଏ । ଫଳରେ ଆଳୁରୁ ଅଧିକ ଅମଳ ମିଳିବା ସହ ଚାଷୀ ଲାଭବାନ୍ ହୋଇପାରିବ।

ଜମି ପ୍ରସ୍ତୁତି

ମାଟିକୁ ଭଲ ଭାବରେ ଗୁଣ୍ଡ କରି ଏକର ପ୍ରତି ୧୦ ଗାଡ଼ି ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଆଳୁ  ଲଗାଇବା ସମୟରେ ପ୍ରୟ ୫-୭ ଗାଡ଼ି ଖତ ସିଆରରେ ପ୍ରୟୋଗ କରନ୍ତୁ । ମାଟିରେ ଉଇକିମ୍ବା କଟପୋକ ହେଉଥିଲେ ଏକର ପ୍ରତି ୧୫ କି.ଗ୍ରାକ୍ଲୋରୋପାଇରିଫସ୍ କିମ୍ବା ମିଥାଇଲ୍ ପାରାଥିଅନ୍ ଶେଷ ଓଡ଼ ଚାଷ ବେଳେ ମାଟିରେ ପ୍ରୟୋଗ କରନ୍ତୁ । ଜମିକୁ ପଟାଳି କରି ପଟାଳି ମଝିରେ ୧ ଫୁଟ ଓସାରର ପାଣି ନଳ ରଖିବା ଭଲ ।

ବିହନ

ଶୀତଳ ଭଣ୍ଡାରରୁ ସରକାରଙ୍କ ଦ୍ଵାରା ଦିଆଯାଇଥିବା ବିହନ ଲଗାଇବା ଭଲ । ଦୋକାନରୁ କିମ୍ବା ହାଟରୁ ଆଳୁଆଣି ଲଗାଇଲେ ଗଛ ରୋଗିଣା ହୁଏ ଏବଂ ଅମଳ ମଧ୍ୟ କମ୍ ହୋଇଥାଏ ।

କିସମ ଓ ଲଗାଇବା ସମୟ

ଆଳୁର ସରଳ ଉନ୍ନତ କିସମଗୁଡ଼ିକ କୁପ୍ରି ଅଶୋକା, କୁଫି ଚନ୍ଦ୍ରମୁଖୀ, କୁଙ୍ଘି ଜୱାହାର ।

ମଧମ କିସମ: କୁଫି ପୁଖରାଜ, କୁପ୍ରି ସୂର୍ଯ୍ୟ କୁଙ୍ଘି ଜ୍ୟୋତି, କୁଙ୍ଘି ଲାଲିମା, କୁଙ୍ଘିଅରୁଣ, କୁଙ୍ଘିବର୍ଦ୍ଦଶାହ ଏବଂ ବିଳମ୍ବା କିସମ କୁପ୍ରିସିନ୍ଦୁରି । ସରଳ କିସମ ଆଳୁ ନଭେମ୍ବର ପ୍ରଥମ ସପ୍ତାହରେ ଲଗାଯାଉଥିବା ବେଳେ ମଧ୍ୟମ ଛୋଟ ହେଲେ ଗଜା ମାଟିରେ ସଢ଼ିଯାଏ ଓ ବିଳମ୍ବା କିସମ ଅକ୍ଟୋବର ଶେଷ ସପ୍ତାହରୁ ଯଦି ଆଳୁ ମଞ୍ଜିରୁ ଚାଷ କରୁଥାନ୍ତି, ଆଳୁ ମଞ୍ଜିକୁ ତଳି ନଭେମ୍ବର ପ୍ରଥମ ସପ୍ତାହ ମଧରେ ଲଗାଯାଏ ।

ଲଗାଇବା ପ୍ରଣାଳୀ

ଆଳୁକୁ ଗଜା କରିବା ପାଇଁ ଘରର ଅନ୍ଧାରୁଆ ସ୍ଥାନ  ଚଟାଣରେ ଓଦା ବାଲି ଉପରେ ଆଳୁକୁ ଖେଳାଇ ପରେ ନଡ଼ା, ପାଳ ବା ପତଳା ଅଖା ଘୋଡାନ୍ତୁ । ଛୋଟ ଛୋଟ  ଗଜା  ବାହାରିଲା ପରେ ଆଳୁକୁ କାଟନ୍ତୁ  । ଆଳୁ କାଟିବା ସମୟରେ ଏହାକୁ  ତାର୍ଯ୍ୟକ୍ ଭାବରେ କାଟିବା ସହ ଧ୍ୟାନ ଦିଅନ୍ତୁ ଯେପରି ଏହାର ପ୍ରତ୍ୟେକ ଖଣ୍ଡରେ ଦୁଇଟି ଗଜା ରହୁଥିବ । ଏବଂ ଗଜା  ମୂଳ ପାଖରୁ ବା ଆଖି ପାଖରୁ କଟି ନଥିବ । ବିହନକୁ  ଅତି ଛୋଟ କରି କାଟନ୍ତୁ ନାହିଁ କାରଣ ଖଣ୍ଡ ଛୋଟ ହେଲେ ଗଜା ମାଟିରେ ସଢିଯାଏ ।

ଯଦି ଆଳୁ ମଞ୍ଜିରୁ ଚାଷ କରୁଥାନ୍ତି, ଆଳୁ ମଞ୍ଜିକୁ ତଳି ଘେରାରେ ଚାରା ଉତାରି ଚାରା ଏକ ମାସ ହେଲା  ପରେ ଏହାକୁ ମୁଖ୍ୟ ଜମିରେ ଲଗାଇ ପାରିବେ । ଜମି ପ୍ରସ୍ତୁତି ହେଲା ପରେ ଆଳୁକୁ କାଟି ବିଶୋଧନ କରାଯାଏ । ପ୍ରତି ଲିଟର ପାଣିରେ ୩-୪ଗ୍ରାମ୍ ଡିଥେନ୍ଏମ୍ ୪୫ ଗୁଣ୍ଡ ମିଶାଇ  କଟା ଆଳୁକୁ ୨୦ ମିନିଟ୍ ବୁଡାଇ ରଖନ୍ତୁ । ତାପରେ ଆଳୁକୁ ଛାଣି ଛାଇରେ ଶୁଖାନ୍ତୁ । ଏକ ଏକର ଆଳୁ ଚାଷ ପାଇଁ ଯବକ୍ଷାରଜାନ ୫୦ କି.ଗ୍ରା, ଫସଫରସ୍‌ ୩୦ କି.ଗ୍ରା, ଓ ପଟାସ ସାରରେ ୫୦ କିଗ୍ରା ପ୍ରୟୋଗ କରନ୍ତୁ। ଏଥିରୁ ଅଧା ଯବକ୍ଷାରଜାନ ଓ ପଟାସ ଏବଂ ସବୁତକ ଫସଫରସ୍‌କୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ । ଅବଶିଷ୍ଟ ସାରକୁହୁଡ଼ା ଟେକିଲା ବେଳେ ପ୍ରୟୋଗ କରନ୍ତୁ । ପଟଳିରେ ୯ ଇଞ୍ଚ ବ୍ୟବଧାନରେ ୪ ଇଞ୍ଚ ଗଭୀର ଶିଆରରେ ଆଳୁ ଲଗାଇବା ଭଲ। ସାର ଉପରେ ଗୁଣ୍ଡ ଖତ ଦେଇ ତା ଉପରେ ଆଳୁ ଲଗାଇବା ଉଚିତ୍ । ସାର ସଂସ୍ପର୍ଶରେ ଖଣ୍ଡ ଆଳୁ ଆସିଲେ ଆଳୁ ସଢ଼ିଯାଏ । ଆଳୁ ବାହାରିବାର ୧୫ ଦିନ ପରେ ମାଟିକୁ କୋଡ଼ା ଖୋସା କଲେ ମାଟି ହାଲୁକା ରହେ ।

ଆଳୁ ଲଗଇଲା ପରେ ୨-୩ ଦିନରେ ଥରେ ମାଟିରେ ପ୍ରୟୋ୩ଥର ଛିଞ୍ଚଜଳସେଚନ ଦେଲେ ଗଛ ଉଠିଯାଏ । ଏହାପରେ ମାଟିର ବତର ଦେଖି ୮-୧୦ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ।

ଅମଳ: ୧ଏକର ଜମିରୁ ୮୦ କ୍ଲିଣ୍ଟାଲ ଆଳୁଅମଳ ହେଉଥିବା ବେଳେ ୨୦ରୁ୨୫ ହଜାର ଲାଭ  ହେଇଥାଏ ।

ଆଧାର -"ଦୈନିକ ପ୍ରମେୟ"

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top