ଆକାରରେ କୋବି ଭଳି ଦିଶୁଥିବା ଏକ ପରିବା ହେଉଛି ବ୍ରୋକୋଲି । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା କ୍ୟାନସରକୁ ପ୍ରତିହିତ କରିବାର କ୍ଷମତା ରହିଛି ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ବ୍ରୋକୋଲି ଏକ ଶୀତଦିନିଆ ପରିବା । ଏହା ୧୮ ଡିଗ୍ରୀ ରୁ ୨୩୪ ତାପମାତ୍ରାରେ ରେ ଭଲ ଭାବରେ ବଢ଼ିଥାଏ । ବ୍ରୋକୋଲି ପାଇଁ ସୂର୍ଯ୍ୟକିରଣ ଦରକାର କିନ୍ତୁ ଛାଇ ହେଲେ, ଏହାର ଫୁଲ ଫୁଟିଯାଏ । ଅତ୍ୟଧିକ ଥଣ୍ଡା ପାଗରେ ଏହା ଗଜା ହୋଇଥାଏ । ଟ୍ରେକୋଲି ପାଇଁ ହାଲୁକା ଦୋରସା ବା ବାଲିଆ ଦୋରସା ମୃତ୍ତିକା ଭଲ । ମଟାଳ ମାଟିରେ ଏହା ଭଲ ହୁଏ ନାହିଁ । ଓଡ଼ିଶାର ବରଗଡ଼, ବଲାଙ୍ଗୀର, କେଉଁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ଏହାକୁ ବ୍ୟାବସାୟିକ ଭିଭିରେ ଚାଷ କରାଯାଉଛି ।
କିସମ
ପୁଷା କେଟିଏ ସ୍୧ । ଏକ ହେକ୍ଟର ପାଇଁ ୩୦୦ - ୪୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ମଞ୍ଜିକୁ ଥିରାମ୍ ବା କାପଟେନ୍ ଦେଇ (ପ୍ରତି କିଲୋଗ୍ରାମ ପାଇଁ ୨ ଗ୍ରାମ) ଦେଇ ବିଶୋଧନ କରି ମଞ୍ଜିକୁ ତଳି ଘରାରେ ପକାନ୍ତୁ । ତଳି ୨୫ ଦିନ ହେଲା ପରେ ମୁଖ୍ୟ ଜମିରେ ଲଗାନ୍ତୁ । ଗଛକୁ ଗଛ ୪୫ ସେ.ମି ଏବଂ ଧାଡ଼ିକୁ ଧାଡ଼ି ୫୦ ସେ.ମି। ଲଗାନ୍ତୁ । ଗଛ ଲଗେଇ ସାରିଲା। ପରେ ଜଳସେଚନ କରନ୍ତୁ।
ଖତ ସାର
ବ୍ରୋକୋଲି ପାଇଁ ହେକ୍ଟର ପ୍ରତି ୮୪ କିଗ୍ରା ଯବକ୍ଷାରଜାନ ୫୦ କିଗ୍ରା ଫସଫରସ୍ ଏବଂ ୫୦ କିଗ୍ରା ପୋଟାସ ସାର ପ୍ରୟୋଗ କରନ୍ତୁ । ଗଛ ଲଗାଇବା ସମୟରେ ସମସ୍ତ ଫସଫରସ୍ ଏବଂ ଅଧା ପୋଟାସ ସାର ପ୍ରୟୋଗ କରନ୍ତୁ । ଗଛ ଲଗାଇବାର ୧୫ ଦିନ ପରେ ପାଖାପାଖି ୨୫-୩୦ କେଜି ଯବକ୍ଷାରଯାନ ସାର ପ୍ରୟୋଗ କରନ୍ତୁ । ଗଛ ୩୦ ଦିନ ପୋଟାସ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ । ଗଛ ଲଗେଇବାର ୪୫ ଦିନ ପରେ ବାକି ଯବକ୍ଷାରଜାନ ଦେଇ ଦିଅନ୍ତୁ ।
ଜଳସେଚନ
ଏହା ଏକ ଶୀତଦିନିଆ ପରିବା ହୋଇଥିବାରୁ ଜଳସେଚନ ଦରକାର ହୋଇଥାଏ । ପ୍ରାୟ ସାତଦିନ ଅନ୍ତରରେ ମାଟିର ବତର ଦେଖି ଜଳସେଚନ କରନ୍ତୁ । ସାଧାରଣତଃ ଜଉପୋକକୁ ଛାଡି ଦେଲେ ଅନ୍ୟ ରୋଗପୋକ ପ୍ରାୟତଃ କମ୍ । ଜଉପୋକ କଅଁଳ ପତ୍ରର ରସ ଖାଇବା ଫଳରେ ପତ୍ର ମୋଡ଼ା ହୋଇଯାଏ । ତେଣୁ ଜଉପୋକ ଦେଖା ଦେଲେ ପ୍ରତିଲିଟର ପାଣିରେ ଅଧ ମିଲି ଇମିଡାକ୍ଳୋପିଡ୍ ଦେଇ ପତ୍ର ସିଞ୍ଚନ କଲେ ପୋକ ଜମିଯାଏ । ଠିକ ଭାବରେ ପରିଚାଳନା କଲେ। ପ୍ରତି ଏକରରୁ ପ୍ରାୟ ୪୦-୫୦ କ୍ଲିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହା ବେଶୀ ଓଜନିଆ ନୁହେଁ । ତେଣୁ ପ୍ରାୟ ଗୋଟା ବିକ୍ରି ହୁଏ । ପ୍ରତି ବ୍ରୋକୋଲି ପ୍ରାୟ ୨୦ – ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ । ପ୍ରତି ଏକରରୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ।
ଶୀତଦିନିଆ ପନିପରିବା ମଧ୍ୟରେ ବନ୍ଧାକୋବି ଅନ୍ୟତମ । ବନ୍ଧାକୋବି ପାଇଁ ଦୋରସା ମାଟି ଆବଶ୍ୟକ । ପାଣି ଜମୁନଥିଲେ ପ୍ରାୟ ସବୁ ମାଟିରେ ଏହା ଭଲ ଭାବରେ ଚାଷ ହୋଇପାରିବ।
କିସମ
ଗୋଲଡେନ୍ ଏକର, ପ୍ରାଇଡ ଅଫ୍ ଇଣ୍ଡିଆ, ପୂଷା ମୁକ୍ତା, ଆଗେତି, ପୂଷା ଡ୍ରମହେଡ୍ ଅନ୍ୟତମ ।
ଖତ ସାର
ପ୍ରତି ହେକ୍ଟର ପାଇଁ ୨୦ - ୨୫ ଟନ୍ ସଢା ଗୋବର ଖତ ସହିତ ୧୫୦ କିଗ୍ରା ଯବକ୍ଷାରଯାନ, ୬୦ କିଗ୍ରା ଫସଫରସ୍ ଏବଂ ୬୦ କିଗ୍ରା ପୋଟାସ୍ ସାର ଦେବା ଆବଶ୍ୟକ । ଶେଷ ଓଡ ଚାଷ ସମୟରେ ସମସ୍ତ ଗୋବର ଖତ ସହ ସମ୍ପୂର୍ଣ୍ଣ ଫସଫରସ୍ ଅଧା ପୋଟାସ ଏବଂ ଏକ ଚାଷ କଲେ ହେକ୍ଟରକୁ ପ୍ରାୟ ୨୫୦ କ୍ଲିଣ୍ଟାଲ ତୃତୀୟ ଅଂଶ ସାରକୁ ପ୍ରୟୋଗ କରିବା ଆବଶ୍ୟକ । ଗଛ ଲଗାଇବାର ୩୦ ଦିନରେ ଏକ ତୃତୀୟାଂଶ ଯବକ୍ଷାରଯାନ, ୪୫ ଦିନରେ ବାକି ଥୁବା ଏକ ତୃତୀୟ ଅଂଶ ଯବକ୍ଷାରଯାନ ଏବଂ ଅଧା ପୋଟାସ୍ ପ୍ରୟୋଗ କରିବା ଉଚିତ ।
ବିହନ ପରିମାଣ
ସଅଳ କିସମ ପାଇଁ ହେକ୍ଟର ପ୍ରତି ୫୦୦ ଗ୍ରାମ୍ ମଞ୍ଜି ଦରକାର କିନ୍ତୁ ବିଳମ୍ବ କିସମ ପାଇଁ ୩୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ । ମଞ୍ଜି ଲଗାଇବା ପୂର୍ବରୁ ଏକ କିଲୋଗ୍ରାମ୍ ମଞ୍ଜିକୁ ୩ ଗ୍ରାମ୍ କାପଟାନ୍ କିମ୍ବା ୨ ଗ୍ରାମ୍ ଥିରାମ ଦେଇ ବିଶୋଧନ କରିବା ଉଚିତ୍ ।
ଚାରା ରୋଇବା
ତଳି ୨୧ରୁ ୩୦ ଦିନ ଭିତରେ ହେଲେ ଏବଂ ୩ -୪ ପତ୍ର ବିଶିଷ୍ଟ ହେଲା ପରେ ମୁଖ୍ୟ ଜମିରେ ରୋଇବା କଥା । ସଅଳ କିସମ ପାଇଁ ସେପ୍ଟେମ୍ବର ଏବଂ ବିଳମ୍ବ କିସମ ପାଇଁ ଅକ୍ଟୋବର ପରେ ଚାରା ରୋପଣ କରିବା ଉଚିତ୍ ।
ଅମଳ
ବୈଜ୍ଞାନିକ ପ୍ରଣାଳୀରେ ବନ୍ଧାକୋବି ଚାଷ କଲେ ହେକ୍ଟରକୁ ପ୍ରାୟ ୨୫୦ କ୍ଵିଣ୍ଟାଲ ଅମଳ ମିଳିଥାଏ । ଏକ ହେକ୍ଟ ରୁ ପ୍ରାୟ ୪୦ ହଜାର ଟଙ୍କା ଲାଭ ମିଳିଥାଏ ।
ସଂଗୃହିତ –
Last Modified : 1/13/2020