অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁର ମକା ଚାଷ

ମକାର ଚାହିଦା ଓ ବିଭିନ୍ନ କିସମ

ମକାର ବହୁବିଧି ବ୍ୟବହାର ଏହାକୁ ଲୋକପ୍ରିୟ କରାଇବାରେ ସାହାଯ୍ୟ କରୁଛି । ଗୋଖାଦ୍ୟ, କୁକୁଡା  ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ ।

ଆମ  ରାଜ୍ୟରେ ମକାର ଲୋକପ୍ରିୟତା  କ୍ରମଶଃ  ବୃଦ୍ଧି ପାଇବାରେ ଲାଗଛ । ମକାର ବହୁବିଧି ବ୍ୟବହାର ଏହାକୁ ଲୋକପ୍ରିୟ କରାଇବାରେ ସାହାଯ୍ୟ କରୁଛି । ଗୋଖାଦ୍ୟ, କୁକୁଡା ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ । ମକାରୁ ଖଇ, କର୍ଣ୍ଣଫେସ ତଥା ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଏ । ଅନେକ ଲୋକ କଞ୍ଚା ମକା ପୋଡି ଖାଇବାକୁ ଭଲ ପାଆନ୍ତି ।

କଞ୍ଚା ମକାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସହରାଞ୍ଚଳରେ ଏହା ବହୁଳ ଭାବେ ବିକ୍ରି ହେଉଛି । କିନ୍ତୁ ଅଭିଯୋଗ ହୁଏ ଯେ, ଏହା ଖାଇବାକୁ ସୁସ୍ୱାଦୁ ନୁହେଁ । ଚୋବାଇବାକୁ ଟାଣ ଲାଗେ । ଆଜିକାଲି କଞ୍ଚା, ପୋଡି ଖାଇବା ପାଇଁ ସ୍ୱତନ୍ମ ଭାବେ ମକା, କିସମ ବାହାରିଲାଣି । ଏହାର ନାମ ମାଧୁରୀ, ପ୍ରିୟା, ସୁଗର ୭୫ ।  ଏହି କିସମର ମକା ଖୁବ୍ ମିଠା ଓ ନରମ । ଏହା ଖାଇବାକୁ ବେଶ୍ ସୁସ୍ୱାଦୁ । ଏହାକୁ ମିଠା ମକା ବା ସୁଇଚ୍ କର୍ଣ୍ଣ କୁହାଯାଏ ।

ଚାଷ ପ୍ରଣାଳୀ

ଜଳବାୟୁ ଓ ମୃତ୍ତିକା

ମଧୁର ମକା ଚାଷ ପାଇଁ ଉଷ୍ମ ଜଳବାୟୁ ଆବଶ୍ୟକ ହୋଇଥାଏ । ସମୁଦ୍ର ପତ୍ତନରୁ ୩୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଚାଷ ହୋଇଥାଏ । ଶୀତଦିନିଆ ଫସଲ ଅକ୍ଟୋବର ମାସ ମଧ୍ୟ  ଭାଗରୁ ନଭେମ୍ବର ମାସ ମଧ୍ୟ ଭାଗରେ ବୁଣିଲେ ଅମଳ ଭଲ ହୋଇଥାଏ ।

ପ୍ରକାର ଭେଦ ଓ ବିହନ

ମକାକୁ ମଞ୍ଜିରୁ ଗଠନ, ଆକୃତି ଓ ଏହାର ବ୍ୟବହାର ଅନୁସାରେ ୮ ପ୍ରକାରରେ ବିଭକ୍ତ କରାଯାଇଛି । ତନ୍ମଧ୍ୟରୁ କେତୋଟି ସାଧାରଣ ଚାଷ କରାଯାଉଥିବା ମକା ବିଷୟରେ ସୂଚୀତ କରାଯାଉଛି –

  • ବେବିକର୍ଣ୍ଣ: ବେବିକର୍ଣ୍ଣ ହେଉଛି ଅଙ୍ଗୁଳି ଆକାରର ପରାଗ ସଙ୍ଗମ ହୋଇ ନ ଥିବା ମକା, ଯାହାକି ସିକ ବାହାରିବାର ୨ ରୁ ୩ ଦିନ ପରେ ତୋଳାଯାଇଥାଏ । ଏହାକୁ ପରିବା ଆକାରରେ କଞ୍ଚା କିମ୍ବା ରାନ୍ଧି ଖିଆଯାଏ।
  • ମିଠା ମକା: ଏହା ଖୁବ୍ ନରମ ଏବଂ କଞ୍ଚା ମକା ହିସାବରେ ପୋତି ଖାଇଲେ ଖୁବ୍ ମିଠା ଲାଗେ।

ବିହନ

ଉନ୍ନତ ମାନର ମଧୁର ମକା ବିହନ ମଧ୍ୟରୁ ଆମ ଅଞ୍ଚଳରେ ମାଧୁରୀ, ପ୍ରିୟା ଓ ହାଇବ୍ରିଡ ସୁଗର-୩୫ ଓ ସୁଇଟ୍ କର୍ଣ୍ଣ ଉପଲବ୍ଧ । ଏହା ୭୦-୭୫ ଦିନ ମଧ୍ୟରେ ଅମଳ ହୋଇଥାଏ । ଏକର ପାଇଁ ୪-୬ କିଗ୍ରା ବିହନ ଆବଶ୍ୟକ ।

ଜମି ପ୍ରସ୍ତୁତି ଓ ବୁଣିବା ପ୍ରଣାଳୀ

ଜମିକୁ ୨-୩ଥର ଗଭୀର ଚାଷ କରବା ପରେ ସମତୁଲ କରନ୍ତୁ। ଜମିରେ ଉଇ ଥିଲେ ଏକର ପ୍ରତି ୧୦ କିଗ୍ରା କୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରନ୍ତୁ । ମିଠା ମକାକୁ ଧାଡି କରି ଲଗାନ୍ତୁ । ବର୍ଷାଦିନେ ଧାଡିକୁ ଧାଡି ୭୦ ସେମି ଓ ଗଛକୁ ଗଛ ୩୦ ସେମି ଏବଂ ଶୀତଦିନେ ଧାଡିକୁ ଧାଡି ୬୦ ସେମି ଓ ଗଛକୁ ଗଛ ୨୫ ସେମି ବ୍ୟବଧାନରେ ବୁଣନ୍ତୁ ।

ସାର ପ୍ରୟୋଗ

ମୃତ୍ତିକା ପରୀକ୍ଷା କରିବା ଆବଶ୍ୟକ ଓ ଏହା ଅନୁଯାୟୀ ଲଙ୍ଗଳ ସିଆର ର ମୂଳସାର ହିସାବରେ ଏକର ପ୍ରତି ୮ କିଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ଫସଫରସ ଓ ୧୬ କି.ଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ। ଗଛ ହେବାର ୩ ସପ୍ତାହ ପରେ ୧୬ କିଗ୍ରା ଯବକ୍ଷାରଜାନ ଦେଇ ହୁଡା ଟେକନ୍ତୁ। ଏଥିସହିତ ଏକର ପ୍ରତି ୧୦ କିଗ୍ରା, ଜିଙ୍କ ସଲଫେ ଟକୁ ମୂଳସାର ସହିତ ମିଶାଇ ପ୍ରୟୋଗ କରନ୍ତୁ ।

ଘାସ ପରିଚାଳନା ଓ ଅମଳ

ମକା ଲଗାଇବାର ୨ ଦିନ ପରେ ଏକର ପିଛା ୧୦୦ ଗ୍ରାମ ଆଗ୍ରୀଗଫ ଔଷଧକୁ ୪୦୦ ଲିଟର ପାଣିରେ ମିଶାଇ ମାଟି ଓଦା ଅବସ୍ଥାରେ ସ୍ପ୍ରେ କଲେ ଘାସ ନିୟନ୍ତ୍ରଣ ହୋଇଥାଏ ।

ଅମଳ

ଏକର ଜମିରୁ ସାଧାରଣତଃ ୧୮-୨୦ କୁଇଣ୍ଟାଲ କଞ୍ଚା ମକା ମିଳିଥାଏ ।

ସଂଗୃହିତ - ରାହୁଲ ଦେବ ବେହେରା, କାର୍ଯ୍ୟକ୍ରମ ସହଯୋଗୀ (ମୃତ୍ତିକା ବିଜ୍ଞାନ), କୃଷି ବିଜ୍ଞାନ କେନ୍ଦ୍ର, ମାଲକାନଗିରି

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate