অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରୋଗପୋକ ଦମନ

ପିଜୁଳିରେ ରୋଗପୋକ ଦମନ

ପିଜୁଳି ଷ୍ଟେଲର ଏଣ୍ଡ୍ ରୁଟ୍ ଆକ୍ରାନ୍ତ ହେଲେ  ଫଳର ପାର୍ଶ୍ଵ ଓ ତଳ ଭାଗ ରଙ୍ଗହୀନ ହୋଇପଡେ । ଲୋଚାକୋଚା ହେବା ସହ ଫଳ ବଙ୍କା ହୋଇଯାଏ । ଫଳ ବଢୁଥିବା ବେଳେ ଏହାର ଦମନ ପାଇଁ ବାରିଷ୍ଟିନ୍ କିମ୍ବା ଟପ୍ସିନ ପ୍ରତି ପନ୍ଦର ଦିନ ବ୍ୟବଧାନରେ ଛିଞ୍ଚନ୍ତୁ । କାଙ୍କର ରୋଗ ଦମନ ପାଇଁ ଥିରାମ୍ ପ୍ରୟୋଗ କରନ୍ତୁ ।

ଫଳମାଛି ଦମନ ପାଇଁ ପ୍ରତି ଲିଟର ପାଣିରେ ଦୁଇ ମିଲିଗ୍ରାମ୍ ମାଲାଥିୟାନ୍ ଗୋଳାଇ ପନ୍ଦର ଦିନ ବ୍ୟବଧାନରେ ଦୁଇ ଥର ପ୍ରୟୋଗ କରନ୍ତୁ । ଏହି ରୋଗ ହେଲେ ଫଳ ପଚି, ଝଡିପଡ଼େ । ବାର୍କ୍ ଇଟିଙ୍ଗ କାଟର୍ପିଲାର୍ ଗଛର କାଣ୍ଡ ଓ ଶାଖା – ପ୍ରଶାଖା  ଖାଇ ନଷ୍ଟ କରେ । ଦମନ ପାଇଁ ୦.୫ ପ୍ରତିଶତ ଡାଇକ୍ଲୋରୋଫସ୍ ବା ମନାବ୍ରୋଟୋଫସ୍ ବା କ୍ଲୋରୋପାଇରିଫସ୍ ଘୋଲ କରି ତୁଳା ବନ୍ଧା ଯାଇଥିବା କାଠି ସାହାଯ୍ୟରେ ଆକ୍ରାନ୍ତ ସ୍ଥାନରେ ଲଗାନ୍ତୁ ।

କାଜୁରେ ରୋଗପୋକ ଦମନ

  • କାଜୁରେ କାଣ୍ଡ ଓ ଚେରବିନ୍ଧା ପୋକର ଦମନ ପାଇଁ ଆକ୍ରାନ୍ତ ଅଞ୍ଚଳରୁ ଶତକଡା ପଚାଶ ଭାଗ କବକ ଗୋଲେଇରେ ଛଡାଇଦିଅନ୍ତୁ।
  • ଗଛ ପ୍ରତି ଏକ ମିଲି ମନୋକ୍ରୋଟସ୍ ପ୍ରୟୋଗ କରନ୍ତୁ ।
  • ଉକୁଣିଆ ପୋକର ଦମନ ପାଇଁ ପ୍ରତି ଲିଟର୍ ପାଣିରେ ଦୁଇ ମିଲି ମିଥାଇଲ୍ ଡିମେଟନ୍ ସେଚନ କରନ୍ତୁ ।
  • ଗୋଟିଏ ଗଛ ପ୍ରତି ୧୦-୨୦କିଗ୍ରା ଖତ,୭୫୦ଗ୍ରାମ୍ ଯବକ୍ଷାରଜାନ, ୧୨୫ଗ୍ରାମ୍ ଫସ୍ଫରସ୍ ଏବଂ ୧୨୫ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • ଗଛ ମୂଳକୁ ଏକ ମିଟର୍ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରୁ ଅନାବନା ଘାସ ବାଛିଦିଅନ୍ତୁ ।

ରସୁଣରେ  ପତ୍ରପୋଡା ରୋଗ

ରସୁଣରେ ପତ୍ରପୋଡା ରୋଗ ଲାଗିଥିଲେ ତାହାର ନିରାକରଣ ପାଇଁ ଏକର ପିଛା ୬୦୦ଗ୍ରାମ୍ ମାଙ୍କୋଜେବ୍ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଲଙ୍କା ଓ ପିଆଜରେ ଉକୁଣିଆ ପୋକ ଲାଗିଥିଲେ ଏହାର ଦମନ ଲାଗି ପ୍ରତି ଲିଟର ପାଣିରେ ୨ ମି.ଲି. ହିସାବରେ ୨.୫ ମି.ଲି. ହିସାବରେ ଦଇକୋଫଲ୍ ମିଶାଇ ସିଞ୍ଚନ କରନ୍ତୁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate