ସେଆର କରନ୍ତୁ

ଲଙ୍କା ଚାଷ

ଏହି ପୋର୍ଟାଲରେ ଲଙ୍କା ଚାଷ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ଉପକ୍ରମ

ଲଙ୍କା ଏକ ଅର୍ଥକାରୀ ଫସଲ । ସମଗ୍ର ପୃଥିବୀରେ ପ୍ରାୟ ୧୮.୯ ଲକ୍ଷ ହେକ୍ଟର କମିରେ ଲଙ୍କା ଚାଷ କରାଯାଇଥାଏ ଏବଂ ସେଥିରୁ ପ୍ରାୟ ୭ ନିୟୁତ ଟନ୍ ଲଙ୍କା ଅମଳ ହେଉଛି । ଲଙ୍କାକୁ ଏକ ଲାଭଜନକ ଫସଲ ହିସାବରେ ଭାରତ, ଚୀନ, ପାକିସ୍ତାନ, ମେକ୍ସିକୋ, ନାଇଜେରିଆ, ଥାଇଲାଣ୍ଡ, ତୁର୍କୀ ସ୍ପେନ ପ୍ରଭୃତି ଦେଶରେ ଚାଷ କରାଯାଏ । ସମଗ୍ର ପୃଥିବୀରେ ଲଙ୍କା ଉତ୍ପାଦନ ଓ ବ୍ୟବହାରରେ ଭାରତ ପ୍ରଥମ ଏବଂ ପୃଥିବୀରେ ଶତକଡା ୪୩ ଭାଗ ଲଙ୍କା ଏଠାରେ ଅମଳ ହୁଏ । ଆମଦେଶରେ ପ୍ରାୟ ୮.୧୦ ଲକ୍ଷ ହେକ୍ଟର ଜମିରେ ଲଙ୍କା ଚାଷ କରାହେଉଛି ଓ ସେଥିରୁ ପ୍ରାୟ ୧୩.୨୦ ଲକ୍ଷ ଟନ୍ ଲଙ୍କା ଅମଳ ହେଉଛି ।

ଉତ୍ପାଦନକାରୀ ରାଜ୍ୟ

ଆମଦେଶର ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ଓଡିଶା, ମଧ୍ୟପ୍ରଦେଶ, ବିହାରକୁ ଅଧିକ ଲଙ୍କା ଉତ୍ପାଦନକାରୀ ରାଜ୍ୟ ଭାବରେ ଗଣନା କରାଯାଏ । ସମଗ୍ର ଭାରତର ଶତକଡା ୫୮ ଭାଗ କନକ କେବଳ ଆନ୍ଧ୍ରପ୍ରଦେଶରେ ଅମଳ ହୁଏ । ଓଡିଶାରେ ବର୍ତମାନ ପ୍ରାୟତଃ ୭୫୭୨୩ ହେକ୍ଟର ଜମିରେ ଲଙ୍କା ଉତପାଦନ ହେଉଛି କିନ୍ତୁ ପରିତାପର ବିଷୟ ଲଙ୍କା ଚାଷ ପାଇଁ ଚାରା ଉତ୍ପାଦନ କୌଶଳ ଓ ଜମି ପ୍ରସ୍ତୃତ ଠିକ ସମୟରେ ହୋଇପାରୁ ନାହିଁ । ଅତଏବ ଏହାର ଚାଷ ପାଇଁ ଉତ୍ପାଦନ କୌଶଳ ଓ ଜମି ପ୍ରସ୍ତୃତ ସମ୍ପର୍କରେ ନିମ୍ନରେ ପ୍ରଦତ୍ତ କରାଯାଉଛି....

ଚାଷ ପ୍ରଣାଳୀ

  • ହେକ୍ଟର ପିଛା ୫୦୦ ରୁ ୬୦୦ ଗ୍ରାମ ମଞ୍ଜି ତଳି ପ୍ରସ୍ତୁତ ପାଇଁ ଦରକାର ହୋଇଥାଏ । ଯାହାକି ଶଙ୍କର ଜାତୀୟ କିସମ ପାଇଁ ହେକ୍ଟର ପିଛା ୨୫୦ ରୁ ୩୦୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।
  • ଲଙ୍କା ମଞ୍ଜି ଦ୍ଵାରା ବଂଶ ବିସ୍ତାର କରିଥାଏ । ଏହାର ମଞ୍ଜିରୁ ତଳିଘରାରେ ଚାରା ପ୍ରସ୍ତୁତ କରାଯାଏ ।  ଏକ ହେକ୍ଟର ଜମିରେ ଲଗାଇବା ପାଇଁ ୬୦୦ ରୁ ୭୫୦ ଗ୍ରାମ ବିହନ କିମ୍ବା ୬୨,୦୦୦ରୁ ୬୫,୦୦୦ ତଳି ବା ଚାରା ଆବଶ୍ୟକ । ଶଙ୍କର କିସମ ଚାଷ କରୁଥିଲେ ହେକ୍ଟର ପ୍ରତି ୨୫୦ ଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କର୍ବେଣ୍ଡାଜିମ କିମ୍ବା ୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ ।
  • ଚାରା ପ୍ରସ୍ତୁତ ପାଇଁ ନିଗିଡା, ଉର୍ବର ଏବଂ ସୁର୍ଜ୍ଯାକିରଣ ପଡୁଥିବା ଉଚ୍ଚାସ୍ଥାନ ଆବଶ୍ୟକ । ୧ ମିଟର ଓସାର, ୧୫ ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁଯାଇ ୫ରୁ ୭ ମିଟର ଲମ୍ବର ତଳି ପଟାଳୀ ପ୍ରସ୍ତୃତ କରି ମାଟି ଗୁଣ୍ଡ କରି ଦିଅନ୍ତୁ । ୧ ହେକ୍ଟର ଜମିରେ କନକ ଚାଷ ପାଇଁ ୭୦-୮୦ ବର୍ଗମିଟର ତଳି କିଆରୀ ଆବଶ୍ୟକ । ବିହନ ବୁଣିବାର ୨୫ରୁ ୩୦ ଦିନ ପୂର୍ବରୁ ଏକ ବର୍ଗ  ମିଟର ବିଶିଷ୍ଟ ତଳି କିଆରି ପାଇଁ ୨ରୁ ୩ କିଲୋଗ୍ରାମ ଖତ ମାଟିରେ ମିଶାଇ ଖରା ଖାଇବା ପାଇଁ ଛାଡି ଦିଅନ୍ତୁ । ହାରାହାରି ବର୍ଗମିଟର ତଳିପଟାଳି ପ୍ରତି ୪୦ ଗ୍ରାମ ଏନ:ପି:କେ ସାର (୧୫:୧୫:୧୫) ଏବଂ ଏକଗ୍ରାମ କାର୍ବୋଫ୍ୟୁରାନ ଦାନାଦାର ପ୍ରୟୋଗ କରି ମାଟିରେ ମିଶାନ୍ତୁ । ଏହାପରେ ୫ ସେଣ୍ଟିମିଟର ବ୍ଯବଧାନରେ ସିଆର କରି ଅଗଭୀର ଭାବରେ ବିଶୋଧିଆତ ମଞ୍ଜିକୁ ପତଳା କରି ବୁଣି ତା’ ଉପରେ ହାଲୁକା ମାଟି ଘୋଡାଇ ଦିଅନ୍ତୁ । ଏହା ଉପରେ ନଡା ଦ୍ଵାରା ଛାଡିକରଣ କରି ଜଳସିଞ୍ଚନ କାଲେ ୭ରୁ ୧୦ ଦିନ ଭିତରେ ମଞ୍ଜିରୁ ଗଜା ବାହାରେ । ନଡାକୁ ବାହାର କରି (୦.୫%) ୟୁରିଆ ସହ ୦.୨% ମାନ୍କୋଜେବ ମିଶାଇ ପତ୍ରରେ ସ୍ପ୍ରେ କାଲେ ଚାରା ବଢିଥାଏ । ୨୫ରୁ ୩୦ ଦିନର ଚାରାଗୁଡିକ ଚେରକୁ ୧ ଲିଟର ପଣି ପ୍ରତି ୧୦ ଗ୍ରାମ କାର୍ବୋସଲଫାନ୍ ମିଶ୍ରିତ ଦ୍ରବଣ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ପରେ ରୋପଣ କାଲେ ମୁଖ୍ୟ ଜମିରେ ପ୍ରାୟ ମାସକ ପର୍ଯ୍ୟନ୍ତ ସେଥିରେ ପୋକ ଏବଂ ସୂତ୍ରଜୀବ ଆକ୍ରମଣ ଦେଖାଯାଏ ନାହିଁ । ଶୀତଋତୁରେ ଚଷକରିବା ପାଇଁ ଡିସେମ୍ବର- ଜାନୁୟାରୀ ମାସରେ ମଞ୍ଜି ବୁଣି ତଳି ପ୍ରସ୍ତୁତ କରନ୍ତୁ । କିନ୍ତୁ ତଳି ରୋଇବାର ୪-୫ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିବା ଆବଶ୍ୟକ । ଏହାଦ୍ଵାରା ଗଛ ସଶକ୍ତ ହୋଇ ମାଟିରେ ଦୃଢ ଭାବରେ ବଢିପାରେ । ମାଟିକୁ ପ୍ରଥମେ ଗଭୀର ଚାଷ କରିବା ପରେ ୩ରୁ ୪ ଥର ହଲ କରି ଗୁଣ୍ଡା କରନ୍ତୁ । ମାଟିରେ ସିଆର କରି ସେହି ସିଆରରେ ଆବଶ୍ୟକ ଖତ ମିଶାନ୍ତୁ । ଧାଡିକୁ ଧାଡି ୫୦-୬୦ ସେଣ୍ଟିମିଟର ଦୂରତାରେ ଗଛ ଲଗାନ୍ତୁ । ଏହି ହିସାବରେ ଡେଙ୍ଗା କିସମ ଲଙ୍କା ଅଧିକ ଦୂରତାରେ ଲଗାଉଥିବା ବେଳେ ଗେଡା ଗଛ କୁ କମ୍ ଦୂରତାରେ ଲଗାନ୍ତୁ । ତଳି ଲଗାଇବାର ୮ ରୁ ୧୦ ଦିନ ପର ମରିଯାଇଥିବା ସ୍ଥାନରେ ନୂଆ ଗଛ ଲଗାନ୍ତୁ ।

ଆଧାର

ଅଶୋକ ବରଣ ଦାସ
କୃଷି ସମ୍ପ୍ରସାରଣ ବୈଜ୍ଞାନିକ,
କୃଷି ବିଜ୍ଞାନ କେନ୍ଦ୍ର, ବୌଦ୍ଧ
ମୋ : ୮୯୮୪୯୧୬୭୪୭

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top