ହୋମ / କୃଷି / କୃଷି ଉଦ୍ୟୋଗ / ଲାଲ୍ ବାସନା ଧାନ
ସେଆର କରନ୍ତୁ

ଲାଲ୍ ବାସନା ଧାନ

ଦେଶୀୟ ବାସନା ଧାନର ଚାହିଦା । ଲାଲ୍ ବାସନା ଧାନ ପ୍ରଣାଳୀ ।

ଦେଶୀୟ ବାସନା ଧାନର ଚାହିଦା

ଆମ ରାଜ୍ୟରେ ବାସୁମତି, କଳାଜିରା, ଧୁସୁରା, ପିମ୍ପୁଡିବାସ, ଗଙ୍ଗାବାଲି, କୃଷ୍ଣ ଭୋଗ, ସରୁଚିନାମାଳୀ, ବାସୁଆ ଭୋଗ ଆଦି ନାମରେ ଅନେକ କିସମର ବାସନା ଧାନ ଚାଷୀ ଭାଇ ଚାଷ କରିଥାଆନ୍ତି। ଏହାର ଆଦିର ଥିଲେ ହେଁ କମ୍ ଅମଳ ଯୋଗୁ ଏହି ଧାନ କମ ଚାଷ ହୁଏ ।

ଧାନ ଆମ ରାଜ୍ୟର ଏକ ମୁଖ୍ୟ ଫସଲ । ଚାଷ ହେଉଥିବା ଧାନ ସବୁ ମୋଟା, ସରୁ, ମଧ୍ୟମ କିସମର ଏବଂ କମ୍ ବା ଅଧିକ ଅବଧିଯୁକ୍ତ । ବାସନା ଧାନ ମଧ୍ୟ ବିଭିନ୍ନ କିସମର ରହିଅଛ । ଦେଶୀୟ ବାସନା ଧାନର ଚାହିଦା ଅନ୍ୟ ଧାନ ତୁଳନାରେ ଅଧିକ ରହିଥିବା ବେଳେ ଏହାର ଅମଳ ଖୁବ୍ କମ ହୋଇଥାଏ । ତେଣୁ ବୈଜ୍ଞାନିକମାନେ ଅଧିକ ଅମଳକ୍ଷମ ପୁଷାବାସୁମତି ଭଳି କେତେକ ବାସନା ଧାନ କିସମ ବାହାର କରିଛନ୍ତି । ଯାହା ସାର ପ୍ରୟୋଗ କଲେ ହିଁ ଅଧିକ ଅମଳ ଦେଇଥାଏ । କିନ୍ତୁ ଏହାଦ୍ଵାରା ଧାନର ବାସନା ଗୁଣ କମିଯାଇଥାଏ । ତେଣୁ ଏହି ଚାଉଳର ଚାହିଦା ବଜାରରେ କମିବା ସ୍ଵାଭାବିକ । ଯଦି ବାସନା ଧାନ କମ୍ ଅବଧିଯୁକ୍ତ ହେଲା ଆଉ ଅଧିକ ଅମଳ ଦେଲା, ତାହା ପୁଣି ରାସାୟନିକ ସାର ପ୍ରୟୋଗ ନ କରି, ଏହା ନିଶ୍ଚିତ ଭାବେ ଚାଷୀଙ୍କ ପ୍ରଥମ ପସନ୍ଦ ହେବ ।

ଆମ ରାଜ୍ୟରେ ବାସୁମତି, କଳାଜିରା, ଧୁସୁରା, ପିମ୍ପୁଡିବାସ, ଗଙ୍ଗାବାଲି, କୃଷ୍ଣ ଭୋଗ, ସରୁଚିନାମାଳୀ, ବାସୁଆଭୋଗ ଆଦି ନାମରେ ଅନେକ କିସମର ବାସନା ଧାନ ଚାଷୀ ଭାଇ ଚାଷ କରିଥାଆନ୍ତି । ଏହାର ଆଦିର ଥିଲେ ହେଁ କମ୍ ଅମଳ ଯୋଗୁ ଏହି ଧାନ କମ ଚାଷ ହୁଏ । ଏଥିସହ ଅନ୍ୟ ରାଜ୍ୟରୁ ଆଣି ଚାଷ ହେଉଥିବା କୁଦ୍ରତ-୩, ପାର୍ବତୀ ଭଳି ଅଧିକ ଅମଳ ହେଉଥିବା ବାସନା ଧାନର ଆଦିର ବିଭିନ୍ନ ଜିଲାର ଆତ୍ମା ମାଧ୍ୟମରେ ସୃଷ୍ଟି କରାଯାଇପାରିଛି। ହେଲେ ଏହାର ବାସନା ଗୁଣ ଟିକେ କମ୍ ରହିଥାଏ । କାରଣ ଅଧିକ ଅମଳ ପାଇଁ ସାର ବ୍ୟବହାର କରାଯାଇଥିବାରୁ ଗୁଣମାନ କମିଥାଏ ।

ସୌଭାଗ୍ୟବଶତଃ ୨୦୧୨ – ୧୩ ମସିହାରୁ ଜଗତ୍‌ସିଂହପୁର ଜିଲାର ଚାଷୀ ଭାଇଙ୍କର ବାସନା ଧାନ କ୍ଷେତ୍ର ବୁଲିବା ସମୟରେ ଦେଶୀ ବାସନା ଧାନର ଗୁଣ ବହନ କରୁଥିବା କିଛି ଧାନ କେଣ୍ଡା ସଂଗ୍ରହ କରାଯାଇଥିଲା । ଦୀର୍ଘ ଚାରିବର୍ଷର ନିରୀକ୍ଷଣ ପରେ ଏକ ଲାଲ ବାସନା ଧାନ ନାମରେ ଚାଷ ପାଇଁ ଚାଷୀଙ୍କ ପାଖକୁ ଛଡାଯାଇଅଛି ।

ଧାନ ଗବେଷଣା କେନ୍ଦ୍ରରେ ଜୈବିକ ପ୍ରଣାଳୀରେ

ଏହି ପରୀକ୍ଷା ନିରୀକ୍ଷା କାର୍ଯ୍ୟ ରେଢୁଆ ସ୍ଥିତ ଲାଲ ଧାନ ଗବେଷଣା କେନ୍ଦ୍ରରେ ଦୀର୍ଘ ଚାରି ବର୍ଷ ଧରି ଜୈବିକ ପ୍ରଣାଳୀରେ କରିବା ପରେ ଏହାର ନିମ୍ନ ଗୁଣ ମାନ ବଜାୟ ରହୁଥିବାର ଦେଖାଯାଉଛି ।

  • ଧାନ ଗଛଗୁଡିକ ସୁଗନ୍ଧ ଯୁକ୍ତ ।
  • ଗଛର ପତ୍ରଗୁଡିକ ଓସାରିଆ ।
  • ରୋଗ ପୋକ ପ୍ରାଦୁର୍ଭାବ ନାହିଁ କହିଲେ ଚଳେ।
  • ଅଧିକ ପିଲା(୨୫-୩୦) ତଥା କେଣ୍ଡାଯୁକ୍ତ।
  • କେଣ୍ଡାଗୁଡିକ ଅଧିକ ଲମ୍ବାଳିଆ (୩୦ସେ.ମି), ପ୍ରତି କେଣ୍ଡାରେ ୩୦୦ ପର୍ଯ୍ୟନ୍ତ ଧାନ ସୀସା ରହିଛି । ଧାନଗୁଡିକ ସରୁ ଲମ୍ବାଳିଆ ।
  • ଚାଉଳ ଅଧିକ ବାସନାଯୁକ୍ତ ଏବଂ ବାସନା ଅଧିକ ଦିନ ରହୁଅଛି ।
  • କେତେକାଂଶରେ ମରୁଡି ଓ ବୁଡି ସହଣୀ ଶକ୍ତି ରହିଛି ।
  • ଚାଉଳର ବଜାର ଦର ଅଧିକ ।
  • ଗଛଗୁଡିକ ଉଚତା କମ୍ (୯୮-୧୦୦ ସେ.ମି) (କେଣ୍ଡା ସହ)
  • ଅମଳ ଏକର ପ୍ରତି  ୨୦ କୁଇଣ୍ଟାଲରୁ ଅଧିକ ସମ୍ଭବ ।
  • ବିହନଟି ସଂଗ୍ରହ କରାଯାଇଥିବା ଚାଷୀ ହେଲେ କାଦମ୍ବିନୀ ବେହେରା, ରେଢୁଆ, ଜଗତସିଂହପୁର ।

ଦୀର୍ଘ ଚାରିବର୍ଷର ପରୀକ୍ଷଣ ପରେ ଚଳିତ ବର୍ଷ ଲାଲ ବାସନା କିସମଟିକୁ ରାଜ୍ୟର ବିଭିନ୍ନ ଭାଗରେ ପନ୍ଦରଟି ଜିଲାକୁ ପରୀକ୍ଷା କରିବା ପାଇଁ ବଛାଯାଇଅଛି ତଥା ଚାଷୀ ଭାଇଙ୍କ କ୍ଷେତ୍ରରେ ଚାଷ କରିବା ଲାଗି ଦିଆଯାଇଛି । ଅଧିକନ୍ତୁ ଏହାର ଅଧିକ ପରୀକ୍ଷଣ ପାଇଁ ତାହାର ଏକ ନମୁନା କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ରକୁ ପଠାଇବା ସହ ଚାଷୀଙ୍କ ଧାନ ଭାବେ ପଞ୍ଚମୀକରଣ ପାଇଁ ଭାରତ  ସରକାରଙ୍କ ପଞ୍ଜୀକରଣ ଅଧିକାରୀଙ୍କ ନିକଟକୁ ପଠାଯାଇଅଛି । ତେବେ ଏହି କିସମଟିକୁ ଜୈବିକ ପ୍ରଣାଳୀରେ ଚାଷକରି ଆମ ରାଜ୍ୟର ଚାଷୀ ଭାଇ ନିଶ୍ଚିତ ରୂପେ ଲାଭବାନ ହୋଇପାରିବେ ବୋଲି ଆଶା ।

ସଂଗୃହିତ - ଏକାଦଶୀ ନନ୍ଦୀ ପୂର୍ବତନ ମୁଖ୍ୟ ବିହନ ପ୍ରମାଣନ ଅଧିକାରୀ, ଓସୋଫ୍କା, ଭୁବନେଶ୍ଵର

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top