ହୋମ / କୃଷି / କୃଷି ଉଦ୍ୟୋଗ / ଶୀତ ଦିନିଆ କୃଷି ଉଦ୍ୟୋଗ
ସେଆର କରନ୍ତୁ

ଶୀତ ଦିନିଆ କୃଷି ଉଦ୍ୟୋଗ

ଶୀତ ଦିନିଆ ପିଆଜ, ଫଳ, ଫୁଲ,ମତ୍ସ୍ୟ ଓ ପଶୁପାଳନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ପିଆଜ

ତଳିଗୁଡ଼ିକ ୧୨-୧୫ ସେ.ମି. ଉଚ୍ଚ ହୋଇଗଲେ ସେଗୁଡ଼ିକ ଉପରବେଳା ଉପାଡ଼ି ଲଗାନ୍ତୁ ।

  • ତଳି ରୋଇବାର ଦୁଇଦିନ ଆଗରୁ ହେକ୍ଟର ପ୍ରତି ୬୦ କି.ଗ୍ରା, ଯବକ୍ଷାରଜାନ, ୬୦ କି.ଗ୍ରା, ଫସଫରସ ଓ ୧୦୦ କି.ଗ୍ରା. ପଟାସ୍ ମୂଳସାର ଭାବେ ପ୍ରୟୋଗ କରନ୍ତୁ।
  • ଉକୁଣି ପୋକ ଲାଗିଲେ ହେକ୍ଟର ପ୍ରତି ୧୦୦୦ ମି.ଲି ଗ୍ରାମ୍ ଏସିଟାମିପ୍ରିଡ୍ ୨୦ ଏସ୍.ପି. ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଫଳ ଚାଷ

ଆମ୍ବ ବଉଳର ସୁରକ୍ଷା ପାଇଁ ବଉଳ ଆସିବାର ୭ ରୁ ୧୫ ଦିନ ପୂର୍ବରୁ ୦.୩ ମି.ଲି. ଇମିଡାକ୍ଲୋପ୍ରିଡ୍ ୧୭.୮ ଏସ୍.ଏଲ୍. ବା ୩ ଗ୍ରାମ୍ ମାକେଙ୍କା ଜେବ୍ ଗୁଣ୍ଡକୁ ୧ ଲିଟର ପାଣିରେ ଗୋଳାଇ ପତ୍ର ଓ ଡାଳରେ ଭଲଭାବେ ସିଞ୍ଚନ କରନ୍ତୁ । ବଉଳ ହେବାର ୭ ଦିନ ପରେ ଓ ଆମ୍ବ ଚଣା କଷି ଅବସ୍ଥାରେ । ଆଉଥରେ ସିଞ୍ଚନ କରନ୍ତୁ । ଆମ୍ବ ଡାହାଣୀରୁ ରକ୍ଷା ପାଇବା ପାଇଁ ୦.୩ ମି.ଲି. ଇମିଡାଜୋକ୍ଲୋପ୍ରିଡ୍ ୧୭.୮ ଏସ୍.ଏଲ୍. ସାଙ୍ଗରେ ୨ ଗ୍ରାମ୍ ସଲ୍‌ଫେକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ବଉଳ ପୁରା ମାତ୍ରାରେ ଥବା ବେଳେ ଯଦି କୁହୁଡ଼ିଆ ପାଗ ରହେ । ତେବେ ବଗିଚାର ଅନାବନା ଘାସ, କାଠିକୁଟା ଆଦି ପୋଡ଼ି ବଗିଚା କୁ ଧୂଆଁ ଦିଅନ୍ତୁ । ଲିବୁ, ସପେଟା ଆଦି ଫଳ ଗଛରେ ଫୁଲ ଧରି ଆସିବାର ଦେଖୁଲେ ଜଳସେଚନ ବନ୍ଦ କରନ୍ତୁ । ନଚେତ୍ ଫୁଲକଷି ଝଡ଼ିଯାଇପାରେ ।

ଫୁଲଚାଷ

ଖରାଦିନିଆ ଗେଣ୍ଡୁଚାଷ ପାଇଁ  ପଟାଳି ପ୍ରସ୍ତୁତ କରି ସେ ରାକଲ୍ କିସମର ଗେଣ୍ଡୁ ଚାରା ଲଗାନ୍ତୁ ।

ଡେଙ୍ଗାକିସମଗୁଡ଼ିକ ଧାଡ଼ିକୁ ଧାଡ଼ି ୩୦ରୁ ୪୦ ସେ.ମି. ଓ ଗଛକୁ ଗଛ ୩୦ ସେ.ମି. ବ୍ୟବଧାନରେ ଏବଂ ବାମନ କିସମଗୁଡ଼ିକ ଧାଡ଼ିକୁ ଧାଡ଼ି ୨୦-୩୦ ସେ.ମି. ଓ ଗଛକୁ ଗଛ ୨୦ ସେ.ମି. ବ୍ୟବଧାନରେ ଲଗାନ୍ତୁ ।

  • ଗୋଲାପ
  • କାଟଛାଣ୍ଟ ପରେ ଉକୁଣିଆ ଓ ଜଉପୋକ ଦମନ ପାଇଁ ୨ ମି.ଲି. ଡାଇମିଥାଏଟ୍ ବା ୦.୩ ମି.ଲି. ଇମିଡ଼ାକ୍ଲୋପ୍ରିଡ୍ ୧୭.୮ ଏସ୍.ଏଲ୍. ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

  • ଗୁଡ଼ିଓଲସ୍
  • ଦୁଇ ପତ୍ର ଅବସ୍ଥାରେ ହେକ୍ଟର ପ୍ରତି ୫୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ବର୍ତ୍ତମାନ ମଧ୍ୟ ଗୁଡ଼ିଓଲସ୍ ଲଗାଇପାରିବେ । ଲଗାଇବା ପୂର୍ବରୁ କନ୍ଦାକୁ ଶତକଡ଼ା ୧.୫ ଭାଗ କାବେର୍ବଣ୍ଡାଜିମ୍ନରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ବୁଡ଼ାଇ ଲଗାନ୍ତୁ ।

  • ଲିଲିୟମ୍
  • କନ୍ଦା ସଂଗ୍ରହ କରି ଶତକଡ଼ା ୧.୫ ଭାଗ କାର୍ବେଣ୍ଡାଜିମ୍‌ରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ବୁଡ଼ାଇ ଲଗାନ୍ତୁ ।

ପଶୁପାଳନ

ଶୀତଦିନରେ ଗାଈଙ୍କଠାରେ ଭୂତାଣୁ ଜନିତ ଫାଟୁଆ ରୋଗ ଅଧକ ଦେଖାଯାଇଥାଏ । ତେଣୁ ଫାଟୁଆ ରୋଗର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଏହି ମାସରେ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ଟିକା ଦିଅନ୍ତୁ ।

  • ଗାଈ, ଛେଳି, ମେଣ୍ଟା, କୁକୁଡ଼ା ଥବା ଘରର ଜାଲି, କିମ୍ବା ଝରକାରେ ବସ୍ତା ଝୁଲାଇଲେ ରାତିରେ ସେମାନଙ୍କୁ ଅଧକ, ଶୀତ ହେବନାହିଁ ଓ ସେମାନେ ନିମୋନିଆ ଆଦି ରୋଗରୁ ରକ୍ଷା ପାଇବେ ।
  • ଛେଳି ଥବା ଘରେ ତଳେ ଭାଡ଼ି ବା ବାଉଁଶ ଚାଞ୍ଚଡ଼ାର ବନ୍ଦୋବସ୍ତ କଲେ ଛେଳିଙ୍କୁ ଥଣ୍ଡା ଓ ନିମୋନିଆରୁ ରକ୍ଷା ମିଳିପାରିବ । ଜଳସେଚନ ସୁବିଧା ଥବା ଅଞ୍ଚଳରେ ଓ ଅଧ୍ୟକ ଥଣ୍ଡା ପଡୁଥବା ଅଞ୍ଚଳରେ ଏହି ମାସ ବର ସିମ୍ ଏବଂ ଓ ଟ୍ ଘାସ ଚାଷ କରନ୍ତୁ ।

ମତ୍ସ୍ୟଚାଷ

ଏକ ହେକ୍ଟର ବିଶିଷ୍ଟ ୧୨୫୦୦ ଯାଆଁଳ ପାଇଁ ପ୍ରତିଦିନ ୩ କି. ଗ୍ରା., ୭୫୦ ଗ୍ରାମ୍ କାଣ୍ଡିଆ କୁଣ୍ଡା ସହିତ, ୩ କି.ଗ୍ରା, ୭୫୦ ଗ୍ରାମ୍ ବାଦାମ ପିଡ଼ିଆ ମିଶାଇ ଖାଇବାକୁ ଦିଅନ୍ତୁ । ପୋଖରୀରେ ଜୈବିକ ସାର ପ୍ରୟୋଗର ୭ ଦିନ ପୂର୍ବରୁ ଅମ୍ଳତା ୭.୫ ରୁ କମ୍ ଥଲେ, ପ୍ରତି ହେକ୍ଟର ମିଟର ପାଣିରେ ୧୦୦ କି.ଗ୍ରା, ଚୂନ ପ୍ରୟୋଗ କରନ୍ତୁ । ପୋଖରୀର ନିମ୍ନ ସ୍ତରରେ ଥବା ମିରି କାଳି ଓ ବିଲାତି ରୋହି ଉପର ସ୍ତରକୁ ଉଠିଲେ, ପୋଖରୀ ତଳ ମାଟିରୁ ଦୁର୍ଗନ୍ଧ ବାହାରୁଥଲେ ପ୍ରତି ହେକ୍ଟର ମିଟର ପାଣିରେ ୫୦ କି.ଗ୍ରା. ଜିଓଲାଇଟ୍ ବ୍ୟବହାର କରନ୍ତୁ ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ, ଓୟୁଏଟି

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top