ହୋମ / କୃଷି / କୃଷି ଉଦ୍ୟୋଗ / ଶୀତଦିନିଆ କୃଷି ସୂଚନା
ସେଆର କରନ୍ତୁ

ଶୀତଦିନିଆ କୃଷି ସୂଚନା

ଶୀତଦିନିଆ ବିଭିନ୍ନ ଚାଷ କରିବା ସମ୍ବନ୍ଧୀୟ ସୂଚନା ।

ଗହମ

ବୁଣିବାର ୨୧ ଦିନରେ କୋଡ଼ାଖୁସା କରି ଘାସ ବାଛି ଦିଅନ୍ତୁ । ଗହମ, ଫସଲରେ ମୁକୁଟ ବା ଶିଖା ଚେର ବାହାରିବା ସମୟ ହେଉଛି ଫସଲର ଜଳ ଆବଶ୍ୟକତାର ସଙ୍କଟ କାଳ । ତେଣୁ ମାଟିର ବତରକୁ ଚାହିଁ ଜଳସେଚନ ବ୍ୟବସ୍ଥା କରନ୍ତୁ ।

  • ମଞ୍ଜି ଗଜା ହେବାର ୨୧ ଦିନପରେ ହେକ୍ଟର ପ୍ରତି ୧୫-୨୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।
  • ସଅଳ ବୁଣା ହୋଇଥିବା ଗହମ ୩୫ ଦିନର ହୋଇଥିଲେ ହେକ୍ଟର ପ୍ରତି ୧୫୨୦ କି.ଗ୍ରା.। ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।

ଆଖୁ

ଆଖୁ ଫସଲରେ ଶର୍କରା ଅଂଶ ହାତ ବ୍ରିକ୍ସ ମିଟର ସାହାଯ୍ୟରେ ପରୀକ୍ଷା କରନ୍ତୁ । ବ୍ରିକୁ ମୂଲ୍ୟାଙ୍କ ୧୮ରୁ ଅଧିକ ହେଲେ ଆଖୁ କାଟନ୍ତୁ । ଆଖୁ ଗଛକୁ ଏକ ଧାରୁଆ କଟୁରିରେ ଭୂମି ପତ୍ତନ ସହ ସମାନ କରି କାଟି ଦିଅନ୍ତୁ । ଏହାଦ୍ଵାରା ଆଖୁ ଅଧିକ ଅମଳ ହୁଏ ଓ ମୂଳିଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ ।

ମୂଳିଆଖୁ

ଜମିରୁ ଶୁଖଲା ପତ୍ର ବାହାର କରି କ୍ଷେତକୁ ପରିଷ୍କାର କରନ୍ତୁ । ଆଖୁ, ଖୁଣ୍ଟାକୁ କାଟି ସାରିବା ପରେ ଚାଷକରି ହୁଡ଼ା ଭଙ୍ଗି ଦିଅନ୍ତୁ । ଏହା ଫଳରେ ପୁରୁଣା ଚେର ନଷ୍ଟହୋଇ ନୂଆ ଚେର ବାହାରି ଆଖୁକୁ ବଢ଼ିବାରେ ସାହାଯ୍ୟ କରିଥାଏ । ମାଟି ଅଧିକ, ଶୁଖାଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ । ହୁଡ଼ା ଭାଙ୍ଗିଲା ସମୟରେ ହେକ୍ଟର ପ୍ରତି ୧୦ ଟନ୍ ଗୋବର ଖତ, ୧୦୦ କି.ଗ୍ରା. ଯବକ୍ଷାରଜାନ, ୧୦୦ କି.ଗ୍ରା. ଫସଫରସ ଓ ୩୦ କି.ଗ୍ରା, ପଟାସ୍ ସାର ପ୍ରୟୋଗ କରନ୍ତୁ । ଧାଡ଼ି ମଧରେ ଗଛକୁ ଗଛ ବ୍ୟବଧାନ ୪୫ ସେ.ମି.ରୁ ଅଧିକ ଥିଲେ। ହୁଡ଼ା ଭାଙ୍ଗିବାର ୩୦ଦିନ ମଧ୍ୟରେ ଖୁଞ୍ଚା ଦିଅନ୍ତୁ । ଏଥିପାଇଁ ଆଖୁ କାଟିବା ବେଳେ ଆଖୁ ଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥୁନ୍ ମୁଣିରେ ଚାରା ଉତାରନ୍ତୁ । ମୂଳି ଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି ୧୦୦୦ ଗ୍ରାମ୍ କାର୍ଟେଣ୍ଡାଜିମ୍ ବା ବେନ୍‌ଲେଟ୍, ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଡାଲିଜାତୀୟ ଫସଲ

ଏକ କି.ଗ୍ରା. ବିହନ ପିଛା ୩ ଗ୍ରାମ୍ ଥିରାମ୍ କିମ୍ବା ୧.୫ ରୁ ୨.୫ ଗ୍ରାମ୍ କାବେର୍ବଣ୍ଡାଜିମ୍ ଗୋଳାଇ ବୁଣନ୍ତୁ । ଏକର ପ୍ରତି ୧୦ କି.ଗ୍ରା. ବିହନ ୨୦୦ ଗ୍ରାମ୍ ଜୀବାଣୁ କଲ୍‌ଚାରା ପ୍ରୟୋଗ କରନ୍ତୁ ।

  • ବିହନ ବିଶୋଧୂତ ହୋଇ ଶୁଖଲା ପରେ ଜମିରେ ଧାଡ଼ିବୁଣା କରନ୍ତୁ ।
  • ଜମିକୁ ଭଲଭାବରେ ଚାଷକରି ହେକ୍ଟର ପ୍ରତି ୧୦ ଶଗଡ଼, ଶଚ୍ଛା ଗୋବରଖତ ବା କମ୍ବୋ ଷ୍ଟ ପ୍ରୟୋଗ କରନ୍ତୁ ।
  • ମୁଗ, ବିରି ଓ ବୁଟ ପାଇଁ ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫେଟ୍ ଓ ୨୦ କି.ଗା, ପଟାସ ଏବଂ ମଟର ଲାଗି ହେକ୍ଟର ପ୍ରତି । ୨୫ କି.ଗ୍ରା. ଯବକ୍ଷାରଜାନ, ୫୦ କି.ଗ୍ରା.. ଫସଫେଟ୍ ଓ ୨୫ କି.ଗା, ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • ପାଇରା ଫସଲ ଭାବେ ଚାଷ କରାଯାଇଥିବା ମଟର ଏକମାସ ହୋଇଯାଇଥିଲେ ୨% ଡିଏପି ସିଞ୍ଚନ କରନ୍ତୁ ।
  • ମୁଗ, ବିରି ଆଦି ଫସଲରେ ଜଉପୋକ ଲାଗିବା ଆଶଙ୍କା ଅଛି । ଏହାର ଦମନ ପାଇଁ ହେକ୍ଟର ପ୍ରତି ୫୦୦ ଲିଟର ପାଣିରେ ୧୨୫ ମି.ଲି. ଇମିଡାଜୋକ୍ସପ୍ରିତ୍ ୧୭.୮ ଏସ୍.ଏଲ୍ କିମ୍ବା ୧୦୦୦ ମିଲି ଡାଇମିସ୍ଟେଥୋଏଟ୍ ମିଶାଇ ସିଞ୍ଚନ କରନ୍ତୁ ।
  • ମଟର ଓ ବୁଟର ଝାଉଁଳା ରୋଗର ଦମନ ସକାଶେ ହେକ୍ଟର ପ୍ରତି ୧୦୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ପାଉଁଶିଆ ରୋଗ ଦମନ ଲାଗି ହେକ୍ଟର ପ୍ରତି । ୨.୫ କି.ଗ୍ରା. ସଲ୍‌ଫର ସେଚିତ ଗୁଣ୍ଡ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • ଡାଲିଜାତୀୟ ଫସଲ ଓ ଚିନାବାଦାମରେ ୨୫ କି.ଗ୍ରା. ବିହନ ପ୍ରତି ୧୦ ଗ୍ରାମ୍ ସୋଡ଼ିୟମ୍ ମଲିବଡେଟ୍ ଏବଂ ୧ ଗ୍ରାମ୍ କୋବାଲ୍‌ଟସ୍ କ୍ଳୋରାଇଡ୍ ପାଣିରେ ଦ୍ରବୀଭୂତ କରି ଏହା ସହିତ ରାଇଜୋବିୟମ୍ କଲ୍‌ଚାରା ୫୦୦ ଗ୍ରାମ୍‌ରୁ ୧ କି.ଗ୍ରା. ମିଶାଇ ମଞ୍ଜି ଉପଚାର କରି ଛାଇରେ ଶୁଖାଇ ଏକ ଘଣ୍ଟା ପରେ ଉତ୍ପରବେଳା ମଞ୍ଜି ବୁଣିଲେ ଭଲ ।

ଧାନ

ଧାନ କାଟିବାର ଏକ ସପ୍ତାହ ପୂର୍ବରୁ କିଆରିରୁ ଜଳ ନିଷ୍କାସନ କରିଦିଅନ୍ତୁ ।

  • ଧାନରେ କେଣ୍ଡାକଟା ପୋକ ଦେଖାଦେଲେ ହେକ୍ଟର ପ୍ରତି । ୨୫ କି.ଗ୍ରା. କ୍ଳୋରୋପାଇରିଫସ୍ ଗୁଣ୍ଡକୁ ସନ୍ଧ୍ୟାରେ ହୁଡ଼ା ଉପରେ ସିଞ୍ଚନ କରନ୍ତୁ ।
  • ଧାନରେ ଗନ୍ଧିପୋକ ଲାଗିଥିଲେ, ଏହାର ନିୟନ୍ତ୍ରଣ କରିବା ପାଇଁ ଏକ ଲିଟର ପ୍ରତି ୧ ମି.ଲି., ଡାଇକ୍ଲୋରୋଭସ୍ ଗୋଳାଇ ସିଞ୍ଚନ କରନ୍ତୁ ।

ଡାଳୁଅ ଧାନଚାଷ

ବିହନକୁ ୨୪ ଘଣ୍ଟା ପାଣିରେ ଭିଜାଇ, ଗଜାକରି ଗାଲି ଫିଟିବା ପରେ କାଦୁଅ ତଳିପଟିରେ ବୁଣନ୍ତୁ । ତଳି ଘରା ପାଇଁ ୧୦ ଡେସିମିଲି ତଳି ପଟିରେ ୪୦ ଝୁଡ଼ି ଶଢ଼ା ଗୋବରଖତ, ୧୨ କି.ଗ୍ରା. ସିଙ୍ଗିଲେ ସୁପର ଫସଫୋଟ୍ ଓ ୨ କି.ଗ୍ରା. ମୁଖ୍ୟରେଟ ଅଫ୍ ପଟାସ ସାର ଶେଷଓଡ଼ ଚାଷ ସମୟରେ ମାଟିରେ ମିଶାଇ ଦିଅନ୍ତୁ ।

  • ବିହନରୁ କଣ୍ଟା ଓ ଅଗାଡ଼ି ବାହାର କରିବା ପାଇଁ ଲୁଣପାଣି ଉପଚାର କରନ୍ତୁ ।

ବିହନ କିସମ :

  • ସଅଳ କିସମ - ପାରିଜାତ, ଖଣ୍ଡଗିରି, ଯୋଗେଶ, ସିଦ୍ଧାନ୍ତ,
  • ମଧାମ କିସମ – ଲଲାଟ, ସୁରେନ୍ଦ୍ର, କୋଣାର୍କ, ତପସ୍ଥିନୀ, ଗୀତାଞ୍ଜଳି, ଗଜପତି, ତେଜସିନୀ, ମନସ୍ଥିନୀ, ହିରଣ୍ମୟୀ ।
  • ଚଳିତ ମାସ ଶେଷ ସୁଦ୍ଧା ଡାଳୁଆ ଧାନ ପାଇଁ ତଳି ପକାଇବା କାମ ଶେଷ କରନ୍ତୁ । ତଳି ପକାଇବା ଲାଗି ସଅଳ ଓ ମଧ୍ୟମ କିସମ ବିହନ ବ୍ୟବହାର କରନ୍ତୁ । ବିହନ ବିଶୋଧନ ପାଇଁ କବକ ନାଶକ ସହିତ ୧ କି.ଗ୍ରା. ବିହନ ପ୍ରତି ୫ ଗ୍ରାମ୍ ଇମଡାକ୍ଲୋପ୍ରିଡ ୭୦ ଡବ୍ଲ୍ୟୁ.ଏସ୍. ପାଉଡ଼ର ବ୍ୟବହାର କରନ୍ତୁ ।

ତୈଳବୀଜ ଫସଲ

ଚିନାବାଦାମ :

ରବି, ଚିନାବାଦାମ ଚାଷ ସକାଶେ ଶେଷଓଡ଼ ଚାଷବେଳେ ହେକ୍ଟର ପ୍ରତି ୨୦ କି.ଗ୍ରା.। ଯବକ୍ଷାରଜାନ, ୪୦ କି. ଗ୍ରା.. ଫସଫେଟ୍ ଓ ୪୦ କି.ଗ୍ରା. ପଟାସ୍ ପ୍ରୟୋଗ କରନ୍ତୁ ।

  • ବିହନ ବୁଣିବା ପୂର୍ବରୁ ପ୍ରତି କି.ଗ୍ରା. ବିହନକୁ ୩ ଗ୍ରାମ୍ କ୍ୟାପ୍ଟାନ୍ କିମ୍ବା ୧.୫ ରୁ ୨.୫ ଗ୍ରାମ୍ କାର୍ଟେଣ୍ଡାଜିମ୍ ଗୋଳାଇ ବିହନ ବିଶୋଧନ କରନ୍ତୁ।
  • ଖରାଦିନିଆ ଚିନାବାଦାମ ଚାଷ ପାଇଁ ଜଳସେଚନ ର ସୁବିଧା ଥିବା ନିଗିଡ଼ା ବାଲିଆ ଜମି ଚୟନ କରନ୍ତୁ ।

ସୋରିଷ :

ପାଉଁଶିଆ ରୋଗ ଦମନ ଲାଗି ହେକ୍ଟର ପ୍ରତି । ୨.୫ କି.ଗ୍ରା. ସଲ୍ଫର ସେଚିତ ଗୁଣ୍ଡ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। -ଜଉପୋକ ଦମନ ପାଇଁ ହେକ୍ଟର ପ୍ରତି ୧୦୦୦ ମି.ଲି., ଡାଇମିସ୍ଟେଥୋଏଟ୍ କିମ୍ବା ଇମିଡାଜୋକ୍ଲୋପ୍ରିଡ୍ ୧୭.୮ ଏସ୍ଏଲ୍ ୧୨୫ ମି.ଲି. ବା ଥାୟୋମିଥେୟାମ୍ ୨୫ ଏସ୍.ଜି. ।

  • ୧୨୫ ଗ୍ରାମକୁ ୫୦୦ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ ।
  • ଫସଲରେ ପତ୍ର ଚିତା ଦାଗ ଦେଖାଦେଲେ ଏହାର ଦମନ ପାଇଁ ହେକ୍ଟର ପ୍ରତି । ୨.୫ କି.ଗ୍ରା. କପର ଅକ୍ସିକ୍ଲୋରାଇଡ଼୍ ବା ୨୦୦୦ ଗ୍ରାମ୍ ମାକେଙ୍କାଜେ ବ୍କୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • କରତିଆ ମାଛି ପତ୍ରଛନ୍ଦା ପୋକ – ପୋକର ଦମନ ଲାଗି ହେକ୍ଟର ପ୍ରତି ୫୦୦ ମିଲିଲିଟର ଇଟୋଫେନ୍ ପ୍ରକୁ ୧୦ ଇ.ସି. କିମ୍ବା ୧ ଲିଟର ଟ୍ରାୟାଜୋଫସ୍, ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

କପା :

ଚକରା ଫାଟିବାର ୪୦ ଦିନ ମଧ୍ୟରେ ୪ ରୁ ୫ ଥିର ଅମଳ କରନ୍ତୁ । କାକର ପଡ଼ୁଥିଲେ ଦିନ ୧୦ଟା ପରେ ଅମଳ କରନ୍ତୁ । ଅମଳ କରି ପ୍ରଥମ ତୋଳା, ପରବର୍ତ୍ତୀ ତୋଳାଗୁଡ଼ିକୁ ଅଲଗା ଅଲଗା ଶୁଖାଇ ବସ୍ତାରେ ରଖନ୍ତୁ ।

ପନିପରିବା

ଆଳୁ ଫସଲ ୨-୩ ସପ୍ତାହର ହୋଇଯାଇଥିଲେ, ପ୍ରଥମେ କୋଡ଼ାଖୁସା କରି ହୁଡ଼ା ଟେକି ଦିଅନ୍ତୁ । ଏହି ସମୟରେ ୫୦ କି.ଗ୍ରା. ଯବକ୍ଷାରଜାନ, ୬୦ କି.ଗ୍ରା. ପଟାସ୍ ଆଳୁ ଗଛରେ ଧାଡ଼ିରେ ଦୁଇପାଖରେ ୩-୪ ସେ.ମି. ଦୂରତାରେ ୨-୩ ସେ.ମି. ଗଭୀରରେ ପ୍ରୟୋଗ କରନ୍ତୁ। ଆଳୁ ଫସଲ ସଅଳ ପତ୍ରପୋଡ଼ା ରୋଗରୁ ରକ୍ଷା ପାଇବା ପାଇଁ ହେକ୍ଟର ପ୍ରତି ୧.୫ କି.ଗ୍ରା. ମାକେଙ୍କାଭେଚ୍କୁ ୫୦୦ ଲିଟର ପାଣିରେ ମିଶାଇ ଆଳୁଗଛରେ ଭଲଭାବରେ ସିଞ୍ଚନ କରନ୍ତୁ । ସିଞ୍ଚନ ବେଳେ ଏହାର ପତ୍ରର ଉପର ଓ ତଳ ପାଖରେ ପଡ଼ିବା ଉଚିତ । ପିଆଜ, ଫସଲରେ ଗଛ ରୋଇବାର ୩ ଦିନ ପୂର୍ବରୁ ହେକ୍ଟର ପ୍ରତି ୧୦୦୦ ମି.ଲି. ବାସାଲିନ୍‌କୁ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା ତଳି ରୋଇବାର ୩ ଦିନ ପରେ ହେକ୍ଟର ପ୍ରତି ୩.୫ ଲିଟର ଷ୍ଟମ୍ ବା ୧୫୦୦ ମି.ଲି. ଟ୍ରିବୁଲିନ୍ ୫୦୦ ମିଶାଇ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ । ଏହାଦ୍ଵାରା ଅନାବନା ଘାସ ଦାଉରୁ ରକ୍ଷା ମିଳିଥାଏ । କୋବି, ଜାତୀୟ ଫସଲରେ ବନ୍ଧାକୋବିର ବିନ୍ଧା ପୋକ, ଠିକିରିପିଠିଆ ପୋକ, କରତିଆ ମାଛି, ଆଦି କୀଟର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୧ ଲିଟର ଫିଫ୍ରେନିଲ୍ କିମ୍ବା ୨୦୦ ଗ୍ରାମ୍ ଇମାମେକ୍ସିନ୍ ବେନ୍‌ଜଏଟ୍ ବା ୫୦୦ ଗ୍ରାମ୍ କାଟ୍ରାଫ୍ହାଇ ତ୍ରୋକ୍ଲୋରାଇଡ଼୍ ୫୦୦ ଲିଟର ପାଣିରେ ସିଞ୍ଚନ କରନ୍ତୁ । ଶୀତଦିନରେ ଭଲଭାବରେ ବଢୁଥିବା ପୋଦିନା, ଧନିଆ, ମେଥି, କୋଶଳା, ପାଳଙ୍ଗ ଆଦି ଶାଗ ଚାଷ କରନ୍ତୁ । ମଝିଆଳି କିସମ ଫୁଲକୋବିରେ ଲିଟର ପ୍ରତି ୩ ଗ୍ରାମ୍ ହିସାବରେ ବୋରନ୍ ସିଞ୍ଚନ କରନ୍ତୁ ।

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ଫସଲରେ କର୍ତ୍ତକ 'କୀଟ, ଶୈବାଳୁଆ, ଧଳାମାଛି, ଥୀୟ ଜଉପୋକ, ସବୁଜ ଘୋଡ଼ାପୋକ, ଧୂଆଁ ପତ୍ର ଗୋଟିପୋକ, ଫୁଲବିନ୍ଧା ପୋକ, ପତ୍ରଦାଗ ରୋଗ, ମୂଳଶତ୍ମା ରୋଗ, ଝାଉଁଳା ରୋଗ, କଳଙ୍କି ରୋଗ, ନିମ୍ନମୁଖୀ ପତ୍ର ଯୋଡ଼ା ରୋଗ ଓ ଫୁଲଶନ୍ଥା ରୋଗ ଇତ୍ୟାଦି ଦେଖାଯାଏ । ଏହାର ନିରାକରଣ ପାଇଁ ସମନ୍ଵିତ ରୋଗ ପୋକ ପରିଚାଳନା ପଦ୍ଧତି ଅବଲମ୍ବନ କରନ୍ତୁ । ସୂର୍ଯ୍ୟମୁଖୀ ଫସଲର ଚାରିପାଖରେ ମକା, ଗାଜର, ବାଜରା ଆଦି ଫସଲ ଚାଷ କରି ଥାପୁ ଆକ୍ରମଣ କମାନ୍ତୁ । ସର୍ବଦା ପ୍ରମାଣିତ ବିହନ ବ୍ୟବହାର କରନ୍ତୁ । ଭଲ ଅମଳ ପାଇଁ ଖତ ଓ ମୂଳସାରକୁ ବିହନ ବୁଣିବାର ଏକ ସପ୍ତାହ ପୂର୍ବରୁ ମାଟିରେ ମିଶାନ୍ତୁ। ପ୍ରଥମ ୪୫ ଦିନ ପର୍ଯ୍ୟନ୍ତ ଜମିକୁ ଘାସ ମୁକ୍ତ ରଖନ୍ତୁ । ସକାଳ ସମୟରେ କୌଣସି କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ । ଏହା ମହୁମାଛି ପାଇଁ କ୍ଷତିକାରକ । ତେଣୁ ଅପରାହ୍ନରେ ସିଞ୍ଚନ କରନ୍ତୁ । ଶୋଷକ ପୋକ ଯଥା-ଧଳାମାଛି, ଜଉପୋକ ପାଇଁ ଏକର ପ୍ରତି ଡାଇମିସ୍ଟେଥୋଏଟ୍ ୪୦୦ ମି.ଲି କୁ ୨୦୦ ଲିଟର ହିସାବରେ ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ସବୁଜ ଘୋଡ଼ାପୋକ ପାଇଁ ଏକର ପ୍ରତି କ୍ଲୋରୋପାଇରିଫସ୍ ବା ଟ୍ରୟାତେଜାଫସ୍ ୪୦୦ ମି.ଲି କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫୁଲ ଫୁଟିବା ସମୟରେ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ । ନିମ ଜାତୀୟ ଔଷଧ ଯଥା ନିମାଜାଲ୍ ୦.୧୫% ୩ ମି.ଲିକୁ ୧ ଲିଟର ପାଣିରେ ମିଶାଇ ସ୍ନେ କରନ୍ତୁ । ୨୫ରୁ ୩୦ଦିନ ହୋଇଥିବା ସୂର୍ଯ୍ୟମୁଖୀରେ କୋଡ଼ ଖୁସା କରି ଘାସ ବାଛି ଦିଅନ୍ତୁ । ଉନ୍ନତ କିସମ ପାଇଁ ହେକ୍ଟର ପ୍ରତି ୨୦ କି.ଗ୍ରା. ଏବଂ ସଙ୍କର କିସମ ଲାଗି ୨୫ କି.ଗ୍ରା, ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ।

ଆଧାର - କୃଷି ବୈଷୟିକ ସୁଚନା କୈନ୍ଦ୍ର, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁଏଟି

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top