অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶୀତଦିନିଆ ଚାଷ

ପିଆଜ ଚାଷ

ପିଆଜ ଏକ ଅର୍ଥକାରୀ ଫସଲ । ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଇତ୍ୟାଦି ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ । ଆମ ରାଜ୍ୟରେ ପାଖାପାଖି ୭୫ ହଜାର ହେକ୍ଟର ଜମିରେ ପିଆଜ ଚାଷ ହୋଇଥାଏ । ପିଆଜ, ଉତ୍ପାଦନରେ ଭାରତର ସ୍ନାନ ବହୁତ ପଛରେ । ଆମେରିକାରେ ହେକ୍ଟର ପ୍ରତି ୧୪ ଟନ୍ ପିଆଜ ଅମଳ ହେଉଥିବା ସ୍ଥଳେ, ଭାରତର ପାଖାପାଖୁ ୧୬ ଟନ୍ ଉତ୍ପାଦନ ହୁଏ ।

ଗୁଜୁରାଟରେ ହେକ୍ଟର ପ୍ରତି ପାଖାପାଖି ୨୫ ଟନ୍ ପିଆଜ। ଉତ୍ପାଦନ ହେଉଥିବା ବେଳେ ଓଡ଼ିଶାରେ ହେକ୍ଟର ପ୍ରତି ହାରାହାରି ମାତ୍ର ୧୧.୯ ଟନ୍ ଅମଳ ହୋଇଥାଏ । କେବଳ ବଲାଙ୍ଗିର ଜିଲ୍ଲାରେ ଓଡ଼ିଶାର ଶତକଡ଼ା ୨୪ ଭାଗ ପିଆଜ। ଉତ୍ପାଦିତ ହୋଇଥାଏ । ପିଆଜ ଚାଷ ପାଇଁ ଭଉୟ ଥଣ୍ଡା ଓ ଗରମ ପାଗ ଦରକାର ହୋଇଥାଏ । ତେଣୁ ଅକ୍ଟୋବର ମାସରେ ପିଆଜ ମଞ୍ଜିକୁ ତଳି ଘରାରେ ପକାଇବା ଉଚିତ୍ ।

ପିଆଜ କିସମ

ପିଆଜର କିସମ ଗୁଡ଼ିକ ହେଲା। ଆର୍କ, କଲ୍ୟାଣ, ଆର୍କ ପ୍ରଗତି, ଆର୍କ ନିକେତନ, ଏଟ୍ରି ଫାଉଣ୍ଡ ଲାଇଟ୍ ରେଡ଼ା, ଏନ୍ ୫୩ ଇତ୍ୟାଦି । ଏକ ଏକର ଜମିରେ ପିଆଜ ଚାଷ କରିବା ପାଇଁ ହାରାହାରି ୩-୪ କିଗ୍ରାମଞ୍ଜି ଆବଶ୍ୟକ । ଯାହାକି ୨୦୦ ବର୍ଗ ମିଟର ତଳି ଘରାରେ ଚାରା ପକାଇବାକୁ ପଡ଼ିଥାଏ । ମଞ୍ଜି ପକାଇବା ଆଗରୁ ମଞ୍ଜିକୁ କ୍ୟାପଟନ୍ କିମ୍ବା ଥିରାମ ମିଶେଇ ବିଶୋଧନ କରିବା ଆବଶ୍ୟକ ।

ତଳିଘରା ଗୁଡ଼ିକ ୭୫ ସେ.ମିରୁ ୧ ମିଟର ଓସାର ହେବା ଆବଶ୍ୟକ । ପଟଳୀ ମଧରେ ପାଖାପାଖି ୫୦ ସେମି ବ୍ଯବଧାନ ରହିବା ଭଲ। । ପିଆଜ ତଳି ଗୁଡ଼ିକ ୮ରୁ ୧୦ ସପ୍ତାହ ହୋଇଗଲା। ପରେ ମୂଳ ଜମିରେ ଲଗାଇବା କଥା । ଧାଡ଼ିକୁ ଧାଡ଼ି ୧୫ ସେ.ମି ଓ ଗଛକୁ ଗଛ ୧୦ ସେମି ବ୍ୟବଧାନରେ ବର୍ଗମିଟର ପ୍ରତି ୬୦-୭୦ ଗଛ ରଖନ୍ତୁ। ପିଆଜ ଲଗାଇବା ପୂର୍ବରୁ ମୁଖ୍ୟ ଜମିରେ ଏକର ପ୍ରତି ୪ ଟନ୍ସଢ଼ା ଗୋବରଖତ ପ୍ରୟୋଗ କରନ୍ତୁ। ପିଆଜ ଲଗାଇବା ସମୟରେ ଏକର ପ୍ରତି୨୫-୩୦ କିଗ୍ରା ଯବକ୍ଷାରଜାନ ଏବଂ ୨୪ କିଗ୍ରା ଫସଫରସ୍୪୦ କିଗ୍ରା ପଟାସ ସର ପ୍ରୟୋଗ କରନ୍ତୁ । ଲଗାଇବାର ୩୦ ଓ ୪୫ ଦିନ ପରେ କୋଡ଼ା ଖୋସା କରି ୨୫ କେ.ଜି ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।

ଘାସ ପିଆଜ ଚାଷର ମୁଖ୍ୟ ସମସ୍ୟା । ତେଣୁ ପିଆଜ ଲଗାଇବାର ୩ ଦିନ ଭିତରେ ଅକ୍ଲିଫୋରୋଫେନ ଏକର ପ୍ରତି ୮୦ମିଲିଲିଟର ହିସାବରେ ପ୍ରୟୋଗ କରନ୍ତୁ। ପିଆଜରେ ଉକୁଣିଆ ପୋକ ମୁଖ୍ୟ ଅନିଷ୍ଟକାରୀ ପୋକ ହୋଇଥିବାରୁ ଏହାର ସଠିକ୍ ପରିଚାଳନା ଆବଶ୍ୟକ । ପିଆଜରେ ଠିକ୍ ଭାବରେ ଖାଦ୍ୟସାର ଓ ରୋଗରେଯକର ପରିଚଳାନା କଲେ ଏକର ପ୍ରତି ହାରାହାରି ୮୦ରୁ ୧୦୦ କ୍ଲିଣ୍ଟାଲ ଅମଳ ମିଳିଥାଏ । ଏକରରୁ ପାଖାପାଖି ୧୫ ହଜାରରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀକୁ ଲାଭ ମିଳିଥାଏ ।

ଗାଜର ଚାଷ

ନୀତିଦିନିଆ ପରିବା ଗାଜର । ଏହା ସାଲାଡ, ତରକାରୀ, ଆଚାର  ପ୍ରଭୃତି ତିଆରିରେ ବ୍ୟବହୃତ ହୋଇଥାଏ । ଗାଜରରେ ପ୍ରଚୁର  ପରିମାଣରେ ଭିଟାମିନ 'ଏ' ରହିଛି ।  ଓଡିଶାର ସବୁ ଜିଲ୍ଲାରେ ଏହାକୁ ଚାଷ କରାଯାଉଥିବା ବେଳେ କୋରାପୁଟ, ବରଗଡ, ଦେବଗଡ, କେନ୍ଦୁଝର ଆଦି ଜିଲ୍ଲାରେ ଏହା ଅଧିକ ଚାଷ ହେଉଛି ।

ଜଳବାୟୁ

ଆମ ରାଜ୍ୟରେ ମୁଖ୍ୟତଃ ଏହା ଶୀତଋତୁରେ ଚାଷ କରାଯାଏ । ଉତ୍ତାପ ଅଧିକ କିମ୍ବା କମ୍ ରହିଲେ ଗାଜର ଅମଳ ଓ ମାନ କମିଯାଏ । ୨୦୩୦ ଡିଗ୍ରୀ ସେଲସିୟସ୍, ଉତ୍ତାପରେ ଅଧିକ ଅମଳ ହୋଇଥାଏ ।

କିସମ

ଦେଶୀ କିସମ ମଧ୍ୟରେ ପୁଷାକେଶର, ଅରୋଞ୍ଜ କଲରରୁଟ, ବ୍ଳକ କଲର ଚୁଟ ଅନ୍ୟତମ । ଏହା ଛଡା ଲଙ୍ଗଲେ ମନ, କାଶ୍ଚିରି ବୁଟି, ଇଣ୍ଡିଆନ, ଗୋଲଡେନ୍ ହଟ୍ ପ୍ରଧାନ । ମଞ୍ଜି ଦ୍ଵାରା ଏହାର ବଂଶବୃଦ୍ଧି କରାଯାଏ । ଅଗଷ୍ଟରୁ ଡିସେମ୍ବର ମାସ ଯାଏ। ଏହା ବୁଣାଯାଇପାରେ । ୫ ରୁ ୬ କିଗ୍ରା ମଞ୍ଜି ହେକ୍ଟର ପ୍ରତି ଦରକାର ହୋଇଥାଏ । ଏହା ୧୫ ସେମି ଗଭୀରରେ ପୋତାଯିବା ଦରକାର । ବିଟ ପରି ଗାଜର ମଧ୍ୟ ଥଣ୍ଡା ପରିବେଶରେ ଦରକାର କରିଥାଏ । ଏହାର ଚେର ଅଧିକ ଗଭୀରକୁ ଯାଇପାରୁଥିବାରୁ ଗଭୀର ଚାଷ ଦରକାର । ମାଟିକୁ ୪-୫ ଓଡ ଚାଷ କରି ମଞ୍ଜି ବୁଣାଯାଏ । ସଚ୍ଚା ଗୋବର ଖତ ଜମି ପ୍ରସ୍ତୁତ ସମୟରେ ୨୦-୨୫ ମେଟ୍ରିକ ଟନ୍ ବ୍ୟବହାର କରିବା ପରେ ୪୦-୫୦ କିଗ୍ରା ଯବକ୍ଷାରଯାନ, ୪୦ ରୁ ୫୦ କିଗ୍ରା ଫସଫରସ୍ ଓ ୮୦ ରୁ ୧୦୦ କିଗ୍ରା ପଟାସ୍ ସାର ହେକ୍ଟର ପ୍ରତି ପ୍ରୟୋଗ କରାଯାଏ । ଜମିରେ ବତର ଠିକ୍ ରଖୁବା ସହ ଉପଯୁକ୍ତ ବ୍ୟବଧାନରେ ପାଣି ମଡାଯିବା ଆବଶ୍ୟକ । ଚେରଗୁଡିକ ୨.୫ ରୁ ୩.୭ ସେମି ମୋଟା ହୋଇଗଲା ପରେ ଓପାଡି ଅମଳ କରାଯାଏ । ଏକର ପ୍ରତି ୮୦-୧୦୦ କ୍ଲିଣ୍ଟାଲ ଗାଜର ଅମଳ ହୋଇଥାଏ ।

ପୋକ ଓ ରୋଗ

ଗାଜର, ମାଛି ଚେରରେ ଲାଗେ । ଏହି ପୋକ ଦମନ ପାଇଁ କ୍ଲୋରୋପାଇରିଫସ( ୧ ଲିଟର ପାଣି ପ୍ରତି ୨ ମିଲି) ଦ୍ରବଣ ସିଞ୍ଚନ ଆବଶ୍ୟକ । ପତ୍ର ଛିଟା ଓ ବ୍ରାଇଟ ରୋଗ ସମୟ ସମୟେ ଆକ୍ରମଣ କରେ । କପରଫଙ୍ଗି ସାଇଡ ସିଞ୍ଚନ କରି ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ଉପଯୁକ୍ତ ଯତ୍ନ ନେଇ ହେକ୍ଟର ପ୍ରତି ୨୦ ରୁ ୨୨ ହଜାର ଟଙ୍କା ଖର୍ଚ୍ଚ କଲେ ୩୦ ରୁ ୩୨ ହଜାର ଟଙ୍କା ଲାଭ ମିଳିବ ।

ସଜନା ଗଛ ଲଗାଉଥିଲେ

ଏବେ ଆମ ରାଜ୍ୟରେ ସଜନା ଗଛ ଲଗାଇପାରିବେ । ଏଥିପାଇଁ ପି.କେ.ଏମ୍ - ୧ କିସମ ଲଗାନ୍ତୁ । ଏକରକୁ ୨୫୦ ଗ୍ରାମ୍ ବିହନ  ଆବଶ୍ୟକ। ମଞ୍ଜିକୁ ସିଧା ଗାତରେ ଲଗାନ୍ତୁ ବା ଜରିମୁଣାରେ ଚାରା ତିଆରି କରନ୍ତୁ ।

୨.୫ମି.x୨.୫ ମିଟର ଦୂରତାରେ ୦.୪୫x୦.୪୫x ୦.୪୫ମିଟର ଗାତ କରନ୍ତୁ । ଗାତ ପ୍ରତି ୧୫ କେଜି, ଖତ ଓ ୧୦୦ଗ୍ରାମ୍ ନିମ୍ବା ପିଡିଆ ଦେଇ ମଞ୍ଜି ଲଗାନ୍ତୁ କିମ୍ବା ୧୦ x ୫ ସେ.ମି ଜରି ମୁଣାରେ ତିଆରି ୪୦ଦିନର ତଳି ପୋତନ୍ତୁ ।

ଆଧାର -

  1. ସନତ କୁମାର ମେହେର କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ ବିଭାଗ
  2. କୃଷି ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate