ହୋମ / କୃଷି / କୃଷି ଉଦ୍ୟୋଗ / ଶୀତଦିନିଆ ଫୁଲ ଡାଲିଆ ଓ ସୂର୍ଯ୍ୟ ମୁଖୀ ଫୁଲ ଚାଷ
ସେଆର କରନ୍ତୁ

ଶୀତଦିନିଆ ଫୁଲ ଡାଲିଆ ଓ ସୂର୍ଯ୍ୟ ମୁଖୀ ଫୁଲ ଚାଷ

ଶୀତଦିନିଆ ଫୁଲ ଡାଲିଆ ଓ ସୂର୍ଯ୍ୟ ମୁଖୀ ଫୁଲ ଚାଷ କିପରି କରିବେ ସେ ସମ୍ବନ୍ଧୀୟ ସୂଚନା ।

ଡାଲିଆ ଫୁଲ

ଶୀତଦିନିଆ ଫୁଲ ମଧ୍ୟରେ ଡାଲିଆ ଅନ୍ୟତମ । ଡାଲିଆ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଲଗାଯାଇଥାଏ । ଡାଲିଆର  ବିଭିନ୍ନ  ଶ୍ରେଣୀଗୁଡିକ ହେଲା। ସିଙ୍ଗଲଷ୍ଟାର, ଆନିମୋନ, କୋଲୋରେଟ ଏବଂ ଡବଲ ରେ କେକଟସ୍, ସେମିକେକଟସ୍, ଡେକୋରେଟିଭ ଆଦି ବିଭିନ୍ନ କିସମ ଦେଖୁବାକୁ ମିଳେ । ପୂର୍ବ ବର୍ଷରୁ ରଖାଯାଇଥୁବା ଗଛର ମୂଳରୁ ଯେଉଁ ଡାଳ ବାହାରେ ତାହାକୁ କାଟି କୁଣ୍ଡରେ କିମ୍ବା ପଟାଳୀରେ ଲଗାଯାଏ । ଜମିରେ ଲଗାଇବା ଆଗରୁ ବର୍ଗମିଟର ପିଛା ୪-୫ କେଜି ଗୋବର ଖତ ପ୍ରୟୋଗ କରନ୍ତୁ । ଯଦି ବଜାରରେ ହାଡଗୁଣ୍ଡ ମିଳୁଥାଏ ତେବେ ବର୍ଗମିଟର ପ୍ରତି ୧୦୦ ଗ୍ରାମ୍ ହାଡଗୁଣ୍ଡ ପ୍ରୟୋଗ କରନ୍ତୁ । ଡାଲିଆ ଗଛ ପାଇଁ ଅତ୍ୟଧୁକ ଫସଫରସ୍ ଓ ପଟାସ ସାର ଆବଶ୍ୟକ ହୋଇଥାଏ । ତେଣୁ ଯେଉଁ ରାସାୟନିକ ସାର ଗଛରେ ପ୍ରୟୋଗ କରିବେ ସେଥିରେ କମ୍ ଯବକ୍ଷାରଯାନ ଓ ବେଶୀ ମାତ୍ରାରେ ଫସଫରସ୍ ଓ ପଟାସ ସାର ରହିବା ଆବଶ୍ୟକ । ଡାଲିଆକୁ ଜମିରେ କିମ୍ବା କୁଣ୍ଡରେ ଲଗାଇବାର ୩୦ ଦିନ ପରେ ରାସାୟନିକ ସାର ପ୍ରୟୋଗ କରିବେ । ପ୍ରଥମ ସାର ପ୍ରୟୋଗ କରିବାର ୩-୪ ସପ୍ତାହ ପରେ ଦ୍ଵିତୀୟ ଥର ସାର ପ୍ରୟୋଗ କରିବେ । ଗଛ ଲଗାଇବାର ୨ ରୁ ଅତେଇମାସ ପରେ ଫୁଲ ଆସେ । ଗଛ ଅଗ୍ରରେ ଗୋଟିଏ ଫୁଲ ରଖବାକୁ ଚାହୁଁଥୁଲେ ପାର୍ଶ୍ଵଡାଳକୁ ଛିଣ୍ଡାଇ ଦେବେ । ଯଦି ଗୋଟିଏ ଗଛରେ ଅନେକ ଫୁଲ ରଖବାକୁ ଚାହୁଁଥାନ୍ତି ତେବେ ଗଛର ଅଗ୍ରଭାଗକୁ ଛିଣ୍ଡାଇ ଦିଅନ୍ତୁ ।

ସୂର୍ଯ୍ୟ ମୁଖୀ

ନଭେମ୍ବର ୧୫ ତାରିଖ ମଧ୍ୟରେ ମଞ୍ଜି ବୁଣା କାମ ଶେଷ କରନ୍ତୁ । ଉନ୍ନତ କିସମ ଯଥା - ମୋର ଡେନ୍, ସୂର୍ଯ୍ୟ, ସନ୍‌ରାଇଜ୍ ଏବଂ  ସଙ୍କର କିସମ ଯଥା –

  • ମୋର୍ଡେନ୍, ସୂର୍ଯ୍ୟ,ସନ୍ରାଇଜ୍ ଏବଂ ସଙ୍କର କିସମ ଯଥା – ବି.ଏସ୍.ଏଚ୍. – ୧, ପି.ଏ.ସି. – ୩୬, ଏମ୍.ଏସ୍.ଏଫ୍.ଏଚ୍ – ୮, ଜ୍ଵାଳାମୁଖୀ ଆଦି ବିହନ ବ୍ୟବହାର କରନ୍ତୁ ।
  • ଉନ୍ନତ କିସମ ପାଇଁ ହେକ୍ଟର ପ୍ରତି ୧୦ କି. ଗ୍ରା. ଏବଂ ସଙ୍କର କିସମ ଲାଗି ୫ କି.ଗ୍ରା. ବିହନ ବ୍ୟବହାର କରନ୍ତୁ । ବୁଣିବା ପୂର୍ବରୁ ୧ କି.ଗ୍ରା. ବିହନ ପ୍ରତି ୩ ଗ୍ରାମ୍ କାପ୍ଟାନ୍/ଥିରାମ୍ ଗୋଳାଇ ବିଶୋଧନ କରି ବୁଣନ୍ତୁ ।
  • ଉନ୍ନତ କିସମ ସକାଶେ ଧାଡ଼ିକୁ ଧାଡ଼ି ୪୫ ସେ.ମି. ଗଛକୁ ଗଛ ୩୦ ସେ.ମି. ଏବଂ ସଙ୍କର କିସମ ପାଇଁ ଧାଡ଼ିକୁ ଧାଡ଼ି ୬୦ ସେ.ମି. ଗଛକୁ ଗଛ ୩୦ ସେ.ମି. ବ୍ୟବଧାନ ରଖନ୍ତୁ । ଉନ୍ନତ କିସମ ଲାଗି ହେକ୍ଟର ପ୍ରତି ମୂଳସାର ୨୦:୪୦:୨୦, ଯବକ୍ଷାରଜାନ, ଫସଫରସ୍ ଓ ପଟସ୍ ଏବଂ ସଙ୍କର କିସମ ପାଇଁ ୩୦:୭୫:୪୦, କି.ଗ୍ରା. ଯବକ୍ଷାରଜାନ, ଫସଫରସ ଓ ପଟାସ୍ ସାର ବ୍ୟବହାର କରନ୍ତୁ ।

ଆଧାର –

  1. "ଦୈନିକ ପ୍ରମେୟ"
  2. "ଦୈନିକ ଧରିତ୍ରୀ"
2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top