ଧାନ
ଖରିଫ ଧାନ ଅମଳ ପରେ ସାଇତି ରଖୁବା ପୂର୍ବରୁ ୩-୪ ଦିନ ଟାଣ ଖରାରେ ଶୁଖାନ୍ତୁ ।
ଧାନ ସାଇତିବା ପୂର୍ବରୁ ଅମାର ଘର ସଫାକରି ସମସ୍ତ ଫାଟ ଓ କଣାକୁ ବନ୍ଦ କରିଦିଅନ୍ତୁ । ଅମାର ଘର କବାଟ ଓ ଝରକାରେ ଫାଙ୍କ ଥିଲେ ବନ୍ଦ କରନ୍ତୁ ।
ଅମାର ସଫା କରିବା ପରେ ଧାନରେ ପୋକନ ଲାଗିବା ପାଇଁ ପ୍ରତି ୧୦୦ ବର୍ଗଫୁଟ ଜାଗା ଲାଗି ୨୫୦ ଗ୍ରାମ୍ ହିସାବରେ ଶତକଡ଼ା ୫ ଭାଗ ମାଲାଥଅନ୍ ଗୁଣ୍ଡ ଅମାରର ଚଟାଣ, କାନ୍ଥ ଓ ଛାତରେ ପ୍ରୟୋଗ କରନ୍ତୁ ।
ଆଖୁ
୬ରୁ ୮ ମାସ ହୋଇଥବା ଆଖୁକୁ ବିହନ ରୂପେ ବ୍ୟବହାର କରନ୍ତୁ । ଆଖୁଚାଷ ପାଇଁ ଜମି ପ୍ରସ୍ତୁତ କରନ୍ତୁ । ହେକ୍ଟର ପିଛା ୭୫ରୁ ୧୨୫ କୁଇଣ୍ଟାଲ ଆଖୁ ବିହନ ଆବଶ୍ୟକ ।
- ମୂଳିଫସଲରୁ ବିହନ ବ୍ୟବହାର କରନ୍ତୁ ନାହିଁ ।
- ଲଗାଇବା ପୂର୍ବରୁ ଆଖୁଗୁଳାକୁ ଶତକଡ଼ା ୦.୫ ଭାଗ ଏମିସାନ୍ ବା ୦.୨୫ ଭାଗ ଏରିଟାନ୍ ୧୦ ଲିଟର ପାଣିରେ ୧୨ ରୁ ୨୪ ଘଣ୍ଟା ବୁଡ଼ାଇଲେ ଭଲ, ଗଜା ବାହାରେ ।
- ଧାଡ଼ିକୁ ଧାଡ଼ି ସଅଳ କିସମ ୬୦ ସେ.ମି. ମଧମ କିସମ ୭୫ ସେ.ମି., ବିଳମ୍ବ କିସମ ୯୦ ସେ.ମି. ବ୍ୟବଧାନରେ ଲଗାନ୍ତୁ ।
- ଲଗାଇବା ବେଳେ ହେକ୍ଟର ପ୍ରତି ୬୦ କି.ଗ୍ରା. ଫସଫରସ୍ ଓ ୧୦୦ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ ।
ଡାଲିଜାତୀୟ
- ୧ କି.ଗ୍ରା. ବିହନ ପିଛା ୩ ଗ୍ରାମ୍ ଥରାମ୍ କିମ୍ବା ୨ ଗ୍ରାମ୍ ବା ଭିଷ୍ଟିନ୍ ଗୋଳାଇ ବିହନ ବୁଣନ୍ତୁ ।
- ହେକ୍ଟର ପ୍ରତି ୨୫ କି.ଗ୍ରା. ବିହନରେ ୫୦୦ ଗ୍ରାମ୍ ରାଇଜୋବିୟମ୍ ବୀଜାଣୁ କଲ୍ଚର ପ୍ରୟୋଗ କରନ୍ତୁ।
- ବିହନକୁ ଧାଡ଼ିରେ ବୁଣନ୍ତୁ । ଧାଡ଼ିକୁ ଧାଡ଼ି ୩୦ ସେ.ମି. ବ୍ୟବଧାନ ରଖନ୍ତୁ ।
- ଜମିକୁ ଭଲ ଭାବରେ ଚାଷ କରି ହେକ୍ଟର ପିଛା ୧୦/୧୨ ଶଗଡ଼ ଶଢ଼ । ଗୋବର ଖତ ବା କମୋଷ୍ଟ ପ୍ରୟୋଗ କରନ୍ତୁ ।
- ମୁଗ, ବିରି ପାଇଁ ହେକ୍ଟର ପ୍ରତି । ୨୦ କି. ଗ୍ରା, ଯବକ୍ଷାରଜାନ, ୪୦ କି.ଗ୍ରା, ଫସଫେଟ୍ ଓ ୨୦ କି.ଗ୍ରା, ପଟାସ, ବୁଟ ପାଇଁ ୨୦ କି. ଗ୍ରା, ଯବକ୍ଷାରଜାନ, ୪୦ କି.ଗ୍ରା, ଫସଫେଟ୍ ଓ ୨୦ କି.ଗ୍ରା, ପଟାସ ଏବଂ ମଟର ପାଇଁ ୨୫ କି.ଗ୍ରା. ଯବକ୍ଷାରଜାନ, ୫୦ କି.ଗ୍ରା, ଫସଫେଟ୍ ଓ ୨୫ କି.ଗ୍ରା, ପଟାସ୍ ସାର ପ୍ରୟୋଗ କରନ୍ତୁ ।
- ଜଉପୋକ ଲାଗିଲେ ହେକ୍ଟର ପିଛା ରୋଗର ବା ମେଟାସିଟକୁ ୧ ଲିଟରକୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
- ପାଉଁଶିଆ ରୋଗ ଦେଖାଦେଲେ ହେକ୍ଟର ପିଛା ୨.୫ କି.ଗ୍ରା. ସେଚିତ ଗନ୍ଧକ ବା ସଲ୍ଫେକ୍ ସିଞ୍ଚନ କରନ୍ତୁ ।
ଡାଳୁଆ ଧାନ ତଳି
ଡାଳୁଆ ଧାନ, ତଳି ପ୍ରସ୍ତୁତି (ଏକ ହେକ୍ଟର ଚାଷ ପାଇଁ ୨୫ ଡେସିମିଲ ଜମିରେ ତଳି ପଡ଼େ) ପାଇଁ ତଳି କିଆରିକୁ କାଦୁଅ କରି ଶେଷ ଓଡ଼ ଚାଷ ସମୟରେ ୩୦ କି.ଗ୍ରା. ସୁପର ଫସଫୋଟ, ୮ କି.ଗ୍ରା. ମୁଖ୍ୟରେଟ୍ ଅଫ୍ ପଟାସ, ୫୦ ଟୋକେଇ ଶଢ଼ା ଗୋବରଖତ କିମ୍ବା କମେନ୍ଲେଷ୍ଟ ପ୍ରୟୋଗ କରନ୍ତୁ । ତଳି ପଟାଳି ୧ ମିଟର ଓସାର ଏବଂ ୧୫ ସେ.ମି. ଉଚ୍ଚ ରଖ ସୁବିଧା ଅନୁସାରେ ଲମ୍ବା ରଖନ୍ତୁ । ଦୁଇ ପଟାଳି ମଝିରେ ୩୦ ସେ.ମି. ଓସାରର ନାଳ ଛାଡ଼ନ୍ତୁ । ୧୨-୧୪ ଦିନ ବେଳକୁ ଘାସ ବାଛି ୫ କି. ଗ୍ରା. ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ।
- ବିହନରୁ କଣ୍ଟା, ଅଗାଡ଼ି ବାହାର କରିବା ପାଇଁ ଏହାକୁ ଲୁଣ ପାଣି ଉପଚାର କରନ୍ତୁ ।
- ଧାନ ବିହନକୁ ଭଲଭାବରେ ଧୋଇ, ୨୪ ଘଣ୍ଟା ପାଣିରେ ଭିଜାଇ ଛାଣି ଚଟାଣରେ ଶୁଖାଇ ଦିଅନ୍ତୁ ।
- ଗାଲି ଫିଟିବା ପରେ ବିହନକୁ କାଦୁଅ ତଳି ପଟିରେ ବୁଣନ୍ତୁ ।
ବିହନ କିସମ
- ସଅଳ – ଖଣ୍ଡଗିରି, ପାରିଜାତ, ଯୋଗେଶ ଓ ସିଦ୍ଧାନ୍ତ ।
- ମଧ୍ୟମ - ଲଲାଟ, ମନସ୍ଥିନୀ, ମନ୍ଦାକିନୀ, ଜ୍ୟୋତିର୍ମାୟା, କୋଣାର୍କ, ପ୍ରତିଭା, ତପସିନୀ ଓ ଗଜପତି ।
କିଆରିରେ ପାଣି ଚାଲିବା ନିମନ୍ତେ ନାଳି ରଖନ୍ତୁ । ଏହାଦ୍ବାରା ମଧ ସାର ଓ କୀଟନାଶକ ଦ୍ରବ୍ୟ ବ୍ୟବହାର କରିବା ସହଜ ହୋଇଥାଏ ।
ତୈଳବୀଜ ଫସଲ
- ଚିନାବାଦାମ: ଚିନାବାଦମ, ବୁଣିବାର ଦୁଇ ତିନି ସପ୍ତାହ ବେଳକୁ ଖୁସାଇ ଘାସ ବାଛି ଦିଅନ୍ତୁ । ଯଦି ଜିପ୍ସମ୍। ହଳ ସମୟରେ ଦିଆ ଯାଇ ନ ଥାଏ ତେବେ ଏହି ସମୟରେ ହେକ୍ଟର ପ୍ରତି ୨୫୦ କି. ଗ୍ରା, ଜିପ୍ସମ୍ବକୁ ଦୁଇପାଖରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ୧୨ରୁ ୧୫ ଦିନ ବ୍ୟବଧାନରେ ବତର ଦେଖି ପାଣି ମଡ଼ାନ୍ତୁ । ଲାଲ୍ ଶମ୍ବାଳୁଆ ଲାଗି ହେକ୍ଟର ପିଛା ୧ ଲିଟର ଇ କାଲକୁ ବା ଥାୟାଡନ୍ ସିଞ୍ଚନ କରନ୍ତୁ । ଜଉପୋକ ପାଇଁ ହେକ୍ଟର ପିଛା ୧ ଲିଟର ରୋଗର କିମ୍ବା ମେଟାସିଟକୁ ସିଞ୍ଚନ କରନ୍ତୁ ।
- ସୋରିଷ: ଆବଶ୍ୟକତା ନେଇ ଜଳସେଚନ କରନ୍ତୁ । ଜଉପୋକ ପ୍ରତିକାର ପାଇଁ ହେକ୍ଟର ପିଛା ୧ ଲିଟର ରୋଗର କିମ୍ବା ମେଟାସିଟକୁ ସିଞ୍ଚନ କରନ୍ତୁ । କରତିଆ ମାଛି ଲାଗିଲେ ୧୦୦୦ ମି.ଲି., ଏକାଲକୁ ସିଞ୍ଚନ କରନ୍ତୁ ।
- ସୂର୍ଯ୍ୟମୁଖୀ: ରୋଗ ଓ ପୋକ ନିରାକରଣ ପାଇଁ ସମନ୍ୱିତ ରୋଗ ପୋକ ପରିଚାଳନା ପଦ୍ଧତି ଅବଲମ୍ବନ କରନ୍ତୁ । ୪୫ ଦିନ ପର୍ଯ୍ୟନ୍ତ ଜମିକୁ ଘାସ ମୁକ୍ତ ରଖନ୍ତୁ । ମାଟିର ବତର ଜଳସେଚନ କରନ୍ତୁ ।
ଆମ୍ବ ବଉଳ
ଆମ୍ବବଉଳ ଆସିଥିଲେ ଆସିବାର ୭ ଦିନ ପରେ ୨ ମି.ଲି. ଫସଫୋଡିନ୍କୁ ୧ ଲିଟର ପାଣିରେ ଗଛ, ପତ୍ର ଓ ଡାଳରେ ଭଲଭାବରେ ସିଞ୍ଚନ କରନ୍ତୁ ।
- କୁହୁଡ଼ିଆ ପାଗ ହେଲେ ବଗିଚାରେ ଅନାବନା ଘାସ, କାଠିକୁଟା ଆଦି ପୋଡ଼ି ଆମ୍ବ ବଗିଚାକୁ ଧୂଆଁ ଦିଅନ୍ତୁ ।
ପନିପରିବା
- ଆଳୁ: ମାଟିର ଆବଶ୍ୟକତାକୁ ଚାହି ୮-୧୦ ଦିନ ଅନ୍ତରରେ ପାଣି ମଡାନ୍ତୁ । ସିଆରର ଦୁଇ ତୃତୀୟା’ଶ ପର୍ଯ୍ୟନ୍ତ ପାଣି ମଡ଼ାଇବା ଆବଶ୍ୟକ । ଆଳୁ ଅମଳ ହେବାର ୧୫ ଦିନ ପୂର୍ବରୁ ପାଣି ମଡ଼ାଇବା ବନ୍ଦ କରନ୍ତୁ । ସଅଳ ପତ୍ରପୋଡ଼ା ରୋଗ ଦମନ ପାଇଁ ହେକ୍ଟର ପିଛା ୨୦୦୦ ଗ୍ରାମ୍ ଇଣୋଫିଲ୍ ଏମ୍-୪୫ ଔଷଧକୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ୧୫ ଦିନ ଅନ୍ତରରେ ୩ ଥର ସିଞ୍ଚନ କରନ୍ତୁ । ବିଳମ୍ବା ପତ୍ରପୋଡ଼ା ରୋଗ ଲାଗି ରିଜୋଡ଼ାମିଲ୍ ଏମ୍. ଜେଡ଼, ଔଷଧ ୧୦୦୦ ଗ୍ରାମକୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ମୂଳକଟା ପୋକ ଦମନ ପାଇଁ କୋରୋପାଇରିଫସ୍ ୧ ଲିଟରକୁ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
ଆଧାର - କୃଷି ବୈଷୟିକ ସୁଚନା କେନ୍ଦ୍ର, ସଂପ୍ରସାରଣ ଶିକ୍ଷା ନିର୍ଦେଶାଳୟ, ଓୟୁଟି