অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସପୁରି ଓ ଜହ୍ନି ଚାଷ

ସପୁରି ଓ ଜହ୍ନି ଚାଷ

ଲାଭ ଦେବ ସପୁରି

ସପୁରି ଏକ ସୁସ୍ଵାଦୁ ଫଳ । ଏଥିରେ ପ୍ରଚୁର ପରିମାଣରେ ଶର୍କରାଯୁକ୍ତ ଖାଦ୍ୟ ସହିତ କ୍ୟାଲସିୟମ୍, ଲୌହ, ଆଦି ଧାତବ ଲବଣ ରହିଛି। ସପୁରି ରସରୁ ଜୁସ୍, ସ୍କାସ, ଜାମ୍ , ଟଫି, କାଣ୍ଡି ପ୍ରଭୃତି ସଂରକ୍ଷିତ ଦ୍ରବ୍ୟ ପ୍ରସ୍ତୁତ କରି ଏହାର ବହୁଳ ବ୍ୟବହାର କରାଯାଇଥାଏ।

ବର୍ତ୍ତମାନ ଲୋକ ସ୍ଵାସ୍ଥ୍ୟ ପ୍ରତି ଅଧିକ ସଚେତନ ହେଉଥିବାରୁ ଫୁଟ୍ ଜୁସ୍‌ର ଡିମାଣ୍ଡ ବଢୁଛି । ତେଣୁ ସପୁରି ଜୁସରର ବଜାର ଚାହିଦା ବେଶ୍ ଭଲ ରହିଥିବାରୁ ଚାଷୀ ଏହି ଫଳ ଚାଷ କଲେ ଅଧିକ ଲାଭବାନ୍ ହୋଇପାରିବ ।

କେଉଁଠି ହେଉଛି ଚାଷ

ଓଡିଶାରେ ପାରଳାଖେମୁଣ୍ଡି, ଗଞ୍ଜାମ, ଗଜପତି ଓ ଫୁଲବାଣୀରେ ଏହି ଚାଷ ଅଧିକ କରାଯାଉଛି ।

ମୃତ୍ତିକା

ସପୁରି ଗଛ ଉର୍ବର, ବିଗତଡ଼ା, ଦୋରସା, ୪୫୬୦ ସେ.ମି.) ଗଭୀରତା ଥିବା ମାଟିରେ ଭଲଭାବରେ ବଢ଼ିପାରେ । ଆମ ରାଜ୍ୟରେ ମୁଖ୍ୟତଃ ଦୁଇ ପ୍ରକାର ସପୁରି ଚାଷ ବ୍ୟାବସାୟିକ ଭିଭିରେ କରାଯାଇଥାଏ । ଏଗୁଡ଼ିକ ହେଲା- କୃଷ୍ଣା, କୁଇନ ।

କ୍ୟୁ

ଏହି କିସମର ଗଛ ବଡ଼ ହୁଏ, ପତ୍ରରେ କଣ୍ଟା ନଥାଏ । ବେଳେବେଳେ ପତ୍ରର ଅଗ ଓ ମୂଳରେ କଣ୍ଟାଥାଏ । ଫଳର ହାରାହାରି ଓଜନ ୧.୫ ରୁ ୨.୫ କି.ଗ୍ରା ମଧ୍ୟରେ ହୁଏ । ଏହାର ଆଖୁ ବଡ଼ ଏବଂ ଅଗଭୀର, ରସ ଅଧିକ, ହାଲକା ହଳଦିଆ ରଙ୍ଗ ଏବଂ କମ୍ ତନ୍ତୁ ବିଶିଷ୍ଟ । ଏହି କିସମଟି ସଂରକ୍ଷିତ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଉତ୍କୃଷ୍ଣ କିସମ ଅଟେ ।

କୁଇନ୍‌

ଏହି କିସମଟିର ଗଛ ଓ ପତ୍ର କୃତ୍ଯୁ କିସମଠାରୁ ଅପେକ୍ଷାକୃତ ଛୋଟ । ପତ୍ରରେ ଅଧିକ କଣ୍ଟାଥାଏ । ଫଳ ଛୋଟ, ରସ କମ୍, ଗାଢ଼ ହଳଦିଆ ରଙ୍ଗର ଏବଂ ବାସ୍ନା ଅଧିକ । ଏହି କିସମଟି ପାଚିଲା ଖାଇବା ପାଇଁ ଉପଯୁକ୍ତ।

ବଂଶବିସ୍ତାର

ସପୁରିର ବଂଶବିସ୍ତାର ୯ ମୂଳପୁଆ, କାନ୍ଦାପୁଆ ଏବଂ ସ୍ଲିପ ବା ମୁକୁଟ ପୁଆ ଦ୍ଵାରା କରାଯାଇଥାଏ । ଏହା ବ୍ୟତୀତ ଗଛର ମୁକୁଟ, କାଣ୍ଡଖଣ୍ଡ, ମୁକୁଟଖଣ୍ଡ ଇତ୍ୟାଦି ମଧ୍ୟ ବଂଶବିସ୍ତାର ପାଇଁ ବ୍ୟବହାର ହୋଇପାରିବ । ମାତ୍ର ଏଥିରେ ଫଳଧାରଣ କରିବା ପାଇଁ ଅଧିକ ସମୟ ଲାଗିଥାଏ । ପୁଆଗୁଡ଼ିକର ଓଜନ ହାରାହାରି ୩୦୦ ଗ୍ରାମ ହେବା ଉଚିତ । ମୁକୁଟପୁଆ, କାଣ୍ଡରୁ ଓ ଫଳ, ତଳୁ ବାହାରିଥିବା ଛୋଟ ଛୋଟ ପୁଆଗୁଡ଼ିକୁ ନର୍ସରୀରେ ରଖି ୮-୧୦ ମାସ ପରେ ଲଗାଇବା ଭଲ ।

ଲଗାଇବା ସମୟ

ଫଳ ଅମଳକୁ ଲକ୍ଷ୍ୟ ରଖି ଚାରା ଲଗାଇବାକୁ  ହୋଇଥାଏ I ସାଧାରଣତଃ ଫଳ ଅମଳର ୧୫-୧୮ ମାସ ପୂର୍ବରୁ ଚାରା ଲଗାଯାଏ । ସେପ୍ଟେମ୍ବର-ଅକ୍ଟୋବର, ଫେବୃୟାରୀ-ମାର୍ଚ୍ଚ, ଜୁନ୍-ଜୁଲାଇ ଲଗାଇବା ପାଇଁ ପ୍ରକୃଷ୍ଣ ସମୟ ।

ଲଗାଇବା ପ୍ରଣାଳୀ

ଜମିକୁ ୩ ରୁ ୪ ଓଡ଼, ଗୁଣ୍ଡଚାଷ କରି ସମସ୍ତ ଅନାବନା ଗଛ ନଷ୍ଟ କରି ଦିଅନ୍ତୁ । ଶେଷ ଓଡ, ଚାଷ ସମୟରେ ଏକର ପ୍ରତି ୮-୧୦ ଟନ ସଢା କମ୍ପୋଷ୍ଟ ସହିତ ୧୦କି.ଗ୍ରା. କ୍ଲୋରୋପାଇରିଫସ୍(୧.୫%) ଗୁଣ୍ଡ ପ୍ରୟୋଗ କରନ୍ତୁ । ଚାରାଗୁଡ଼ିକୁ ୩୦ ସେ.ମି. ଚଉଡ଼ା ଓ ୧୫ ସେ.ମି. ଗଭୀରର ନାଳୀ କରି ଲଗାଯାଏ । ଧାଡ଼ିକୁ ଧାଡ଼ି  ୬୦ ସେ.ମି ଓ ଗଛକୁ ଗଛ ୩୦ ସେ.ମି. ବ୍ୟବଧାନ ରଖି ଲଗାନ୍ତୁ।

ଚାରା ଲଗାଇବା ସମୟରେ ସଦ୍ୟ ପୁଆ ନ ଲଗାଇ ୫-୭ ଦିନ ଛାଇରେ ଶୁଖାଇ ଦିଆଯାଏ । ପୁଆର ମୂଳରୁ ଶୁଖିଲା ପତ୍ରଗୁଡ଼ିକ ସଫା କରି ମିଥାଇଲ୍ ପାରାଥିଅନ୍ ଲିଟର ପ୍ରତି ୨ ମି.ଲି. କିମ୍ବା ତାଇଫୋଲ୍ ବାନ୍ ଲିଟର ପ୍ରତି ୫ ଗ୍ରାମ୍ ଦ୍ରବଣରେ ଚୁଡ଼ାଇ ଲଗାଇଲେ କବକ ଜନିତ ରୋଗ ଓ କୀଟ ଆକ୍ରମଣରୁ ପୁଆକୁ ରକ୍ଷା କରାଯାଇଥାଏ  । ଏହି ଫସଲ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଗଞ୍ଜାମ ଉପ ଉଦ୍ୟାନ ନିର୍ଦ୍ଦେଶକ ଭଗବାନ ଦାଶଙ୍କ (ମୋ : ୯୪୩୭୬୨୮୧୫୪) ଯୋଗାଯୋଗ କରିପାରିବେ ।

ଖରାଟିଆ ଜହ୍ନି

ଖରାଦିନିଆ ପନିପରିବା ମଧ୍ୟରେ ଜହ୍ନି ଏକ ମୁଖ୍ୟ ପରିବା । ଏହା ଆମ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ଚାଷ. ହୋଇଥାଏ । ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ଏହା ଭଲ ବଢିଥାଏ । ଏହା ଅତ୍ୟଧିକ ଥଣ୍ଡା ସହ୍ୟ କରିପାରେ ନାହିଁ । ସାଧାରଣତଃ ସବୁ ପ୍ରକାର ମାଟିରେ ଜହ୍ନି ଚାଷ ଭଲ ହୋଇଥାଏ । ହେଲେ ବାଲିଆ, ଦୋରସା ମାଟିରେ ଏହା ଭଲ ହେଉଥୁବା ବେଳେ ଚିକିଟା ମାଟି ଏହି ଚାଷ ପାଇଁ ଅନୁପଯୁକ୍ତ ।

କିସମ

ସିଓ-୧, ପୁସାନା ସଦାର, ପି.କେ.ଏମ-୧, ଆର୍କ ପ୍ରଶନ୍ନ, ସାତୁପତିଆ, ପୁଷାନୂତନ ଇତ୍ୟାଦି । ଏକ ଏକର ପାଇଁ ୧.୫ରୁ ୨ କିଗ୍ରା ମଞ୍ଜି ଆବଶ୍ୟକ । ମନ୍ଦା ଗୁଡିକ ୪୫ ସେମି ଲମ୍ବ, ୪୫ ସେମି ପ୍ରସ୍ଥ ୪୫ ସେମି ଗଭୀର ହେବା ଆବଶ୍ୟକ ।  ପ୍ରତି ମନ୍ଦାରେ ୧ ଝୁଡ଼ି ଖତ ସହ ଏକର ପ୍ରତି ୪୦ କିଗ୍ରା ଯବକ୍ଷାରଯାନ ୨୪ କେଜି, ଫସଫରସ୍ ଏବଂ ୨୪ କେଜି ପଟସ୍ ସାର ପ୍ରୟୋଗ କରନ୍ତୁ । ଖରାଟିଆ, ଜହ୍ନିକୁ ଆପଣ ଫ୍ରେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଲଗାଇବା ଆବଶ୍ୟକ ।

ସାର ପ୍ରୟୋଗ

ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ୩୦ କିଗ୍ରା ୟୁରିଆ ସାର ସହ, ସମସ୍ତ ଫସଫରସ୍ ଏବଂ ୧୨ କେଜି ପୋଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ଗଛ ଉଠିବାର ୨୦-୨୫ ଦିନ ପରେ ମନ୍ଦାକୁ କୋତା ଖୋସା କରି ୩୦ କିଗ୍ରା ୟୁରିଆ ସାର ପ୍ରୟୋଗ କରିବା ଉଚିତ୍ । ଗଛ ୪୦-୪୫ ଦିନ ହେବା ପରେ ୨୫ କେଜି ୟୁରିଆ ସାର ଦେଇ ବାକିତକ ପୋଟାସ୍ ସାର ପ୍ରାୟୋଗ କରିବା ଉଚିତ । ଖରାଦିନିଆ ଫସଲରେ ନିୟମିତ ଜଳସେଚନ କରିବା ଆବଶ୍ୟକ । ସାଧାରଣତଃ ଜହ୍ନି ଫସଲରେ ଅଧିକ ରୋଗପେକ ଦେଖାଯାଏ। ନାହିଁ । କିନ୍ତୁ ପ୍ରାରମ୍ଭିକ ଅବସ୍ଥାରୁ ଲାଲ କଖାରୁଆ ପୋକ, ପତ୍ରକୁ ଖାଇଯାଆନ୍ତି । ତେଣୁ ଏହି ପୋକର ପରିଚାଳନା ପାଇଁ ଏକ ଲିଟର ପାଣିରେ ୨ ମିଲି କେଳୁରୋପାଇରିଫସ୍ ମିଶାଇ ଗଛରେ ସିଞ୍ଚନ କଲେ ସୁଫଳ ମିଳିଥାଏ । ପାଉଁଶିଆ ରୋଗ ଏହି ଫସଲରେ ମୁଖ୍ୟ ରୋଗ । ଏହି ରୋଗ ହେଲେ ପତ୍ର ପାଉଁଶିଆ ହୋଇଯାଏ । ଏହି ରୋଗ ଦେଖାଦେଲେ ସଲଫର। ସେଚିତ ଗୁଣ୍ଡ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ମିଶାଇ ସିଞ୍ଚନ କରନ୍ତୁ ।

ଲାଭକ୍ଷତି

ବୈଜ୍ଞାନିକ ପଦ୍ଧତିରେ ଜହ୍ନି ଚାଷ କଲେ ଏକର ପ୍ରତି ୭୦-୮୦ କ୍ଵିଣ୍ଟାଲ ଜହ୍ନି ଅମଳ ହୋଇଥାଏ । ଏକର ପ୍ରତି ହାରାହାରି ୨୫ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀକୁ ଲାଭ ମିଳିଥାଏ ।

ଆଧାର – କୃଷି ବିଭାଗ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate