ହୋମ / କୃଷି / କୃଷି ଉଦ୍ୟୋଗ / ସେନ୍ସରି ଗାର୍ଡନ
ସେଆର କରନ୍ତୁ

ସେନ୍ସରି ଗାର୍ଡନ

ସେନ୍ସରି ଗାର୍ଡନ ସ୍ଥାପନ କଲେ ତାହା ଆମର ସମସ୍ତ ଇନ୍ଦ୍ରିୟକୁ ସକ୍ରିୟ କରିଥାଏ । ଗାର୍ଡନ କିପରି ପ୍ରସ୍ତୁତି କରିବେ ।

ଗାର୍ଡନର ଉପଯୋଗୀତା

ଆମ ଘର ନିକଟରେ ସେନ୍ସରି ଗାର୍ଡନ ସ୍ଥାପନ କଲେ ତାହା  ଆମ ଶରୀରକୁ ଏକପ୍ରକାର ଶକ୍ତି ଯୋଗାଏ, ଯାହା ଆମର ସମସ୍ତ ଇନ୍ଦ୍ରିୟକୁ ସକ୍ରିୟ କରିଥାଏ ବୋଲି ଏକ ନୂତନ ଅଧୟନରୁ ଜଣାଯାଇଛି । ସେଥିପାଇଁ ଆମେ ଘର ଚାରିପଟେ ସେନ୍‌ସରି ବଗିଚାକୁ ଏଭଳି ଭାବରେ ଡିଜାଇନ୍ କରିବା ଦରକାର ଯଦ୍ଵାରା ଆମର ପ୍ରାଣ, ସ୍ପର୍ଶ, ଦର୍ଶନ, ସ୍ଵାଦ ଓ ଶ୍ରବଣ ଇନ୍ଦ୍ରିୟଗୁଡିକ ଅଧିକ କାର୍ଯ୍ୟକ୍ଷମ ହୋଇପାରିବ ।

ଏହି ସେନ୍‌ସରିଗର୍ତନ ଗୁଡିକ ଆମର ମାନସିକ ଓ ଶାରୀରିକ ସ୍ଵାସ୍ଥ୍ୟରେ ଉନ୍ନତି ଆଣିଥାଏ । ପୁନେରେ ଏହିଭଳି ଏକ ସେନ୍‌ସରି ଗାର୍ଡନ ସ୍ଥାପନ କରାଯାଇଛି ଏବଂ ଏହାକୁ ଭିନ୍ନକ୍ଷମ ଲୋକମାନେ ଯେଭଳି ଅଧିକରୁ ଅଧିକ ବ୍ୟବହାର କରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି ।

ସ୍ଥାପିତ

୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ଗାର୍ଡନର ନାମକରଣ କରାଯାଇଛି ‘ ରୋଟାରୀ ସେନ୍‌ସରି ଗାର୍ଡନ" । ଏଥିରେ ବାଲୁକା ସ୍ତୁପ, ଆକର୍ଷଣୀୟ ଚଟଣ, ଶବ୍ଦ ସୃଷ୍ଟିକାରୀ ଉପକରଣ ଏବଂ ଏକ ପୋଖରୀ ରହିଛି । ଏହା କଥା କହିପାରୁନଥିବା ଅଥବା ପୂର୍ଣ୍ଣ ମାନସିକ ବିକାଶ ହୋଇନଥିବା ପିଲାଙ୍କ ନିମନ୍ତେ ମଧ୍ୟ ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି ।

ପ୍ରସ୍ତୁତି

ସେନ୍‌ସରି ଗାର୍ଡନକୁ ସାଧାରଣତଃ ପାଞ୍ଚଟି ଭାଗରେ ବିଭକ୍ତ କରାଯିବା ଦରକାର । ପ୍ରତ୍ୟେକ ଭାଗରେ ଏହିଭଳି ଉଦ୍ଭିଦ ରହିବା ଦରକାର, ଯାହାର ମଣିଷର କୌଣସି ଏକ ଇନ୍ଦ୍ରିୟ ସହିତ ସମ୍ପର୍କ ରହିଥିବ । ପ୍ରତିଭାଗ ମଧ୍ୟରେ ଦୂରତା ବଜାୟ ରହିବା ଆବଶ୍ୟକ । ତେବେ ସେନ୍ସରି ଗର୍ଡନର ପାଞ୍ଚଟି ଭାଗ ଯେଭଳି ମଣିଷର ମନ ଓ ଶରୀର ଉପରେ ସର୍ବାଧୁକ ପ୍ରଭାବ ପକାଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର । ପ୍ରତିଭାଗରେ ତିନିଟି ଲେଖାଏଁ ଭିନ୍ନ ଭିନ୍ନ ଗଛ ଲଗାଯିବା ଉଚିତ । ଉପଲବ୍ଧ ସ୍ଥାନକୁ ନେଇ ଗଛ ସଂଖ୍ୟା ସ୍ଥିର କରାଯାଇଥାଏ । ଉଦାହରଣସ୍ଵରୂପ ପ୍ରାଣ ଭାଗରେ ମଲ୍ଲୀ, ତୁଳସୀ ଏବଂ ଜଣଙ୍କର ପ୍ରିୟ ହୋଇଥିବା କୌଣସି ସୁବାସିତ ଗଛ ଲଗାଯିବା ଦରକାର । ସେହିଭଳି ସ୍ଵାଦ ଭାଗରେ ପିତା, କଷା, ମିଠା, ଖଟା ଭଳି ସ୍ଵାଦ ଦେଉଥିବା ଗଛ ଲଗାଇବାକୁ ହେବ ।

ଆଧାର -"ଦୈନିକ ପ୍ରମେୟ"

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top