ବିତରଣ ପ୍ରକ୍ରିଯାକୁ ସରଳୀକୃତ କରେ
କ୍ୟାସ୍ ଏବଂ କାଇଣ୍ଡର ରିଜିଡିଟିକୁ ଦୂର କରେ
ପ୍ରତ୍ୟେକ ଫସଲ ପାଇଁ ଋଣ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ
କୌଣସି ସମୟରେ ଋଣ ଉପଲବ୍ଧତାର ନିଶ୍ଚିତତା ଓ ସୁଧ ହାର କମ ହେବା ଚାଷୀ ମାନଙ୍କ ଉପରେ ଚାପ କମ କରେ.
ନିଜର ସୁବିଧା ଅନୁସାରେ ଓ ସହଜରେ ଚାଷୀ ମାନଙ୍କୁ ବିହନ, ସାର କିଣିବାରେ ସହାୟକ ହୁଏ
ନଗଦ ଟଙ୍କା ଦେଇ କିଣିବା ଦ୍ବାରା ଚାଷୀ ଡିଲର ଠାରୁ ଡିସକାଉଣ୍ଟ ମଧ୍ୟ ପାଇଥାଏ
ତିନି ବର୍ଷ ପାଇଁ କ୍ରେଡିଟ ସୁବିଧା– ସିଜନ ଆପ୍ରାଇଜାଲ ପାଇଁ ଆବଶ୍ୟକତା ନାହିଁ
କୃଷି ଆୟ ଆଧାରରେ ସର୍ବାଧିକ କ୍ରେଡିଟ ସୀମା
କ୍ରେଡିଟ ସୀମା ମଧ୍ୟରେ ଯ଼େତେ ସଂଖ୍ୟlରେ ଉଠାଣ
ଫସଲ ହେବା ପରେ ଟଙ୍କା ଫେରାଇବା
ସୁଧ ହାର କୃଷି ଅଗ୍ରୀମ ଭଳି ଆପ୍ଲିକେବଲ
ସୁରକ୍ଷା, ମାର୍ଜିନ ଏବଂ ଡକୁମେଣ୍ଟେସନ ମାନକ ଗୁଡିକ କୃଷି ଆଡଭାନ୍ସ ଭଳି ଆପ୍ଲିକେବଲ
ଚାଷୀ ମାନଙ୍କୁ ସମୟରେ ପର୍ଯ୍ୟlପ୍ତ ପରିମାଣର ଋଣ ଉପଲବ୍ଧତା
ଋଣକର୍ତାଙ୍କର ସମ୍ପୂର୍ଣ ବର୍ଷର ଋଣ ଆବଶ୍ୟକତାର ଧ୍ୟାନ ରଖାଯ଼ାଇଥାଏ. ସର୍ବନିମ୍ନ ପେପର କାମ, ଓ ବ୍ୟାଂକରୁ ଟଙ୍କା ପ୍ରତ୍ଯାହାର କରିବା ପାଇଁ ଦଲୀଲକରଣର ସରଳୀକରଣ
କ୍ୟାସ୍ ଡ୍ର କରିବାର ଇନପୁଟ କିଣିବାରେ ଫ୍ଲେକ୍ସିବିଲିଟି
କୌଣସି ସମଯରେ ଋଣ ଉପଲବ୍ଧତାର ସୁନିଶ୍ଚିତ ଫଳରେ ଚାଷୀର ସୁଧ ଚାପ କମ ହୋଇଥାଏ ବ୍ୟାଂକର ଡିସ୍କ୍ରେସନରେ ଜାରି କରାଯ଼ାଉଥିବା ବ୍ୟାଂକ ବ୍ୟତୀତ ଅନ୍ୟ ବ୍ୟାଂକରୁ ଉଠାଣ ବ୍ୟବସ୍ଥା ପାଇଁ ଫ୍ଲେକ୍ସିବିଲିଟି
ଯୋଗ୍ୟ ଚାଷୀ ମାନଙ୍କୁ କିଷାନ କ୍ରେଡିଟ କାର୍ଡ ଏବଂ ପାସବୁକ ବା କାର୍ଡ କମ ପାସବୁକ ଉପଲବ୍ଧ କରାଯ଼ାଇଥାଏ.
କ୍ୟାସ୍ କ୍ରେଡିଟ ସୁବିଧାକୁ ରିଭଲ୍ଭ କରିବା ଓ ସୀମା ମଧ୍ୟରେ ଯ଼େତେ ସଂଖ୍ୟlରେ କ୍ୟାସ୍ ଉଠାଇବା ବା ପୁନଃ ପ୍ରଦାନ କରିବା
ଚାଷ କରାଯ଼ାଉଥିବା ଜମି, ଚାଷର ପାଟର୍ନ ତଥା ଅର୍ଥର ମାତ୍ରାକୁ ଦେଖି ସୀମା ସ୍ଥିର କରାଯ଼ିବ
ସମସ୍ତ ଉତ୍ପାଦନ କ୍ରେଡିଟ ପୂରା ବର୍ଷ ପାଇଁ ହେବା ଆବଶ୍ୟକ ଓ ଶସ୍ୟ ଉତ୍ପାଦନ ସହିତ ସମ୍ପର୍କିତ ଅନ୍ୟ ଗତିବିଧି ଉପରେ ଧ୍ୟାନ ଦେଇ ସୀମା ନିର୍ଧାରଣ କରିବାକୁ ପଡିବ
କ୍ଷୁଦ୍ର କାଳୀନ, ମଧ୍ୟବର୍ତୀକାଳୀନ, ଟର୍ମ କ୍ରେଡିଟକୁ ଉପ ସୀମା କଭର କରିବ ଓ ଏହା ବ୍ୟାଂକର ଇଚ୍ଛା ଅନୁସାରେ ନିର୍ଧାରିତ ହେବ.
ଗୋଟିଏ କାର୍ଡ 3 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ମାନ୍ୟ ରହିବ ଓ ଏହାର ବାର୍ଷିକ ସମୀକ୍ଷା କରାଯ଼ିବ . ଭଲ ପ୍ରଦର୍ଶନ ହେଲେ ପ୍ରୋତ୍ସାହନ ଆକାରରେ କ୍ରେଡିଟ ସୀମାକୁ ବଢାଇ ଦିଆଯ଼ାଇ ପାରେ ଯ଼ାହା ଦ୍ବାରା ମୁଲ୍ୟରେ ବୃଦ୍ଧି ଓ ଚାଷର ପାଟର୍ନରେ ହେଉଥିବା ପରିବର୍ତନ ଉପରେ ଧ୍ୟାନ ଦିଆଯ଼ାଇ ପାରିବ,.
ପ୍ରତ୍ୟେକ ଉଠାଣ ପାଇଁ ସର୍ବାଧିକ 12 ମାସ ମଧ୍ୟରେ ଫେରାଇବାକୁ ପଡିବ
ପାକୃତିକ ବିପତ୍ତି ଯ଼ୋଗୁ ଫସଲ ହାନି ହେଲେ ଋଣର କନଭର୍ସନ / ରିସିଡ୍ଯୁଲମେଣ୍ଟ କରାଯ଼ାଇପାରେ.
ସିକ୍ଯୁରିଟି, ମାର୍ଜିନ ଓ ସୁଧ ହାର ଆରବିଆଇ ମାନକ ଅନୁସାରେ
ଅପରେସନ ଜାରୀ କରାଯ଼ାଇଥିବା ବ୍ୟାଂକରେ ହେବ ( ସମବାଯ ବ୍ୟାଂକ ମାମଲାରେ ଏହା ପ୍ଯାକ୍ସରେ ମଧ୍ୟ ହୋଇପାରେ), ବ୍ୟାଂକର ଇଚ୍ଛା ଅନୁସାରେ ଅନ୍ୟ ନାମିତ ବ୍ୟାଂକରେ ମଧ୍ୟ ଏହା କରାଯ଼ାଇ ପାରେ .
ସ୍ଲିପ / ଚେକ ଦ୍ବାରା ଟଙ୍କା ଉଠାଣ ସହିତ ସାଥିରେ କାର୍ଡ ଏବଂ ପାସବୁକ
ଅଧିସୂଚିତ ଫସଲ ପାଇଁ କେସିସି ଯ଼ୋଜନାରେ ବିତରଣ କରାଯ଼ାଉଥିବା ଫସଲ ଋଣକୁ ରାଷ୍ଟ୍ରୀଯ କୃଷି ବୀମା ଯୋଜନା (ନେସନାଲ କ୍ରପ ଇନସୁରାନ୍ସ ସ୍କିମ) ରେ କଭର କରାଯ଼ାଇଥାଏ. ପ୍ରାକୃତିକ ବିପତ୍ତି ଓ କୀଟପତଙ୍ଗଙ୍କ ଦ୍ବାରା ଫସଲ ନଷ୍ଟ ହେଲେ ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ଏହି ଯ଼ୋଜନାକୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯ଼ାଇ ଥିଲା .
ହି ଯ଼ୋଜନରେ କଭର ହେଉଥିବା ହିତାଧିକାରୀ ମାନଙ୍କୁ କ୍ରେଡିଟ କାର୍ଡ, ପାସବୁକ କିମ୍ବା କ୍ରେଡିଟ କାର୍ଡ କମ ପାସବୁର ପ୍ରଦାନ କରାଯ଼ାଇଥାଏ ଏଥିରେ ଠିକଣା, ଜମିର ମାତ୍ରା ସଂପର୍କିତ ବିବରଣୀ, ଋଣ କରିବାର ସୀମା, ସୀମା ଅବଧି, ଧାରକର ଏକ ପାସପୋର୍ଟ ସାଇଜର ଫଟୋ ଆଦି ରହିଥାଏ. ଏହା ଏହି ପ୍ରକ୍ରିଯାରେ ବିନିମଯର ରେକର୍ଡିଂ ପାଇଁ ପରିଚୟ ପତ୍ର ସହିତ ଫେସିଲିଟେଟର ର କାମ ମଧ୍ୟ କରିଥାଏ .
ଯ଼େଉଁ ଠାରେ ଏକାଉଣ୍ଟ ଅପରେଟ କରାଯ଼ାଉଥିବ, ସେଠାରେ ହିତାଧିକାରୀଙ୍କୁ ଏହି କାର୍ଡ କମ ପାସବୁକକୁ ଦେଖାଇବାକୁ ପଡିବ .
କେସିସି ଧାରକ ମାନଙ୍କ ଦୁର୍ଘଟଣାରେ ମୃତ୍ଯୁ ତଥା ସ୍ଥାଯୀରୁପେ ବିକଳାଙ୍ଗ ହେବାକୁ ଏହି ଯ଼ୋଜନାରେ କଭର କରାଯ଼ାଇଥାଏ. ଦୁର୍ଘଟଣାରେ ମୃତ୍ଯୁ ପାଇଁ ( ଦୁର୍ଘଟଣା ହେବାର 12 ମାସ ମଧ୍ୟରେ) 50 ହଜାର ଟଙ୍କା . ସ୍ଥାଯୀ ସମ୍ପୂର୍ଣ ଭିନ୍ନକ୍ଷମତା, ଦୁଇଟି ଆଖି କିମ୍ବା ଦୁଇଟି ଲିମ୍ବ ବା ଗୋଟିଏ ଆଖି ଓ ଗୋଟିଏ ଲିମ୍ବ ହରାଇଲେ 50 ହଜାର ଟଙ୍କା ତଥା ଗୋଟିଏ ଆଖି କିମ୍ବା ଗୋଟିଏ ଲିମ୍ବ ହରାଇଲେ 25 ହଡାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି .
କେସିସି ଧାରକ ମାନେ ବ୍ୟକ୍ତିଗତ ଆକ୍ସିଡେଣ୍ଟ ବୀମା ଯ଼ୋଜନାରେ କଭର ହୋଇଥାନ୍ତି ତଥା ଦୁର୍ଘଟଣାରେ ମୃତ୍ଯୁ ଘଟିଲେ 50 ହଜାର ତଥା ସ୍ଥାଯୀ ରୁପେ ବିକଳାଙ୍ଗ ହେଲେ 25 ହଜାର ଟଙ୍କା ବୀମା ସହାଯତା ପାଇଥାନ୍ତି. ଏହାର ପ୍ରିମିୟମ କାର୍ଡ ଜାରୀ କରୁଥିବା ସଂସ୍ଥା ତଥା ଋଣକର୍ତାଙ୍କ ମଧ୍ଯରେ 2 ଅନୁପାତ 1ରେ ଦିଆଯ଼ାଇଥାଏ.
ରୁପେ ହେଉଛି ଏକ ଭାରତୀଯ ଘରୋଇ କାର୍ଡ ସ୍କିମ ଯ଼ାହା ନେସନାଲ, ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ବାରା କଳ୍ପନା ଓ ଆରମ୍ଭ କରାଯ଼ାଇଛି. ଭାରତରେ ଏକ ଘରୋଇ ଖୋଲା ଲୁପ ଓ ମଲ୍ଟିଲେଟେରାଲ ପେମେଣ୍ଟର ସିଷ୍ଟମ ହେବା ସମ୍ପର୍କିତ ରିଜର୍ଭ ବ୍ୟାଂକର ଇଚ୍ଛାକୁ ପୂରଣ କରିବାକୁ ଏହା ତିଆରି କରଯ଼ାଇଛି. ରୁପେ କାର୍ଡ ଭାରତରେ ମାଷ୍ଟର କାର୍ଡ ଓ ଭିସା କାର୍ଡ ସହ ପ୍ରତିଦ୍ବନ୍ଦିତା କରେ ତଥା ସମସ୍ତ ଭାରତୀଯ ବ୍ୟାଂକ ତଥା ବିତ୍ତୀୟ ଅନୁଷ୍ଠାନରେ ଇଲେକ୍ଟ୍ରନିକ ପେମେଣ୍ଟକୁ ସହଜ କରେ.
ଜାନୁଆରୀ 2013 ମସିହାରେ ନାବାର୍ଡ ଏକ ସ୍ବତନ୍ତ୍ର ପ୍ରକଳ୍ପ ଯୁନିଟ ( ଏସପିଯୁ କେସିସି) ସ୍ଥାପନା କଲା. ଏହାର ଉଦ୍ଦେଶ୍ୟ ହେଲା ଦେଶର ବିଭିନ୍ନ ସମବାଯ ବ୍ଯାଙ୍କ, ତଥା କ୍ଷେତ୍ରୀଯ ଗ୍ରାମୀଣ ବ୍ଯାଙ୍କ ଗୁଡିକ ରୁପେ କେସିସି କ୍ରେଡିଟ କାର୍ଡ ଜାରୀ କରିବା. ନ୍ଯାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ ମାର୍ଗଦର୍ଶନ,ସମନ୍ବଯ, ଆରଆରବିର ପ୍ରାଯୋଜକ ବ୍ୟାଂକ ଓ ସମବାଯ.ବ୍ୟାଂକ ମାନଙ୍କ ସହିତ ଆଲୋଚନା ମାଧ୍ୟମରେ ଏହି ଯୁନିଟର ମୂଳ ଉଦ୍ଦେଶ୍ୟ ହେଲା. ସହରୀ ଅଞ୍ଚଳ ଭଳି ଗ୍ରାମୀଣ ଚାଷୀ ମାନଙ୍କୁ ନୂଆ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରିବା ସହ ଚାଷୀ ମାନଙ୍କୁ ପ୍ରସ୍ତୁତ କରି କ୍ୟାସ୍ ଲେସ ଇକୋ ସିଷ୍ଟମ ବିକଶିତ କରିବା ହେଉଛି ଏହାର ମୋଟ ଲକ୍ଷ୍ଯ . ଉପରୋକ୍ତ ଉଦ୍ଦେଶ୍ଯ ପ୍ରାପ୍ତି ପାଇଁ ଏସପିଯୁ ନୀତି ନିର୍ଧାରଣ, ସାମର୍ଥ ବିକାଶ ଓ ବିଭିନ୍ନ ଷ୍ଟେକ ହୋଲ୍ଡର ମାନଙ୍କ ମଧ୍ୟରେ ନେଟବର୍କିଂ ଆଦି କରେ .
ନୂଆ କେସିସି ଗାଇଡଲାଇନରେ କୁହାଯ଼ାଇଛି ଯ଼େ କେସିସି ଗ୍ରାହକ ମାନଙ୍କ ନିକଟରେ ଏଟିଏମ ବା ଡେବିଟ କାର୍ଡ ଜରିଆରେ ପ୍ରତ୍ୟlହାରର ସୁବିଧା ରହିବା ଆବଶ୍ଯକ . ଏହି ଦିଗରେ ତ୍ବରିତ ପଦକ୍ଷେପକୁ ଫେସିଲିଟେଟ କରିବାକୁ ନାବାର୍ଡ ଆରଆରବି ଓ ଅନ୍ୟ ବ୍ୟାଂକ ମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାର ଯ଼ୋଜନା ଆରମ୍ଭ କରିଛି, ଯ଼ାହା ଦ୍ବାରା ସେମାନେ ଏପରି କାର୍ଡ ଜାରୀ କରି ପାରିବେ.
ପୁନଗ୍ରେନ ( ପଂଜାବ ଗ୍ରେନ ପ୍ରକ୍ଯୁରମେଣ୍ଟ କର୍ପୋରେସନ ଲିମିଟେଡ) କମିଶନ ଏଜେଣ୍ଟ ମାନଙ୍କୁ କମିଶନ ରୁପେ କ୍ରେ଼ଡିଟ କାର୍ଡ ଜରିଆରେ ପ୍ରଦାନ କରେ ଏବଂ କିସାନ ଅରହିତା ଇନଫର୍ମେସନ, ରିମିଟାନ୍ସ ଅନଲାଇନ ନେଟବର୍କ (କାଇରୋନ) ନାମକ କମିଶନ ଏଜେଣ୍ଟ ମାନଙ୍କର ଏକ ନେଟବାର୍କ ବିକଶିତ କରିଛି ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ସହାୟତାରେଏହା କରାଯ଼ାଇଛି. କୋଟାକ ମହିନ୍ଦ୍ରା ବ୍ୟାଂକ ରୁପେ ସହିତ ଭାଗିଦାରୀରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଏକ ପ୍ରୟlସ ଆରମ୍ଭ କରିଛି ଯ଼େଉଁଥିରେ ପଶ୍ଚିମ ବଙ୍ଗର ବର୍ଧମାନ ଓ ହୁଗଳି ଜିଲ୍ଲାର ଅମୁଲ କ୍ଷେତ୍ରର 75ଟି ସମବାଯ ସମିତିର ଦୁଗ୍ଧ ଚାଷୀ ମାନେ ସେମାନଙ୍କର ପେମେଣ୍ଟ ସିଧା ଦୁଗ୍ଧ ବିକ୍ରି କରିବା ଦିନ ତାଙ୍କ ଏକାଉଣ୍ଟରେ ପାଇ ପାରିବେ. ଗୁଜରାତରେ ମଧ୍ୟ ପରି ମଡେଲ କରିବାକୁ ଯ଼ୋଜନା କରାଯ଼ାଉଛି. ଏଥିରେ 1200 ସମବାୟ ସମିତିର 300,000ରୁ ଉର୍ଧ ଦୁଗ୍ଧ ଚାଷୀ ଏହି ଯ଼ୋଜନାରେ ସାମିଲ ହେବେ .
ସ୍ରୋତ :ନାବାର୍ଡ
Last Modified : 5/23/2020