অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

‘ମୁକ୍ତା’ ଦେଇଛି ପରିଚୟ

ଡ. ନିନା ସିଂହଙ୍କ ପରିଚୟ

ନିଜେ ନିଜ ଗୋଡ଼ରେ ଠିଆ ହେବାର ଆଶା । କିଛି ଭିନ୍ନ କରିବାର ନିଶା, ଉଚ୍ଚ ପଦସ୍ଥ ଚାକିରିକୁ ବି ତୁଚ୍ଛ  କରିବାକୁ ବାଧ୍ୟ କଲା । ପ୍ରାଣୀ ବିଜ୍ଞାନରେ ପିଏଚଡି କରିଥିବା ଏହି ମହିଳା ଜଣକ ମଧୁର ଜଳରେ । ମୁକ୍ତା ଚାଷ କରି ସାଜିଛନ୍ତି ଉଦାହରଣ । ଉନ୍ନତ ତଥା ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ସଫଳତା ହାସଲ କରିଛନ୍ତି । ଜଣେ ସଫଳ ମୁକ୍ତା ଉଦ୍ୟୋଗୀ ଭାବେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସେ ହେଉଛନ୍ତି ଡ. ନିନା ସିଂହ ।

ଡା. ନିନ ସିଂହ । ଘର ବାଲେଶ୍ଵରର ରେମୁଣା ଗୋଲେଇ ଆଞ୍ଚଳରେ । ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ୧୨ ବର୍ଷ କାର୍ଯ୍ୟ କରିବା ସହ ୨ ବର୍ଷ କର୍ପୋରେଟ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି । ଏଥିସହିତ ଫ୍ରିଲାନସ କନ୍ସଲଟାଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ମୁକ୍ତା ଚାଷ ସମ୍ପର୍କରେ ସେ, ଭୁବନେଶ୍ଵରସ୍ଥିତ ସିଫା ଏବଂ କେରଳରେ ତାଲିମ୍ ନେଇଛନ୍ତି ।

ପରେ ୨୦୧୩ ମସିହାରେ ନିନା ଚାକିରି ଛାଡ଼ି ମୁକ୍ତ ଚାଷ ଆରମ୍ଭ କଲେ । ପ୍ରଥମେ ପ୍ରଥମେ ଏହି କାର୍ଯ୍ୟ ତାଙ୍କ ପାଇଁ ଅଲା ବେଶ୍ କଷ୍ଟକର । ପ୍ରଥମ ବର୍ଷ ମୁକ୍ତା ଚାଷରୁ ତାଙ୍କୁ କିଛି ସଫଳତା ମିଳିନଥିଲେ ମଧ୍ୟ ସେ ଆଶା ଛାଡ଼ି ନଥିଲେ ।

ସିଫା ପକ୍ଷରୁ ନିରନ୍ତର ସମର୍ଥନ ଓ ସମ୍ବର୍ଦ୍ଧନା

୨୦୧୪ରେ ନିନା ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରିମୁକ୍ତା ଚକ୍ଷରୁ ବେଶ୍ ସଫଳତା ହାସଲ କଲେ । ଏଥିପାଇଁ ସିଫା ପକ୍ଷରୁ ତାଙ୍କୁ ନିରନ୍ତର ସମର୍ଥନ ମିଳୁଛି। ବିଶେଷଜ୍ଞଙ୍କ ସହଯୋଗ ତାଙ୍କୁ ମୁକ୍ତା। ଚାଷ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ସୁଯୋଗ ଦେଇଛି । ଦୃଢ ଇଛାଶକ୍ତି ଏବଂ ଏକାଗ୍ରତା ତାଙ୍କୁ କୃତ୍ରିମ ଛୋଟ ପୋଖରୀ ମଧ୍ୟରେ ମୁକ୍ତାଚାଷ କରିବାରେ ସଫଳ କରାଇ ପାରିଛି । ସାଧାରଣତଃ ଛୋଟ ପୋଖରୀରେ କେହି ମୁକ୍ତଚାଷ କରନ୍ତି ନାହିଁ । ତେଣୁ ଛୋଟ ପୋଖରୀରେ ମୁକ୍ତଚାଷ କରିବା ଦ୍ଵାରା ବଡ଼ ପୁଷ୍କରିଣୀ ଭଳି ପରିବେଶ ବଜାୟ ରଖିବାର କୌଶଳ ତାଙ୍କୁ ବିକଶିତ କରିବାକୁ ପଡ଼ିଲା । ମୁକ୍ତ ଗୁଡ଼ିକ ଗୋଲାକୃତିରେ ମିଳୁଥିବାବେଳେ ନିନା ଡିଜାଇନ୍‌ର ମୁକ୍ତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ତାଙ୍କ କହିବା ଅନୁଯାୟୀ ଗଣେଶ, ଲକ୍ଷ୍ମୀ, ଶିବ, ତିରୁପତି, ସାଇବାବା, ବିଭିନ୍ନ ଫୁଲ ଆଦି ଡିଜାଇନ୍‌ର ମୁକ୍ତା ମଧ୍ୟ ସୃଷ୍ଟି କରିବା ସମ୍ଭବପର । ମୁକ୍ତାଚାଷ କରିବା ପୂର୍ବରୁ ନିନା ଭାବୁଥିଲେ ଯେ ସାଧାରଣତଃ ଏଗୁଡ଼ିକ ହାଇଦ୍ରବଦରେ ହିଁ ଚାଷ ହୁଏ । କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ବିଶ୍ଵର ଅର୍ଦ୍ଧାଧିକ ମୁକ୍ତାଚୀନ ରପ୍ତାନି କରିଥାଏ । କିନ୍ତୁ ଦୁର୍ଭାଗ୍ୟକୁ ପ୍ରାକୃତିକ ମୁକ୍ତା ଭାରତକୁ ଖୁବ୍ କ୍ଵଚିତ୍ ଆସେ । ଓଡ଼ିଶାରେ ବିସ୍ତୀର୍ଣ୍ଣ ଜଳାଶୟ ଥିବାରୁ ମଧୁର ଜଳରେ ମୁକ୍ତଚାଷର ବିପୁଳ ସୁଯୋଗ ରହିଛି । ମଧୁର ଜଳରେ ଥିବା ଶାମୁକାଗୁଡ଼ିକରୁ ହିଁ ମୁକ୍ତ ଉତ୍ପାଦନ କରାଯାଇଥାଏ  ।

ତାଙ୍କର ଉଦ୍ୟମ ପାଇଁ ୨୦୧୬ ଜାତୀୟ ମତ୍ସ୍ୟଚାଷୀ ଦିବସରେ ସିଫା ପକ୍ଷରୁ ନିନାଙ୍କୁ ସମ୍ବର୍ଦ୍ଧିତ  କରାଯାଇଛି । ସେ ଅଂଶୀଦାର ଭିଭିରେ ସମଗ୍ର ଦେଶରେ ମୁକ୍ତ ଚାଷ ସମ୍ପର୍କିତ କାମ କରୁଛନ୍ତି । ବାଲେଶ୍ଵରରେ ତାଙ୍କର ଏକ ଡେମୋଫାର୍ମ ମଧ୍ୟ ରହିଛି । ନିନାଙ୍କ କହିବା ଅନୁଯାୟୀ, ମୁକ୍ତା ଚାଷ ପାଇଁ ପ୍ରାୟ ବଞ୍ଚେଷ୍ଟିରୁ ୩ ବର୍ଷ ଲାଗିଯାଏ । ରାଉଣ୍ଡ୍ ପର୍ଲ ବା ଗୋଲାକାର ମୁକ୍ତା ପାଇଁ ୨ବର୍ଷ ସମୟ ଲାଗୁଥିବା ବେଳେ ଡିଜାଇନ୍‌ର ପର୍ଲ ବା ମୁକ୍ତା ପାଇଁ ପ୍ରାୟ ବର୍ପେ ସମୟ ଲାଗୁଛି।

ନିକଟରେ ନିନା ‘ଜାଇରା ପର୍ଲସ୍' ନାମରେ ଡିଜାଇନର ମୁକ୍ତାର ବଜାର ପ୍ରବେଶ କରିଛନ୍ତି । ଏହା ଡିଜାଇନ୍‌ର ମୁକ୍ତା କ୍ଷେତ୍ରରେ ଦେଶର ପ୍ରଥମ ବ୍ରାଣ୍ଡ୍ ଭାବେ ପରିଗଣିତ ହେଉଛି । ଏହି କ୍ଷେତ୍ରକୁ ପ୍ରଥମ ଥର ପାଇଁ ପ୍ରବେଶ କରୁଥିବା ଉଦ୍ୟୋଗୀଙ୍କ ପାଇଁ ସେ ଏକ ହ୍ୟାଣ୍ଡବୁକ ପ୍ରସ୍ତୁତ କରିଛନ୍ତି । ତାହା ହେଉଛି ‘ପ୍ରେଶ୍ ୱାଟର ପର୍ଲ କଲ୍‌ଚର୍ ଇନ୍ ଇଣ୍ଡିଆ' (ଭାରତରେ ମଧୁର ଜଳରେ ମୁକ୍ତା ଚାଷ ) । ଉଦ୍ୟୋଗୀ ଭାବେ କାମ କରିବା ଅବସରରେ ସେ “ଷ୍ଟେଭି କ୍ଵିନ' ନାମରେ ଏକ ଉତ୍ପାଦ ପ୍ରସ୍ତୁତ କରିଛନ୍ତି ଯାହା ଉଦ୍ଭିଦରୁ ପ୍ରସ୍ତୁତ ପ୍ରାକୃତିକ ସିଟନର (ମିଠା ପଦାର୍ଥ) । ଏହା ଚେଷ୍ଟଭିଆ ନାମକ ଗଛରୁ ପ୍ରସ୍ତୁତ କରାଯାଉଛି । ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଅତ୍ୟନ୍ତ ଉପାଦେୟ ବିବେଚିତ ହେଉଛି । ମଧୁର ଜଳ ମୁକ୍ତାଚାଷର ବିପୁଳ ସୁଯୋଗ ରହିଛି । ଓଡିଶାରେ ମୁକ୍ତା ଚାଷ ସମ୍ପର୍କରେ ଲୋକ ଆଜି ବି ଆଜ୍ଞ ରହିଛନ୍ତି । ସେଥିପାଇଁ ଓଡିଶାରେ ଏହାର ପ୍ରସାର ଅଧିକ ହୋଇପାରୁ ନାହିଁ ବୋଲି ନିନା କୁହନ୍ତି । ନିନାଙ୍କ ଉତ୍ପାଦିତ ମୁକ୍ତାଗୁଡ଼ିକ ଘର ସାଜସଜ୍ଜା ଓ ଗହଣା ଭାବରେ ଅଧିକ ବ୍ୟବହାର କରାଯାଉଛି ବୋଲି ସେ କୁହନ୍ତି ।

ମୁକ୍ତା ତିଆରି ପଦ୍ଧତି

ଶାମୁକା ଭିତରେ ଅତି କ୍ଷୁଦ୍ର ଏକ କୃତ୍ରିମା ଦାନା ଭର୍ତ୍ତି କରାଯାଇଥାଏ  । ଏହା ପରେ ଶାମୁକା ଭିତରୁ ଏକ ପ୍ରକାର ଅନ୍ତସ୍ରାବୀ ରସ ନିର୍ଗତ ହୋଇଥାଏ ଯାହାକି ଉକ୍ତ ଦାନା ଉପରେ ଏକ ଆସ୍ତରଣ ସୃଷ୍ଟି କରିଥାଏ । ପରେ ପ୍ରକ୍ରିୟ କରଣ ମାଧମରେ ମୁକ୍ତାରେ ରୂପାନ୍ତରିତ ହୋଇଥାଏ ।

ମୁକ୍ତା: ମାଛ ଚାଷୀଙ୍କ ପାଇଁ ବୋନସ୍

ନିନାଙ୍କ କହିବା ଅନୁଯାୟୀ, ମାଛ ଚାଷୀଙ୍କ ପାଇଁ ମୁକ୍ତା ଏକ ବୋନସ୍ ଭଳି କାମ ଦେବ । ଯେଉଁମାନେ ମାଛ ଚାଷ କରୁଛନ୍ତି, ସେମାନଙ୍କ ପୋଖରୀରୁ ଶାମୁକା ମିଳିବା ଅତି ସହଜ । ସେମାନେ ଏହି ଶାମୁକାକୁ ସଂଗ୍ରହ କରି ସେଥିରେ ‘ହିପା' ବା ଜାଲ ଭିତରେ ଏହି ଶାମୁକାଗୁଡିକ ରଖି ପୋଖରୀରେ ଛାଡି ମୁକ୍ତା ଉତ୍ପାଦନ କରିପାରିବେ । ଏଥୁପାଇଁ କିଛି ବିଶେଷ ଖାଦ୍ୟର ମଧ୍ୟ ଆବଶ୍ୟକ ନାହିଁ । ମାଛକୁ ଯାହା ଖାଇବାକୁ ଦେଉଛନ୍ତି ସେହି ଖାଦ୍ୟରେ ମଧ୍ୟ ଶାମୁକା ବୃଦ୍ଧି ପାଇପାରିବ । ପୋଖରୀରେ ଥିବା ନୀଳ ହରିତ ଶୈବାଳ ଓ କିଛି ଛୋଟ ପୋକଙ୍କୁ ଖାଇ ମଧ୍ୟ ଶାମୁକା ବଢିଥାଏ । ଯେଉଁ ଚାଷୀମାନେ ମୁକ୍ତା। ଚାଷ କରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ୧୦ ହଜାର ଟଙ୍କାରୁ ଆରମ୍ଭ କରିପାରିବେ ।

ଦେଖାଇବ ରୋଜଗାରର  ରାସ୍ତା

ନିନୀଙ୍କ କହିବା ଅନୁଯାୟୀ ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ପାଇଁ ମୁକ୍ତ ଚାଷ ଏକ ଭଲ ବିକଳ୍ପ । ଉପଯୁକ୍ତ ପ୍ରଶିକ୍ଷଣ ନେଇ ଛୋଟ ପୋଖରୀ ହେଉ କିମ୍ବା ସିମେଣ୍ଟ ଟାଙ୍କରେ ଘର ଅଗଣାରେ ମୁକ୍ତ ଚାଷ କରି ସ୍ଵାବଲମ୍ବୀ ହୋଇପାରିବେ । ସିମେଣ୍ଟ ଗଙ୍କିରେ ମୁକ୍ତ ଚାଷ ପାଇଁ ସ୍ଵତନ୍ତ୍ର ଯତ୍ନ ଓ ଖାଦ୍ୟର ଆବଶ୍ୟକତା ଥିବାବେଳେ ପାଖରୀରେ ମୁକ୍ତ ଚାଷ କଲେ ଅଧିକ ଯତ୍ନର ଆବଶ୍ୟକତା ନଥାଏ ବୋଲି ସେ କୁହନ୍ତି ।

ନିନାଙ୍କ ‘ଡେମୋ ଫାର୍ମ'

ବାଲେଶ୍ଵରରେ ନିନାଙ୍କ ମୁକ୍ତା ଚାଷ ସମ୍ପର୍କିତ ଏକ ଡେମୋ ଫାର୍ମ ରହିଛି । ଯେଉଁଠି ମୁକ୍ତା ଚାଷ କରାଯିବା ସହ ଲୋକମାନଙ୍କୁ ମୁକ୍ତା ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପାଇଁ ସ୍କୁଲ ଖୋଲାଯାଇଛି । ଏହି ସ୍କୁଲରେ ରାଜ୍ୟ ବାହାରୁ ବହୁତ ଚାଷୀ ପ୍ରଶିକ୍ଷଣ ମଧ୍ୟ ନେଉଥିବା ସେ କହିଛନ୍ତି । ମେରାଇନ୍ ୱାଟର ପର୍ଲ କଲ୍‌ଚର୍, ଓ ପ୍ରେସ୍ ୱାଟର ପର୍ଲ କଲଚର (ମଧୁର ଜଳ ମୁକ୍ତା ଚାଷ) ଭଳି ଦୁଇଟି ପଦ୍ଧତିରେ ମୁକ୍ତା। ଚାଷ କରାଯାଏ । ବଡ଼ କଥା ହେଲା। ଏହି ଚାଷରେ ସେ ୨୦ ଜଣ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି । କର୍ଣ୍ଣାଟକ, କେରଳ, ରାଜସ୍ତାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆନା ଆଦି ରାଜ୍ୟରେ ଅଧିକ ମୁକ୍ତା। ଚାଷ ହେଉଥିବାନିନା କୁହନ୍ତି । ଏହି ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ନିନାଙ୍କ ୱେବସାଇଟ  ହେଉଛି  web : tisyaagriventure.com

ସଂଗୃହିତ - ସମ୍ମିତା ମଲୁ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate