অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଁଳା ଚାଷରୁ ଲକ୍ଷପତି

ଅମର ସିଂହଙ୍କ ପରିଚୟ

ଉଦ୍ୟମ ଓ ଇଛାଶକ୍ତି ରହିଲେ ସବୁକିଛି ସମ୍ଭବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଜସୁନର ଜଣେ ଅଟୋ ଚାଳକ ।

ଅଟୋ ଚାଳକରୁ ପାଲଟିଛନ୍ତି ସଫଳ ଚାଷୀ । ଅଁଳା ଚାଷରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅମର ସିଂହ । ଏକାଦଶ ପଢିବା ସମୟରେ ବାପା ବୃନ୍ଦାବନ ସିଂହଙ୍କର ପରଲୋକ ଘଟିବାରୁ ଅମରଙ୍କୁ ଅଧାରୁ ପାଠ ଛାଡିବାକୁ ପଡିଥିଲା ।

ସେ ସମୟରେ ଦୁଇଭାଇ ଓ ଜଣେ ଭଉଣୀ ତାଙ୍କଠାରୁ ଯଥେଷ୍ଟ ସାନ ଥିଲେ । ତେଣୁ ଅମରଙ୍କ ଉପରେ ପରିବାର ବୋଝ ପଡିଥିଲା। ଅମର ପେଟ ପୋଷିବା ପାଇଁ ଅଟେ। ଡ୍ରାଇଭର ଭାବେ କାମ ଆରମ୍ଭ କରିଥିଲେ ।

ଅଁଳା ଗଛ ଲଗାଇ ସଫଳ ଉଦ୍ୟୋଗୀ

ହେଲେ ଏବେ ସେ ‘ଅମର ମେଗା ଫୁଡ ପ୍ରାଇଭେଟ ଲିମିଟେଡ' ର ମାଲିକ ଏବଂ ଜଣେ ଲକ୍ଷପତି ଉଦ୍ୟୋଗୀ । ରାଜସ୍ଥାନର ଗ୍ରାମାଞ୍ଚଳ ସାମ୍ମାନରେ ତାଙ୍କର ଏହି କମ୍ପାନୀ ରହିଛି । ବର୍ଷକୁ ତାଙ୍କର କାରବାର ୨୬ ଲକ୍ଷ ଟଙ୍କାରେ ପହଞ୍ଚିଛି ।  ଜଣେ ସଫଳ ଉଦ୍ୟୋଗୀ ଭାବରେ ସେ ୧୫ ଜଣ ଲୋକଙ୍କୁ ତାଙ୍କ ଉଦ୍ୟୋଗରେ କର୍ମନିଯୁକ୍ତି ଦେଇଛନ୍ତି । ବହୁ ବାଧା ଓ ପ୍ରତିବନ୍ଧକ ସଙ୍ଗେ ୫୭ ବର୍ଷାୟ ଅମର ଏହି ସଫଳତାର ସିଡି ଚଢିଛନ୍ତି ।

ପ୍ରାୟ ୨୦ ବର୍ଷ ତଳେ ଅମର ୧୨୦୦ ଟଙ୍କା ଖର୍ଚ୍ଚ କରି ୬୦ଟି ଅଁଳା ଗଛ ଲଗାଇଥିଲେ । ସେତେବେଳେ ୧୨୦୦ ଟଙ୍କା ଯୋଗାଡ କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ଥିଲା। ଅମର ତାଙ୍କ ଜୀବନରେ ଅନେକ କିଛି  କରିବାକୁ ପ୍ରୟାସ କରିଥିଲେ ।  ଫଟୋ ଷ୍ଟୁଡିଓ ଠାରୁ ଆରମ୍ଭ କରି ଅଟେରେ ସ୍ଥାନୀୟ ଯାତ୍ରୀଙ୍କୁ ପରିବହନ କରିବା ପର୍ଯ୍ୟନ୍ତ ।  ସବୁ କିଛି ରେ ସେ ନିଜ ଭାଗ ପରଖୁଥିଲେ । ଥରେ ଏକ ଖବର କାଗଜରେ ଅଁଳାର ସ୍ଵାସ୍ଥ୍ୟ ଉପରେ ରହିଥିବା ସକାରାତ୍ମକ ପ୍ରଭାବ ସମ୍ପର୍କରେ ପଢିବାର ସୁଯୋଗ ପାଇଲେ । ସେବେଠାରୁ ସେ ଅଁଳା ଗଛ ଲଗାଇବା, ତାହାର ଯତ୍ନନେବା ଲଗାଇବା, ତାହାର ଯତ୍ନନେବା  ସହିତ ସ୍ଥାନୀୟ ବଜାରରେ ଅଁଳା ବିକ୍ରି କରିବା ଆରମ୍ଭ କଲେ । ପ୍ରଥମେ ପ୍ରଥମେ ସେ ଲାଭ ଉପାର୍ଜନ କଲେ ମଧ୍ୟ ପରବର୍ତ୍ତୀ ସମୟରେ ବ୍ୟବସାୟୀମାନେ ତାଙ୍କୁ ଠକିବା ଆରମ୍ଭ କଲେ । ସେଥିପାଇଁ ସେ ନିଜର ଖାଦ୍ୟ  ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ନିଷ୍ପଭିନେଲେ ।

ଲୁପିନ୍ ହ୍ୟୁମାନ୍ ୱେଲଫେୟାର ରିସର୍ଚ୍ଚ  ଆଣ୍ଡ ଫାଉଣ୍ଡେସନ୍ ନାମରେ ଏକ ସ୍ନାନୀୟ ଏନ୍‌ଜିଓ ସହଯୋଗରେ ସେ ଅଁଳାରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ସମ୍ପର୍କରେ ଜାଣିବାକୁ ପାଇଲେ । ତାହାପରେ ସେ ଅମର ସେଲ୍ଫ ହେଲାପ ଗ୍ରୁପ ଗଠନ କରି ଖାଦ୍ୟ ପ୍ରକ୍ରିୟାକରଣ କଲେ । ତାହାକୁ ପରବର୍ତ୍ତୀ ସମୟରେ ଅମର ମେଗା ଫୁଡ  ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ ଭାବେ ଉଭା ହେଲା । ଅଁଳା ଚାଷଠାରୁ ପ୍ରକ୍ରିୟାକରଣ, ପସ୍ୟାକେଜି ଏବଂ ପରିବହନ ପର୍ଯ୍ୟନ୍ତ ସବୁକିଛି ତାଙ୍କ କମ୍ପାନୀ କଲା । ଏହାଦ୍ଵାରା ଯେଉଁ ବ୍ୟବସାୟୀମାନେ ତାଙ୍କୁ ଠକୁଥିଲେ। ସେମାନେ ତାଙ୍କ ନିକଟକୁ ଆସି ଅଁଳାରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସଂଗ୍ରହ କଲେ । ସୂଚନାଯୋଗ୍ୟ ଯେ, ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ ସି, କ୍ୟାଲସିୟମ, ଲୌହସାର ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଜଣକର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହିତ ହୃଦରୋଗ ଆଶଙ୍କା ହ୍ରାସ କରିଥାଏ । ଅମର ନିଜ ଜମିରେ ବାଇଗଣ, ଲଙ୍କା, ବିଲାତି, କୋବି, ଆଳୁ, ସୋରିଷ ଓ ଗହମ ଆଦି ମଧ୍ୟ ଚାଷ କରୁଛନ୍ତି । ତାଙ୍କ ପନ୍ଥୀ ଉମିଳା ତାଙ୍କୁ ଏହି କାମରେ ସହଯୋଗ କରୁଛନ୍ତି । ଆଗକୁ ବେଲକୁ ନେଇ ପ୍ରକ୍ରିୟାକରଣ କରିବା ଯୋଜନା  ମଧ୍ୟ ତାଙ୍କର ରହିଛି ।

ଆଧାର – କୃଷି ବିଭାଗ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate