ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି / ଆତ୍ମ ବିଶ୍ଵାସ ହିଁ ଏଇଠି ପହଞ୍ଚାଇଛି
ସେଆର କରନ୍ତୁ

ଆତ୍ମ ବିଶ୍ଵାସ ହିଁ ଏଇଠି ପହଞ୍ଚାଇଛି

ଦୁର୍ଗାପ୍ରସାଦ ନନ୍ଦ ସଫଳ ଚାଷୀ ସମ୍ବନ୍ଧରେ ଆଲୋଚନା କରାଯାଇଛି।

ଦୁର୍ଗାପ୍ରସାଦ ନନ୍ଦ ପରିଚୟ

ଦୃଢ ଇଚ୍ଛାଶକ୍ତି ଆଉ ଆତ୍ମ ବିଶ୍ଵାସକୁ  ଏକାଠି କରି ଅସମ୍ଭବକୁ ଯେ ସମ୍ଭବ କରିପାରେ ଏହାର ଏକ ଉଦାହରଣ ପାଲଟିଛନ୍ତି ସେ । ଏକ ଘଟଣା କ୍ରମରେ ସେ ତାଙ୍କର ଡାହାଣ ହାତଟିକୁ ହରାଇ ବସିଲେ, କିନ୍ତୁ କାହା ଉପଜୋର ଦେବାଟ ନୀ ଜୋହାଇ କିପରି ସ୍ଵାବଲମ୍ବୀ ହୋଇପାରିବେ ସେଥିପାଇଁ ଅନବରତ ଉଦ୍ୟମ ଚଳାଇଲେ । ବର୍ଷ କେଇଟା ଭିତରେ ସେ ସରୋଜଗାର କ୍ଷମ ହେବା ସହ ଆଉ କେତେଜଣଙ୍କ ପାଇଁ ରୋଜଗାରର ବାଟ ଦେଖାଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷା ଭାବେ ନି ପରିଚିତ କରାଇବାରେ ହୋଇଛନ୍ତି ସକ୍ଷମ । ସେ ହେଲେ ଦୁର୍ଗାପ୍ରସାଦ ନନ୍ଦ । ନୟାଗଡ  ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ନୂଆଗଡିଆସାହି ପଞ୍ଚାୟତର ନଟବରପୁର ଶାସନରେ ତାଙ୍କ ଘର । ମା' ପ୍ରେମଲତା ଓ ପିତାଙ୍କ ନାମ ଖାଲେଶ୍ଵର, ନନ୍ଦ ।

ସ୍ଵାବଲମ୍ବୀ ହେବା ଲାଗି ପ୍ରେରିତ

ନିଜ ହାତଟିକୁ ହରାଇବା ପରେ ଦୁର୍ଗା ପ୍ରସାଦ କିପରି ପରିବାର  ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ହତାଶ ହୋଇପଡ଼ିଥିଲେ । ମାତ୍ର ସହଧର୍ମିଣୀ ଲକ୍ଷ୍ମୀପ୍ରିୟାଙ୍କ ପ୍ରେରଣା ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସ୍ଵାବଲମ୍ବୀ ହେବା ଲାଗି ପ୍ରେରିତ କଲା । ଚାଷକୁ ସାଥୀ କରି ପୁରୋଜଗାର କ୍ଷମ ହେବା ଲାଗି ସେ ମନସ୍ଥ କଲେ । ଉଦ୍ୟାନ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ପାଖକୁ ଯାଇ ନିଜ ମନ କଥା କହିଲେ । ତାଙ୍କ ପରାମର୍ଶ ଓ ପ୍ରୋତ୍ସାହନ କ୍ରମେ ଦୁର୍ଗା ପ୍ରସାଦ ନିଜ ଜମିରେ ବିଭିନ୍ନ ଫଳ ଓ ପନିପରିବା ଚାଷ ଲାଗି ଆଗଭର ହୋଇଥିଲେ ।

ଚାଷ

ପ୍ରଥମେ ଅଢେଇ ଏକର ଜାଗାରେ ପ୍ରାୟ ୨୫୦୦ ବନ୍ତଳ କଦଳୀ ପୁଆ ଲଗାଇଲେ (ସୂଚନାଯୋଗ୍ୟ ସେ ହାତ ହରାଇବା ପୂର୍ବରୁ ଅର୍ଥାତ୍ ୨୦୦୫/୦୬ରେ ଏକ ଏକର ଜାଗାରେ କେବଳ ଆମ୍ବ  ବଗିଚା କରିଥିଲେ) । ୨ ବର୍ଷ ମଧ୍ୟରେ  ସେହି କଦଳୀ ଚାଷରୁ ପ୍ରାୟ ଦେଢ ରୁ ୨ଲକ୍ଷ ଟଙ୍କ ଉପାର୍ଜନ ହେଲା । ଏହା ଦୁର୍ଗା ପ୍ରସାଦଙ୍କ ମନୋବଳକୁ ବଢାଇଦେଲା । ପୁଣି ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନ ତଥା ବୈଷୟିକ ଜ୍ଞାନ କୌଶଳ ଗ୍ରହଣ କରି ଅବଶିଷ୍ଟ ଖାଲିଥିବା ଜମିରେ ପୋଟଳ ଚାଷ କଲେ । ଏଥିରୁ ବି ଲାଭ ମିଳିଲା । କିନ୍ତୁ ଏହାକୁ ଅଧିକ ଲାଭଜନକ କରାଇବା ଲାଗି ସେ ଉଦ୍ୟମ ଆରମ୍ଭ କଲେ । ପୋଟଳ ଚାଷ ଲାଗି ବ୍ୟୟ ବହୁଳ ରଞ୍ଜାର ଆବଶ୍ୟକତା ରହିଥାଏ । ତେବେ କଟକ ଜିଲା ବାଙ୍କୀ ଅଞ୍ଚଳରେ ଚାଷୀମାନେ ପ୍ଲାଷ୍ଟିକ ତଥା ଲାଇଲେନ ସୂତାରେ ଜାଲ ତିଆରି କରି ସେଥିରେ ପୋଟଳ ଗଛ ମଡାଇବାର ବ୍ୟବସ୍ଥା କରୁଥିବା ଉଦ୍ୟାନ ବିଭାଗ ଅଧିକାରୀଙ୍କ ଠାରୁ ସୂଚନା ପାଇଲେ । ସଙ୍ଗେ ସଙ୍ଗେ  ସେହି ସ୍ଥାନକୁ ଯାଇ ସେଠାରୁ ଜାଲର ତିଆରି କୌଶଳ ଜାଣି ଆସିବା ପରେ ନିଜ ଜମିରେ ସେପରି ଜାଲ ପ୍ରସ୍ତୁତ କରି ପୋଟଳ ଚାଷ କରିଥିଲେ । ଅପରକ୍ଷରେ ଏତେ ପରିମାଣର ଜମିକୁ ମୂଲିଆ ଲଗାଇ ପାଣି ଯୋଗାଇବା ବ୍ୟୟ ବହୁଳ ହେଉଥିବାରୁ ସୁବିଧା ତଥା ସହଜ ଉପାୟରେ ପାଣି ମଡାଇବା ପାଇଁ ୨ଲକ୍ଷ ଟଙ୍କ। ବ୍ୟୟରେ ବୃନ୍ଦା ଜଳ ସେଚନ ପଦ୍ଧତି ପ୍ରୟୋଗ କଲେ । ଏସବୁ ପଦ୍ଧତିରେ ପୋଟଳ ଚାଷରୁ ୩ ମାସରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଲେ । ଫଳରେ ହତାଶ ହୋଇଥିବା ଏହି ଯୁବକଙ୍କର ଚାଷ ପ୍ରତି ଆକର୍ଷଣ ବଢିବାକୁ ଲାଗିଲା । ନିଜର ୧୦ ଏକରରୁ ଉର୍ବ ଜମି ମଧ୍ୟରୁ ୫ଏକର ରେ ଆତ୍ମ, କାଜୁ ଓ ପଣସ ବଗିଚା କଲେ ।

ପ୍ରାୟ ୪ ଏକର ଜାଗାରେ ପୋଟଳ, କାକୁଡି, କଖାର ଓ କଦଳୀ ଆଦି ପନିପରିବା ଚାଷ ଚଳାଇଲେ । ତେବେ କଦଳୀ ଚାଷ ଲାଗି ବ୍ୟାଙ୍କରୁ ୧. ଲକ୍ଷ ଟଙ୍କ ରଣ ଆଣିଥିବାବେଳେ କଦଳୀ ଉତ୍ପାଦନ ପରେ ଏହି ରଣକୁ ପରିଶୋଧ କରିଦେଲେ । ନିଜ ଫାର୍ମରୁ ଉତ୍ପାଦିତ କଦଳୀକୁ ନୟାଗଡ ଗଦିକୁ ନେଇ ନିଲାମ କରି ଭଲ ଉପାର୍ଜନ ହେଉଥିବାବେଳେ ପୋଟଳ, ବେପାରୀମାନେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଫାର୍ମକୁ ଆସି ପୋଟଳ କିଣିଥାନ୍ତି । ୩ ମାସ ମଧ୍ୟରେ  ପୋଟଳ ଉପାଦନ କ୍ଷମ ହେଉଥିବା ବେଳେ ଅନେକ ସମୟରେ ବିଶେଷ କରି ଶୀତ ଦିନେ ପୋଟଳ ଦାମ୍ ଅଧିକା ଦରରେ ବିକ୍ରି ହୋଇଥାଏ । ଅନେକ ସମୟରେ ପନିପରିବା ସହ ଆତ୍ମ ଆଦି ଫଳ ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବାରୁ ବଜାର ଦର କମି ଯାଇଥାଏ । ଫଳରେ ଚାଷା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ଏଣୁ ସରକାରୀ ସହାୟତା ମିଳିଲେ ନିଜ ଫର୍ମରେ ଏକ କୋଲୁର୍ବେଷ୍ଟାର ନିର୍ମାଣ କରି ଫଳ ସଂରକ୍ଷଣ ଲାଗି ଯୋଜନା କରୁଥିବା କଥା କୁହନ୍ତି ଦୂର୍ଗାପ୍ରସାଦ । ଏବେ ପ୍ରତ୍ୟହ ନିକଟସ୍ଥ ଗ୍ରାମରୁ ୫ରୁ ଉର୍ଦ୍ଧ ବ୍ୟକ୍ତି ତାଙ୍କ ‘ଫର୍ମରେ କାର୍ଯ୍ୟକରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ନିଜ ହାତ ହରାଇବା ପରେ ଜୀବନ ଯୁଦ୍ଧରେ ହାରିଯିବା ଅପେକ୍ଷା ଦୁର୍ବାର ପ୍ରଚେଷ୍ଟାକୁ ସେ ସାଥୀ କରିନେଲେ । ସେଇଥି ପାଇଁ ସେ ଆଜି ସ୍ଵାବଲମ୍ବୀ ହେବାକୁ ସକ୍ଷମ ହୋଇଛନ୍ତି ବୋଲି କୁହନ୍ତି ଦୁର୍ଗାପ୍ରସାଦ ।

ସଂଗୃହିତ - ଅଜୟ କୁମାର ମହାରଣା

3.04
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top