অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଠିନ ପରିଶ୍ରମ ଦ୍ଵାରା ହୋଇପାରିବେ ସଫଳ ଚାଷୀ

କଠିନ ପରିଶ୍ରମ ଦ୍ଵାରା ହୋଇପାରିବେ ସଫଳ ଚାଷୀ

ପରିବା ଚାଷରୁ ଲକ୍ଷପତି

କୈଳାଶ ସୀଠଙ୍କ ପରିଚୟ

ପାଠ ପଢ଼ି ବେକାର ବସିଥିବା ଯୁବକଙ୍କ ପ୍ରତି ଉଦାହରଣ ସାଜିଛନ୍ତି ଜଣେ ଚାଷୀ । ସାଧାରଣରେ ଖାଲି ଚାଷୀ ନୁହନ୍ତି ବରଂ ସଫଳ ଚାଷୀ ଭାବେ ସେ ନିଜ ଅଞ୍ଚଳରେ ବେଶ୍ ପରିଚିତ । ପରିସ୍ଥିତିରେ ପଡ଼ି ଅଧାରୁ ପାଠ ଛାଡ଼ି ନିଜ ଜମି ସମେତ ଅନ୍ୟର ଜମିକୁ ଲିଜରେ ଆଣି ଚାଷ କରି ଅନ୍ୟକୁ ରୋଜଗାରର ରାସ୍ତା ଦେଖାଇଛନ୍ତି ।

ଏହି ଭଳି ସଫଳତା ପାଇଥିବା ଚାଷୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ମଶା ବାରି ଗ୍ରାମର କୈଳାଶ ସୀଠ । ବୟସ ୪୫ ବର୍ଷ । ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ପାରିଛନ୍ତି । ପିଲାଟିଦିନରୁ ବାପାଙ୍କ ଜମିକୁ ଯାଇ ଚାଷ କାମ କରୁଥିଲେ । ପ୍ରଥମେ ନିଜ ଜମିରେ ଏକ ସେବାର ସ୍କୁଲ ବସାଇ ପନିପରିବା ଚାଷ କଲେ ।

କୈଳାଶ ଦ୍ଵାରା ଜୈବିକ ପ୍ରଣାଳି ଓ 'ଶ୍ରୀପ୍ରଣାଳୀ'ରେ ଚାଷ

ଚାଷ ପାଇଁ ଆଗ୍ରହୀ କୈଳାଶ ଚାଷ କ୍ଷେତ୍ରରେ ବହୁ ଉନ୍ନତି ଆଣି ପାରିଛନ୍ତି । ଜୈବିକ ପ୍ରଣାଳିରେ ଚାଷ କରୁଛନ୍ତି । ତାଙ୍କ ଚାଷ ଜମିରୁ ଉତ୍ପାଦନ ହେଉଥିବା ପନିପରିବା ନିଜ ଅଞ୍ଚଳରେ ବେଶ୍ ଚାହିଦା ରହିଛି । ଦୀର୍ଘ ୧୫ ବର୍ଷ ହେଲା କୃଷିକୁ ସେ ଆପଣାଇ ନେଇଛନ୍ତି । 'ଶ୍ରୀପ୍ରଣାଳୀ'ରେ ଧାନ ଚାଷ କରିବା ସହିତ ଅନ୍ୟର ଚାଷ ଜମିକୁ ଲିଜରେ ଆଣି ପନିପରି ବା ଚାଷ କରୁଛନ୍ତି । ବନ୍ଧାକୋବି, ଫୁଲ କୋବି, ବାଇଗଣ, କଲରା, ଝୁଡଙ୍ଗ।, ଭେଣ୍ଡି, ଲଙ୍କା, କଟିକି ପୋଟଳ, ଶାଗ ପ୍ରଭୃତି ପନିପରିବା ଚାଷ କରୁଛନ୍ତି।

ଜୈବିକ ସାର ପ୍ରୟୋଗ ପାଇଁ ନିଜ ବାଡିରେ ଜିଆ, ଚାଷ କରିଛନ୍ତି କୈଳାଶ । ଏହି ଜିଆମାନଙ୍କ ଠାରୁ ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କର ଜୈବିକ ସାର ପାଉଛନ୍ତି । ପରିବା ଚାଷ ନିମନ୍ତେ ଶଙ୍କର ଜାତୀୟ ଚାରା ପ୍ରସ୍ତୁତ ଓ ବିତରଣ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସେ । ଚଳିତ ବର୍ଷ ୧୦ ଏକର ଜମିରୁ ‘ଶ୍ରୀ ପ୍ରଣାଳୀ’ରେ ୫ ଏକର ଜମିରେ  ଧାନଚାଷ କରିଥିଲେ । ଅନ୍ୟ ୫ ଏକର ଜମିରେ ପନିପରିବା ଚାଷ ।

ଚାଷକରି ଲକ୍ଷ୍ୟାଧିକ ଟଙ୍କା ଲାଭ

ଏଥିରୁ ସେ ୧୫୦ କ୍ଲିଣ୍ଟାଲ ଧାନ ବିକ୍ରି କରିଥିଲେ । ଧାନଚାଷ ପରେ ପନିପରିବା ଚାଷ କରି ସେଥିରୁ ଲକ୍ଷ୍ୟାଧିକ ଟଙ୍କା ଲାଭ ପାଇଛନ୍ତି । ଝୁଡଙ୍ଗ , କଲରା, ବାଇଗଣ, ଭେଣ୍ଡୀ ଭଳି ପନିପରି ବା ଚାଷ କରିଛନ୍ତି । ଚଳିତ ବର୍ଷ ସେ ୫ ଲକ୍ଷ ଟଙ୍କାରୁ ଅଧିକ ପନିପରି ବା ବିକ୍ରି କରିସାରିଲେଣି । ଚାଷ କାମରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦୁଇ ପୁଅ ଗଣେଷ ଓ ପପୁନ୍ ତାଙ୍କୁ ସାହାଯ୍ୟ କରିଥାନ୍ତି । ପନିପରିବା ଚାଷ କରିବା ସହିତ ଘରେ ଗାଈ ମଧ ପାଳନ କରି ଗୋବର ଖତ ଏବଂ କ୍ଷୀର ପାଉଥିବା କୈଳାଶ କହିଛନ୍ତି ।

୮ ଏକର ଚାଷ ଜମିରେ ୨୨ ପ୍ରଜାତିର ଚାଷ

ରାମକୃଷ୍ଣଙ୍କ ପରିଚୟ

କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଳକ୍ ଅନ୍ତର୍ଗତ ଚଡ଼ା ଗ୍ରାମ ପଞ୍ଚାୟତର ଦୋରାଗୁଡ଼ା ଗାଁର ଯୁବ ଚାଷୀ ରାମକୃଷ୍ଣ ପାଢୀ ଓରଫ୍ ବାପି ।

୧୯୭୯ ମସିହାରେ ଜନ୍ମ ଗ୍ରହଣ କରିଥିବା ବାପି ଆଜକୁ ୧୯ ବର୍ଷ ହେଲା ନିଜକୁ ଚାଷ କାମରେ ସଫଳ ଚାଷୀ ନିୟୋଜିତ କରି ଅର୍ଥ ରୋଜଗାର କରି ଆସୁଛନ୍ତି । ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢିଥିବା ବାପି ଆଉ ଅଧିକ ପାଠ ପଢି ସରକାରୀ ଚାକିରି କରିବାର ମୋହ ଠାରୁ ଦୂରେଇ ଯାଇଥିଲେ ।

ପିଲାଟି ବେଳରୁ ଚାଷ ପ୍ରତି ଆକୃଷ୍ଟ ହୋଇଥିବା ଏହି ଯୁବକ ଜଣକ ମହାବିଦ୍ୟାଳୟରୁ ପାଠରେ ଡୋରି ବାନ୍ଧି ଚାଷ କ୍ଷେତକୁ ପଳାଇ ଆସିଥିଲେ । ସେଇ ଦିନ ଠାରୁ କଲମ ବଦଳରେ ହାତରେ ଧରିଥିଲେ କୋଡି ଆଉ କୋଦାଳ ।

୮ ଏକର ଚାଷ ଜମିରେ ଚାଷ କରି ହୋଇଛନ୍ତି  ସଫଳ ଚାଷୀ

ଘର ପାଖରେ ଥିବା ୮ ଏକର ଚାଷ ଜମିରେ ସେ ଏବେ ୨୨ ପ୍ରଜାତିର ଚାଷ କରି ନିଜେ ଜଣେ ସଫଳ ଚାଷୀ ଭାବେ ନିଜ ଅଞ୍ଚଳରେ ନାଁ କରିଛନ୍ତି । ତାଙ୍କ କହିବାନୁସାରେ ସେ ବର୍ଭମାନ ସୂର୍ଯ୍ୟମୁଖୀ, ମଧୁର ମକା, ଦେଶି ମକା, କାନ୍ଦୁଲ, କାକୁଡି, ଜହ୍ନି, କଲରା, ଭେଣ୍ଡି, ବାଇଗଣ, ବାଦାମ, ପିଆଜ, ଟମାଟ, ମାଣ୍ଡିଆ, କୋବି, ମୂଳା, ଆଳୁ, ଲାଉ, ତରଭୂଜ, ଲଙ୍କା, ଗେଣ୍ଡୁ ଫୁଲ ଓ ଧାନ ପରି ବହୁ ଚାଷ କରୁଥିବା ଦେଖିବାକୁ ମିଳିଛି ।

ସେ କହିବାନୁସାରେ ଏହି ଚାଷ ପାଇଁ ସମସ୍ତ ଖର୍ଚ୍ଚ ଗଲା ପରେ ବର୍ଷକୁ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କା ସେ ରୋଜଗାର କରିପାରୁଛନ୍ତି ।

ଲେଖା ଏବଂ ପ୍ରାପ୍ତ  -

  1. ପୁରୁଷୋତ୍ତମ ମହାପାତ୍ର, ନୟାଗଡ଼
  2. ସର୍ବେଶ୍ଵର ବରାଡ଼, ବୈପାରିଗୁଡ଼ା ବ୍ଲକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate