অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୁବେରଙ୍କ ଔଷଧୀୟ ବଗିଚା

ଆୟୁର୍ବେଦିକ ଡ. କୁବେର କାନ୍ତ ପଣ୍ଡା ପରିଚୟ

ପେସାରେ ଜଣେ ଆୟୁର୍ବେଦିକ ଡାକ୍ତର । ହେଲେ ନିଶା ଚାଷ କାମ । ସକାଳ ହେଲେ ରୋଗୀ ଦେଖୁ ବା ସହ ସେ ଲାଗିପଡନ୍ତି ବଗିଚା କାମରେ । ତାଙ୍କର ଏହି ବଗିଚାଟି ହସୁଛି ଭଳିକିଭଳି ଔଷଧୀୟ ବୃକ୍ଷର ସମ୍ମାରରେ ହର୍ବାଲ, ଗାର୍ଡୋନ କରି ଜଣେ ସଫଳ ଚାକ୍ଷୀ ଭାବେ ପରିଚିତ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡ. କୁବେର କାନ୍ତ ପଣ୍ଡା ।

ବୟସ ୫୪ ।  ଘର ସଂସ୍କୃତି ସମ୍ପନ୍ନ ଖଡ଼ିଆଳ  ସହର ୱାର୍ଡ ନଂ ୧୧ର ଠାକୁରାଣୀପଡ଼ା । କୁବେରଙ୍କ ବାପା ସ୍ଵର୍ଗତ ନିତ୍ଯାନନ୍ଦ ପଣ୍ଡା ଥିଲେ ଜଣେ ଆୟୁର୍ବେଦିକ ଘରୋଇ ଚିକିତ୍ସକ ସହ ସଫଳ ଚାଷୀ । କୁବେର ଆୟୁର୍ବେଦିକ ପାଠ ପଢିବା ସମୟରେ ଔଷଧୀୟ ବୃକ୍ଷଲତା ବିଷୟରେ ପଢୁଥିଲେ । ପଟ୍ଟାରୁ ଆହରଣ କରିଥିବା ଜ୍ଞାନକୁ କୃଷିକ୍ଷେତ୍ରରେ ବିନିଯୋଗ କରିବାକୁ ତାଙ୍କ ଆଗ୍ରହ ବଢିଲା । ଆଉ ୧୯୮୫ରେ ବି.ଏ.ଏମ. ଏସ୍ ପାସ କରିବା ପରେ ଏକ ଘରୋଇ ଆୟୁର୍ବେଦିକ କ୍ଲିନିକ୍ ଖୋଲିଲେ । ଏହା ସହ ୧୫ ଏକର ଜମିରେ ଆରମ୍ଭ କଲେ ଚାଷ କାର୍ଯ୍ୟ।

ସମନ୍ୱିତ କୃଷିର ଦିଗଦର୍ଶକ

ଚାଷ କାର୍ଯ୍ୟ ଆରମ୍ଭ ପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି । ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଆଗକୁ ବଢିବାକୁ ଖୋରାକ ଯୋଗାଇଛି । ନିଷ୍କା ଓ କଠିନ ପରିଶ୍ରମ ବଳରେ ସେ ସମନ୍ୱିତ କୃଷିର ଦିଗଦର୍ଶକ ମଧ୍ୟ ପାଲଟିଯାଇଛନ୍ତି ।

କୁବେରଙ୍କ ହର୍ବାଲ ଗାର୍ଜେନ

୭ ଏକର ଜମିରେ ହର୍ବାଲା ଗାର୍ଡେନ ସହ ୮ ଏକର ଜମିରେ କଦଳୀ ଚାଷ ଏବଂ ବିଭିନ୍ନ ପନିପରିବା ଚାଷ କରି ନିଜର ଆର୍ଥିକ  ସ୍ଥିତିକୁ ସୁଦୃଢ କରିପାରିଛନ୍ତି । ତାଙ୍କ ହର୍ବାଲ ଗାର୍ଜେନରେ ରହିଛି ୩୦୦ ପ୍ରଜାତିର ଗଛ । ଯେପରିକି ବୃହତ ପଞ୍ଚମୂଳ, ଲଘୁପଞ୍ଚମୂଳ, କୁଚିଳା, ଅଁଳା, ବାହାଡା, ହରିଡା, ଶ୍ରେତ ଚନ୍ଦନ, ରକ୍ତଚନ୍ଦନ, ନିର୍ଗୁଣ୍ଡି, ବାସଙ୍ଗ, ପ୍ରସାରୁଣୀ, ଅଶୋକ, ଶିବଲିଙ୍ଗୀ । ବିଗଚାରେ ଥିବା ଔଷଧୀୟ ଗଛରୁ ସେ ଆୟୁର୍ବେଦିକ ଜଡିବୁଟି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ସିଜିନାଲ ଫଳ ଓ ପନିପରିବା ଚାଷ ସହ ସେ ଗାଈ, ଛେଳି, ମଇଁଷି ଓ କୁକୁଡା ମଧ୍ୟ ପାଳନ କରିଛନ୍ତି । ଏହା ସହ ଜୈବିକ ଖତ ସାର ମଧୁ ଘରେ ପ୍ରସ୍ତୁତ କରି ଗଛରେ ପ୍ରୟୋଗ କରୁଛନ୍ତି । ଯେମିତିକି ବିଭିନ୍ନ ଉପକାରୀ ବ୍ୟାକ୍ଲୋରିଆ ଯଥା ଅଜାଟୋବ୍ୟାକ୍ଟର , ଆଜୋସ୍ପୋରିଲମ୍, ରାଇଜେବିୟମ୍, ଟ୍ରାଇକୋଡର୍ମା ଆଦିକୁ ନେଇ ଗୋବର ଖତ ସହ ସଢିବାକୁ ଦିଆଯାଏ । ଏହି ମିଶ୍ରଣକୁ ୧୦ ରୁ ୧୫ ଦିନ ରଖିବା ପରେ ଜୈବିକ ଖତ ଭାବେ ଫସଲରେ ବ୍ୟବହାର କରାଯାଏ । ସମନ୍ୱିତ କୃଷିରୁ ସେ ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ସୁବୁଠୁ ଦୁଃଖର ବିଷୟ ଯେ, ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ବ୍ୟବସ୍ଥା ଠିକ୍ ଭାବେ ହୋଇପାରୁନଥିବାରୁ କୃଷିରୁ ସେତେଟା ଲାଭ ମିଳୁନି ।

ଆଧାର - ଅଶ୍ଵିନୀ କୁମାର ପାଣିଗ୍ରାହୀ

Last Modified : 5/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate