ସେଆର କରନ୍ତୁ

କୃଷି ସଂଗ୍ରହାଳୟ

ଚାଷୀ ସୟଦ ଘନି ଖାନ୍ କୃଷି ସଂଗ୍ରହାଳୟ ପ୍ରୟାସ ସ୍ଥାପନ କରାଯାଇଥିବା ମୁଖ୍ୟଜିୟମ୍‌ ।

ଚାଷୀ ସୟଦ ଘନି ଖାନ୍ ପରିଚୟ

ମ୍ୟୁଜିୟମ୍ ବା ସଂଗ୍ରହାଳୟ କହିଲେ ଆମେ ସାଧାରଣତଃ କିଛି ଲୁପ୍ତପ୍ରାୟ ଏବଂ ସଂଗୃହୀତ ସାମଗ୍ରୀର ଗଚ୍ଛିତ ସ୍ଥାନକୁ ବୁଝୁ  କିନ୍ତୁ ଜଣେ ଚାଷୀ ଏଭଳି ଏକ ମ୍ୟୁଜିୟମ୍ ସ୍ଥାପନ କରିଛନ୍ତି ଯେଉଁଠି ଅନେକ ଜୀବନ୍ତ ଗଛଲତା ସ୍ଥାନ ପାଇଛି । ସେଥିପାଇଁ ଏହାକୁ ଲିଭି” ଏଗ୍ରିକଲଚରାଲ ମ୍ୟୁଜିୟମ ବୋଲି କୁହାଯାଉଛି ।

ତାଙ୍କ ମ୍ୟୁଜିୟମରେ ୮୫୦ରୁ ଅଧିକ ପ୍ରକାରର ଧାନ ରହିଛି । ଏହି ଚାଷୀ ଜଣକ ହେଉଛନ୍ତି ସୟଦ ଘନି ଖାନ୍। କର୍ଣ୍ଣାଟକର ମାଣ୍ଡା ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ଗାଁରେ ଘନି ବାସ କରୁଛନ୍ତି ।

ପ୍ରୟାସରେ ସ୍ଥାପନ କରାଯାଇଥିବା ମୁଖ୍ୟଜିୟମ୍‌

ତାଙ୍କ ପ୍ରୟାସରେ ସ୍ଥାପନ କରାଯାଇଥିବା ମୁଖ୍ୟଜିୟମ୍‌ରେ ୮୫୦ରୁ ଅଧିକ ପ୍ରକାର ଧାନ, ୧୧୫ ପ୍ରକାରର ଆମ୍ବ ଚାଷ କରାଯାଉଛି ଏବଂ ସେହି ପ୍ରଜାତିଗୁଡିକ ସଂରକ୍ଷଣ କରାଯାଇପାରିଛି । ଲୁପ୍ତପ୍ରାୟ ପାରମ୍ପରିକ ଧାନ ଓ ଆମ୍ବ ପ୍ରଜାତିର ସଂରକ୍ଷଣ ଏବଂ ସେଗୁଡିକୁ ପୁଣି ଲୋକପ୍ରିୟ କରାଇବା ତାଙ୍କର ଲକ୍ଷ୍ୟ ।

ଘନିଙ୍କୁ ୨୨ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କର ବ୍ରେନ୍ ହାମରେଜ ହୋଇଗଲା । ତେଣୁ ପରିବାରର ବୋଝ ଘନିଙ୍କ ଉପରେ ପଡିଲା । କାରଣ ସେ ପରିବାରରେ ସନ୍ତାନ ସନ୍ତତିଙ୍କ ମଧ୍ୟରେ ବଡ ଅଲେ । ପରିବାର ପୋଷିବାକୁ ସେ ଚାଷ ଆରମ୍ଭ କଲେ ଏବଂ ଅନ୍ୟମାନଙ୍କ ଭଳି ଧାନ ଚାଷ କଲେ ।

ସ୍ଥାନୀୟ କିସମ ଧାନ ବିହନର ବ୍ୟବହାରକରି ଚାଷ

ଜମିରେ ଦିନେ କୀଟନାଶକ ସିଞ୍ଚନ କରିବା ସମୟରେ ସେ ଅଚେତ ହୋଇପଡିଲେ ଏବଂ ସେହିଦିନ ହିଁ ସେ ହୃଦୟଙ୍ଗମ କଲେ ସେ ଚାଷୀଙ୍କୁ ଅନ୍ନଦାତା ବୋଲି ଯାହା କୁହାଯାଉଛି ତାହା ଠିକ ନୁହେଁ, ସେମାନେ ହେଉଛନ୍ତି ବିଷ ଦାତା । ଅର୍ଥାତ ସେମାନେ ଫସଲରେ ବିଷ ସିଞ୍ଚନ କରି ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ତାହାପରେ ସେ ଫସଲରେ ଅର୍ଗାନିକ କର୍ମେଷ୍ଟ ବ୍ୟବହାର କରିବା ଆରମ୍ଭ କଲେ । କିନ୍ତୁ କିଛିମାସ ପରେ ଫସଲ ଉପରେ ତାହାର ସେଭଳି କୌଣସି ପ୍ରଭାବ ସେ ଲକ୍ଷ୍ୟ କଲେ ନାହିଁ । ସେ ବୁଝିପାରିଲେ ଯେ ହାଇବ୍ରିଡ ଧାନ ବିହନ କୁ ଯେଉଁ ଫସଲ କରାଯାଇଛି ତାହା ଉପରେ ପ୍ରାକୃତିକ ସାରର କୌଣସି ପ୍ରଭାବ ପଡୁନାହିଁ । ତେଣୁ ସ୍ଥାନୀୟ କିସମ ଧାନ ବିହନ ସଂଗ୍ରହ କରି ତାହା ଚାଷ କରିବାକୁ ସ୍ଥିର କଲେ ଏବଂ ତାହା ହିଁ କଲେ । ହାଇବ୍ରିଡ କିସମ ବ୍ୟବହାର ଯୋଗୁଁ ଅନେକ ସ୍ଥାନୀୟ କିସମ ଲୋପ ପାଇଯାଇଥିଲା । ଅବଶ୍ୟ ସେହି କିସମଗୁଡିକୁ ସେ ବହୁ କଷ୍ଟରେ ସଂଗ୍ରହ କଲେ ଏବଂ ଜଣେ ବୈଜ୍ଞାନିକ ଏହି କିସମ ଚିହ୍ନଟ କରି ସଂଗ୍ରହ କରିବାରେ ତାଙ୍କୁ ସହାୟତା କଲେ । ଚାରିବର୍ଷ ମଧ୍ୟରେ ସେ ୧୪୦ ପ୍ରଜାତିର ଧାନ ବିହନ ସଂଗ୍ରହ କରି ତାହାକୁ ଚାଷ କଲେ ।

ମ୍ୟୁଜିୟମ ସ୍ଥାପନ

ଏବେ ସେ ମାଣ୍ଟା ଜିଲ୍ଲାର କିରୁଗା ଭୂଲୁ ଗ୍ରାମରେ ଧାନ ମ୍ୟୁଜିୟମ ସ୍ଥାପନ କରିଛନ୍ତି । ତାଙ୍କ ମ୍ୟୁଜିୟମରେ ୮୫୦ରୁ ଅଧିକ କିସମର ଦେଶୀ ଧାନ ଏବଂ ୧୧୫ ପ୍ରକାର ଆମ୍ବ ଉତ୍ପାଦିତ ହେଉଛି । ଏହା କୃଷକ ଏବଂ ଗବେଷକଙ୍କ ନିମନ୍ତେ ଏକ ପ୍ରମୁଖ ସ୍ଥାନ ହୋଇଛି । ଏଥିରେ ମ୍ୟାଁମାର , ଥାଇଲାଣ୍ଡ, ପାକିସ୍ତାନ ଏବଂ ବିଶ୍ଵର ଅନ୍ୟ କିଛି ରାଷ୍ଟ୍ରର ଧାନ ପ୍ରଜାତି ମଧ୍ୟ ରହିଛି । ତାଙ୍କ ମ୍ୟୁଜିୟମ ରେ ୬୦ ପ୍ରକାରର ପକ୍ଷୀ ମଧ୍ୟ ବାସ କରୁଛନ୍ତି ।

ଆଧାର – କୃଷି ବିଭାଗ

3.08571428571
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top