অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷ ବାଟ ଦେଖାଇଛି

ରମେଶ ଚନ୍ଦ୍ର ରାଉତ ଚାଷ ପାଇଁ ମନୋବୃତ୍ତି

ଗାଁ ସ୍କୁଲରେ ୫ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କର ପରଲୋକ ହୋଇଗଲା ।

ଏହା ପରେ ତାଙ୍କ ଘର ଚଳିବାରେ ଦେଖାଦେଲା ସମସ୍ୟା । ତେଣୁ ସେଇ ବୟସରୁ ଘର ଚଳାଇବାରେ ସହାୟକ ହେବା ଲାଗି ଅଣ୍ଟା ଭିଡ଼ିଲେ ସେ । ଏଥିଲାଗି ଚାଷକାମକୁ ଆପଣେଇନେଲେ ।

ପୈତୃକ ଜମିରେ ଆରମ୍ଭ କଲେ ଚାଷ । ଏଥିସହିତ ବିଭିନ୍ନ ଫସଲ ବିଷୟରେ ଅନ୍ୟମାନଙ୍କ ଠାରୁ ଜାଣିବା ଲାଗି ଚେଷ୍ଟା ଚଳାଇଲେ । ଧୀରେ ଧୀରେ ଚାଷକାମର କାଇଦା ଜାଣିଲେ ।

ଆଉ ସେହି ଜମିରେ ଅନ୍ୟାନ୍ୟ ଚାଷ କରି ଦି ପଇସା ଅଧିକ ରୋଜଗାର ବି କଲେ ।

ପରିଚୟ

ଏହିପରି ଭାବେ ତାଙ୍କ ପରିବାର ଚଳିବାରେ ପୁର୍ବାପେକ୍ଷା ସୁଧାର ଆସିଲା । ଆଉ ତାଙ୍କର ବିବାହ ବି ହେଲା । ହେଲେ ପାଠ ପ୍ରତି ତାଙ୍କର ଆଗ୍ରହ କମି ନ ଥିଲା । ବିବାହ ପରେ ପୁଣି ପାଠପଢି ମାଟ୍ରିକ ପାଶ୍ କଲେ ସେ । ଏବେ ବିଭିନ୍ନ ପନିପରିବା ଚାଷକରି ତାଙ୍କ ପରିବାର ଚଳାଇବା ସହ ସ୍ଥାନୀୟ ଅଞ୍ଚଳରେ ଆଉ କେତେଜଣଙ୍କୁ ଏହି ଚାଷ ପ୍ରତି ପ୍ରେରଣା ଯୋଗାଇବାରେ ସେ ହୋଇଛନ୍ତି ସକ୍ଷମ । ସେ ହେଲେ ରମେଶ ଚନ୍ଦ୍ର ରାଉତ । ମା' ରେବତୀ ଓ ବାପାଙ୍କ ନାମ ଦଶରଥ ରାଉତ । ଘର ଯାଜପୁର ଜିଲା ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ଉତ୍ତର ପ୍ରତାପ ଗାଁରେ ।

ଚାଷ କାର୍ଯ୍ୟରେ ପ୍ରୋତ୍ସାହନ ଓ ଲାଭ

ରମେଶ କୁହନ୍ତି ଗାଁରେ ଥିବା ୧ଏକର ଜମିରେ ଋତୁ ଅନୁସାରେ ବିଭିନ୍ନ ପନିପରିବା ଚାଷ କରୁଥିଲି । ୪ବର୍ଷ ତଳେ ଏକ ନୂଆ ପ୍ରଜାତିର କଦଳୀ ଚାଷ ମନ ବଳାଇଲି । ଏଥିଲାଗି ବ୍ଳକ କୃଷି ଅଧିକାରୀଙ୍କ ସହାୟତାରେ ଏକ କମ୍ପାନୀ ପକ୍ଷରୁ ପ୍ରୋତ୍ସାହନ ମିଳିଲା । ଏଥିରେ ପ୍ରାୟ ୩ହଜାର କଦଳୀ ଗଛ ଲଗାଇ ତା'ର ଆବଶ୍ୟକ ଯତ୍ନ ନେଲି । ଭଲ  ରୋଜଗାର ବି ହେଲା । ଚଳିତ ବର୍ଷ କଲରା, କାକୁଡ଼ି, ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, କଖାରୁ ଆଦି ପନିପରିବା ଫସଲ କରିଥିଲି ।

ଏଥିପାଇଁ ମୂଳଧନ ପ୍ରାୟ ୩୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଲାଭ ପ୍ରାୟ ୨ଲକ୍ଷ ଟଙ୍କା ମିଳିଥିବା କଥା କୁହନ୍ତି, ରମେଶ । ତାଙ୍କ ଫସଲରୁ ଉତ୍ପାଦିତ ପନିପରିବାକୁ ନିକଟସ୍ଥ ବାରବାଟୀ ବଜାରକୁ ନେଇ ବିକ୍ରି କରିଥାନ୍ତି ସେ । ଏହି ଚାଷରୁ ହିଁ ପରିବାର ଚଳେଇବା ସହ ଦୁଇ ପୁଅଙ୍କୁ ଇଞ୍ଜିନିୟରିଂ ପଢାଉଛନ୍ତି । ତାଙ୍କ ଚାଷକୁ ଦେଖି । ଆଉ କେତେଜଣ ପରିବା ଚାଷ ପ୍ରତି ଆଗ୍ରହୀ ହୋଇଥିବା ସେ କୁହନ୍ତି । ତେବେ ପରିଶ୍ରମ କୁ ଭୟ ନ କରି ଚାଷକୁ ଆପଣେଇ ପାରିଲେ ଜଣେ ସ୍ଵାବଲମ୍ବୀ ହୋଇପାରିବ ବୋଲି ଦୃଢ଼େଚ୍ଛାକ୍ତି ବ୍ୟକ୍ତ କରନ୍ତି  ରମେଶ।

ସଂଗୃହିତ - ବଟକୃଷ୍ଣ ପରିଡ଼ା

 

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate