ବାଲେଶ୍ଵର ଜିଲା ଖଇର ବ୍ଲକ ବଡନୂଆଁଗାଁ ପଞ୍ଚାୟତ ଅନ୍ତର୍ଗତ ସଇଁ ଗ୍ରାମର ଦୀନବନ୍ଧୁ ଦାସ (ମୋ:୯୯୩୭୫୭୪୩୪୦) । ମା' କମଳିନୀ ଓ ପିତାଙ୍କ ନାମ ଲମ୍ବୋଦର ସାହୁ । ପ୍ରାଥମିକ ଶିକ୍ଷା ପରେ ଚାଷକୁ ସରୋଜଗାର କ୍ଷମ ହେବାର ମାଧ୍ୟମ ଭାବରେ ଗ୍ରହଣ କରିଥିଲେ । ହେଲେ ବହୁ ସଂଘର୍ଷ ପରେ ସେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି ।
ବର୍ଷର ୮ମାସ ସେ ଖଇରା ସମେତ ବନ୍ତ, ସୋର, ସିମୂଳିଆ, ଔପଦା ଛକ୍କୁ ସବୁଜ ପନିପରିବା ଯୋଗାଇ ଆସୁଛନ୍ତି । ସକାଳ ହେଲେ ତାଙ୍କ ପରିବା ବାଡି ନିକଟରେ ପରିବା ବ୍ୟବସାୟୀମାନେ ଲମ୍ବସାଧାଡି ଲଗାଉଛନ୍ତି । ଏବେ ତାଙ୍କ ବାଡିରେ ବାଇଗଣ ସମେତ ଫୁଲକୋବି, ବନ୍ଧାକୋବି, ବିଲାତି, ଲଙ୍କା ଇତ୍ୟାଦି ପରିବା ଚାଷ ହେଉଛି । ବାଇଗଣ କୁଇଣ୍ଟାଲ ପିଛା ୬୦୦ଟଙ୍କା, ଲଙ୍କା କୁଇଣ୍ଟାଲ, ପିଛା ୪ ହଜାର, କୋବି, ୧୦ ଟଙ୍କରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ଏହି ଦାମ ମଧ୍ୟ ସ୍ଥିର ନୁହେଁ । ବାହାଘର ରତୁରେ ଅଧିକ ଦାମରେ ବିକ୍ରି ହୋଇଥାଏ । ଶୀତଦିନେ ଆଉରି ଶସ୍ତାରେ ବି ବିକ୍ରି କରିବାକୁ ପଡିଥାଏ । ବେଳେ ବେଳେ ଆଶାଠାରୁ ଅଧିକ ଲାଭ ମିଳିଥାଏ । ସମୟ ସମୟରେ ପରିବା ପଚିବା ଯୋଗୁ ଖର୍ଚ୍ଚଠାରୁ ବି କମ୍ ଦରରେ ଅର୍ଥାତ୍ କ୍ଷତିରେ ବିକ୍ରି କରିବାକୁ ପଡେ । ଦୀନବନ୍ଧୁଙ୍କୁ ତାଙ୍କ କାର୍ଯ୍ୟରେ ତାଙ୍କ ଭାଇ ପୁରସ୍ତମ, ପଞ୍ଚାନନ, ପରମାନନ୍ଦ ସାହାଯ୍ୟ କରିଥାନ୍ତି । ଏହା ବ୍ୟତୀତ ଦିନେଦିନେ ବାଇଗଣ ଓ ଲଙ୍କା ତୋଳିବା ପାଇଁ ୪ଜଣ ଶ୍ରମିକଙ୍କୁ ଠିକାମଜୁରି ଦେଇ ଚାଷ କାମ କରାଇଥାନ୍ତି ସେ । ୧୯୯୨ ମସିହାରେ ଚାଷ ଆରମ୍ଭ ସମ୍ପର୍କରେ ଦୀନବନ୍ଧୁ କୁହନ୍ତି, ସେତେବେଳେ କୁପାରୀ ଅଞ୍ଚଳରେ ସମସ୍ତେ ବଳଦରେ ଚାଷ କରୁଥିଲେ । ନିକଟସ୍ଥ କୂପାରୀ ଷ୍ଟେଟ ବ୍ୟାଙ୍କ ଅଧକାରୀଙ୍କ ପରାମର୍ଶ କ୍ରମେ ସେ ରଣରେ ଏକ ଟ୍ରାକ୍ଟର ଆଣିଲେ । ବଡ କଷ୍ଟରେ କିସ୍ତି ପରିଶୋଧ କରିବାକୁ ପଡିଥିଲା । ଏମିତି ହେଲା ଗୋଟେ ମାସ ଟ୍ରାକ୍ସର ଭଡା ନ ମିଳିବାରୁ କିନ୍ତି ଖୋଲାପ ହୋଇଗଲା । ବ୍ୟାଙ୍କ କର୍ମଚାରୀମାନେ ଘରକୁ ଆସି ଏଣୁତେଣୁ କଥା କହିଲେ, ଯାହାଦ୍ଵାରା ସେ ଅସମ୍ମାନିତ ବୋଧ କଲେ । ତା' ପର ଦିନ ଘରେ ଯାହା ଧାନ ଚାଉଳଥିଲା ସବୁ ବିକି ରଣ ପରିଶୋଧ କରିଦେଲେ । ତାଙ୍କର ଥିବା ୪ ଏକର ଜମିରୁ ୨ଏକର ଜମିରେ ପରିବା ଚାଷ କରିବା ଲାଗି ପ୍ରସ୍ତୁତି ଆରମ୍ଭ କଲେ । ପ୍ରଥମ ବର୍ଷ ସେ ଖାଲି ଲଙ୍କା ଲଗାଇଥିଲେ । ଏଥିରୁ କେବଳ ୯. ମୂଳ ମିଳିଥିଲା । ଦ୍ଵିତୀୟ ବର୍ଷ ସେ ବନ୍ଧାକୋବି ଲଗାଇଥିଲେ । ଶୀତଳ ଭଣ୍ଡାର ଅଭାବରୁ ଅଧା ପଚିଗଲା । ସେ ବର୍ଷ ମଧ୍ୟ ମୂଳ ଉଠିଲା । ତୃତୀୟ ବର୍ଷ ବିଲାତି ବାଇଗଣ ଲଗାଇଥିଲେ । ସେଥିରେ ମଧ୍ୟ ବହୁତ କ୍ଷତି ସହିଥିଲେ । ୪ର୍ଥବର୍ଷ ସେ ବାଇଗଣ ଲଗାଇଥିଲେ । ଯେଉଁଥରେ ସାମାନ୍ୟ ଲାଭ ମିଳିଥିଲା । ତା ପରଠାରୁ ଆଉ କେବେ ବଡ ଧରଣର କ୍ଷତି ସହିନାହାନ୍ତି ।
ତାଙ୍କୁ ଦେଖି ତାଙ୍କ ଗ୍ରାମର ଆଉକିଛି ଲୋକ ପରିବା ଚାଷ ଆରମ୍ଭ କରିଥିଲେ । ଏବେ ପାଖାପାଖୁ ୩ଠପରିବାର ପକ୍ଷରୁ ହାରାହାରି ୨୦ଏକର ଜମିରେ ପରିବା ଚାଷ ହେଉଛି । ଖଇରା ବ୍ଲକର ସଇଁ ଗାଁ ଏବେ ତରକାରୀ ଝୁଡି ଭାବେ ପ୍ରସିଦ୍ଧ ଲାଭ କରିଛି । ସାର କୀଟନାଶକ, ସିଞ୍ଚନ ଯୋଗୁ ରୋଗ ବ୍ୟାଧର ଯଥେଷ୍ଟ ଆଶଙ୍କା ଥିବାରୁ ଜୈବିକ ପଦ୍ଧତିରେ ୪ ଏକର ଜମିରେ ଚାଷ କାର୍ଯ୍ୟ କରୁଛନ୍ତି । ଆଗରୁ ଖଇରା କୃଷି ସୂଚନା ପରାମର୍ଶ କେନ୍ଦ୍ରର ଅଧକାରୀମାନେ ସହାୟତା ଦେଉଥିଲେ । ଏବେ ଔଷଧ କମ୍ପାନୀଙ୍କର ଏଜେଣ୍ଟ ମାନେ ସିଧାସଳଖ ପରିବା ବଗିଚାକୁ ଆସି ପ୍ରଦର୍ଶନୀ ମାଧ୍ୟମରେ ଔଷଧ ପ୍ରଦାନ କରୁଛନ୍ତି । ସେ ଏହି ଚାଷରୁ ପିଲାମାନଙ୍କୁ ପାଠପଢାଇବା ସହ ଭଲ ଘର ଖଣେଣ୍ଡ କରିବାକୁ ସମର୍ଥ ହୋଇଛନ୍ତି । ତାଙ୍କ ଉତ୍ତରାଧକାରୀମାନେ ଖରା ବର୍ଷା ଶୀତ ସହି ଏହି କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । “ଯଦି ଖଇରା ଅଞ୍ଚଳରେ ଶୀତଳ ଭଣ୍ଡାର ସୁବିଧା କରାଯାଇପାରନ୍ତା। ତେବେ ବର୍ଷତମାମ ପରିବା ନିଅଣ୍ଟ ପଡନ୍ତା ନାହିଁ ବୋଲି କୁହନ୍ତି ଏହି ସଫଳ କୃଷକ" ।
ଆଧାର - ଉତ୍କଳ ବନ୍ଧୁ ପଣ୍ଡା
Last Modified : 5/23/2020