অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧୌର୍ଯ୍ୟ ସହ ପରିଶ୍ରମକୁ ଆପଣେଇ ପାରିଲେ ହେଲା

ଏ.ବଂଶୀକ୍ରିଷ୍ଣା ସଫଳ ଚାଷୀ

କଲେଜ ପଢା ପରେ ରୋଜଗାର ଚିନ୍ତା ବଢିଲା । ଏଥିପାଇଁ ଏକ ବରଫକଳ ପ୍ରତିଷ୍ଠା କରି ସେ ତା'ର ପରିଚାଳନା କଲେ । ମାତ୍ର ଅପରପକ୍ଷେ ଫୁଲ ଚାଷ ପାଇଁ ମନରେ ଥିଲା ପ୍ରବଳ ଆଗ୍ରହ । ଏହି ଆଗ୍ରହକୁ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିବା ଲକ୍ଷ୍ୟରେ ଚଳାଇଲେ ଉଦ୍ୟମ । ଆଉ ଏବେ ଜଣେ ସଫଳ ଫୁଲ ଚାଷୀ ଭାବେ ସେ ଗଞ୍ଜାମ ଜିଲାରେ ବେଶ୍ ପରିଚିତ । ସେ ହେଲେ ଏ.ବଂଶୀକ୍ରିଷ୍ଣା । ପିତା ଏ.ଭି.ଆର. ମନୋହର ଓ ମା'ଙ୍କ ନାମ ଏ...ମୋତି ମାଳା । ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପାର୍ବତୀପୁର ଗାଁରେ ତାଙ୍କର ଘର । ବ୍ରହ୍ମପୁରଠାରୁ ଗୋପାଳପୁର ଯିବା ରାସ୍ତାରେ ପ୍ରାୟ ୧୦କି.ମି. ଦୂରରେ ରହିଛି। ଏହି ଗାଁଟି । ଏଠାରେ ରହିଛି ଏକ ପଲ୍ଲୀଗ୍ରୀନ ହାଉସ । ତା' ଭିତରେ ଦୀର୍ଘ ୧୦ବର୍ଷଧରି ସେ ଗୋଲାପ ଫୁଲ ଚାଷକରି ଆସୁଛନ୍ତି । ସେ କୁହନ୍ତି" ବି. କମ୍ ପାଶ୍ କରିବା ପରେ ଆମ ନିର୍ଭରଶୀଳ ହେବା ଲକ୍ଷ୍ୟରେ ଏକ ବରଫକଳ ପ୍ରତିଷ୍ଠା କରି ପ୍ରାୟ ୫ବର୍ଷଧରି ଏହାର ପରିଚାଳନା କଲି । କିନ୍ତୁ ଫୁଳ ଚାଷ ପ୍ରତି ମନରେ ଢେର ଆଗ୍ରହ ଥାଏ । ତେଣୁ ଫୁଲ ଚାଷ କରିବା ପାଇଁ ମନ ବଳାଇଥିଲେ । ପ୍ରଥମେ ରଜନୀଗନ୍ଧା, ଗେଣ୍ଡୁଫୁଲ ଚାଷ କରିଲି । ଏହାପରେ ଗୋଲାପ ଫୁଲ ଚାଷ କରିବାକୁ ଉଦ୍ୟମ କଲି ।

ଗୋଲାପ ଫୁଲ ଚାରା ପୁଣେରୁ ସଂଗ୍ରହ କରିଥିଲେ । ପରେ ଏକ ଏକର ଜମିରେ ଏହି ଗୋଲାପ ଫୁଲ ଚାଷ କଲି । ସତକଥା ପ୍ରାଥମିକ ଭାବେ ଏଥିରେ ବିଶେଷ ସଫଳତା ମିଳି ନ ଥିଲା । ଅପରପକ୍ଷେ ମୋ ସାନଭାଇ ଏହି ଗୋଲାପ ଫୁଲର ଉନ୍ନତ ଚାଷ ସମ୍ପର୍କରେ ବେଙ୍ଗାଲୁରୁ ଓ ନେଦରଲାଣ୍ଡରୁ ଜ୍ଞାନ ଲାଭକରି ଗାଁକୁ ଫେରିଥିଲା, ତା'ଠାରୁ ଏହି ଚାଷ ସମ୍ପର୍କରେ ବୁଝିଲି । ଜାତୀୟ ଉଦ୍ୟାନ କୃଷି ତରଫରୁ ୫୦ ଲକ୍ଷ ଟଙ୍କା ରଣ ଆଣି ଉନ୍ନତ ଚାଷ ପ୍ରଣାଳୀରେ ଗୋଲାପ ଚାଷ କଲି । ଏଥିପାଇଁ ନିଜସ୍ୱ ୧୦ଲକ୍ଷ ଟଙ୍କା ଖର୍ଚ୍ଚକରିବାକୁ ପଡ଼ିଥିଲା । ସରକାରୀ ରଣରୁ ପ୍ରାୟ ୭୦ ଭାଗ ସବସିଡ଼ ପାଇଲି । ଏହି ଫୁଲ ଚାଷ ପାଇଁ ପୁଣେରୁ ଯନ୍ତ୍ରପାତି ସରଞ୍ଜାମ । କିଣିଲି । ପଲିଗ୍ରୀନ ହାଉସରେ ଏକ ଏକର ପିଛା ପ୍ରାୟ ୩୨ ହଜାର ଚାରା ଲଗାଇଥିଲେ ।

ଏଠାରେ ବର୍ଷକୁ ପ୍ରାୟ ୬ ଲକ୍ଷ ଫୁଲ ଫୁଟିଲା । ଦିନକୁ ୨ ହଜାର ଫୁଲ ସଂଗ୍ରହ ହୋଇପାରିଲା । ଗୋଟିଏ ଫୁଲର ମୂଲ୍ୟ ପ୍ରାୟ ୫ରୁ ୭ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ । ଏହି ପଲିଗ୍ରୀନ ହାଉସରେ ପ୍ରାୟ ୫ପ୍ରକାରର ଗୋଲାପ ଫୁଲ ଫୁଟୁଛି । ଗୋଟିଏ ଗୋଲାପ ଗଛରେ ବର୍ଷକୁ ୧୨ଥର ଫୁଲ ଧରେ । ତେବେ ଏକ ଏକର ଜମିରେ ଗୋଲାପ ଚାଷ ପାଇଁ ପ୍ରାୟ ୧୦ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ପ୍ରାୟ ୨୪ଲକ୍ଷ ଟଙ୍କାର ଫୁଲ ବିକ୍ରି ହୋଇଥାଏ । ସାଧାରଣତଃ ଏହି ଫୁଲ ଭୁବନେଶ୍ଵରକୁ ଯାଇଥାଏ ।" ସୂଚନାଯୋଗ୍ୟ। ଏବେ ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଆହୁରି କେତେଜଣଙ୍କୁ ପୁରୋଜଗାର କ୍ଷମ ହେବାରେ ସହାୟକ ହୋଇଛନ୍ତି । ନିଜର ଏତାଦୃଶ୍ୟ କାର୍ଯ୍ୟ ଲାଗି ସେ ୨୦୧୫ରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ତେବେ ଆମନିର୍ଭରଶୀଳ ହେବା ଲାଗି ଧୈର୍ଯ୍ୟ ସହ ପରିଶ୍ରମକୁ ଆପଣେଇବାକୁ ପଡ଼ିବ ବୋଲି କୁହନ୍ତି ଏହି - ସଫଳ  ଚାଷୀ ।

ପରିଶ୍ରମ କେବେ ବୃଥା ଯାଏନି ବନମାଳୀ ପୋଥାଳ ଚାଷୀ

ହାଇସ୍କୁଲରେ ପଢୁଥିବାବେଳେ ପାଠରେ ତାଙ୍କର ଡୋରି  ବନ୍ଧା ହୋଇଗଲା । ରୋଜଗାରର ବାଟ ଖୋଜୁ ଖୋଜୁ ଚାଷ କାମରେ ମନ ଦେଲେ ଆଉ ଏହାକୁ ରୋଜଗାରର ମାଧମ କରିବା କାର୍ଯ୍ୟରେ ଲାଗି ପଡ଼ିଲେ । ବର୍ଷ କେଇଟା ମଧ୍ୟରେ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

ଏଥିସହିତ ଏବେ ତାଙ୍କ କ୍ଷେତରେ ଆଉ କେତେଜଣ କାର୍ଯ୍ୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ସେ ହେଲେ ବନମାଳୀ ପୋଥାଳ ବାଲେଶ୍ଵର ଜିଲା ଔପଦା ବ୍ଲକର ଜାନକୀ ପାଳ ଗାଁରେ ତାଙ୍କର ଘର । ପିତା ମୁରଲୀ ପୋଥାଳ ଓ ମା'ଙ୍କ ନାମ ସୀତା ରାଣୀ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବନମାଳୀ ୯ମ ଶ୍ରେଣୀ ଯାଏଁ ପଢିଲେ । ଏହାପରେ ରୋଜଗାର କଥା ଚିନ୍ତା କଲେ । ଚାଷ ପ୍ରତି ଆଗ୍ରହ ଥିବାରୁ ଏଥିରେ ମନୋନିବେଶ କଲେ ।

ଏଥିଲାଗି ପ୍ରଥମେ ସୂର୍ଯ୍ୟମୁଖୀ ଫୁଲ ଚାଷ କଲେ ସେ । ପ୍ରାଥମିକ ସଫଳତା ତାଙ୍କ ଉସାହ ବଢାଇଦେଲା । ତା' ପରେ ଋତୁ ଅନୁସାରେ ଲଙ୍କା, ବିଲାତି ବାଇଗଣ ଆଦି ବିଭିନ୍ନ ପନିପରିବା ସମେତ ଧାନ ଚାଷ କଲେ ସେ । ଏଥିସହିତ ଏବେ ପୋଖରୀ ହୁଡ଼ାରେ ହରଡ଼ ଚାଷ ସହ ଅମୃତଭଣ୍ଡା ଗଛ ୫୦ଟି, କଦଳୀ ଗଛ ୧୦୦ଟି ଲଗାଇଛନ୍ତି । ଏ ସମ୍ପର୍କରେ ବନମାଳୀ କୁହନ୍ତି, ପରିଶ୍ରମ କେବେ ବୃଥା ଯାଏନି । ଚାଷକୁ ରୋଜଗାରର ବାଟ ଭାବି ଆଜି ଯାଏ ଚାଲିଛି । ଆଉ ଏହି ଚାଷରେ ବର୍ଷକୁ ଦେଢଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ପ୍ରାୟ ୩ ଲକ୍ଷ ଟଙ୍କା ଆୟ ମିଳିଥାଏ । ପୁଣି ଆମ ଚାଷରେ ପ୍ରତିଦିନ ୩ଜଣ କାମ କରି ସେମାନଙ୍କ ପରିବାର ଚଳାଉଛନ୍ତି । ଯାହା ମୋତେ ଆତ୍ମ ସନ୍ତୋଷ ଦେଉଛି ବୋଲି କୁହନ୍ତି। ଏହି ସଫଳ ଚାଷୀ ।

ଆଧାର –

  1. ମନୋଜ ଦାଶ
  2. ମୁନା ପଟ୍ଟନାୟକ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate