অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଷ୍ଠାପର ଉଦ୍ୟମ, ପରିଶ୍ରମ ଦେଲା ସଫଳତା

ନିଷ୍ଠାପର ଉଦ୍ୟମ, ପରିଶ୍ରମ ଦେଲା ସଫଳତା

କୃଷି ପ୍ରଧାନ ରାଜ୍ୟ ଓଡିଶାରେ ବିଶେଷକରି ଚାଷ କ୍ଷେତ୍ରରେ ପୁରୁଷଙ୍କ ଅବଦାନ ରହିଥିଲା ହେଲେ ଏବେ ମହିଳାଙ୍କ ପ୍ରବେଶ ରାଜ୍ୟ କୃଷି ପାଇଁ ଶୁଭ ସୂଚନା  ।  ନିଜେ ସ୍ଵାବଲମ୍ବୀ ହୋଇ ନିଜ ଗୋଡରେ ଛିଡା ହେବାକୁ ବହୁ ମହିଳା ଏହି କ୍ଷେତ୍ରକୁ ଆପଣେଇଛନ୍ତି  । ନିଷ୍ଠା , ଉଦ୍ୟମ ଓ ପରିଶ୍ରମ ଯୋଗୁଁ ସେମାନେ ସଫଳତା ହାସଲ କରିଛନ୍ତି  । ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଥିଲା ଏମିତି କେତେ ଜଳ ସଫଳ ଚାଷୀଙ୍କ ମଧ୍ୟରୁ ଅଛନ୍ତି ଦମୟନ୍ତୀ ମହାନ୍ତି, କାସ ଜମ୍ବେକା, ଓ ନୀଳାଦ୍ରି ଭୋଇ   । ସେମାନଙ୍କ ସଫଳତା ସମ୍ପର୍କରେ ସ୍ଵତନ୍ତ୍ର ଉପସ୍ଥାପନା  ।

ନୂତନ ଜ୍ଞାନକୌଶଳରେ ଚାଷ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଦମୟନ୍ତୀ ମହାନ୍ତ ପାରିବାରେ ଲାଗି ରହିଥିବା ଆର୍ଥିକ ସମସ୍ୟାକୁ ଦୂର କରିବାକୁ ସେ ଚାଷକୁ ଆପଣେଇଥିଲେ । ଯଦିଓ ପରିବାରକୁ ଚାଷବାସରେ ସହଯୋଗ କରୁଥିଲେ କିନ୍ତୁ ସେଥିରେ ତାଙ୍କ ପରିବାର ଚାଲିବା କଷ୍ଟ ହେଉଥିଲା  । ତେଣୁ ସେ ଚାଷକୁ କିପରି ଅଧିକ ଲାଭ ପାଇବେ ଓ ପରିବାରିକ ଆର୍ଥିକ ସ୍ଥିତି ଦୂର ହେବ ସେନେଇ ନୂଆ ଚିନ୍ତା କାଲେ  । ଏଥିପାଇଁ ନୂତନ ଜ୍ଞାନକୌଶଳରେ ଚାଷ ପାଇଁ ପ୍ରଶିକ୍ଷଣ ନେଲେ   । ପ୍ରଥମେ 5 ଏକର ଜମିରେ କଖାରୁ ଚାଷ  ଆରମ୍ଭ କାଲେ  । ଭଲ ଫସଲ ଫଳିଲା  । ମାତ୍ର ବିକ୍ରିରେ ପ୍ରଥମେ ସମସ୍ୟା ହେଲା  ।  ବିଶେଷକରି ବ୍ୟବସାୟୀଙ୍କୁ ନେଇ ବିକ୍ରି କରିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଥିଲା  । ତେଣୁ ନିଜ ଉତ୍ପାଦିତ କଖାରୁ ବିକ୍ରି କରିଥିଲେ । ସେତେଟା ଲାଭ ହୋଇନଥିଲା ମଧ୍ୟ ତାଙ୍କ ମନୋବଳ ଭାଙ୍ଗିନ ଥିଲା । ଧୀରେ ବ୍ୟବସାୟୀମାନେ ଜାଣିବା ପରେ ବିକ୍ରିରେ ଆଉ ସମସ୍ୟା ରହିଲା ନାହିଁ  । ବର୍ତ୍ତମାନ ସେ 30 ଏକର ଜମିରେ ଚାଷ କରୁଛନ୍ତି  ଏବେ କିନ୍ତୁ ବେପାରୀମାନେ ତାଙ୍କ ପାଖକୁ ଆସି କଖାରୁ କିଣି ନେଉଛନ୍ତି  । ଓଡିଶା ସମେତ ଆନ୍ଧ୍ରକୁ ତାଙ୍କ କଖାରୁ ଯାଉଛି   । ଏନେଇ ଦମୟନ୍ତୀ କୁହନ୍ତି ଏବେ ଆମର ଚାଲିବାରେ ଆଉ କଷ୍ଟ ହେଉ ନାହିଁ   । ତେଣୁ ଚାଷକୁ ଆପଣେଇ ମୁଁ ଭଲ କରିଛି  । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ଆହୁରି ମଧ୍ୟ ଆଣିପାରିବି ବୋଲି ସେ କୁହନ୍ତି   ।

ପାଠ ପଢିବା ସହିତ ଚାଷ

ଆଉ ଜଣେ ଚାଷୀ ହେଲେ କୋରାଫୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାସ ଜମ୍ବେକା,   । ବୟସ ମାତ୍ର 26 ଅବିବାହିତ କାମ ଜଣେ ସଫଳ ଚାଷୀ ଭାବେ ବେଶ ପରିଚିତ  । ବିଏ ପାସ କରି ବର୍ତ୍ତମାନ ସେ ଏମଏସଡବ୍ଲ୍ୟୁ  କରୁଛନ୍ତି  । ପାଠ ପଢିବା ସହିତ ଚାଷ ଆଦରିନେଇଛନ୍ତି  । 5  ଏକର ଜମିରେ ମ।ଣ୍ଡିଆ, ମକା, କାନ୍ଦୁଲ, କାଙ୍ଗୁ, ଆଦି ଚାଷ କରିଛନ୍ତି । ଏଥିରେ ସେ ବର୍ଷକୁ 20 ହଜାର ଟଙ୍କା ଲାଭ ପାଆନ୍ତି  । ତେବେ କାସ ଗତବର୍ଷ ଡିସେମ୍ବର10ରେ ଶ୍ରୀଲଙ୍କାର କଲମ୍ବୋରେ  ହୋଇଥିବା ମହିଳା ଚାଷୀଙ୍କ ସମସ୍ୟା ଓ ସମାଧାନ କର୍ମଶାଳାରେ ଯୋଗଦେଇଥିଲେ  । ଏହି କର୍ମଶାଳାରେ 14 ଟି ଦେଶରୁ 45 ଜଣ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ  । ଭାରତରୁ ଯୋଗଦେଇଥିବା 3 ଜଣ ମହିଳା ଚାଷୀଙ୍କ ମଧ୍ୟରୁ କାସ ଅନ୍ୟତମ  । ନିଜ ସମ୍ପର୍କରେ ସେ କୁହନ୍ତି , ଚାଷ ପ୍ରତି ମୋର ଆଗ୍ରହ ରହିଛି  । ମୁଁଜଣେ ଚାଷୀ ପରିବାରର ଝିଅ  । ତେଣୁ ଚାଷ କରିବାକୁ ଲାଜ କରେ ନାହିଁ  । ମୁଁ ଚାହେଁ ସବୁ ଚାଷୀ ପରିବାରର ଝିଅମାନେ ମଧ୍ୟ ଯଦି କିଛି କରିବାର ସୁଯୋଗ ପାଉ ନାହାନ୍ତି ତେବେ ଚାଷକୁ ଆପଣେଇବା ଉଚିତ  । କାରଣ ଏଥିରେ ନିଶ୍ଚିତ ସଫଳତା ମିଳିବ   ।

ସେହିଭଳି  ଆଉ ଜଣେ ମହିଳା ଚାଷୀ ହେଲେ ବଲାଙ୍ଗୀରି ଜିଲ୍ଲା ସଇଁତଳା ବ୍ଲକର ନୀଳାଦ୍ରି ଭୋଇ  । ପ୍ରଥମେ ସେ କେବଳ ଧାନ ଚାଷରେ ଘର ଲୋକଙ୍କୁ ସାହାଯ୍ୟ କରୁଥିଲେ  ।  କିନ୍ତୁ ପରେ ସେ ନିଜେ ଗୋଡରେ ଛିଡା ହେବା ପାଇଁ ପ୍ରଥମେ ତାଙ୍କ ବଗିଚା ରେ କିଛି ପନିପରିବା ଚାଷ କଲେ  । ପ୍ରଥମେ  ପରିବାର ଚାଲିବା ପାଇଁ ଆବଶ୍ୟକ ପରିବା ହୋଇଗଲା   । ଧୀରେ ଧୀରେ ସେ ଅଧିକ ପନିପରିବା ଚାଷ କଲେ  । ଏହାକୁ ବ୍ୟବସାୟଙ୍କୁ ବିକ୍ରି କରି ବେଶ ଲାଭବାନ ହେଲେ  । ପନିପରିବା ସହ ଏବେ ହରଡା, ବାହାଡା ଆଦି ବେପାର କରୁଛନ୍ତି  । ଯେଉଁଥିରେ ସେ ବର୍ତ୍ତମାନ ବର୍ଷକୁ 40 ରୁ 50 ହଜାର ଟଙ୍କା ଲାଭ ପାଉଛନ୍ତି  । ଅଧିକ ପରିମାଣର ଚାଷ ପାଉଛନ୍ତି  । ଅଧିକ ପରିମାଣରେ ଚାଷ ଓ ଲାଭ ଲକ୍ଷ୍ୟ ରହିଛନ୍ତି  । ଚାଷ ପାଇଁ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରଥିବା ସେ କହିଛନ୍ତି ।

ଆଧାର – ଧରିତ୍ରୀ

Last Modified : 1/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate