অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିଶ୍ରମକୁ ନଡରିଲେ ଓ ଉନ୍ନତ ଜ୍ଞାନକୌଶଳ ଦେଇଛି ସଫଳତା

ପରିଶ୍ରମକୁ ନଡରିଲେ ଓ ଉନ୍ନତ ଜ୍ଞାନକୌଶଳ ଦେଇଛି ସଫଳତା

ସଫଳ ଚାଷୀ ଶରତ କୁମାର ମନ୍ତ୍ରୀ

ମାଟ୍ରିକରେ  ପଢୁଥିବାବେଳେ  ସ୍ୱାବଲମ୍ବୀ ହେବା ଲାଗି ସେ ଚାଷୀ କାର୍ଯ୍ୟକୁ ଆପଣେଇ ନେଲେ । ଧାନ ସହିତ ରତୁ ଅନୁଯାୟୀ ବିଭିନ୍ନ ଫସଲ ଚାଷୀ ଜୋର ମନ ଚୋଦ ଚୋଲ । ଚାଷୀକୁ କିପରି ଲାଭଜନକ କରାଯାଇପାରିବ ସେଥିଲାଗି ଆପ୍ରାଣ ଉଦ୍ୟମ ଚଳାଇଲେ । ମାତ୍ର ବର୍ଷ କେଇଟାରେ ସେ ସ୍ଥାନୀୟ ଅଞ୍ଚଳର ଜଣେ ସଫଳ ଚାଷୀଭାବେ  ନିଜକୁ ପରିଚିତ କରାଇବାରେ ସକ୍ଷମ ହେଲେ । ଏଥିସହିତ ସେ ଗ୍ରାମପଞ୍ଚାୟତର ପାଣିପଞ୍ଚାୟତ ସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେ ହେଲେ ଶରତ କୁମାର ମନ୍ତ୍ରୀ । ମା’ ବିଶିକା ମନ୍ତ୍ରୀ ଓ ପିତାଙ୍କ ନାମ ଦୁଃଖା ମନ୍ତ୍ରୀ । କଟକ ଜିଲା ବାଙ୍କୀ ନିକଟସ୍ଥ ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗ୍ରାମପଞ୍ଚାୟତର ପଦନପୁର ଗ୍ରାମରେ ତାଙ୍କ ଘର ।

ଚାଷୀ କାର୍ଯ୍ୟ କରି ସ୍ଵାବଲମ୍ବୀ ହେବା ସମ୍ପର୍କରେ ଶରତ କୁହନ୍ତି, ‘ଗାଁରେ ଦଶମ ଶ୍ରେଣୀ ଯାଏଁ ପଢିଲି । ତା’ପରେ ସ୍ୱରୋଜଗାର କ୍ଷମ ହେବା ଲାଗି ଚାଷୀ କାମରେ ମନଦେଲି । ପ୍ରଥମେ ଧାନଚାଷୀ କଲି । ଅବଶ୍ୟ ଧାନଚାଷୀରୁ ପ୍ରାରମ୍ଭିକ ସଫଳତା ମୋ ଉତ୍ସାହକୁ ବଢାଇଦେଲା । ତା'ପରେ ଧାନ ସହିତ ଋତୁ ଅନୁଯାୟୀ ପନିପରିବା ଚାଷୀରେ ମନ ଲଗାଇଲି । ଅବଶ୍ୟ ବାଙ୍କା ଅଞ୍ଚଳ ମହାନଦୀ ଅବବାହିକାରେ ଅବସ୍ଥିତ । ପୁଣି ରଣନଦୀ ସନିକଟ ଅଞ୍ଚଳରେ ଚାଷୀମାନେ ବିଭିନ୍ନ ଫସଲ ଚାଷୀ କରୁଥିବାବେଳେ ଏହି ନଦୀରେ ଖରାଦିନେ ପାଣିର ଅଭାବ ଦେଖାଦିଏ । ଏଥିପାଇଁ ମହାନଦୀରୁ ତ୍ରେନ କରାଯାଇ ଗଣନଦୀକୁ ପାଣି ଆସିଥାଏ । ପରେ ଏହାଦ୍ଵାରା ଚାଷୀଜମିକୁ ପାଣିମାଡ଼େ । ଗତବର୍ଷ ପ୍ରାୟ ୫ଏକର ଜମିରେ ଡାଳୁଆ ଧାନ ଚାଷୀକରି କରିଥିଲି, ଏଥିରୁ ପ୍ରାୟ ୬୦ ହଜାର ଟଙ୍କା ଲାଭ ମିଳିଥିଲା । ଏହା ବ୍ୟତୀତ ଆଳୁ, ଟମାଟୋ, ପୋଟଳ, କଲରା, କାଙ୍କଡ଼, କଖାରୁ, ମକା, କାକୁଡ଼ି, କୋବି, ପିଆଜ ଆଦି ପନିପରିବା ଚାଷୀରୁ ଅଧିକ ଟଙ୍କା ମଳିଥାଏ । ଆମ ଜମିରୁ ଉତ୍ପାଦିତ ପନିପରିବାକୁ ସ୍ଥାନୀୟ ଛକ ଓ ବଜାରରେ ବିକ୍ରି କରୁଥିବା ବେଳେ କେତେକ ବ୍ୟବସାୟୀ ଏଠାରୁ ମଧ୍ୟ ପନିପରିବା କିଣି ନେଇଥାନ୍ତି । ଏହି ଚାଷୀକାମରୁ ହିଁ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇଛି । ଏଥିସହିତ ରାମେଶ୍ଵର ପାଣି ପାଞ୍ଚାୟତର ସଭାପତି ଭାବେ କାର୍ଯ୍ୟ ତଦାରଖ କରୁଛି। ଆଉ ଚାଷୀ ବିଷୟରେ ଯେତେବେଳେ ଯିଏ ମୋଠାରୁ ଜାଣିବାକୁ ଚାହିଁଥାନ୍ତି ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବାରେ ଆଦୌ ପଛଘୁଞ୍ଚା ଦେଇ ନ ଥାଏ’ । ତେବେ ନିଜର ଏଭଳି କାର୍ଯ୍ୟ ଲାଗି ଶରତଙ୍କୁ ୨୦୧୨ ମସିହାରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ତରଫରୁ ମିଳିଛି ସମ୍ମାନ । ୨୦୧୦ରେ ବାଙ୍କୀ ମହୋତ୍ସବରେ ରାମେଶ୍ଵର ପାଣିପଞ୍ଚାୟତ ସଭାପତି ଭାବେ ମଧ୍ୟ ପୁରସ୍କାର ମିଳିଛି । ଚାଷୀକାମରୁ ଜଣେ ଆରାମରେ ପରିବାର ଚଳାଇ ପାରିବ ଏକଥା ମୁଁ ଦୃଢ ଭାବରେ କହିପାରିବି । ଅବଶ୍ୟ ଏଥିପାଇଁ ପରିଶ୍ରମକୁ ଡରିଲେ ହେବନି ବୋଲି କୁହନ୍ତି ଏହି ସଫଳ ଚାଷୀ ।

ସଫଳ ଚାଷୀ ଗୌତମ ମହାନ୍ତ

ପରିଶ୍ରମ କଲେ ଫଳ ନିଶ୍ଚିତ ମିଳେ । ଏହାର ଏକ ଜ୍ଵଳନ୍ତ ନିଦର୍ଶନ ହେଉଛନ୍ତି ପାଟଣା ବୃକକ୍ ଏରେଣ୍ଡେଇ, ପଞ୍ଚାୟତ ଅନ୍ତର୍ଗତ ତିଆନାଲି ଗ୍ରାମର ଯୁବ ଚାଷୀ  ଗୌତମ ମହାନ୍ତ । ବୟସ ୪୨। ବର୍ତ୍ତମାନ ସମୟରେ ଚାଷୀରୁ ଯୁବପିଢ଼ି ମୁହଁ ଫେରାଇ ନେଉଥିବାବେଳେ ସେ ଚାଷୀ କୁ ରୋଜଗାରର ପନ୍ଥା ଭାବେ ଗ୍ରହଣ କରିଛନ୍ତି । +୨ ପର୍ଯ୍ୟନ୍ତ ପାଠ ପଢିଥବା ଗୌତମ ଚାକିରୀ ପଛରେ ନବେଦିମିଡ଼ି ନିଜର ୧୦ ଏକର ଜମିରେ ଚାଷୀ କରନ୍ତି । ତାଙ୍କ ବୟସର ପିଲା ଦାଦନ ଖଟିବାକୁ ଯାଉଥିଲାବେଳେ ସେ ଚାଷରେ ମାତିଛନ୍ତି । ସେହି ଚାଷୀ ହିଁ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ।

୪ ଏକରରୁ ଅଧିକ ପଡ଼ିଆ ଜମିରେ କଲରା ଚାଷୀ କରିବା ସହ ବାକି ଜମିରେ ଧାନ ଚାଷୀ କରୁଛନ୍ତି । ଦୀର୍ଘ ୩ ବର୍ଷ ହେଲା। ସେ କଲରା ଚାଷୀ କରି ଆସୁଛନ୍ତି । ଭିଏନ.ଆର -୨୮ କିସମ ମଞ୍ଜି ବ୍ୟବହାର କରୁଛନ୍ତି । ପାଖାପାଖି, କଲରା ଚାଷୀରରେ ସେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ତାଙ୍କର ଚାଷୀ ପ୍ରତି ଆଗ୍ରହ, ନିଷ୍ଠା ଲାଗି ଜମିରେ ଭଲ, କଲରା ମଧ୍ୟ ଫଳିଛି । ପ୍ରତିଦିନ ୨ କ୍ଵିଣ୍ଟାଲ କଲରା ଜମିରୁ ବାହାରୁଛି । ଏହାକୁ କେନ୍ଦୁଝର ବଜାରରେ ବିକ୍ରି କରି ଲକ୍ଷାଧିକ ଟଙ୍କା ଆୟ ହେଉ ଅବା ଗୌତମ କହିଛନ୍ତି । କଲରା ଚାଷୀ ପାଇଁ ପ୍ରଥମେ ସେ ପାଟଣା କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ନେଇ ଚାଷୀ କାର୍ଯ୍ୟ ଆରମ୍ଭ କରିଥଲେ । ଉନ୍ନତ ଜ୍ଞାନକୋଶଳ ବ୍ୟବହାର କରି ଚାଷୀରୁ ବହୁ ସଫଳତା ପାଇଥିବା ସେ ସ୍ଵୀକାର କରିଛନ୍ତି । ଅଗଷ୍ଟ ମାସରୁ ଚାଷୀ କାର୍ଯ୍ୟ ଆରମ୍ଭ କରି ଅକ୍ଟୋବର ମାସରେ ଶେଷ କରନ୍ତି । କଲରାରୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ବୋଲି କୁହନ୍ତି । କିନ୍ତୁ ଆଖପାଖରେ କୌଣସି ଶୀତଳ ଭଣ୍ଡାର ନ ଥିବାରୁ କଲରା ବିକ୍ରି ନହେଲେ ନଷ୍ଟ ହୋଇଯାଉଥିବା ସେ କ୍ଷେ ଭର ସହ କହିଛନ୍ତି । ପାଟଣା ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଗଲେ କେବଳ ସେ ନୁହନ୍ତି ଏକାଧିକ ପରିବା ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସେ ଦାବି କରିଛନ୍ତି ।

ସଂଗୃହିତ –

  1. ଜ୍ଞାନେନ୍ଦ୍ର ମୋହନ ମିଶ୍ର
  2. କିଶୋରଚନ୍ଦ୍ର ମହାନ୍ତ ପାଟଣା, କେନ୍ଦୁଝର

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate