ଶାନ୍ତିଲତା ଭୁବନେଶ୍ଵରସ୍ଥିତ ଠାରେ ଏକ ବିଶେଷ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହେବ । ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟପାଳ ଜମିର ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଲେଶ୍ଵର ଜିଲ୍ଲାର ସଫଳ ମହିଳା ଚାଷୀ ଶାନ୍ତିଲତା ରାଉଳଙ୍କୁ ସମ୍ବର୍ଦ୍ଧିତ କରିବେ ।
ଆଜି ଚାଷୀକୁଳ ସଙ୍କଟ ଭିତର ଦେଇ ଗତି କରୁଥିବା ସମୟରେ ଚାଷକୁ ନେଇ ଏକ ଅନ୍ୟାନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଶାନ୍ତିଲତା । ପରିବାର, ବିବାହ ଓ ସଂସାର କ’ଣ ଜାଣି ନଥିବା ବେଳେ ମାତ୍ର ୭ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ଗୋଟିଏ ପୁଅ ଓ ଗୋଟିଏ ଝିଅର ମା’ ହେଲା ପରେ ପରେ ଜଣ୍ଡିସ ରୋଗରେ ଆଖି ବୁଜିଦେଲେ ତାଙ୍କ ସ୍ଵାମୀ ବାଇଧର । ରୋଗିଣା ଶାଶୂ ଓ ଦୁଇ ପୁଅଝିଅଙ୍କୁ ଧରି ୪ ପ୍ରାଣୀ ପରିବାରର ଭରଣପୋଷଣ ପାଇଁ ଭାଗରେ ଜମି ଆଣି ଚାଷ ଆରମ୍ଭ କଲେ ଶାନ୍ତିଲତା । ମହିଳାଟିଏ ହୋଇ ମଧ୍ୟ ନିଜେ ହଳ, ବେଉଷଣ, ଅମଳ ଆଦି ସବୁକାମ କରିପାରନ୍ତି ସେ । ପୁଅ ଝିଅଙ୍କୁ ବଡ କରି ସେ ବାହା ଦେଇ ସାରିଛନ୍ତି । ଶାଶୁଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି । ମାତ୍ର ତାଙ୍କର ସମସ୍ୟା ସୁଧୁରି ନାହିଁ । ପୁଅ ତା’ର ଦ୍ଵିତୀୟ ସ୍ତ୍ରୀ ସହ ରହୁଛି କଲିକତାରେ । ପ୍ରଥମ ବୋହୂ ମାନସିକ ଭାରସାମ୍ୟ ହରାଇ ପାଗଳୀ ପ୍ରାୟ । ତେଣୁ ବୋହୂ ଏବଂ ତା’ର ଛୋଟ ଝିଅର ଭରଣପୋଷଣ ପାଇଁ ୬୦ବର୍ଷ ବୟସରେ ଆଜି ମଧ୍ୟ ଶାନ୍ତିଲତା କର୍ମତତ୍ପର । ଚାଷ କାମ ସହିତ ଗାଈଗୋରୁ, ଛେଳି ରଖି ସେ ସଫଳତାର ସହିତ ପରିବାରର ଭରଣପୋଷଣ କରୁଛନ୍ତି । ବୋହୂ ଚିକିତ୍ସା, ନାତୁଣୀର ପାଠପଢା ସବୁ ଖର୍ଚ୍ଚ ସମ୍ଭାଳୁଥିବା ଶାନ୍ତିଲତା ଆଜି ତାଙ୍କ ଅଞ୍ଚଳର ଜଣେ ଆଦର୍ଶ ନାରୀ ।
ତାଙ୍କର ନିଷ୍ଠା ଓ ଜୀବନ ସଂଗ୍ରାମରେ କେବେ ହାରି ନଯିବାର ଆତ୍ମବିଶ୍ଵାସ ଏବେ ଅନ୍ୟମାନଙ୍କ ଆଗରେ ଏକ ବଳିଷ୍ଠ ଉଦାହରଣ ।
ଆଧାର – ଦୈନିକ ସମ୍ବାଦ
Last Modified : 1/26/2020